• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୟୁପିରେ ଯୋଗୀଙ୍କ ଦ୍ୱିତୀୟ ଇନିଂସ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଯୋଗୀ ଆଦିତ୍ୟନାଥ ।
  2. କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ  ପ୍ରଥମ ପରିଚୟ ହକି ହିଁ ଦେଇଛି । ହେଲେ ଦୂତିଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ । ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ୱ ଦେବାକୁ ଯାଇ ଆଥଲେଟିକ୍ ଓ ଅନ୍ୟ ଖେଳ ଗୁଡ଼ିକୁ ଅବହେଳା କରୁଥିବା ନେଇ ଅଭିଯୋଗ ଆଣିଥିଲେ ଦୂତି । 
  3. ଅବସର ପରେ ହକି ଫେଡେରେସନର ଡାକରା ପାଇ ପୁଣି ଥରେ ଟିମ୍ ଇଣ୍ଡିଆ ସହ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଅଲିମ୍ପିକ ପଦକ ବିଜେତା ତଥା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ପୁଣି ଦର୍ଶକ ଦେଖିବେ ବୀରେନ୍ଦ୍ରଙ୍କ ହକି ଷ୍ଟିକର ଯାଦୁ । 
  4. ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ କିଟ୍ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିଅନସିପରେ ୮୧ କେଜି ଓଜନ ବର୍ଗର ଉଭୟ ୟୁଥ ଓ ଜୁନିୟର ପୁରୁଷ ବର୍ଗରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
  5. ସକାଳ ୮ଟାରୁ ମାରାଥନ୍ କାଉଣ୍ଟିଂ । ଭଦ୍ରକ ଧାମନଗର ଏନଏସିକୁ ବାଦ୍ ଦେଇ ନିର୍ବାଚନ ହୋଇଥିବା ୫୮ଟି ଏନ୍ଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ହେବ କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲଟ, ତାପରେ ଇଭିଏମ୍ ଭୋଟ୍ ଗଣତି କରାଯିବ । ୧୦୮ଟି ସହରାଞ୍ଚଳର ଭୋଟ୍ ଗଣତି କେନ୍ଦ୍ରରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି 
  6. ଗଙ୍ଗା ନଦୀରେ ବୁଡ଼ିଗଲା ମାଲ୍‌ବାହୀ ଭସା ପୋଲ । ଘଟଣାରେ ପାଖାପାଖି ୧୦ରୁ ଅଧକ ଲୋକ ନିଖୋଜ ହୋଇଛନ୍ତି ।
  7. ପଶ୍ଚିମବଙ୍ଗ ବୀରଭୂମିରେ ହୋଇଥିବା ରାଜନୈତିକ ହିଂସାର ତଦନ୍ତ କରିବ ସିବିଆଇ । କୋଲକାତା ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛି ।
  8. ୟୁକ୍ରେନର ଦାବି କରୁଛି ଯେ, ଏପର୍ଯ୍ୟନ୍ତ ସୁଧା ୧୫,୮୦୦ ଋଷ ସୈନ୍ୟ ନିହତ ହୋଇଛନ୍ତି । ସେହିପରି ୟୁକ୍ରେନ ଋଷର ୨୮୦ଟି ଆର୍ଟିଲରି ସିଷ୍ଟମକୁ ଧ୍ୱଂସ କରିଦେଇଛି । ଏହା ବ୍ୟତୀତ ୟୁକ୍ରେନ ରୁଷର ୫୩୦ଟି ଟ୍ୟାଙ୍କକୁ ନଷ୍ଟ କରିଦେଇଛି । ଏହା ସହିତ, ୟୁକ୍ରେନ ୧୨୪ ହେଲିକପ୍ଟର, ୧୦୮ଟି ବିମାନ, ୮୨ଟି ଏମଏଲଆରଏସ, ୪୭ଟି  ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ଧ୍ୱଂସ କରିଦେଇଛି  ।
  9. ଜାତୀୟ ଅତ୍ୟାବଶକୀୟ ଔଷଧ ସୂଚୀ ବା ନ୍ୟାସନାଲ ଲିଷ୍ଟ ଅଫ୍‌ ଏସେନ୍‌ସିଆଲ୍‌ ମେଡିସିନ୍‌ ଅନ୍ତର୍ଗତ ୮୦୦ ଟି ଔଷଧର ମୂଲ୍ୟ ଏପ୍ରିଲ୍‌ମାସରୁ ବୃଦ୍ଧି ପାଇବ । ପାରାସିଟାମଲ୍‌ ସହ ଅନ୍ୟ ଅତ୍ୟାବଶକୀୟ ଔଷଧର ମୂଲ୍ୟ ପ୍ରାୟ ୧୦.୭ ପ୍ରତିଶକ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।
