• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିବ ।
  2. ୟୁକ୍ରେନ୍‌ ଯୁଦ୍ଧର ୧୯ ଦିନରେ ସୋମବାର ଦିନ ରୁଷ୍‌ ଏହାର ଆକ୍ରମଣକୁ ଆହୁରି ଜୋରଦାର କରିଛି।
  3. ଫାଇଜର ନେଲା ବଡ଼ ନିଷ୍ପତ୍ତି। ପୂର୍ବରୁ ରୁଷରେ କରାଯାଇଥିବା ନିବେଶକୁ ବନ୍ଦ କରିବ ବୋଲି ଫାଇଜର ଘୋଷଣା କରିଥିବା ବେଳେ ଏବେ ରୁଷିଆରେ ହୋଇଥିବା ସମସ୍ତ ଲାଭକୁ ୟୁକ୍ରେନବାସୀଙ୍କ ସହାୟତା ପାଇଁ ଦାନ କରିବ ବୋଲି କହିଛି ଫାଇଜର।
  4. ଯେଉଁମାନେ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବାକୁ ଚାହୁଁଛନ୍ତି, ସେମାନେ କେବଳ ଭିସା ଦେଖାଇ ପାକିସ୍ତାନ ଯାଇପାରିବେ।
  5. ନକଲି ଡାକ୍ତରୀ ପ୍ରମାଣପତ୍ର ଆଧାରରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପାଇବା ପାଇଁ ହେଉଥିବା ଦାବିକୁ ନେଇ ସୋମବାର ସୁପ୍ରିମ କୋର୍ଟ ପୁଣି ଚିନ୍ତା ପ୍ରକଟ କରିଛନ୍ତି।
  6. ଆମେରିକା ଋଷ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି।
  7. ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯିବ। ରାଜ୍ୟର ୪୩୦ଟି ୟୁନିଟ୍‌ରେ ଏଥିପାଇଁ ସଂପୂର୍ଣ୍ଣଭାବେ ଅନଲାଇନ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହା ନଗର ଉନ୍ନୟନ ବିଭାଗ ଅଧୀନରେ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିଲା।
  8. ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ(ଏସ୍‌ଏ-୨), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ମେ ୭ତାରିଖ ପର୍ଯ୍ୟନ୍ତ ଚାଲିବ। ପିଲାମାନେ ନିଜ ସ୍କୁ‌ଲରେ ପରୀକ୍ଷା ଦେବେ। ଯେଉଁ ସ୍କୁଲରେ ପରୀକ୍ଷା ହୋଇପାରିବ ନାହିଁ, ସେସ୍କୁଲ ପିଲା ପାଖ ସ୍କୁଲରେ ପରୀକ୍ଷା ଦେବେ।
  9. ରାଜ୍ୟର ସରକାରୀ ଓ ଘରୋଇ କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ‌ଜୁନ୍‌ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଜୁନ୍‌ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଆୟୋଜିତ ହେବ.
