• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାର୍ଚ୍ଚ ୧୬ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ-୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ। ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ। ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ୱାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ। 
  2. ରୁଷର ସରକାରୀ ଟିଭି ଚ୍ୟାନେଲ, ଚ୍ୟାନେଲ ୧ରେ ଗତକାଲି ସନ୍ଧ୍ୟା ସମ୍ବାଦ ପ୍ରସାରଣ ସମୟରେ ୟୁକ୍ରେନରେ ଯୁଦ୍ଧକୁ ବିରୋଧ କରି ପୋଷ୍ଟର ସହ ହଠାତ ଦେଖାଦେଇଥିବା ମହିଳା ଜଣଙ୍କ ନିଖୋଜ ଥିବା ସୂଚନା ମିଳିଛି। 
  3. ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପରିଧାନ ନିଷେଧାଦେଶକୁ ବିରୋଧ କରି ହୋଇଥିବା ଆବେଦନଗୁଡିକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ହିଜାବ ପରିଧାନ କରିବା ଇସଲାମ ଧର୍ମରେ ଏକ ଅତ୍ୟାବଶ୍ୟକ ଧାର୍ମିକ ପ୍ରଥା ନୁହେଁ। 
  4.  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼, ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଫଳରେ ୨୮ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। 
  5. ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ବିଶ୍ବ ଅର୍ଥନୀତି ଉପରେ ସାଂଘାତିକ ପ୍ରଭାବ ପକାଇଛି। ବର୍ତ୍ତମାନ ଶାନ୍ତି ଆବଶ୍ୟକ। ୟୁକ୍ରେନ୍‌ର ଲୋକଙ୍କ ପାଇଁ ଏବଂ ସମଗ୍ର ବିଶ୍ବ ପାଇଁ ଶାନ୍ତି ଦରକାର ବୋଲି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ କହିଛନ୍ତି।
  6. ସାଗରମ‌ାଳା ଯୋଜନାରେ ଓଡ଼ିଶାର ୫୪ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୬ଟି ପ୍ରକଳ୍ପର କାର୍ଯ୍ୟ ଶେ‌ଷ ହୋଇଛି। ସୋମବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ।
  7. ଆମ୍ ଆଦମୀ ପାର୍ଟି (ଏଏପି) ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ସିଧାସଳଖ ସଂପର୍କ ଥିବା ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି।
  8. ଯଦି ଭଡାଟିଆ କୌଣସି କାରଣରୁ ଭଡା ଦେଇ ନପାରନ୍ତି ତେବେ ଏହାକୁ ଅପରାଧ ରୂପେ ଆଇପିସି ଅନୁଯାୟୀ କୌଣସି ମାମଲା ବି କରାଯାଇପାରିବ ନାହିଁ। ସୁପ୍ରିମ କୋର୍ଟ ଏହି ଟିପ୍ପଣୀ ଘର ମାଲିକଙ୍କ ଦ୍ଵାରା ଭଡାଟିଆଙ୍କ ବିରୋଧରେ କରାଯାଇଥିବା ମାମଲାର ଶୁଣାଣି କରି କହିଛନ୍ତି।
  9. ଚୀନ୍‌ରେ କରୋନା ସଂକ୍ରମଣ ପୁଣି ମାଡ଼ିଲାଣି। ‘ଷ୍ଟିଲ୍‌ଥ ଓମିକ୍ରନ୍‌’ ତଥା ଓମିକ୍ରନ୍‌ ବିଏ.୨କୁ ନେଇ ଚୀନ୍‌ରେ ଆତଙ୍କ ଖେଳି ଯାଇଛି। ଚୀନ୍‌ରେ ୧୩ଟି ସହର ଏବଂ ପ୍ରାୟ ୩ କୋଟି ଲୋକ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ରେ ରହିଛନ୍ତି।
  10. ଯୁଦ୍ଧ ପ୍ରବଣ ୟୁକ୍ରେନ୍‌ରୁ ୨୨,୫୦୦ରୁ ଅଧିକ ଭାରତୀୟଙ୍କୁ ସ୍ବଦେଶ ଅଣାଯାଇଛି । ଯୁଦ୍ଧ ପାଇଁ ଅନେକ ସମସ୍ୟା ଓ ସଙ୍କଟ ଉପୁଜିଥିଲେ ଭାରତ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାରେ ସମର୍ଥ ହୋଇଛି
