• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜଧାନୀ ଭୁବନେଶ୍ବରର ବିଭିନ୍ନ ବୁଥରେ ଇଭିଏମ୍‌ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ଭୋଟର ମାନେ ଅସନ୍ତୋଷ ଜାହିର କରିଛନ୍ତି । ଇଭିଏମ୍‌ ଖରାପ ଯୋଗୁ ଲୋକ ମାନେ ବହୁ ସମୟ ଧରି ଅପେକ୍ଷା କରିରହିଛନ୍ତି । 
  2. ପୁଟିନଙ୍କୁ ନାଟୋ ଧମକ ଦେଇଛି ଯଦି ତାଙ୍କ ଅସ୍ତିତ୍ୱ ପ୍ରତି ବିପଦ ଆସେ ତେବେ ସେ ଆଣବିକ ଆକ୍ରମଣରୁ ପଛଘୁଞ୍ଚା ଦେବେ ନାହିଁ ।
  3. ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ଶ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ଏହିଦିନ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। 
  4. ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ମହିଳା ମାନ୍ୟତାରେ ଭାରତୀୟ ଓପନର ସ୍ମୃତି ମାନ୍ଧାନା ଓ ୟାସ୍ତିକା ଭାଟିଆ ଉପରକୁ ଉନ୍ନୀତ ହୋଇଛନ୍ତି।
  5. କର୍ଣ୍ଣାଟକରେ ଆଉ ଏକ ସାମ୍ପ୍ରଦାୟିକ ବିବାଦ ଦାନା ବାନ୍ଧିଛି। ହିଜାବ ବିବାଦ ଆରମ୍ଭ ହୋଇଥିବା ଉଡୁପି ଜିଲାର ହୋସା ମାରଗୁଡ଼ି ମନ୍ଦିରରେ ଆରମ୍ଭ ହୋଇଥିବା ପାରମ୍ପରିକ ମେଳାରେ ମୁସଲମାନ ବିକ୍ରେତାଙ୍କୁ ଅଂଶଗ୍ରହଣ ପାଇଁ ନିଷିଦ୍ଧ କରାଯାଇଛି।
  6. ‘ଦି କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ସ୍ବର ଉତ୍ତୋଳନ କରିଥିବା ଆଇଏଏସ୍ ଅଧିକାରୀ ନିଆଜ ଖାନଙ୍କ ସମସ୍ୟା ବଢିପାରେ। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ମଧ୍ୟପ୍ରଦେଶ ସରକାର ନିଆଜଙ୍କୁ ନୋଟିସ ଜାରି କରି ପଚରାଉଚରା କରିବେ।
  7. ୩୭ ପ୍ରତିଶତ ପିଲା ଶୋଇବା ବେଳେ ବିଛଣାରେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ସେହିପରି ଅତ୍ୟାଧିକ ସ୍ମାର୍ଟଫୋନ ବ୍ୟବହାର ଯୋଗୁ ୩୭.୧୫ ପ୍ରତିଶତ ପିଲାଙ୍କଠାରେ ମାନସିକ ଏକାଗ୍ରତା ସ୍ତରରେ ହ୍ରାସ ଅନୁଭବ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି (ଆଇଟି) ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବୁଧବାର ଲୋକସଭାରେ ଏହା କହିଛନ୍ତି।
  8. ବୀରଭୂମ ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ କହିଲେ ଦୋଷୀଙ୍କ ବିରୋଧରେ ହେଉ ଦୃଢ କାର୍ଯ୍ୟାନୁଷ୍ଠାନ । ଘଟଣାସ୍ଥଳର ଭିଡିଓ ରେକର୍ଡିଂ ସହ ପ୍ରମାଣ ନଷ୍ଟ ନକରିବାକୁ କୋଲକାତା ହାଇକୋର୍ଟ ଦେଲେ ନିର୍ଦ୍ଦେଶ ।
  9. ବଡ଼ବିଲ ପୌରପାଳିକା ଆକାଉଣ୍ଟରୁ ୨.୪୪ କୋଟି ଗାଏବ ଘଟଣା: ଦୁଇଦିନରେ ହୋଇଥିଲା ୪ ଥର କାରବାର ।
