• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶ୍ରୀଲଙ୍କାରେ ପ୍ରିଣ୍ଟିଂ ପେପର୍ ଅଭାବ ପାଇଁ ସ୍କୁଲ୍ ପରୀକ୍ଷା ବାତିଲ୍ କରି ଦିଆଯାଇଛି । ପେପର୍ ଆମଦାନୀ ପାଇଁ ଶ୍ରୀଲଙ୍କା ପାଖରେ ଆବଶ୍ୟକ ଡଲାର ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
  2. ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ଯାଏ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ । ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । 
  3. ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଛି । ମାନଙ୍କ ମନ୍ତ୍ରିମଣ୍ଡଳରେ ୧୦ ମନ୍ତ୍ରୀ ସାମିଲ୍ ହୋଇଛନ୍ତି ।
  4. କାଶ୍ମୀର ଫାଇଲ୍ସର IMDb  ରେଟିଂ ୮.୩କୁ ଖସିଛି । ଯାହାର ରେଟିଂ ପୂର୍ବରୁ 9.9 ରହିଥିଲା । ୮.୩  ରେଟିଂ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଭୋଟ୍ ଆଧାରରେ ନିର୍ଦ୍ଧାରିତ । ୯୪% ଲୋକ ୧୦ ରେଟିଂ ଦେଇଥିବା ବେଳେ ୪% ଲୋକେ ୧ ରେଟିଂ ଦେଇଛନ୍ତି ।
  5. ଜାତିସଂଘ ପକ୍ଷରୁ ଜାରି ରାଙ୍କିଂ ତାଲିକାରେ ଫିନଲ୍ୟାଣ୍ଡ ଟପରେ ରହିଛି । ଲଗାତାର ପଞ୍ଚମ ଥର ଲାଗି ଏହି ତାଲିକାରେ ଶୀର୍ଷରେ ରହିଛି ଫିନଲାଣ୍ଡ । ଦ୍ୱିତୀୟରେ ଡେନମାର୍କ ଓ ତୃତୀୟ ସ୍ଥାନରେ ରହିଛି ଆଇସଲ୍ୟାଣ୍ଡ । ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ଲକଜେମବର୍ଗ କ୍ରମାଗତ ଭାବେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛି । ତାଲିକାର ଶେଷ ଆଡୁ ପ୍ରଥମରେ ରହିଛି ଆଫଗାନିସ୍ତାନ । ଏହା ଉପରକୁ ରହିଛି ଲେବାନନ ।
  6. ପାକିସ୍ତାନକୁ ଅତ୍ୟାଧୁନିକ ଜେ-୧୦ ମଲଟିରୋଲ ଟାକଟିକାଲ ଲଢୁଆ ବିମାନ ପ୍ରଦାନ କରିଛି ବେଜିଂ । ଚୀନ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ବିମାନକୁ ଗତ ସପ୍ତାହରେ  ପାକିସ୍ତାନ ବାୟୁସେନାର ସାମିଲ ହୋଇଥିଲା ।
  7. ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା କହିଛନ୍ତି ଯେ ଜାପାନ ଭାରତରେ ନିଜର ପୁଞ୍ଜି ନିବେଶକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ । ଆସନ୍ତା ୫ ବର୍ଷରେ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ବା ୫ ଲକ୍ଷ କୋଟି ଜାପାନୀ ୟେନ ଭାରତରେ ନିବେଶ କରାଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
  8. ନରଓ୍ବେରେ ଚାଲିଥିବା ନାଟୋ ସମରାଭ୍ୟାସରେ ଯୋଗଦେଇଥିବା ଆମେରିକାର ଏକ ଯୁଦ୍ଧବିମାନ ଶୁକ୍ରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନରେ ବସିଥିବା ସମସ୍ତ ୪ ସୈନ୍ୟ ମୃତ୍ୟୁବରଣ କରିଛନ୍ତି ।
  9. ସରକାର ସୀମାଗୁଡ଼ିକର ସୁରକ୍ଷା ଓ ଭିତ୍ତିଭୂମି ବଢାଇବାକୁ କେତେକ ପ୍ରକଳ୍ପ ଉପରେ କାମ କରୁଛନ୍ତି । ଏସବୁ ପ୍ରକଳ୍ପରେ ଆସନ୍ତା ୨୦୨୩ ସୁଦ୍ଧା ପ୍ରାୟ ୭ ହଜାର କୋଟି ଟଙ୍କା ବ୍ୟୟ ହେବ ।
  10. ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ପଞ୍ଜାବ ରାଜ୍ୟର ନୂଆ କ୍ୟାବିନେଟ୍‌ରେ ଜଣେ ନେତ୍ରୀଙ୍କ ସମେତ ‘ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଥିଲେ। 
