• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭୂ-ପୃଷ୍ଠରୁ ଆକାଶକୁ ଟାର୍ଗେଟ୍ । ନିମିଷକେ ଧ୍ୱଂସ ହୋଇଯିବ ଶତ୍ରୁ । ଦୂରରୁ ଦ୍ରୁତଗତିରେ ତ୍ୱରିତ ଆକ୍ରମଣ । ଭାରତୀୟ ସେନାର ନୂଆ ମିଜାଇଲ୍ MRSAM । ବାଲେଶ୍ୱର ଆଇଟିଆରରୁ ଭାରତୀୟ ସେନା ମିଡିୟମ୍ ରେଞ୍ଜ ସରଫେସ୍ ଟୁ ଏୟାର ମିଜାଇଲ୍ (MRSAM)ର ସଫଳ ପରୀକ୍ଷଣ କରିଛି । ମିଜାଇଲ୍ କିଛି କ୍ଷଣରେ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଧ୍ୱଂସ କରି ଦେଇଛି ।
  2. କରୋନା ସଂକ୍ରମଣ ମାମଲା ବଢିବା ପରେ ଗତ ୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖରୁ ବ୍ୟବସାୟିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧ ଲଗାଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ପରେ ସରକାର ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ।
  3. ରାଜ୍ୟରେ ଭୀଷଣ ଖରା ଜାରି ରହିଛି । ଆସନ୍ତା ୪ରୁ ୫ଦିନ ଯାଏ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ । ଫଳରେ ଗରମ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
  4. ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣର ୩ୟ ମ୍ୟାଚ୍ ରବିବାର ପଂଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମ ପାଳିରେ ୨୦୬ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ପଂଜାବ ୧୯ ଓଭରରେ ୫ ୱିକେଟ ହରାଇ ୨୦୮ ରନ୍ କରି ବିଜୟ ହାସଲ କରିଛି।
  5. ଆସନ୍ତା ଦୁଇ ଦିନ ପାଇଁ ଜରୁରୀ ସେବା ଯେମିତିକି ବ୍ୟାଙ୍କ୍, ପରିବହନ, ରେଳ ସେବା ପ୍ରଭାବିତ ହୋଇପାରେ । କାରଣ ଦୁଇ ଦିନ ପାଇଁ ଟ୍ରେଡ ୟୁନିଅନ୍ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । 
  6. ପ୍ରମୋଦ ସାୱନ୍ତ ସୋମବାର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ। ପୂର୍ବାହ୍ଣ ୧୧ ଟାରେ ପାଣାଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।
  7. ତେଲ ଟାଙ୍କି, ଖାଦ୍ୟ ଗୋଦାମକୁ ଧ୍ୱଂସ କରୁଛି ରୁଷ; ସହାୟତା ନମିଳିଲେ ସବୁକିଛି ଧ୍ୱଂସ ହେବ: ଜେଲେନ୍ସ୍କି ।
  8. ପରାଜୟ ସତ୍ତ୍ୱେ ମହାନଗରରେ ବଢିଛି ବିଜେପିର ଭୋଟ୍ ପ୍ରତିଶତ : ଅପରାଜିତା କହିଲେ, ରାଜ୍ୟ ନେତୃତ୍ୱ ଶକ୍ତିଶାଳୀ ହୋଇଥିଲେ ଆହୁରି ଭଲ ହୋଇଥାନ୍ତା ପ୍ରଦର୍ଶନ ।
  9. ମନକି ବାତରେ ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କଲେ ମୋଦି; ବିଭିନ୍ନ ସ୍ଥାନ ବୁଲି ପ୍ଲାଷ୍ଟିକ୍ ସଫା କରୁଛନ୍ତି ରାହୁଲ ।
  10. ଆଜି ଓ ଆସନ୍ତାକାଲି ଦୁଇ ଦିନି ପାଇଁ ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଭାରତ ବନ୍ଦ ପାଳନ କରୁଛି ଟ୍ରେଡ ୟୁନିୟନ । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବି ନେଇ ବନ୍ଦ ପାଳନ ହେଉଛି ।
  11. ସୋମବାରଠୁ ଆରମ୍ଭ ହେବ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ୨୦୨୨ । ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  12. ଆକ୍ସିସ୍ ବ୍ୟାଙ୍କ ସଞ୍ଚୟ ଖାତା ଉପରେ ମାସିକ ହାରାହାରି ଜମାରାଶି ୧୦ ହଜାରରୁ ୧୨ ହଜାରକୁ ବୃଦ୍ଧି କରିଛି । ବ୍ୟାଙ୍କ ଏହି ନିୟମକୁ ୨୦୨୨ ଏପ୍ରିଲ୍ ୧ ତାରିଖରୁ ଲାଗୁ କରିବ ।