  10. ଗାଈ, ଗୋରୁ ତଥା ପ୍ରାଣୀ ସମ୍ପଦ ବିଭାଗ ପାଇଁ ଯାହା ସବୁ ଔଷଧ ଦରକାର ତା ମଧ୍ୟ ଯୋଗାଇବ ରାଜ୍ୟ ଔଷଧ ନିଗମ। ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି।
  11. ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ଏବେ ଓଡ଼ିଶାର ୭୦୦୦ରୁ ଅଧିକ ମୋବାଇଲ୍ ଷ୍ଟୋର୍ ସହିତ ଜିଓ ଷ୍ଟୋର୍‌, ଜିଓ ପଏଣ୍ଟ, ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ ଏବଂ ଜିଓ ସେଣ୍ଟର ଗୁଡ଼ିକରେ ଉପଲବ୍ଧ ହୋଇଛି ।
  12. ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ଭୂତଳ ପ୍ରାସାଦ। ଏଥିପାଇଁ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
  13. ଖାଦ୍ୟପଦାର୍ଥ ସାମଗ୍ରୀ ମହଙ୍ଗା ହେବା ଯୋଗୁ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପିତି ହାର ପୁଣି ବଢିଛି। ଏଥର ମୁଦ୍ରାସ୍ପିତି ୬.୦୭ ପ୍ରତିଶତରେ ପହଞ୍ଚିଯାଇଛି।  ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ସୋମବାର ଏହି ସୂଚନା ଦେଇଛନ୍ତି।
  14. ଦେଶର ରପ୍ତାନୀ ଫେବ୍ରୁଆରୀରେ ୨୫.୧ ପ୍ରତିଶତ ବଢି ୩୪.୫୭ ବିଲିୟନ ଡଲାରେ ପହଞ୍ଚିଛି । ବାଣିଜ୍ୟ ମନ୍ତ୍ରଣାଳୟ ସୋମବାର ଜାରି କରିଥିବା ରିପୋର୍ଟ ଅନୁସାରେ, ଫେବ୍ରୁଆରୀରେ ବାଣିଜ୍ୟ ନିଅଣ୍ଟ ବଢି ୨୦.୮୮ ବିଲିୟନ ଡଲାରରେ ପହଞ୍ଚିଛି।
  15. ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କୁ ଆନୁଷ୍ଠାନିକ ଭାବେ ଏୟାର ଇଣ୍ଡିଆର ନୂତନ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି।
  16. ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ମେ ୧୨ ସୁଦ୍ଧା ଆସିପାରେ । ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ନିକଟରେ ସରକାର ଦାଖଲ କରିଥିବା ଦସ୍ତାବିଜ ଅଧାରରେ ମେ ୧୨ ଯାଏ ଏଥିଲାଗି ସମୟ ରହିଛି ।
  17. ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା-୨। ସକାଳ ୮ଟାରୁ ପ୍ରଥମ ସିଟିଂରେ ନିଜ ସ୍କୁଲରେ ପରୀକ୍ଷା ହେବ। ନିଜ ସ୍କୁଲରେ ନହୋଇ ପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। ଏପ୍ରିଲ ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ।
  18. ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି - ଭୁଲ୍‌ ପ୍ରଶ୍ନପତ୍ର ସାଙ୍ଗକୁ ଠିକ୍‌ ମୂଲ୍ୟାୟନ ହୋଇ ନ ଥିବାରୁ ଛାତ୍ରଛାତ୍ରୀଙ୍କର ମାର୍କ କମିଯାଇଥିବା ଅଭିଭାବକ ଅଭିଯୋଗ ଆଣିଥିଲେ। ୨୪ ଘଣ୍ଟା ମଧ୍ୟରେ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।
  19. ରୁଷରେ ଇନଷ୍ଟାଗ୍ରାମକୁ ବାରଣ କରାଯାଇଛି । ପୂର୍ବରୁ ଫେସବୁକ୍‌ ପୁଟିନଙ୍କ ବିରୋଧରେ ନିୟମ ବଦଳାଇଥିଲା । ପରେ ଏବେ ଇନଷ୍ଟାଗ୍ରାମ ଏହି ପଦକ୍ଷେପ ନେଇଛି । କେବଳ ଏହି କାରଣରୁ ରୁଷ ୮ କୋଟି ଲୋକଙ୍କ ଠାରୁ ଯୋଗାଯୋଗରେ ବିଚ୍ଛିନ୍ନ ହେବ ।
  20. ସମ୍ବଲପୁର ବଡି ବିଲଡିଂ ଆଣ୍ଡ ଫିଟନେସ ଆସୋସିଏସନ ତରଫରୁ ରବିବାର ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ସମ୍ବଲପୁରର ସୌମ୍ୟ ରଞ୍ଜନ ପ୍ରଧାନ ମିଷ୍ଟର ଓଡିଶା ଏବଂ କଟକର ଗୀତାଞ୍ଜଳି ସାହୁ ମିସ ଓଡିଶା ସ୍ଥାନ ଅଧିକାର କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.