• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଦିନିକିଆ କ୍ରିକେଟରେ ୨୫୦ତମ ୱିକେଟ ହାସଲ କରିଛନ୍ତି। ସେ ବୁଧବାର ମାଉଣ୍ଟ ମାଙ୍ଗୁନୁଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାମି ବେମାଉଣ୍ଟଙ୍କୁ ଏଲବିଡବ୍ଳୁ ଆଉଟ୍‌ କରି ୨୫୦ ୱିକେଟ ପୂରଣ କରିଥିଲେ। 
  2. ୟୁକ୍ରେନ୍‌ରେ ରୁଷ୍‌ ଚଳାଇଥିବା ଯୁଦ୍ଧ ବନ୍ଦ କରିବାକୁ ଜାତିସଂଘର ଅଦାଲତ ’ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ’ ରାୟ ଦେଇଛି। ଏଥିସହିତ ରୁଷ୍‌ ସମର୍ଥିତ କୋୖଣସି ସାମରିକ ଅଥବା ସଶସ୍ତ୍ର ଗୋଷ୍ଠୀ ଯେଭଳି ୟୁକ୍ରେନ ମାଟିରେ ଲଢେଇ ଜାରି ନରଖନ୍ତି ସେ ଦିଗରେ ରୁଷ୍‌ ପଦକ୍ଷେପ ନେବାକୁ ମଧ୍ୟ ରାୟରେ କୁହାଯାଇଛି ।
  3. ଜାପାନ୍‍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏହା ଜଣାଇଛନ୍ତି। ରୁଷ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ଥିବାରୁ ତାକୁ ବାଣିଜ୍ୟ କ୍ଷେତ୍ରରେ ଅଗ୍ରାଧିକାର ରାଷ୍ଟ୍ର ମର୍ଯ୍ୟଦା ପ୍ରଦାନ କରାଯାଉଥିଲା।ଜାପାନ୍‍ ରୁଷଠାରୁ ‘ବାଣିଜ୍ୟ କ୍ଷେତ୍ରରେ ଅଗ୍ରାଧିକାର ରାଷ୍ଟ୍ରର ମର୍ଯ୍ୟଦା’ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି।
  4.  ରେଳବାଇ ଅଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରୁଛି। ସେ କହିଛନ୍ତି, ପୁଞ୍ଜିନିବେଶ ବାର୍ଷିକ ୯୯ ହଜାର ୫୧୧ କୋଟି ଟଙ୍କାରେ ପହଞ୍ଚିଛି। 
  5. କରୋନା ସଂକ୍ରମଣ ସମୟରେ ଯେଉଁ ପିଲାମାନେ ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‍ କେୟାର୍ସ ଚିଲ୍‍ଡ୍ରେନ୍‍ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ସେଭଳି ପିଲାମାନଙ୍କ ଆବେଦନ ଅପଲୋଡ଼ କରାଯାଉଛି। ଗତ ୧୪ ତାରିଖ ସୁଦ୍ଧା ୮ ହଜାର ୯୭୩ଟି ଆବେଦନ ଅପଲୋଡ୍‍ ହୋଇଛି। ତାହା ମଧ୍ୟରୁ ୪ହଜାର ୩୦୨ଟି ଆବେଦନ ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନଙ୍କ ଦ୍ୱାରା ଅନୁମୋଦିତ ହୋଇଛି।
  6. କାମ ସମୟରେ ସରକାରୀ କର୍ମଚାରୀ ଫୋନରେ ବ୍ୟକ୍ତିଗତ କଥା ହେବା ଅନୁଚିତ। ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ମଙ୍ଗଳବାର କିଛି ଏମିତି ରାୟ ରଖିଛନ୍ତି ମାଦ୍ରାସ ହାଇକୋର୍ଟ।