  10. ପୂର୍ବରୁ ଉତ୍ତରାଖଣ୍ଡର ରାଜ୍ୟପାଳ ଥିବା ବେ​‌ବି​‌ ରାଣୀ ମୌର୍ଯ୍ୟ ଶୁକ୍ରବାର ଯୋଗୀ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ଉତ୍ତରାଖଣ୍ଡର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ସେ ବିଜେପିରେ ରାଷ୍ଟ୍ରୀୟ ଉପ ସଭାପତି ହୋଇଥିଲେ। 
  11. ଏଣିକି ପଞ୍ଜାବର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ କେବଳ ଗୋଟିଏ କାର୍ଯ୍ୟକାଳ ପାଇଁ ଭତ୍ତା ମିଳିବ। ଯେତେ ଥର ଜିତିଲେ ମଧ୍ୟ ଗୋଟିଏ ଅବଧି ପାଇଁ ପେନ୍‌ସନ୍‌ ପାଇବେ ବିଧାୟକ।
  12. ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ବକ୍ସଅଫିସରେ ଜବରଦସ୍ତ ଆୟ କରିଛି। ଏଥିରେ ଆଲିଆଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସକମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। 
  13. ଭାରତରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଲି: ଆଲୋଚନା ପରେ, ଯେଉଁ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଶେଷ ନ ହେଉଛି ସେ ପର୍ଯ୍ୟନ୍ତ ଭାରତ- ଚାଇନା ସମ୍ପର୍କରେ ସ୍ଥିରତା ଆସି ପାରିବ ନାହିଁ ବୋଲି କହିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ।
  14. ଚଳିତବର୍ଷ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ଗ୍ରୀଷ୍ମ: ଭାରତୀୟ ପାଣିପାଗ ବିଭାଗ । ଫଳରେ ଏନେଇ ଆଗୁଆ ସତର୍କତା ଜାରିକରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।
  15. ଓଡ଼ିଶାରେ ପ୍ରଥମ ଥର ପାଇଁ ମିଳିପାରେ ପ୍ରାକୃତିକ ଗ୍ୟାସର ଭଣ୍ଡାର! ପୁରୀ ଜିଲ୍ଲାର ଗୋପ ଓ ଅସ୍ତରଙ୍ଗ ଅଂଚଳରେ ପ୍ରାକୃତିକ ଗ୍ୟାସ ଥିବାର ସଙ୍କେତ ମିଳିଛି । ଅଏଲ ଇଣ୍ଡିଆ ପକ୍ଷରୁ ଓଡ଼ିଶାର ୧୧ଟି ଜିଲ୍ଲାରେ ଅନ୍ୱେଷଣ ପରେ ଏଭଳି ସଂକେତ ମିଳିଛି ।
  16. ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ କହିଲା ନାଟୋ: ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା
  17. . ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍‌ସମିଟର୍‌ (ଏଚ୍‌ଟିପି) ସମେତ ସାରା ଦେଶର ୧୨୦୦ ଆନାଲଗ୍‌ ଟେରେଷ୍ଟ୍ରିଆଲ୍ ଟିଭି (ଏଟିଟି) ଟ୍ରାନ୍‌ସମିଟର୍‌ ବନ୍ଦ ହୋଇ ସାରିଲାଣି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।
  18. ଅନୀଲ ଅମ୍ବାନୀ ରିଲାଏନ୍ସ ଇନଫ୍ରା ଏବଂ ରିଲାଏନ୍ସ ପାଓ୍ୱାରର ନିର୍ଦେଶକ ପଦରୁ ଦେଲେ ଇସ୍ତଫା ।
  19. ଏଚ୍‌ଡିରେ ଲିକ୍ ହେଲା ‘ଆରଆରଆର୍’, ଚଳଚ୍ଚିତ୍ରର ବ୍ୟବସାୟ ଉପରେ ପଡିପାରେ ପ୍ରଭାବ ।
  20. ମଡେଲିଂରେ କମାଲ ଦେଖାଇଲେ ବଲାଙ୍ଗୀରର ଝିଅ । ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ଆୟୋଜିତ ମିସ୍‌ ଇଣ୍ଟରନ୍ୟାସନାଲ ୟୁନିଭର୍ସ ଟାଇଟଲ ଜିତିଛନ୍ତି ବଲାଙ୍ଗୀରର ଝିଅ ଅଭିପ୍ସା ମିଶ୍ର । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.