• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ‘ଅଜେୟ’ (ଜିତିବା ଅସମ୍ଭବ) ବୋଲି ଘୋଷଣା କରି ମଙ୍ଗଳବାର ଦିନ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ ରୁଷ୍‌କୁ କହିଛନ୍ତି ଯେ, ଏଭଳି ‘ଅବାନ୍ତର ଯୁଦ୍ଧ’ ବା ‘ଅଯୌକ୍ତିକ ଯୁଦ୍ଧ’ ଶେଷ କରିବାର ସମୟ ଆସିଯାଇଛି।
  2. ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଦ୍ବାଦଶ (+୨) ଶ୍ରେଣୀର ମାର୍କ ଆବଶ୍ୟକ ପଡ଼ିବ ନାହିଁ। ସେଣ୍ଟ୍ରାଲ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)ର ସ୍କୋର ଅନୁସାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବେ
  3. ୟୁକ୍ରେନର ଡୋନେସ୍କ ଏବଂ ଲୁହାନସ୍କରୁ ରୁଷ୍‌ ୨,୩୮୯ ଶିଶୁଙ୍କୁ ବଳପୂର୍ବକ ଅପହରଣ କରିଛି। ରୁଷ୍‌ ସୈନିକଙ୍କର ଏହି କାର୍ଯ୍ୟ ଅନ୍ତର୍ଜାତୀୟ ଆଇନ ଏବଂ ବିଶେଷ କରି ଅନ୍ତର୍ଜାତୀୟ ମାନବୀୟ ଆଇନର ଗୁରୁତର ଉଲ୍ଲଂଘନ କରିଛି ବୋଲି ୟୁକ୍ରେନ୍‌ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି।
  4. ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ଭାରତର ନୀତି ଅସ୍ଥିର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଆମେରିକାର ପ୍ରବଳ ଚାପ ସତ୍ତ୍ବେ ଭାରତ ନିଜର ବନ୍ଧୁ ରାଷ୍ଟ୍ର ରୁଷ୍‌ ବିରୋଧରେ କୌଣସି ବୟାନ ଦେଉନଥିବାରୁ କ୍ଷୁବ୍ଧ ବାଇଡେନ୍‌ ଏଭଳି ମନ୍ତବ୍ୟ ରଖିଛନ୍ତି।
  5. ସୋମବାର ଚୀନରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୧୩୩ ଯାତ୍ରୀ ମୃତ୍ୟୁବରଣ କରିଥିବାର ଆଶଙ୍କା ବଢିବାରେ ଲାଗିଛି । କାରଣ ଏହି ଦୁର୍ଘଟଣା ହେବାର ଇତିମଧ୍ୟରେ ଗୋଟିଏ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଜଣେ ବି ଜୀବିତ ବ୍ୟକ୍ତିଙ୍କ ସନ୍ଧାନ ମିଳିପାରିନାହିଁ ।
  6. ୬୦ କିଲୋମିଟର ମଧ୍ୟରେ କେବଳ ଗୋଟିଏ ଟୋଲ ପ୍ଲାଜା ରହିବ ।  ଯଦି ଦୁଇଟି ଟୋଲ ପ୍ଲାଜା ଥିଲେ ସେଗୁଡ଼ିକୁ ଆସନ୍ତା ୩ ମାସରେ ବନ୍ଦ କରିଦିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ।
  7. ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ହୋଇଥିବା ହିଂସା ମାମଲାରେ ରିପୋର୍ଟ ତଲବ କରିଛନ୍ତି କେନ୍ଦ୍ର ସରକାର । ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
  8. ଭାରତର ରାଜଧାନୀ ଦିଲ୍ଲୀ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବେ ବିବେଚିତ ହୋଇଛି | ତେବେ କେବଳ ଦିଲ୍ଲୀ ନୁହେଁ, ବରଂ ଦୁନିଆର ୫୦ଟି ପ୍ରଦୂଷିତ ସହର ମଧ୍ୟରୁ ୩୫ଟି ଭାରତର ସହର ଥିବାବେଳେ ୧୦୦ଟି ସହର ମଧ୍ୟରେ ଭାରତର ୬୩ଟି ସହର ରହିଛି |
  9. ଭାରୋତ୍ତଳନରେ ଓଡ଼ିଶାର ଗୌରବ: ବ୍ରୋଞ୍ଜ ପଦକ ଜିତିଲେ ଝିଲ୍ଲୀ ଓ ସ୍ନେହା ।
  10. ଯୋଗୀଙ୍କ ଶପଥ ଗ୍ରହଣ ପଡିଆରେ ହେବ ୯ଟି ହେଲିପ୍ୟାଡ଼ ସହ ୨୧ ହଜାର ଗାଡି ପାଇଁ ପାର୍କିଙ୍ଗ ବ୍ୟବସ୍ଥା ।