  7. ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇଥିଲା । ଦୀର୍ଘ ୬ ମାସରୁ ଅଧିକ ସମୟ ପରେ ଗତକାଲି ହୁଣ୍ଡି ଖୋଲାଯାଇଥିଲା । ମନ୍ଦିର ହୁଣ୍ଡିରୁ ୬୦ ଲକ୍ଷ ଟଙ୍କା ନଗଦ ଆଦାୟ ହୋଇଛି । ହୁଣ୍ଡିରୁ ୫୪.୩ ଗ୍ରାମ ସୂନା ଓ ୨୬୦୬ ଗ୍ରାମ ରୂପା ବାହାରିଛି।
  8. ମହାରାଷ୍ଟ୍ରରେ ବଲିଉଡ ଫିଲ୍ମ ‘ଦି କାଶ୍ମୀର ଫାଇଲସ୍’ର ଶୁଳ୍କମୁକ୍ତ ପ୍ରଦର୍ଶନ ଦାବିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବୁଧବାର ବଡ଼ ବୟାନ ଦେଇଛନ୍ତି।  ଏହି ଫିଲ୍ମକୁ ରାଜ୍ୟରେ କରମୁକ୍ତ କରିବା ଲାଗି ବିଜେପିର ଦାବିରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବାକର (ଜିଏସଟି) ମୁକ୍ତ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପାୱାର କହିଛନ୍ତି।
  9. ବିନୋଦ କାପାଡିଆ ତାଙ୍କର ପ୍ରଥମ ଟ୍ୱିଟରେ ପିଏମ ମୋଦୀଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ଗୁଜୁରାଟ ଫାଇଲ୍ସ ନାମରେ ମୁଁ ଏକ ଆକ୍ଟ ଉପରେ ଆଧାର କରି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ କରୁଛି । ଏଥିରେ ଆପଣଙ୍କର ଭୂମିକା ମଧ୍ୟ ବିସ୍ତୃତ ଭାବରେ ଉଲ୍ଲେଖ କରାଯିବ। ‘ ଏହି ଟ୍ବିଟ୍‌ରେ ଆହୁରି ଲେଖା ହୋଇଛି କି , ‘ଆଉ ମୁଁ ଆଜି ଦେଶ ସାମ୍ନାରେ ନିଶ୍ଚିତ କରିବ କି ନରେନ୍ଦ୍ର ମୋଦୀ ଫିଲ୍ମ ରିଲିଜ ବନ୍ଦ କରିବେ ନି ତ…?’
  10. ୟୁକ୍ରେନକୁ ଅଧିକରୁ ଅଧିକ ସହାୟତା ଯୋଗାଇବ ଆମେରିକା । ପ୍ରଦାନ କରିବ ୮୦ କୋଟି ଡଲାର । ଏପରିକି ଯୁଦ୍ଧ ବିମାନ ମଧ୍ୟ ଯୋଗାଇବାକୁ ରାଜି ହୋଇଛି । ଆମେରିକୀୟ କଂଗ୍ରେସରେ ଜେଲେନସ୍କିଙ୍କ ଉଦବୋଧନ ପରେ ୟୁଏସ ସହାୟତାର ହାତ ବଢାଇଛି ।
  11. ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଲଓ୍ଵରେ ଖାଲି ପଡିଥିବା ମୋଟ୍ ପଦ ସଂଖ୍ୟା ହେଉଛି ୨,୯୮,୪୨୮। ଏହି ପଦରେ ଭର୍ତ୍ତି ପାଇଁ ଉଦ୍ୟମ ଜାରି ରହିଛି।
  12. ବୁଧବାର ପୁଣି ଥରେ ଜି-୨୩ ସଦସ୍ୟ ଗୁଲାମ ନବି ଆଜାଦଙ୍କ ବାସଭବନରେ ବୈଠକ କରିଛନ୍ତି। ଏହି ବୈଠକରେ ଶଶି ଥରୁର ମଧ୍ୟ ସାମିଲ୍ ହୋଇଛନ୍ତି। ଥରୁର ଜି-୨୩ ଗ୍ରୁପରେ ସାମିଲ୍  ହେବାରୁ ପାର୍ଟି ହାଇକମାଣ୍ଡଙ୍କ  ମୁସ୍କିଲ ବଢିପାରେ।
