• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ଓଡିଶାର ପୁନିତ ଚନ୍ଦ୍ର ସାହୁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି  । ପୁରୁଷ ଜୁନିୟର 96 କେଜି ବର୍ଗରେ ପୁନିତ କ୍ଲିନ ଆଣ୍ଡ ଜର୍କରେ 167 କେଜି ଉତ୍ତୋଳନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । 
  2. ସପ୍ତମ ବେତନ କମିଶନର ଶେଷ 20 ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ । ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି । ଫଳରେ ଉପକୃତ ହେବେ ୪ ଲକ୍ଷ କର୍ମଚାରୀ । ଏଥିପାଇଁ ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି ।
  3. ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ରେଡ୍‌ ବେଳେ ରେକର୍ଡ କ୍ୟାସ ଜବତ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରେ ରେଡ୍‌ ବେଳେ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ରାଜ୍ୟରେ ରେକର୍ଡ । ଏଥିସହ ୧୨ଶହ ଗ୍ରାମ ସୁନା ଓ ୪କୋଟି ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି । ଆଜି ଚତୁର୍ଥ ଦିନରେ ଆଶିଷ ଦାସଙ୍କ ମାଲକାନଗିରି ଓ କଟକ ତ୍ରିଶୁଳିଆ ସ୍ଥିତ ଘରେ ଭିଜିଲାନ୍‌ସ ରେଡ୍ କରୁଛି ।
  4. ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପଣଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଶପଥ ନେଇଛନ୍ତି ପ୍ରମୋଦ ସାୱନ୍ତ ।
  5. ୨୦୨୨ ଓସ୍କାର ଆୱାର୍ଡ ସମୟରେ ମଞ୍ଚ ଉପରେ ଅଭିନେତାଙ୍କୁ ଚାପୁଡ଼ା ମାରିଲେ ୱିଲ ସ୍ମିଥ୍ । ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । କ୍ରିସ୍ ରକ୍  ମଞ୍ଚ ଉପରେ ଡକ୍ୟୁମେଣ୍ଟାରୀ ଫିଚର ପାଇଁ ଓସ୍କାର ଆୱାର୍ଡ ଦେବାକୁ ଆସିଥିଲେ  । ଆଉ ଏହି ସମୟରେ କ୍ରିସ, ସ୍ମିଥଙ୍କ ପତ୍ନୀଙ୍କ କେଶକୁ ନେଇ କମେଣ୍ଟ ମାରିଥିଲେ ଆଉ ଏହା ପରେ ସ୍ମିଥ୍ ରାଗି ଯାଇ ମଞ୍ଚ ଉପରକୁ ଆସି କ୍ରିସଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲେ ।
  6. ବହୁ ପ୍ରତିଷ୍ଠିତ ହଲିଉଡ ଅଭିନେତା ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା ଭାବରେ ଓସ୍କାର ଆୱାର୍ଡ ଦିଆଯାଇଛି । ଫିଲ୍ମ ‘କିଙ୍ଗ ରିଚାର୍ଡ’ ପାଇଁ ସ୍ମିଥଙ୍କୁ ଏହି ଆୱାର୍ଡ ମିଳିଛି ।
  7. ଉତ୍ତରପ୍ରଦେଶର ଯୋଗୀ ସରକାର ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି | ଯୋଗୀ ନିଜ ପାଖରେ ଗୃହ ସହ ରାଜସ୍ୱ ବିଭାଗ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗ ମିଳିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଗ୍ରାମ୍ୟ ବିକାଶ ବିଭାଗ ମିଳିଛି |
  8. ରକାରୀ ଜାଗାରେ ବେଆଇନ ନିର୍ମାଣକୁ ଭାଙ୍ଗି ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ ପୁଣିଥରେ ବୁଲଡୋଜର ଚାଲିଛି | ଏହି କ୍ରମରେ ଆଜି ଉତ୍ତରପ୍ରଦେଶର ପୂର୍ବତନ ସାଂସଦ ଅତିକ ଅହମ୍ମଦଙ୍କ ପୈତୃକ ବାସଭବନରେ ନିର୍ମାଣ ହୋଇଥିବା ବେଆଇନ ପାଚେରୀକୁ ପ୍ରୟାଗରାଜ ବିକାଶ ପ୍ରାଧିକରଣ କର୍ତୃପକ୍ଷ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛନ୍ତି।
  9. ନେତା କଂଗ୍ରେସ ନଛାଡ଼ନ୍ତୁ, ପୁଣି ମଜବୁତ ହେଉ ଦଳ; କିଛି ଏଭଳି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ନିତିନ ଗଡକରୀ।