  10. ୧୬୩ ମେଟ୍ରିକ ଟନ୍ କୋଇଲା ଉତ୍ପାଦନ କରି ସ୍ଥିର ରେକର୍ଡ ହାସଲ କଲା ମହାନଦୀ କୋଲଫିଲ୍ଡସ୍ ଲିମିଟେଡ ।
  11. ଭାରତ ବୁଧବାର ଆଣ୍ଡାମାନ ନିକୋବର ଦ୍ଵୀପ ପୁଞ୍ଜରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି।
  12. ୨ ବର୍ଷ ପରେ ହଟିବ ମହାମାରୀ ଆଇନ । ସଂକ୍ରମଣ କମୁଥିବାରୁ ମାର୍ଚ୍ଚ ୩୧ରୁ ଆଇନକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।
  13. ଚିକିତ୍ସା ଅବହେଳାରୁ କୋଭିଡ ରୋଗୀ ମୃତ୍ୟୁ : ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
  14. ନାସାର ବଡ଼ ଦାବି - ସୌରମଣ୍ଡଳ ବାହାରେ ରହିଛି ଅଲଗା ୫ହଜାର ଗ୍ରହ, ପୃଥିବୀ ପରି ରହିଛି ଆହୁରି ୨୦୦ଟି ଗ୍ରହ ।
  15. ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଖୋଲିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଓପି ହେଲା ଜାରି ।।
  16. ଏକ ଐତିହାସିକ ନିଷ୍ପତ୍ତି ନେଇ ଚର୍ଚ୍ଚାରେ କର୍ଣ୍ଣାଟକ ହାଇକୋର୍ଟ । ନିଜ ପତ୍ନୀଙ୍କ ସହିତ ବଳପୂର୍ବକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ଜଣେ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କଲେ କର୍ଣ୍ଣାଟକ ହାଇକୋର୍ଟ ।
  17. ମାର୍ଚ୍ଚ ୨୬ରୁ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। କୋଭିଡ୍‌ ସଂକ୍ରମଣ ଯୋଗୁଁ ୨୦୨୨ ଆଇପିଏଲ୍‌ର ୭୦ଟିଯାକ ଲିଗ୍‌ ମ୍ୟାଚ୍‌ ମହାରାଷ୍ଟ୍ରର ୪ଟି ଷ୍ଟାଡିୟମ୍‌ରେ ଖେଳାଯିବ।
  18. ୟୁକ୍ରେନ୍‌ର ମାନବୀୟ ସଙ୍କଟ ଉପରେ ରୁଷ୍‌ ଆଗତ କରିଥିବା ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ଏବଂ ଜାତିସଂଘ ନିରାପତ୍ତା ପରିଷଦ୍ର ଆଉ ୧୨ଟି ଦେଶ ନିବୃତ୍ତ ରହିଛନ୍ତି।
  19. ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଙ୍ଗଳବାର ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ସହ ୟୁକ୍ରେନ୍‌ର ଗମ୍ଭୀର ପରିସ୍ଥିତି ବିଷୟରେ କଥା ହୋଇଥିଲେ। ଏହି ଅବସରରେ ଉଭୟ ଏକମତ ହୋଇଥିଲେ ଯେ, ୟୁକ୍ରେନ୍‌ର ଅଖଣ୍ଡତା ଓ ସାର୍ବଭୌମତ୍ବକୁ ସମ୍ମାନ ଦିଆଯିବା ଉଚିତ।
  20. ପୂର୍ବତଟ ରେଳ ଓଡ଼ିଶା ସହ ଅଙ୍ଗାଙ୍ଗୀ ଜଡ଼ିତ। ଏହି ରେଳପଥ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥିବା ବେଳେ ଏଥିରେ ପ୍ରବେଶ (ଏଣ୍ଟ୍ରି) ସ୍ତରୀୟ ୫ ହଜାର ୨୬୪ ପଦବି ଖାଲିପଡ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.