  11. ବିମାନ ଉଡାଣରେ କିମ୍ବା ଏୟାରପୋର୍ଟ ଓ ଟର୍ମିନାଲରେ ଭାରତୀୟ ଗୀତ ବଜାଇବା ବାଧ୍ୟତାମୂଳକ ନୁହଁ। କେନ୍ଦ୍ରୀୟ ନାଗରିକ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ଭି.କେ ସିଂହ ସୋମବାର ଏହା କହିଛନ୍ତି।
  12. ନୋଏଡା ଅଥରିଟି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଟାୱାରକୁ ମାଟିରେ ମିଶାଇବା ପାଇଁ ୨୫୦୦କେଜିର ବିସ୍ଫୋରକ ବ୍ୟବହାର କରାଯିବ। ମାତ୍ର ୯ସେକେଣ୍ଡରେ ମାଟିରେ ମିଶିଯିବ ସୁପରଟେକ ଟ୍ବିନ ଟାୱାର। ଏହାର ଆଖପାଖ ଅଞ୍ଚଳରେ ରହୁଥିବା ୧୫୦୦ ପରିବାରକୁ ଟାୱାର ଭଙ୍ଗାଯିବାର ୫ଘଣ୍ଟା ପୂର୍ବରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।
  13. ପୁଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ଦ୍ଵାରା ସଙ୍କଳିତ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ୨୬ ଲକ୍ଷ ୨୩ ହଜାର ୨୨୫ ପୁଲିସ ପଦବୀ ଅଛି। କିନ୍ତୁ ଏବେ ୨୦ ଲକ୍ଷ ୯୧ ହଜାର ୪୮୮ ଜଣ ପୁଲିସ ହିଁ ପଦବୀରେ ଅଛନ୍ତି। ୧ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ୫ ଲକ୍ଷ ୩୧ ହଜାର ୭୩୭ ପଦ ଖାଲି ରହିଛି। ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ ଏବିଷୟରେ ସୂଚନା ଦେଇଛନ୍ତି।
  14. ଆସନ୍ତା ୨୧ ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ କୁହାଯାଇଛି।
  15. ଦେଶରେ ୨୦୨୧ ଏପ୍ରିଲ-ଜୁନରେ ବେକାରୀ ହାର ୧୨.୬% ରହିଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ କୁହାଯାଇଛି। ଏହି ସମୟରେ ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ୧୪.୩% ରହିଥିଲା, ଯାହା ବର୍ଷକ ପୂର୍ବରୁ ୨୧.୨% ଥିବା ରେକର୍ଡ କରାଯାଇଛି।
  16. ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖ ଦେଇ ଆଗକୁ ବଢ଼ିବ । ୨୩ ତାରିଖରେ ବାଂଲାଦେଶ ଉପକୂଳ କିମ୍ବା ବାଂଲାଦେଶ-ପଶ୍ଚିମବଙ୍ଗ ସୀମାନ୍ତ ଉପକୂଳ ଛୁଇଁବା ସମ୍ଭାବନା ଅଛି । ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଯାଇପାରେ ।
  17. କଟକରେ କାର୍ଯ୍ୟରତ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । କଟକ, ଭୁବନେଶ୍ବର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।
  18. ଆସନ୍ତା ମାର୍ଚ୍ଚ ୨୪ ରେ ପୌର ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୨୬ ତାରିଖ ଏହାର ଫଳାଫଳ ପ୍ରକାଶିତ ହେବ।ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟକ ମଦ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।
  19. ପୁରୀରେ ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଭିଡ ଲାଗୁଛି। ପ୍ରଚଣ୍ଡ ଖରାରେ ପ୍ରବଳ ଗହଳି ଯୋଗୁଁ ଭକ୍ତ କଲବଲ ହେଉଛନ୍ତି। ମାର୍କେଟ ଛକ ଯାଏଁ ଭକ୍ତଙ୍କର ଲମ୍ବା ଧାଡ଼ି ଲାଗୁଛି। ଖରାରେ ବଡ଼ଦାଣ୍ଡରେ ଠିଆ ହେବା ମଧ୍ୟ ମୁସ୍କିଲ। ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲାଲି କାର୍ପେଟ ପକାଯାଇଛି।ଫଳରେ ଭକ୍ତମାନେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି।
  20. ଏସିଆର ନଂ ୱାନ୍‌ ଧନୀ ମୁକେଶ ଅମ୍ବାନୀ।  ଦୁନିଆର ଟପ୍‌ ୧୦ ଧନୀ ତାଲିକାରେ ବି ସାମିଲ୍‌।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.