  13. ରୁଷ ସେନାଙ୍କ ବର୍ବରତାର ଭୟାନକ ଏବଂ ବିଭତ୍ସ ଦୃଶ୍ୟ ସାମ୍ନାକୁ ଆସୁଛି, ଯାହା ଦେଖି ସଭିଙ୍କ ହୃଦୟ ଥରିଉଠିବ। ଏହା ମଧ୍ୟରେ ୟୁକ୍ରେନର ଚେର୍ନିହାଇଭ ସହରରେ ପାଉଁରୁଟି କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ୧୦ ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ରୁଷ ସେନା। ବୁଧବାର ଏହାର ସୂଚନା ଦେଇଛନ୍ତି ଆମେରିକୀୟ ଅଧିକାରୀ।
  14. ମମତା କହିଛନ୍ତି, ଭାରତୀୟ ଜନତା ପାର୍ଟି ନିକଟରେ ଦେଶର ମୋଟ୍ ବିଧାୟକଙ୍କ ମଧ୍ୟରୁ ଅଧା ସଂଖ୍ୟା ବି ନାହିଁ। ଏମିତିରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ସହଜ ହେବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି।
  15. ଅଫସୋର ପାଟ୍ରୋଲ ଜାହାଜ (ଓପିଭି) ‘ସକ୍ଷମ’ ବୁଧବାର ଭାରତୀୟ କୋଷ୍ଟଗାର୍ଡରେ ସାମିଲ ହୋଇଛି। ୧୦୫ ମିଟର ଦର୍ଘ ଅଫସୋର ପାଟ୍ରୋଲ ଭିସେଲ ଶ୍ରେଣୀରେ ଏହା ଦେଶର ପଞ୍ଚମ ଜାହାଜ।
  16. ଭିଜିଲାନ୍ସ ଜାଲରେ ଫସିଛନ୍ତି କଟକ ଗଣ୍ତରପୁରସ୍ଥିତ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସ ମନୋଜଙ୍କ ବାସଭବନ ସମତେ ୪ଟି ସ୍ଥାନରେ ଚଢଉ କରିଛି।
  17. ଓଡ଼ିଶା ସରକାର ଦୁଇଟି ନୂଆ ରେଳ ଲାଇନ ପାଇଁ ମାଗଣାରେ ଜମି ଯୋଗାଇ ଦେବା ପାଇଁ ରେଳ ମନ୍ତ୍ରାଳୟ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏଥିରୁ ଗୋଟିଏ ଖୋର୍ଦ୍ଧା ରୋଡ - ବଲାଙ୍ଗୀର ହୋଇଥିବା ବେଳେ ଅନ୍ୟଟି ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ।
  18. ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅପରାହ୍ନରେ ଭଗଓ୍ଵନ୍ତ ମାନ ଚଣ୍ଡିଗଡ଼ର ପଞ୍ଜାବ ସଚିବାଳୟରେ ପହଞ୍ଚି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
  19. ଏକ ମଦ ବୋଝେଇ ମାରୁତି ଓମ୍‌ନି ଭ୍ୟାନ୍ ପୋଡ଼ି ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ବୁଧବାର ନିର୍ଦ୍ଦୋ‌ଷରେ ଖଲାସ ହୋଇଛନ୍ତି।
  20. ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁଏଫ୍‌ଇଓ)ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଭାବ ଅଶୋକ ବାସାଙ୍କୁ ମନୋନୀତ କରାଯାଇଛି। ଏହି ମର୍ଯ୍ୟାଦାଜନକ ପଦବି ହାସଲ କରିବାରେ ସେ ପ୍ରଥମ ଓଡ଼ିଆ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.