  11. ଚଳିତ ସିଜନରେ ୧୦ଟି ଦଳରୁ ୮ଟି ଦଳର ନେତୃତ୍ୱ ନେଉଛନ୍ତି ଭାରତୀୟ ଖେଳାଳି । ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଏବଂ କେ. ଏଲ ରାହୁଲଙ୍କ ସମେତ ଅନେକ ଯୁବ ଖେଳାଳି ଅଧିନାୟକ ଭାର ସମ୍ଭାଳିବେ ।
  12. ଓଡ଼ିଶାର ସୀତାକୁଣ୍ଡରୁ ଅଯୋଧ୍ୟା ଗଲା ପାଣି । ରାମ ମନ୍ଦିର ନିର୍ମାଣରେ ଲାଗିବ ମାଲକାନଗିରି ସୀତାକୁଣ୍ଡର ଜଳ ।
  13. ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ଓ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି । ଫଳରେ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୭୪ ପଇସା ଓ ଡିଜେଲ୍ ୯୨ ଟଙ୍କା ୫୪ ପଇସାରେ ପହଞ୍ଚିଛି । ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦାମ୍ ୫୦ ଟଙ୍କା ମହଙ୍ଗା ହୋଇ ପାଖାପାଖି ହଜାରେ ଟଙ୍କା ଛୁଇଁଛି । ଫଳରେ ରାଜଧାନୀ ଭୁବନେଶ୍ୱରରେ ଗ୍ରାହକଙ୍କୁ ୯୭୬ ଟଙ୍କାରେ କିଣିବାକୁ ପଡ଼ିବ ଏଲ୍‌ପିଜି ସିଲିଣ୍ଡର । 
  14. ଶେଷ ହେଲା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପ୍ରକଳ୍ପର ମହୀପୁର-ନୂଆଗାଁ ମଧ୍ୟରେ ନିର୍ମାଣ କାର୍ଯ୍ୟ ।
  15. ରାଜଧାନୀ ଦିଲ୍ଲୀରେ ଆଉ ୩ ନଗର ନିଗମ ବ୍ୟବସ୍ଥା ରହିବ ନାହିଁ। ୩ଟି ଯାକ ନଗର ନିଗମ ବା ମ୍ୟୁନସିପାଲ କର୍ପୋରେସନ ଏକାଠି ହୋଇ ଗୋଟିଏ ନିଗମରେ ପରିଣତ ହେବ।
  16. ସହିଦ ଭଗତ ସିଂଙ୍କ ନାମରେ ନାମିତ ହେବ ଦିଲ୍ଲୀର ସୈନିକ ସ୍କୁଲ: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା ।
  17. ଏଣିକି ଦ୍ୱାଦଶ ମାର୍କ ନୁହେଁ ବରଂ ପ୍ରବେଶିକା ପରୀକ୍ଷାର ମାର୍କକୁ ନେଇ ହେବ ୟୁନିଭରସିଟିରେ ଆଡମିସନ । ଏନେଇ ନାସ୍ନାଲ୍ ଟେଷ୍ଟିଂ ଏଜେନ୍ସି ସିୟୁଇଟି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡ଼ିଛି । 
  18. ଗିରଫ ହୋଇ ଜେଲ ଗଲେ ଚିଲିକାର ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ଚିକିତ୍ସିତ ହୋଇ ବାହାରିବା ପରେ ବାଣପୁର ପୋଲିସ ତାଙ୍କୁ ତୁରନ୍ତ ଗିରଫ କରିଥିଲା । ମଙ୍ଗଳବାର ରାତିରେ ବାଣପୁର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
  19. ହିଞ୍ଜିଳିକାଟୁ ଥାନା ପିତ୍ତଳ ଛକରେ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । କମେଣ୍ଟମରାକୁ କେନ୍ଦ୍ରକରି ଏହି ହତ୍ୟା ହୋଇଥିବା ଅନୁମାନ କରାଯାଉଛି । ସୂଚନା ମୁତବାକ କମେଣ୍ଟମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପରେ ଗୋଟିଏ ପରିବାରର ୩ ଭାଇ ଏବଂ ଅନ୍ୟ ଜଣେ ପୁତୁରାକୁ ଅଭିଯୁକ୍ତ ମାନେ ହତ୍ୟା କରିଛନ୍ତି ।
  20. ଭଗୱନ୍ତ ମାନ୍‌ଙ୍କ ନେତୃତ୍ବ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍‌) ସରକାର ରାଜ୍ୟର ୩୫ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାନ୍‌ ଘୋଷଣା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.