• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଆସୋସିସନ ବା OSJA ପକ୍ଷରୁ ଆୟୋଜିତ ୭ମ ପ୍ରତିଷ୍ଠା ଦିବସରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ବାସ୍କେଟବଲ୍ ଲିଜେଣ୍ଡ ତଥା ଭାରତୀୟ ପୂର୍ବତନ ଖେଳାଳି ଅରୂପାନନ୍ଦ ରାଉତରାୟଙ୍କୁ ଲାଇଫ ଟାଇମ୍ ଆଚିରଭ୍‌ମେଣ୍ଟ ସମ୍ମାନ ଓ ଟୋକିଓ ଅଲମ୍ପିକ୍ସ ହକିରେ ବ୍ରୋଞ୍ ପଦକ ବିଜେତା ଅଲମ୍ପିଆନ୍ ବୀରେନ୍ଦ୍ର ଲାକ୍ରାଙ୍କୁ ଶ୍ରେଷ୍ଠ ଖେଳାଳି ସମ୍ମାନ ପ୍ରଦାନ କରାଯାଇଛି ।
  2. ସୁନ୍ଦର ଶରୀର ଗଠନ ପାଇଁ ବେଶ ଲୋକପ୍ରିୟ ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ୍ ନିଜ ଫିଟ୍‌ନେସ୍ ସିକ୍ରେଟର ଖୁଲାସା କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟ୍‌ନେସ୍ ଶୋ’ରେ ସେ ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ଚିନି ସିଗାରେଟ୍‌ ଠାରୁ ମଧ୍ୟ ଅଧିକ କ୍ଷତିକାରକ ।
  3. ପଞ୍ଜାବରେ ଆମ ଆଦମୀ ପାର୍ଟିର ବୃହତ ବିଜୟ ପରେ ରାଜ୍ୟସଭାକୁ ପାଞ୍ଚ ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି  । ଏହି ତାଲିକାରେ କ୍ରିକେଟର ହରଭଜନ ସିଂ, ଦିଲ୍ଲୀରୁ ବିଧାୟକ ହୋଇଥିବା ରାଘବ ଚଢା, ଆଇଆଇଟି ଦିଲ୍ଲୀର ଆସୋସିଏଟ ପ୍ରଫେସର ସନ୍ଦୀପ ପାଠକ, LPU ପ୍ରତିଷ୍ଠାତା ତଥା ଚାନ୍ସଲର ଅଶୋକ ମିତ୍ତଲ ଏବଂ ବିଶିଷ୍ଟ ଶିଳ୍ପବୀତ ସଞ୍ଜୀବ ଆରୋରାଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ପ୍ରକାଶ ପାଇଛି  ।
  4. କୃଷି ଆଇନକୁ ନେଇ ବଡ଼ ଖବର; ରଦ୍ଦ କରାଯାଇଥିବା ଆଇନ୍‌ରେ ଖୁସିଥିଲେ ୮୬% କୃଷକ ସଂଗଠନ, ସୁପ୍ରିମକୋର୍ଟ କମିଟି ରିପୋର୍ଟ ।
  5. ୧୩୨ ଜଣ ଯାତ୍ରୀଙ୍କୁ ନେଇ ଚୀନର କୁନମିଙ୍ଗରୁ ଗୁଆଙ୍ଗଝୁକୁ ଯାଉଥିବା ଇଷ୍ଟର୍ଣ୍ଣ ଏୟାର ଲାଇନ୍ସର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚୀନ୍ ରାଷ୍ଟ୍ରପତି ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ କେହି ଜୀବିତ ନଥିବା ସନ୍ଦେହ କରାଯାଉଛି ।
  6. ଉତ୍ତରାଖଣ୍ଡ ପରେ ଗୋଆରେ ପ୍ରମୋଦ ସାଓ୍ଵନ୍ତ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ
  7. ନିର୍ବାଚନ ହାରି ବି ପାଇଲେ ମୁଖ୍ୟମନ୍ତ୍ରୀ ପଦ ପୁଷ୍କର ସିଂ ଧାମି ଦ୍ୱିତୀୟଥର ପାଇଁ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ।
  8. ଏପ୍ରିଲ୍‌ରେ ପୁଣି ଆରମ୍ଭ ହେବ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ । ପିଲାମାନଙ୍କ ପାଇଁ ପୁଣିଥରେ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି ।
  9. ଏପ୍ରିଲ ୨୮ ତାରିଖରୁ ରାଜ୍ୟ ରେ ଯୁକ୍ତ ଦୁଇ +୨ ବୋର୍ଡ ପରୀକ୍ଷା ହେବ । ଏକକାଳୀନ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଲାଗି ପରୀକ୍ଷା କରାଯିବ ।ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରତିଦିନ ସକାଳ ୯ଟାରୁ ଗୋଟିଏ ସିଟିଂ ପରୀକ୍ଷା କରାଯିବ
  10. ଚଳିତମାସ ୨୪ରେ ପୌର ନିର୍ବାଚନ ପାଇଁ ହେବ ମତଦାନ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସହିତ ୪୭ଟି ପୌରପାଳିକା, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବ ମତଦାନ । ଉକ୍ତଦିନକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଲେ ସବୈତନିକ ଛୁଟି ଘୋଷଣା ।
