• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଥମ ଥର ପାଇଁ ୩ ମହାନଗର ନିଗମରେ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ । ଭୁବନେଶ୍ବରରେ ସୁଲୋଚନା ଦାସ ବିଜୟୀ ହୋଇଥିବା ବେଳେ କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି ।
  2. ସେହିପରି ୩୦ ଜିଲ୍ଲାର ୧୦୫ ପୌର ପରିଷଦ ଗଣତି ଶେଷ ହୋଇଛି । ବିଜେଡି ୭୩ଟି ଅଧ୍ୟକ୍ଷ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସ୍ବାଧୀନଙ୍କ ଖାତାକୁ ୯ଟି ଅଧ୍ୟକ୍ଷ ଆସନ ଯାଇଛି ।
  3. କାନ୍ଧରେ ବୋହିଲେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ଝିଅକୁ । ହୃଦୟର କୋହକୁ ଚାପି ଧରି ବାପାର ପାଦ ଆଗକୁ ବଢ଼ୁଛି, କାନ୍ଧରେ ଅଛି ୭ ବର୍ଷର ଝିଅର ଶବ । ମନକୁ ଦୋହଲାଇ ଦେଉଥିବା, ଛାତିକୁ ଥରେଇ ଦେଉଥିବା ଏ ଦୃଶ୍ୟ ଛତିଶଗଡ଼ର । ଲଖନପୁର ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି ।
  4. ସୁପରଟେକ୍ ଲିମିଟେଡ୍ ପାଇଁ ବଢ଼ିଲା ଅଡ଼ୁଆ । ପ୍ରଥମେ ନିୟମ ଉଲ୍ଲଂଘନ ପାଇଁ ନୋଏଡ଼ାରେ ଥିବା ସୁପଟେକ୍ ଏମେରାଲ୍ଡ କୋର୍ଟ ପ୍ରକଳ୍ପର ୪୦ ମହଲା ବିଶିଷ୍ଟ ୨ଟି ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏବେ ଜାତୀୟ କମ୍ପାନୀ ଆଇନ୍ କର୍ତ୍ତୃପକ୍ଷ ଶୁକ୍ରବାର ସୁପରଟେକ୍ ଲିମିଟେଡକୁ ଦେବାଳିଆ ଘୋଷଣା କରିବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
  5. ଉତ୍ତରପ୍ରଦେଶ ସହ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଛି। କେନ୍ଦ୍ର ସରକାର ଏବେ ଏହି ରାଜ୍ୟଗୁଡକରେ କୋଭିଡ୍-୧୯ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ପୁଣି ଥରେ ଲଗାଇବାକୁ ଯୋଜନା କରୁଛି।
  6. ଦିଲ୍ଲୀ ବିଧାନସଭାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ‘ଆମ୍‌ ଆଦ୍‌ମୀ ପାଟି’ର ୮ମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଦିଲ୍ଲୀ ପାଇଁ ଚଳିତ ବର୍ଷର ଏହି ବଜେଟ୍‌କୁ ସିସୋଦିଆ ‘କର୍ମସଂସ୍ଥାନ ବଜେଟ୍‌’ ଆଖ୍ୟା ଦେଇଛନ୍ତି।
  7. ୟୁକ୍ରେନ୍‌ ଆକ୍ରମଣରେ ମୁଖ୍ୟ ଉଦ୍ଦେଶ୍ୟ ହାସଲ ନ ହେବାରୁ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଠାରୁ ଗାଳି ଶୁଣିବା ପରେ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁଙ୍କର ହୃଦ୍‌ଘାତ ହୋଇଥିବା କଥା ଆଜି ୟୁକ୍ରେନୀୟ ସରକାରଙ୍କର ଜଣେ ଉପଦେଷ୍ଟା କହିଛନ୍ତି।