  13. ଏପ୍ରିଲରୁ ପୋଷ୍ଟ ଅଫିସର ଅନେକ ସ୍କିମରେ ପରିବର୍ତ୍ତନ ଆସିବ । ଲାଗୁ ହେବାକୁ ଥିବା ନୂଆ ନିୟମରେ ଜମା ଖାତା, ବରିଷ୍ଠ ନାଗରିକଙ୍କ ଜମା ଖାତା ଓ ମାସିକ ରୋଜଗାର ଯୋଜନାରେ ନିବେଶ ପାଇଁ ଆପଣଙ୍କୁ ସଞ୍ଚୟ ଖାତା ଖୋଲିବାକୁ ପଡ଼ିବ । ଏହାଛଡ଼ା ସ୍ୱଳ୍ପ ସଞ୍ଚୟ ଉପରେ ମିଳୁଥିବା ସୁଧ ଏଣିକି ପୋଷ୍ଟ ଅଫିସ୍ ସଞ୍ଚୟ ଖାତା କିମ୍ବା ବ୍ୟାଙ୍କ ଖାତାରେ ଜମା ହେବ ।
  14. କେନ୍ଦ୍ର ସରକାର କ୍ରିପ୍ଟୋକରେନ୍ସି ଟିକସ ଉପରେ ସୂଚନା ଦେଇଥିଲେ । ଏପ୍ରିଲ୍ ପହିଲାରୁ ସରକାର ଭର୍ଚୁଆଲ୍ ଡିଜିଟାଲ୍ ଆସେଟ୍ ଅଥବା କ୍ରିପ୍ଟୋକରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଲାଗୁ କରିବେ । ଏହାବାଦ ଯେବେ କେହି କ୍ରିପ୍ଟୋକରେନ୍ସି ବିକ୍ରି କରିବ ତ ତା’ଉପରେ 1 ପ୍ରତିଶତ ଟିଡିଏସ୍ ଲାଗୁ ହେବ ।
  15. ଏପ୍ରିଲ୍ ପହିଲାରୁ ଘର କିଣିବା ଆହୁରି ବ୍ୟୟବହୁଳ ହୋଇଯିବ । କେନ୍ଦ୍ର ସରକାର ପ୍ରଥମଥର ପାଇଁ ଘର କ୍ରୟକାରୀଙ୍କୁ ଧାରା ୮୦ଇଇଏ ପ୍ରକାରେ ମିଳୁଥିବା ଟିକସ ରିହାତିକୁ ବନ୍ଦ କରି ଦେବେ ।
  16. ପାଟଣାରେ ନୀତିଶ ଏକ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେବା ବେଳେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଜଣେ ଯୁବକ ଦୌଡ଼ି ଦୌଡ଼ି ଆସି ନୀତିଶଙ୍କୁ ପଛପଟୁ ଚାପୁଡ଼ା ମାରିଛନ୍ତି । ଯଦିଓ ଯୁବକଙ୍କ ଚାପୁଡ଼ା ନୀତିଶଙ୍କ ଗାଲରେ ନ ବାଜି କାନ୍ଧରେ ବାଜିଛି । ଘଟଣା ପରେ ପୋଲିସ ତୁରନ୍ତ ଯୁବକଙ୍କୁ ଗିରଫ କରି ନେଇଛି ।
  17. ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ଲକ୍ଷରେ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଜନହୀତକର ଯୋଜନା ଲାଗି ସରକାର ଏକ ‘କମନ ପୋର୍ଟୋଲ’ ଆରମ୍ଭ କରିବାକୁ ଯାଉଛନ୍ତି।  ଏଭଳି ପୋର୍ଟାଲ ଲାଗି ସରକାର ଏକ ପ୍ରସ୍ତାବ ଉପରେ କାର୍ଯ୍ୟ କରୁଥିବା ଜଣାପଡିଛି। ଏହି ପୋର୍ଟାଲ କାର୍ଯ୍ୟକାରୀ ହେଲେ ଋଣ ଆଧାରିତ ୧୫ଟି ସରକାରୀ ଯୋଜନା ଲୋକଙ୍କୁ ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ।
  18. ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ-୫ ଅନୁଯାୟୀ, ଛତିଶଗଡର ମହିଳା ମଦ୍ୟପାନ ମାମଲାରେ ଦେଶରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ରାଜ୍ୟର ମହିଳା ମଦ ପିଆରେ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ମହିଳାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
  19. ଆସନ୍ତା ୩ ବର୍ଷରେ ଦେଶରେ ୧୦ଟି ପରମାଣୁ ଉର୍ଜା ପ୍ଲାଣ୍ଟ ପ୍ରତିଷ୍ଠା କରିବେ ଭାରତ ସରକାର । ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଏହି ପରମାଣୁ ଉର୍ଜା ପ୍ଲାଣ୍ଟର ସ୍ଥାପନ କରାଯିବ। କର୍ଣ୍ଣାଟକ କେଗାରେ ୨୦୨୩ରେ ୭୦୦ ମେଗାୱାଟର ପରମାଣୁ ଉର୍ଜା ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନା ସହ ଭାରତ ତିନି ବର୍ଷରେ ୧୦ଟି ପରମାଣୁ ରିଆକ୍ଟର ନିର୍ମାଣ କରିବ।
  20. ରାଜସ୍ଥାନ ଏବେ ରୋଜଗାର କ୍ଷୋତ୍ରରେ ପଛେଇ ଯାଇଛି। ବେକାରୀ ହାରରେ ଦେଶର ୧ ନମ୍ବର ରାଜ୍ୟର ମାନ୍ୟତା ହାସଲ କରିଛି। ବିଜେପି ଶାସିତ ହରିୟାଣା ଦେଶର ବେକାରୀ ହାରରେ ଦ୍ୱିତୀୟ ସ୍ଥାନରେ ରହିଛି। ହରିୟାଣାର ବେକାରୀ ହାର ୩୧ ପ୍ରତିଶତକୁ ପହଞ୍ଚିଥିବା ବେଳେ ଝାଡଖଣ୍ଡରେ ୧୫ ପ୍ରତିଶତ ଓ ବିହାର ୧୪ ପ୍ରତିଶତକୁ ପହଞ୍ଚିଥିବା ବେଲେ ଜମ୍ମୁ-କାଶ୍ମୀର ୧୩.୨ ପ୍ରତିଶତ ଲୋକେ ବେକାର ବସିଛନ୍ତି। ଓଡ଼ିଶାରେ ବେକାରୀ ଏବେ ମାତ୍ର ୧ ପ୍ରତିଶତ ଦର୍ଶାଯାଉଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.