  11. ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦ୍ୱିତୀୟ ଦିନ ସୁଦ୍ଧା ୮ଲକ୍ଷ ୨୧ ହଜାର ୬୩୮ ଜଣ ପିଲାଙ୍କୁ ପ୍ରଥମ ଡୋଜ୍ କରୋନା ପ୍ରତିଷେଧକ ଟିକା ଦିଆଗଲାଣି ।
  12. ସେନ୍ସେକ୍ସରେ ୧,୦୪୭ ପଏଣ୍ଟ୍ ହେଲା ବୃଦ୍ଧି । ଗତ ଦୁଇ ଦିନରେ ସେନ୍ସେକ୍ସରେ ପାଖାପାଖି ଦୁଇ ହଜାର ପଏଣ୍ଟର ବୃଦ୍ଧି ହୋଇଥିବା ବେଳେ ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୯ ଲକ୍ଷ ଟଙ୍କାର ବୃଦ୍ଧି ଘଟିଛି।
  13. ମିସ୍ ୱାଲ୍‌ର୍ଡ ୨୦୨୧’ ର ବିଜୟ ମୁକୁଟ ପିନ୍ଧିଲେପୋଲାଣ୍ଡ ର କରୋଲିନା ବାଏଲସ୍କା ।
  14. ଡିଆର୍ଡିଓ ପକ୍ଷରୁ ମାତ୍ର ୪୫ ଦିନରେ ଏକ ୭ ମହଲା କୋଠା ବେଙ୍ଗାଲୁରୁରେ ହେଲା ନିର୍ମାଣ । ସ୍ବଦେଶୀ ଜ୍ଞାନକୌଶଳ ପ୍ରାୟୋଗ ଦ୍ବାରା ଆଡଭାନ୍ସଡ୍ ମିଡିୟମ୍ କମ୍ପାଟ୍ ଏୟାରକ୍ରାପ୍ଟ ନିର୍ମାଣ କରିବା ଲାଗି ଏହି କୋଠାରେ ଗବେଷଣା ଓ ବିକାଶ କାର୍ଯ୍ୟ ସମ୍ପାଦନ କରାଯିବ।
  15. ଚୀନ୍, ଦକ୍ଷିଣ କୋରିଆ ଓ ଇସ୍ରାଏଲରେ ବଢୁଛି କରୋନା ସଂକ୍ରମଣ: ଦକ୍ଷିଣ କୋରିଆରେ ଦିନକରେ ହେଲେ ୪ଲକ୍ଷ ସଂକ୍ରମିତ ।
  16. ସଂସଦରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଠାରୁ ଦଳୀୟ ସାଂସଦମାନେ ସମର୍ଥନ ପ୍ରତ୍ୟାହାର କଲେ
  17. ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରମ୍ଠାରେ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ଏଫ୍ଆଇଏଚ୍ କନିଷ୍ଠ ମହିଳା ହକି ବିଶ୍ବକପ୍ ଲାଗି ହକି ଇଣ୍ଡିଆ ଗୁରୁବାର ଭାରତୀୟ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ଦୁଇ ଜଣ ଖେଳାଳି ଆଜମିନା କୁଜୁର ଏବଂ ଜୀବନକିଶୋରୀ ଟପ୍ପୋ ସ୍ଥାନ ପାଇଛନ୍ତି।
  18. ନିର୍ବାଚନ ପାଇଁ ସ୍ଥିର ଥିବା ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୧୩୭ ଦିନ ପରେ ପୁଣି ବଢିଥିବା ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ୮୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୪୧ ପଇସାରୁ ୯୬ ଟଙ୍କା ୨୧ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ୮୬ ଟଙ୍କା ୬୭ ପଇସା ଥିବାବେଳେ ଲିଟର ପିଛା ୮୭ ଟଙ୍କା ୪୭ରେ ପଇସାରେ ପହଞ୍ଚିଛି ।
  19. ଆଜି ମଧ୍ୟାହ୍ନରେ ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା । ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ଉତ୍ତର, ପୂର୍ବ ଓ ଦକ୍ଷିଣ ଓଡ଼ିଶାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
  20. ମଣିପୁରରେ ବିରେନ ସିଂ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅଭିଷିକ୍ତ ହୋଇଛନ୍ତି  । ସେହିପରି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିବା ପୁଷ୍କର ସିଂ ଧାମି । ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମିନିର୍ବାଚନ ହାରିଯାଇଛନ୍ତି ।  ପ୍ରମୋଦ ସାୱନ୍ତ ପୁନର୍ବାର ଗୋଆର ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.