• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କରୋନା ଟିକା କୋଭିସିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ୍ (ପାନ) ମଧ୍ୟରେ ରହୁଥିବା ସମୟ ବ୍ୟବଧାନକୁ ହ୍ରାସ କରାଯାଇଛି। କରୋନା ଟିକାକରଣ ସମ୍ପର୍କିତ ସର୍ବୋଚ୍ଚ କମିଟି ଏନଟିଏଜିଆଇ ନିଷ୍ପତ୍ତି ଅନୁଯାୟୀ କୋଭିସିଲ୍ଡ ପ୍ରଥମ ପାନ ଟିକା ନେବାର ୮ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ପାନ ନିଆଯାଇପାରିବ।
  2. ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ଯୋଗୁଁ ସଷ୍ଟି ହୋଇଥିବା ‘ମାନବୀୟ ଏବଂ ମାନବ ଅଧିକାର ସଙ୍କଟ’ର ଅନ୍ତର୍ଜାତୀୟ ମୁକାବିଲା ସମ୍ପର୍କରେ ଆଲୋଚନା କରିବା ଲାଗି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋସେଫ୍‌ ବାଇଡେନ୍‌ ପୋଲାଣ୍ଡ୍‌ ଯାତ୍ରା କରିବେ‌ ବୋଲି ରବିବାର ରାତିରେ ହ୍ବାଇଟ୍‌ ହାଉସ୍‌ ମୁଖପାତ୍ରୀ ଜେନ୍‌ ସାକି କହିଛନ୍ତି।
  3. ଶନିବାର ଏକ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ପିତାମାତା ଜୀବିତ ଥାଉ ଥାଉ ତାଙ୍କ ନାମରେ ଥିବା ଫ୍ଲାଟ ଉପରେ ପୁଅ ନିଜର ଅଧିକାର ଦାବି କରିପାରିବ ନାହିଁ।
  4. ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୨୫ ଦିନ ପୂରଣ ହୋଇଥିବା ବେଳେ ରୁଷ୍‌ ଏବେ ପାରମ୍ପରିକ ଅସ୍ତ୍ର ଛାଡ଼ି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବ୍ୟବହାର କରିବା ଆରମ୍ଭ କରିଛି।
  5. କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଷୀ ଶନିବାର କହିଛନ୍ତି ଯେ ଗୁଜରାଟ ସରକାରଙ୍କ ପରି ସବୁ ସରକାର ନିଜ ରାଜ୍ୟରେ ବିଦ୍ୟାଳୟ ପାଠ୍ୟକ୍ରମରେ ଭଗବତ୍ ଗୀତାକୁ ସ୍ଥାନ ଦେବା କଥା ଚିନ୍ତା କରିବା ଉଚିତ।
  6. କେରଳରେ ଭୁଶୁଡିଲା ଦର୍ଶକ ଗ୍ୟାଲେରୀ। କ୍ୟାମେରାରେ କଏଦ ହେଲା ୨୦୦ଲୋକ ଚାପି ହୋଇଯିବାର ଦୃଶ୍ୟ। ଶନିବାର ରାତିରେ ଉତ୍ତର କେରଳର ମାଲାପ୍ପୁରମ୍ ଜିଲ୍ଲାର ବନ୍ଦୁର ନିକଟରେ ଥିବା ଫୁଟବଲ୍ ଷ୍ଟାଡିୟମର ମ୍ୟାଚ୍ ଚାଲୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।
  7. ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ନବଗଠିତ କ୍ୟାବିନେଟ୍‌ ବୈଠକର ଅଧ୍ୟକ୍ଷତା କରି ପଞ୍ଜାବ ଯୁବପିଢ଼ିଙ୍କୁ ୨୫ହଜାର ଚାକିରି ଦିଆଯିବ ବୋଲି ଘୋଷଣା କରିଥିଲେ। ଗୋଟିଏ ମାସ ମଧ୍ୟରେ ୨୫ହଜାର ଚାକିରି ଦିଆଯିବ ବୋଲି ଭଗୱନ୍ତ ଘୋଷଣା କରିଥିବା ବେଳେ ଆଜି ଏହାକୁ ନେଇ ‌ଆଉ ଏକ ବଡ଼ ‌କଥା କହିଛନ୍ତି ଭଗୱନ୍ତ। ଦଳର ବିଧାୟକମାନଙ୍କୁ ସୁପାରିଶଠାରୁ ଦୂରେଇ ରହିବାକୁ କହିଛନ୍ତି ଭଗୱନ୍ତ।
  8. ବହୁଳ ପ୍ରସାରିତ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ନୀଳାଦ୍ରିଭୂଷଣ ହରିଚନ୍ଦନଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ-୨୦୨୧’ ପ୍ରଦାନ କରାଯିବ।