  8. ରାଜ୍ୟରେ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଖୋଳିଥିବା ଖଣି ବାବଦକୁ ବକେୟା ଥିବା ୧.୩୬ କ‌ୋଟି ଟଙ୍କା ପରିଶୋଧ କରିବା ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
  9. ଆଉ ୩ ମାସ ପାଇଁ ରାଜ୍ୟରେ ମାଗଣା ରେସନ୍‌ ଯୋଜନା ବଢ଼ାଇବା ଲାଗି ଆଜି ଅନୁଷ୍ଠିତ ଉତ୍ତର ପ୍ରଦେଶ ସରକାରଙ୍କ ନୂଆ କ୍ୟାବିନେଟ୍‌ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।
  10. ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନ୍‌ ସେନା ଶୁକ୍ରବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛି। ୟୁକ୍ରେନ୍‌ ସେନାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମେ’ ୯ ପର୍ଯ୍ୟନ୍ତ ଯୁଦ୍ଧ ଲମ୍ବାଇବାକୁ ଚାହୁଛନ୍ତି।
  11. ୨୩ ତାରିଖ ଦିନ ୧୫ଟି, ୨୪ ତାରିଖ ଦିନ ୧୬୨ଟି ଓ ୨୫ ତାରିଖ ଦିନ ଗୋଟିଏ ଦିନରେ ୨ ଲକ୍ଷ ୪୫ ହଜାର ୧୮୮ ଅଲିଭରିଡଲେ କଇଂଛ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି। ଅଲିଭରିଡଲେ ମାଆ କଇଁଛମାନେ କୂଳ ଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଭିଡ ଜମାଇଥିଲେ ମଧ୍ୟ ପାଗ ଅନୁକୂଳ ହେଉନଥିବାରୁ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହେଉନଥିଲେ। ଗତକାଲି ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୨ ଲକ୍ଷ ୪୫ ହଜାର ୧୮୮ ମାଆ ଅଲିଭରିଡଲେ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି।
  12. ବିଶ୍ବରେ ପ୍ରଥମ ଥର ପାଇଁ ମନୁଷ୍ୟ ରକ୍ତରୁ ମାଇକ୍ରୋପ୍ଲାଷ୍ଟିକ ମିଳିଛି। ଏହା ବୈଜ୍ଞାନିକଙ୍କ ଚିନ୍ତା ବୃଦ୍ଧି କରିଛି। ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁଯାୟୀ ଏହି କ୍ଷୁଦ୍ର କଣିକା ୮୦ ପ୍ରତିଶତ ଲୋକଙ୍କଠାରେ ମିଳିଛି। ଏହି ମାଇକ୍ରୋପ୍ଲାଷ୍ଟିକ ମନୁଷ୍ୟ ଶରୀରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ । ଏହା ସହିତ ଅଙ୍ଗପ୍ରତ୍ୟଙ୍ଗରେ ଜମା ହୋଇ ରହିପାରିବ।
  13. ଯୁଦ୍ଧକୁ ବିରୋଧ କରି ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପାଶ୍ଚାତ୍ୟ ଦେଶଗୁଡିକ ମଧ୍ୟ ରୁଷ ବିରୋଧରେ କଟକଣା ଲଗାଇ ଚାଲିଛନ୍ତି। ଏଥିଯୋଗୁଁ ରୁଷ ଅର୍ଥ ବ୍ୟବସ୍ଥା ଭୁଶୁଡି ଯାଇଛି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇଛି । ଲୋକେ ରାସନ ସାମଗ୍ରୀ ନେବା ପାଇଁ ହାତାହାତି ହେବାକୁ ମଧ୍ୟ ପଛାଉ ନାହାନ୍ତି ।