  10. ତାମିଲ୍‌ନାଡୁର ସେଲମ୍‌ର ଜଣେ ଯୁବକ ୨.୬ ଲକ୍ଷ ଟଙ୍କାର କେବଳ ୧ ଟଙ୍କିଆ କଏନ୍‌ (ମୁଦ୍ରା) ଦେଇ ଶନିବାର ଦିନ ଗୋଟାଏ ବାଇକ୍‌ କିଣିଛନ୍ତି। ଭି. ବୂବତି ନାମକ ସେ ଯୁବକ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୧ ଟଙ୍କିଆ କଏନ୍‌ (ମୁଦ୍ରା) ସଞ୍ଚୟ କରି ଆସୁଥିଲେ।
  11. ଆଉ କାଠଯୋଡି ନଦୀ ଭିତରକୁ ଯିବନି କଟକ ସହରର ନର୍ଦ୍ଦମା ପାଣି । ଏଭଳି ଜନ ବିରୋଧୀ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
  12. ବିଜେପିକୁ ଭୋଟ ଦେବା ଓ ବିଜେପି ସରକାର ଗଠନ କରିବା ପରେ ଖୁସିରେ ମିଠା ବାଣ୍ଟିବା ଘଟଣାରେ କୁଶୀନଗରରେ ବାବର ଅଲି ନାମକ ଜଣେ ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା କରାଯଇଥିଲା । ବାବରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ ଲକ୍ଷ ଟଙ୍କା ଦେବେ ବୋଲି ଜଣା ପଡ଼ିଛି ।
  13. ଆଠଗଡ ଏନଏସି ନିର୍ବାଚନରେ ବିଜେପିର ନଗରପାଳ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥିନୀ ଇଲା ପଣ୍ଡାଙ୍କୁ ରବିବାର ସନ୍ଧ୍ୟାରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିବା ସନ୍ତୋଷ ରଥ ନାମକ ଯୁବକକୁ ସୋମବାର ଅଦାଲତ ଚାଲାଣ କରାଯାଇଛି ।
  14. ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବାଗଡୋର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳିମାଡ଼ ହୋଇଛି। ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳ ମୃତ୍ୟୁ ହୋଇଛି। 
  15. ସ୍ବିସ୍‌ ଓପନ୍‌ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍‌ ହୋଇଛନ୍ତି । ଏଠାରେ ରବିବାର ସମାପ୍ତ ହୋଇଥିବା ଫାଇନାଲରେ ୨ୟ ସିଡ୍‌ ସିନ୍ଧୁ ୪ର୍ଥ ସିଡ୍‌ ଥାଇଲାଣ୍ଡର ବୁସାନାନ୍‌ ଅଙ୍ଗ୍‌ବାମ୍ରୁଙ୍ଗଫାନ୍‌ଙ୍କୁ ସହଜରେ ୨୧-୧୬, ୨୧-୮ ଗେମ୍‌ରେ ପରାସ୍ତ କରିଛନ୍ତି ।
  16. ଓଡ଼ିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ‘ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଚଳିତ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧୦ରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ।
  17.  ଭାରତର ୱାରେନ୍ ବଫେ ଭାବେ ଜଣାଶୁଣା ବିଗ୍ ବୁଲ୍ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ବିମାନ କମ୍ପାନୀ ଆକାସା ଏୟାର ଜୁନ୍ ମାସରୁ ଉଡାଣ ଆରମ୍ଭ କରିବାକୁ ଯାଉଛି।
  18. ଚଳିତ ସିଜିନରେ ଆଇପିଏଲରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମୁହାଁମୁହିଁ ହୋଇଛନ୍ତି। ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
  19. ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ନାନରେ ସମ୍ନାନୀତ କରାଯାଇଛି। ଓଡ଼ିଶାର ପ୍ରମୁଖ ସାତଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାରରେ ଚଳିତ ବର୍ଷ ସମ୍ନାନୀତ କରାଯାଇଥିଲା । ଟୋକିଓ ପାରା ଅଲିମ୍ପିକରେ ବ୍ୟାଡମିଟନରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଓଡ଼ିଶାର ପ୍ରମୋଦ ଭଗତ ।
  20. ବର୍ଷ ୨୦୧୧ରେ ମଧ୍ୟପ୍ରଦେଶର ଉଜୈନରେ ହୋଇଥିବା ମାଡ଼ମରା ଘଟଣାରେ ଇନ୍ଦୋରର ସ୍ୱତନ୍ତ୍ର ଅଦାଲତ ଶନିବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମଚନ୍ଦ୍ର ଗୁଡ୍ଡୁଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ୧ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି । ଅଦାଲତ ଏଥି ସହିତ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.