• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୩ ନମ୍ବର ୱାର୍ଡରେ ନିଜର ମତଦାନ କରିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ମୁଖ୍ଯମନ୍ତ୍ରୀ । ନବୀନ ନିବାସ ନିକଟସ୍ଥ ଏରୋଡ୍ରମ କଲୋନୀ ସ୍ଥିତ ୟୁପି ସ୍କୁଲରେ ତାଙ୍କର ବୁଥ୍‍ ରହିଥିଲା ।
  2. ମତଦାନ ସାବ୍ୟସ୍ତ କରିଛନ୍ତି ସହରୀ ଭୋଟର। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପକ୍ରିୟା ଶେଷ ହୋଇଛି। ରାଜ୍ୟ ନିର୍ବାଚନ କିମିଶନଙ୍କ ସଦ୍ୟ ସୂଚନା ମୁତାବକ ସଂନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୫ ପ୍ରତିଶତ ମତଦାନ ହୋଇଛି ।
  3. ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବ। ପରୀକ୍ଷା କାର୍ଯ୍ୟସୂଚୀ । କଳା, ବିଜ୍ଞାନ ଓ ବାଣିଜ୍ୟରେ ପଢୁଥିବା ୨ୟ ବର୍ଷର ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ସାମିଲ ହେବେ। ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ ପରୀକ୍ଷା
  4. ରେଳଯାତ୍ରା ଟିକଟ ବୁକିଂ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି। କିନ୍ତୁ ଲୋକଙ୍କ ସମସ୍ୟା ଦୂର ହୋଇପାରୁନି। ଟିକଟ୍‍ ବୁକିଂ ଆପ୍‍ରେ ଟିକଟ୍‍ ଉପଲବ୍ଧ ରହିଥିବା ଦେଖାଉଥିବା ବେଳେ ରେଳବାଇର ଟିକଟ୍‍ କାଉଣ୍ଟରରେ କିନ୍ତୁ ଟିକଟ୍‍ ଆଉ ନାହିଁ ବୋଲି ଉତ୍ତର ମିଳୁଛି।
  5. ଉତ୍ତର ପ୍ରଦେଶର ନବନିର୍ବାଚିତ ବିଜେପି ବିଧାୟକମାନେ ଯୋଗୀ ଆଦିତ୍ୟନାଥଙ୍କୁ ନେତା ଭାବେ ଚୟନ କରିଛନ୍ତି। ସେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବାରୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
  6. ଚଳିତ ଆର୍ଥିକ ବର୍ଷ ପାଇଁ ବଢ଼ିବନି ବିଜୁଳି ଦର । ଚଳିତ ବର୍ଷ ବିଦ୍ୟୁତ୍ ଦର ନବଢ଼ିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଓଇଆରସି ସଚିବ ।ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ୍‌ ଡିଜିଟାଲ ମୋଡରେ ପେମେଣ୍ଟ କଲେ ୩% ରିହାତି ମିଳିବ ବୋଲି ଆଜି ଓଇଆରସି ସଚିବ ଘୋଷଣା କରିଛନ୍ତି।
  7. ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ ୫୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର ପାଇଁ ୟୁନିଟ ପିଛା ୩ ଟଙ୍କା ଲେଖାଏଁ ଆଦାୟ କରାଯିବ । ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଶୁଳକ ଆଦାୟ କରାଯିବ । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ।
  8. କୃଷି କ୍ଷେତ୍ର ପାଇଁ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି। ବିଦ୍ୟୁ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ୍ ଧାର୍ଯ୍ୟ କରାଯାଇଛି ବୋଲି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି।
  9. ମହାରାଷ୍ଟ୍ର ପୁଲିସ ଦ୍ବାରା ପରମବୀର ସିଂଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ପାଞ୍ଚଟି ଅପରାଧିକ ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯଦି ଆଗକୁ ବି କୌଣସି FIR ପରମବୀର ସିଂଙ୍କ ବିରୋଧରେ ପଞ୍ଜିକୃତ ହୁଏ ତେବେ ଏହାକୁ ବି ସିବିଆଇକୁ ହସ୍ତାନ୍ତର କରାଯିବ।
  10. ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ ।
  11. ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳନା ନୀତି ଆଧାରରେ ଗତକାଲି (ବୁଧବାର) ୬ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହାକୁ ମିଶାଇ ଆଜି ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଲାଣି।
  12. ରୁଷିଆ ସେନାର ଘନ ଘନ ଆକ୍ରମଣକୁ ନେଇ ଏବେ ୟୁକ୍ରେନର ସବୁ ବଡ଼ ସହର ଧ୍ବସ୍ତ ବିଧ୍ଵସ୍ତ ହୋଇପଡ଼ିଥିବା ବେଳେ ସେଠାରେ ଉତ୍କଟ ମାନବସଙ୍କଟ ସ୍ଥିତି ସୃଷ୍ଟି ହୋଇଛି। ଯୁଦ୍ଧର ଭୟବହତାକୁ ନେଇ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡି ଅନ୍ୟତ୍ର ପଳାଇଥିବା ବେଳେ ସେମାନେ ଏବେ ଅସ୍ଥାୟୀ ଶିବିରରେ ଶରଣାର୍ଥୀ ଜୀବନ ଜିଉଁଛନ୍ତି। ତେବେ ଏମାନଙ୍କ ତୁଳନାରେ ୟୁକ୍ରେନରେ ରହିଥିବା ଲୋକଙ୍କ ସ୍ଥିତି ଆହୁରି ଦୁର୍ବିସହ ହୋଇପଡ଼ିଛି