  14. ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ  ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ।
  15. ରବିବାର ବସିବ କ୍ୟାବିନେଟ୍‌ ବୈଠକ । କାଲି ୧୧.୩୦ ସମୟରେ ବିଧାନସଭା ପରିସରରେ ଏହି ବୌଠକ ଅନୁଷ୍ଠିତ ହେବ । ଏଥିରେ ୨୬ଟି ପ୍ରସ୍ତାବ ଉପରେ ଆଲୋଚନା ହେବ । ଏଥି ସହିତ ଏହି ପ୍ରସ୍ତାବଗୁଡ଼ିକ ଉପରେ ମୋହର ଲାଗିପାରେ ବୋଲି ସୂଚନା ମିଳିଛି ।
  16. ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶଙ୍କ ସମ୍ପତ୍ତି ତାଲିକା ଶେଷ ହେଉନାହିଁ । ଦ୍ବିତୀୟ ଦିନରେ ବି ସରୁନି ଭିଜିଲାନ୍ସ ବିଭାଗର ଖୋଳତାଡ଼ । ଠିକାଦାର ଓ କର୍ମଚାରୀଙ୍କ ଘରୁ ଜବତ ହେଉଛି ପୁଳା ପୁଳା ଟଙ୍କା ଓ ସୁନା ଗହଣା ।
  17. ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଅନୁଷ୍ଠିତ ଜୁନିୟର ମହିଳା ୬୪ କେଜି ଓଜନ ବର୍ଗରେ ଆନ୍ଧ୍ରପ୍ରଦେଶର ଏସ. ପଲ୍ଲବୀ ସ୍ନାଚରେ ନୂଆ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
  18. ଏନକ୍ୟୁଏସ ସାର୍ଟିଫିକେଟ୍‌ ୨୦୨୧-୨୨ ବର୍ଷରେ ମୋଟ ୧୧ଟି ସ୍ୱାସ୍ଥ୍ୟ ସୁବିଧା ଏନକ୍ୟୁଏସ ରାଜ୍ୟ ପ୍ରମାଣପତ୍ର ପାଇଁ ଯୋଗ୍ୟ ହୋଇଛନ୍ତି ଯେଉଁଥିରେ ଡିଏଚଏଚ, ପିଏଚସି, ୟୁପିଏଚସି ଅନ୍ତର୍ଭୁକ୍ତ । ଅନ୍ତିମ ସ୍କୋର ଉପରେ ଆଧାର କରି ଡିଏଚଏଚ ବର୍ଗରେ ଡିଏଚଏଚ ମାଲକାନଗିରି, ଡିଏଚଏଚ ସୁନ୍ଦରଗଡ଼ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପାଇଥିବାବେଳେ ସେହିଭଳି ଏସଡିଏଚ/ସିଏଚସି ବର୍ଗରେ କେନ୍ଦୁଝରର ଭଣ୍ଡା ସିଏଚସି, ମାଲକାନଗିରିର କୁଡ଼ୁଲୁଗୁମ୍ମା ସିଏଚସି ପ୍ରଥମ ପୁରସ୍କାର, କନ୍ଧମାଳର ଟିକାବାଲି ସିଏଚସି ଦ୍ୱିତୀୟ ପୁରସ୍କାର ପାଇଛନ୍ତି।
  19. କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ସଂସଦରେ କହିଛନ୍ତି,ସରକାର ନକଲି ଭୋଟକୁ ରୋକିବା ପାଇଁ ଆଧାରକୁ ଭୋଟର କାର୍ଡ ସହ ଲିଙ୍କ୍‍ କରିବା ପାଇଁ ବିଚାର କରାଯାଉଛି। ‘ଏକ ରାଷ୍ଟ୍ର,ଏକ ମତଦାତା ସୂଚୀ’ ଉପରେ ମଧ୍ୟ ଜୋର ଦେଇଛନ୍ତି।
  20. ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଲଗାତର ୩ୟ ଥର ପାଇଁ ତୈଳ ଦର ବୃଦ୍ଧି କରିଛନ୍ତି । ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି। ନୂଆଦିଲ୍ଲୀ​‌ରେ ପେଟ୍ରୋଲ ୯୮ଟଙ୍କା ୬୧ ପଇସା ରହିଥିବା ବେଳେ ଡିଜେଲର ଦାମ୍‌ ୮୯ଟଙ୍କା ୮୭ ପଇସା ରହିଛି । 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.