  11. ପଞ୍ଜାବରେ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ , ୨୫ ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥିମଧ୍ୟରୁ ୧୦ ହଜାର ଚାକିରି ପୁଲିସ ବିଭାଗରେ ଓ ଅବଶିଷ୍ଟ ୧୫ହଜାର ଚାକିରି ଅନ୍ୟ ବିଭାଗର ରହିବ ବୋଲି ଜଣାପଡ଼ିଛି।
  12. ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ରୁଷର ଏକ ତୈଳ କମ୍ପାନି ସହିତ ୩ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ଆମଦାନୀ ପାଇଁ ଚୁକ୍ତି କରିଛି।
  13. ରେଳବାଇର ଘରୋଇକରଣ କରିବାର କୌଣସି ଯୋଜନା ନାହିଁ ବୋଲି ଲୋକସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି।
  14. ଡିଆର୍‌ଡିଓ ପକ୍ଷରୁ ମାତ୍ର ୪୫ ଦିନରେ ଏକ ୭ ମହଲା କୋଠା ବେଙ୍ଗାଲୁରୁରେ ନିର୍ମାଣ କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳ ପ୍ରାୟୋଗ ଦ୍ବାରା ଆଡଭାନ୍ସଡ୍ ମିଡିୟମ୍ କମ୍ପାଟ୍ ଏୟାରକ୍ରାପ୍ଟ ନିର୍ମାଣ କରିବା ଲାଗି ଏହି କୋଠାରେ ଗବେଷଣା ଓ ବିକାଶ କାର୍ଯ୍ୟ ସମ୍ପାଦନ କରାଯିବ।
  15. ଦୁନିଆର ଶ୍ରେଷ୍ଠ ୧୦ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀ। ଏକମାତ୍ର ଭାରତୀୟ ଭାବେ ମୁକେଶ ଅମ୍ବାନୀ ଶ୍ରେଷ୍ଠ ୧୦ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଥିବା ଜଣାପଡ଼ିଛି
  16. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ରେଜଲ୍ଟ ପ୍ରକାଶ କରିଛି। ଚଳିତ ଥର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ସମ୍ପୃକ୍ତ ସ୍କୁଲକୁ ଇ-ମେଲ ଜରିଆରେ ପଠାଯାଇଛି।
  17. ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଘାରିବାରେ ଲାଗିଛି ନିଜ ମୃତ୍ୟୁର ଭୟ। କାଳେ ତାଙ୍କ ଖାଇବାରେ କିଏ ବିଷ ଦେଇ ମାରି ଦେବ ଏହାକୁ ନଜରରେ ରଖି ପୁଟିନ୍ ନିଜର ବ୍ୟକ୍ତିଗତ କର୍ମଚାରୀଙ୍କ ମଧ୍ୟରୁ ୧୦୦୦ ଜଣଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି।
  18. ଟେନ୍‌ରେ ସମୁଦ୍ର ଜାହାଜ ଚଳାଉଥିବା କମ୍ପାନୀ ପି,ଏଣ୍ଡ ଓ ଫେରିଜ୍ ନିଜର ୮୦୦ କର୍ମଚାରୀଙ୍କୁ ମାତ୍ର ୩ ମିନିଟ୍‌ରେ ଚାକିରିରୁ ବାହାର କରିଦେଇଛନ୍ତି। ଏନେଇ ଇଣ୍ଡିଆଟୁଡେରେ ରିପୋର୍ଟ ପ୍ରକାଶ ପାଇଛି। ମାର୍ଚ୍ଚ ୧୭ ତାରିଖ ଦିନ ସିପିଂ କମ୍ପାନୀ ନିଜର କର୍ମଚାରୀମାନଙ୍କ ପାଇଁ ଏକ ଭିଡିଓ ମେସେଜ୍ ପଠାଇଥିଲା।
  19. ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ଆଜିଠୁ ଲାଗିବ ବ୍ରେକ୍ । ଆଜିଠାରୁ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରବାହ ପାଇଁ ପାଗ ବଦଳିବା ସହ କିଛି ସ୍ଥାନରେ ବର୍ଷା ହେବ ।
  20. ୟୁକ୍ରେନ୍‌ ବିରୋଧରେ ଲଢ଼େଇ କରିବା ପାଇଁ ରୁଷ୍‌କୁ ସହଯୋଗ କରିବା ଲାଗି ଅର୍ଥ ନେଇ ସ୍ବଇଚ୍ଛାରେ ଆସୁଥିବା ବିଦେଶୀ ସୈନିକମାନଙ୍କୁ କଡ଼ା ଚେତାବନୀ ଦେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି, ଏଭଳି ନିଷ୍ପତ୍ତି ହେବ ସେମାନଙ୍କ ଜୀବନର ସବୁଠୁ ମନ୍ଦ ନିଷ୍ପତ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.