• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଘରୋଇ ବିଦ୍ୟାଳୟଗୁଡ଼ିକ ଏବେ ସ୍କୁଲ ଫି’ ବୃଦ୍ଧି କରିପାରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଆଡମିଶନରେ ଫି’ ବୃଦ୍ଧି କରିବାକୁ ବିଦ୍ୟାଳୟଗୁଡ଼ିକୁ ଅନୁମତି ଦିଆଯିବ ନାହିଁ। ଏହା ବ୍ୟତୀତ ସେ କହିଛନ୍ତି ଯେ କୌଣସି ବିଦ୍ୟାଳୟ ବହି ଏବଂ ପୋଷାକ କିଣିବାକୁ କୌଣସି ନିର୍ଦ୍ଦିଷ୍ଟ ଦୋକାନକୁ ଯିବାକୁ ପିତାମାତାଙ୍କୁ କହିପାରିବେ ନାହିଁ। ପିତାମାତାମାନେ ସେମାନଙ୍କ ସୁବିଧା ଅନୁଯାୟୀ ବହି ଏବଂ ପୋଷାକ କିଣିବାକୁ ସକ୍ଷମ ହେବେ।
  2. ଭାରତର ସ୍ୱଦେଶୀ ୪ଜି ମୋବାଇଲ୍‌ ନେଟୱାର୍କ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଛି ଏବଂ ଏହା ଖୁବ୍‌ ଶୀଘ୍ର ରୋଲଆଉଟ୍‌ ପାଇଁ ପ୍ରସ୍ତୁତ ହୋଇଥିବାବେଳେ ୨୦୨୨ ଶେଷ ସୁଦ୍ଧା ୫ଜି ନେଟୱାର୍କ ପ୍ରସ୍ତୁତ ହେବ ବୋଲି ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଲୋକସଭାରେ କହିଛନ୍ତି।
  3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଛନ୍ତି। ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି।
  4. କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଆଜି ଉଦ୍‌ଜାନ ଇନ୍ଧନ ଚାଳିତ ‘ଟୋୟୋଟା ମିରାଇ’ କାର୍‌ ଚଢ଼ି ପାର୍ଲାମେଣ୍ଟ୍‌କୁ ଆସିଛନ୍ତି।
  5. ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ନ କରିଥିବାରୁ ଆଜି ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ପ୍ରଶାସନକୁ ଭର୍ତ୍ସନା କରିଛନ୍ତି। ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ ସୁପାରିସ ଅନୁସାରେ, ଲଖିମ୍‌ପୁର ଖେରି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ ମିଶ୍ରା।
  6. ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମାନା ବୁଧବାର କହିଛନ୍ତି ଯେ ଆସନ୍ତା ଅପ୍ରେଲ ୪ ତାରିଖରୁ ସୁପ୍ରିମ କୋର୍ଟ ମାମଲାର ଶାରୀରିକ ଶୁଣାଣି ଆରମ୍ଭ କରିବେ। ‘ସୋମବାର ଠାରୁ ଆମେ ଶାରୀରିକ ରୂପେ ସମ୍ପୂର୍ଣ୍ଣ ଭାବରେ ଅଦାଲତକୁ ଖୋଲୁଛୁ। ତେବେ, ଯଦି ଓକିଲମାନେ ଚାହାନ୍ତି ତେବେ ସୋମବାର ଏବଂ ଶୁକ୍ରବାର, ଆମେ ଓକିଲମାନଙ୍କୁ ଭର୍ଚୁଆଲ୍‌ ଶୁଣାଣି ପାଇଁ ଅନୁମତି ପ୍ରଦାନ କରିବୁ’ ବୋଲି ପ୍ରଧାନ ବିଚାରପତି ରମନା କହିଛନ୍ତି।
  7. ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିବାରୁ କର୍ଣ୍ଣାଟକର ୭ ଜଣ ଶିକ୍ଷକଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
  8. ମାର୍ଚ୍ଚ ୩୧ ସୁଦ୍ଧା ପାନ୍‌କୁ ଆଧାର ସହିତ ସଂଯୋଗ କରି ନଥିବା ଟିକସଦାତାମାନଙ୍କୁ ଜରିମାନା ଗଣିବାକୁ ପଡ଼ିବ। ଏବାବଦରେ ୫୦୦ ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ଆୟକର ବିଭାଗ କହିଛି।
  9. ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ।