  13. ଯକ୍ଷ୍ମା ଦୂରୀକରଣରେ ଓଡ଼ିଶା ୨୦୨୦ ମସିହାରେ ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଥିବାବେଳେ ଏବେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଯକ୍ଷ୍ମାର ମୂଳୋତ୍ପାଟନ ପାଇଁ ଟିକା (ଭ୍ୟାକ୍ସିନ୍‍)ର କ୍ଲିନିକାଲ୍‍ ପର୍ଯ୍ୟବେକ୍ଷଣ ଓ ଗବେଷଣା ଚାଲିଥିବାବେଳେ ଏଥିରେ ଭୁବନେଶ୍ୱର ସ୍ଥିତ କ୍ଷେତ୍ରୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି) ଗୁରୁ ଦାୟିତ୍ୱ ବହନ କରୁଛି। ୨୦୨୫ ସୁଦ୍ଧା ଭାରତ ବର୍ଷରୁ ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି।
  14. ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ଫେବ୍ରୁଆରୀ ମାସରେ ବେକାରୀ ହାର ୭.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର ୧ ପ୍ରତିଶତ ରହିଛି। ସମଗ୍ର ଦେଶରେ ଓଡ଼ିଶା ବେକାରୀ ହାର ହ୍ରାସରେ ଶୀର୍ଷରେ ରହିଛି। ୨୦୨୨ ଜାନୁଆରୀରେ ଓଡ଼ିଶାର ବେକାରୀ ହାର ୧.୮ ପ୍ରତିଶତ ରହିଥିବା ବେଳେ ଫେବ୍ରୁଆରୀରେ ୦.୮ ପ୍ରତିଶତ ହ୍ରାସ୍ ପାଇଛି ।
  15. ଏପ୍ରିଲ୍ ୧ ଅର୍ଥାତ ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର। ଏବେ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଅଛି। ବିଜୁ ଜୟନ୍ତୀରୁ ୟୁ ଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା। ବିଧାନସଭା ଟିଭି ପାଇଁ ବିଧାନସଭା ପରିସରରେ ଷ୍ଟୁଡିଓ ତିଆରି ହେଉଛି। ଏହି ଚ୍ୟାନେଲରେ ବିଧାନସଭା ସଂପର୍କିତ ଖବର ପ୍ରସାରଣ କରାଯିବ ବୋଲି କହିଛନ୍ତି ବାଚସ୍ପତି।
  16. ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ୫୮ ବର୍ଷୀୟ ଅଭିନେତା ବୁଧବାର ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି।
  17. କରୋନାରେ ମୃତ୍ୟୁବରଣ କରିଥିବା ନେଇ ମିଥ୍ୟା ଦାବି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଯାଞ୍ଚ କରିବା ନେଇ ସର୍ବୋଚ୍ଚ ନ୍ୟାୟ।ଳୟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,ଗୁଜରାଟ,କେରଳ ଓ ମହାରାଷ୍ଟ୍ରରେ ପାଞ୍ଚ ପ୍ରତିଶତ ଦାବିକୁ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଜ୍ୟମାନଙ୍କରେ କରୋନାରେ ହୋଇଥିବା ମୃତ୍ୟୁର ରେକର୍ଡ ଓ ଦାବି ହୋଇଥିବା ମୃତ୍ୟୁ ମଧ୍ୟରେ ଭିନ୍ନତା ସାମ୍ନାକୁ ଆସିଛି।
  18. ଉତ୍ତରାଖଣ୍ଡରେ ସମାନ ନାଗରିକ ସହିଂତା ଲାଗୁ କରାଯିବ ବୋଲି  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘୋଷଣା କରିଛନ୍ତି । ଏହାକୁ ଲାଗୁ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି । ଏପରି କରିବାରେ ଉତ୍ତରାଖଣ଼୍ଡ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ସେ ଦାବି କରିଛନ୍ତି ।
  19. ସୋନିଆ ଗାନ୍ଧୀ ମାର୍ଚ୍ଚ ୨୬ରେ ଦଳର ସାଧାରଣ ସମ୍ପାଦକ ଏବଂ ରାଜ୍ୟ ପ୍ରଭାରୀଙ୍କ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ସାଂଗଠନିକ ନିର୍ବାଚନ, ଦଳର ସଦସ୍ୟତା ଅଭିଯାନ ଏବଂ ଆନ୍ଦୋଳନମୂଳକ କାର୍ଯ୍ୟକ୍ରମ ଯୋଜନା ସଂପର୍କରେ ବିଶଦ ଆଲୋଚନା କରିବା ବ୍ୟତୀତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ଜାଣିବାକୁ ମିଳିଛି।
  20. ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଆଜି ୧ ମାସ ପୂରଣ ହୋଇଛି । ଫେବ୍ରୁଆରି ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ପ୍ରାୟ ଏକ ମାସ ବିତିଯାଇଥିଲେ ବି ରୁଷ ନିଜର ଲକ୍ଷ୍ୟ ହାସଲ କରିପାରି ନାହିଁ । ଏଥିପାଇଁ ଦିନକୁ ଦିନ ରୁଷର ଆକ୍ରମଣ ଅଧିକ ଭୀଷଣ ହେଉଛି । ସେପଟେ ରୁଷର ମୁକାବିଲା ପାଇଁ ଆମେରିକା ଓ ନାଟୋ ପକ୍ଷରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.