  9. ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ପ୍ରତିଭାଧରଙ୍କୁ ଦଶ ହଜାର ଟଙ୍କା ସହିତ ଉପାୟନ ପ୍ରଦାନ କରାଯିବ। ସେହିପରି ‘ସତ୍ୟବାଦୀ ସାହିତ୍ୟ ସମ୍ମାନ ୨୦୨୧’ ପାଇବେ ବ୍ରଜମୋହନ ମିଶ୍ର (ପ୍ରବନ୍ଧ), ପିନାକୀ ମିଶ୍ର (କବିତା) ଓ ଅର୍ଜୁନ ପୃଷ୍ଟି(ଗଳ୍ପ)। ଶିଶୁସାହିତ୍ୟ ବିଭାଗରେ ଦେବେନ୍ଦ୍ର କର ଓ ସୁନାମଣି ରାଉତଙ୍କୁ ସମ୍ବର୍ଦ୍ଧିତ କରାଯିବ।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ବ ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି। ଆମେରିକାର ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ହୋଇଥିବା ଗ୍ଲୋବାଲ ଲିଡର ଆପ୍ରୁଭାଲ ​‌େ​‌ରଟିଂ ଅନୁଯାୟୀ ମୋଦୀ ୭୭ ପ୍ରତିଶତ ରେଟିଂ ପଏଣ୍ଟ ପାଇ ବିଶ୍ବର ଶ୍ରେଷ୍ଠ ଲୋକପ୍ରିୟ ନେତା ନିର୍ବାଚିତ ହୋଇଛନ୍ତି।
  11. ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ପ୍ରତିଯୋଗିତା୨୦୨୧-୨୨ରେ ଭାତର ପଞ୍ଚମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ୪-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।
  12. ଆସନ୍ତା ୫ବର୍ଷ ମଧ୍ୟରେ ଭାରତରେ ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଜାପାନ। ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଶିଖର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱରେ ଭାରତର ମେକ୍‍ ଇନ୍‍ ଇଣ୍ଡିଆ ପାଇଁ ଅସୀମିତ ସମ୍ଭାବନା ରହିଛି।
  13. ବାପା, ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତିରେ ପୁଅମାନଙ୍କର କୌଣସି ଅଧିକାର ନାହିଁ: ବମ୍ବେ ହାଇକୋର୍ଟ ।
  14. ମଣିପୁର ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ: ସର୍ବସମ୍ମତିରେ ହେଲେ ନେତା ନିର୍ବାଚିତ .
  15. ପାଠ୍ୟକ୍ରମରେ ଯୋଡ଼ା ହେବ ଭଗବଦ୍ ଗୀତା: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ
  16. ୨୫ ଦିନରେ ୟୁକ୍ରେନ ଯୁଦ୍ଧ, ମାରିଉପୋଲ ସହରରେ ରୁଷୀୟ ଟ୍ୟାଙ୍କ୍, ସହରକୁ ବିଦ୍ୟୁତ, ଜଳ ଓ ଗ୍ୟାସ ଯୋଗାଣ ବନ୍ଦ
  17. ତତଲା ତାୱାରେ ଟିଟିଲାଗଡ଼; ତାପମାତ୍ରା ୪୦ ଡିଗ୍ରି ଉପରେ, ଆଗକୁ ସ୍ଥିତି ଆହୁରି ସଙ୍ଗିନ୍‌ ହେବ ।
  18. ହୋଲି ବେ‌ଳେ ଖରସ୍ରୋତାରେ ବୁଡ଼ିଗଲେ ୬ ସାଙ୍ଗ; ୪୨ ଘଣ୍ଟା ପରେ ମିଳିଲା ସମସ୍ତଙ୍କ ମୃତଦେହ, ବଂଶଶୂନ୍ୟ ହୋଇଗଲା ୪ ପରିବାର ।
  19. ଋଷର ସେନାର ଯୁଦ୍ଧ କରିବାକୁ ମନୋବଳ ଦୁର୍ବଳ ହେଉଛି । ଯୁଦ୍ଧକୁ ଏଡାଇବା ପାଇଁ, କିଛି ସୈନିକ ନିଜ ଗୋଡକୁ ନିଜେ ଗୁଳି ମାରୁଛନ୍ତି । ୟୁକ୍ରେନ ବନ୍ଧୁକରୁ ଗୁଳି ନିଜ ପାଦରେ ଫୁଟାଉଛନ୍ତି । ଏମିତି କରିବାର କାରଣ ହେଉଛି ଯେ, ଯେମିତି ମନେହେବ ଡିଫେଣ୍ଡରମାନେ ମାଡ ମାରିବା ପରେ ସେମାନେ ଆହତ ହୋଇଛନ୍ତି ।
  20. ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ବଙ୍ଗଳାର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ନୀଳ ଓ ଧଳା ରଙ୍ଗର ହେବ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.