  10. ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଛାତ୍ରଛାତ୍ରୀମାନେ ସକାଳେ ସ୍କୁଲ ଯିବେ । ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ହେବା ସହ ସକାଳ ୭ଟାରୁ ୧୧ଟା ଯାଏଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କ୍ଲାସ କରିବେ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
  11. ଶ୍ରୀମନ୍ଦିରର କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ପୁରୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଜମା ରହିବ । ମୋଟ ୫୪୮ କୋଟି ଟଙ୍କା ୫.୧୮ ପ୍ରତିଶତ ସୁଧହାରରେ ବର୍ଷକ ପାଇଁ ସ୍ଥାୟୀ ଜମା ବା ଫିକ୍ସଡ୍ ଡିପୋଜିଟ ଆକାରରେ ରହିବ ।
  12. ଶ୍ରୀଲଙ୍କାରେ ଦିନକୁ ଦିନ ଜଟିଳ ହେଉଛି ଆର୍ଥିକ ସଙ୍କଟ । ଡାଲି, ଚାଉଳ, ପନିପରିବା ଆକାଶ ଛୁଆଁ। କିଲୋ ପ୍ରତି ଚାଉଳ ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନି କେଜି ପ୍ରତି ୩୦୦ ଟଙ୍କାରେ ପହଞ୍ଚିଛି । ଗ୍ୟାସ ସିଲିଣ୍ଡର ଦାମ୍ ୪ ହଜାର ଟଙ୍କା ଛୁଇଁଛି। ବଢୁଥିବା ଦରଦାମ୍ ଯୋଗୁଁ ଅତିଷ୍ଠ ହେଲେଣି ଜନ ସାଧାରଣ।
  13. କିବର ବହୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ୟୁକ୍ରେନୀୟ ସୈନ୍ୟ ପୁଣି କବଜା କରିଥିବା ବେଳେ, ଇରପିନକୁ ନିଜ କବଳକୁ ନେଇଛନ୍ତି ।ମାରିଉପୋଲରେ ବି ଦିନକୁ ଦିନ ଋଷ ସୈନ୍ୟ ଦୁର୍ବଳ ହେବାରେ ଲାଗିଛନ୍ତି । ବିଭିନ୍ନ ରଣନୀତି ସତ୍ତ୍ୱେ କିବକୁ ଘେରାବନ୍ଦୀ କରିବା ଲାଗି ଋଷର ଯୋଜନା ସଫଳ ହୋଇପାରିନାହିଁ । 
  14. କିଛି ଅସାମାଜିକ ଲୋକ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ବ୍ୟାରିକେଡ଼କୁ ଭାଙ୍ଗିଛନ୍ତି । ଏହା ବ୍ୟତୀତ ଗେଟରେ ଥିବା ବୁମ୍ ବ୍ୟାରିୟରକୁ ମଧ୍ୟ ଭାଙ୍ଗି ଦିଆଯାଇଛି ।
  15. ଦେଢ଼ ଲକ୍ଷ ଲୋକଙ୍କ ଭରସା ‘ଆହାର’ । ୭ ବର୍ଷରେ ରାଜ୍ୟବାସୀଙ୍କ ଦ୍ୱାରା ଆଦୃତ । ୧୫୮ଟି କେନ୍ଦ୍ରରେ ମିଳୁଛି ସୁସ୍ୱାଦୁ ଭୋଜନ । ଖାଦ୍ୟ ଯୋଗାଇବାକୁ ଶିଳ୍ପସଂସ୍ଥାଙ୍କୁ ଆହ୍ୱାନ୍ । ଭୋକିଲା ପେଟକୁ ଦାନା ଯୋଗାଇବା ଉଦ୍ଦେଶ୍ୟରେ ୨୦୧୫ ମସିହା ଉତ୍କଳ ଦିବସ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ‘ଆହାର’ ଯୋଜନା ।
  16. ପ୍ରଥମ ୪ମାସ ପାଇଁ କାମଚଳା ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ୧ଲକ୍ଷ ୬ହଜାର ୪ଶହ୯୮କୋଟି ଟଙ୍କାର ବଜେଟ । ମହାମାରୀ ଓ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ତେବେ ୨୦୨୨-୨୩ରେ ଦେଶର ଜିଡିପି ୭.୮ପ୍ରତିଶତ ରହିବା ଆକଳନ ।
  17. ମାର୍ଚ୍ଚ ୨୩ ତାରିଖ ଦିନ ପୁଟିନ ୟୁରୋପୀୟ ଦେଶଙ୍କ ସହ ତୈଳ ଓ ପ୍ରାକୃତିକ ଗ୍ୟାସ୍ ବାବଦ ପ୍ରତ୍ୟେକ ନେଣଦେଣ ଆମେରିକୀୟ ଡଲାର ବଦଳେ ଋଷୀୟ ରୁବଲରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  18. କେନ୍ଦ୍ର କର୍ମଚାରୀ ଓ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସୀ ଖବର। ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ରାଶି ବଢ଼ାଇଲେ କେନ୍ଦ୍ର ସରକାର। ବୁଧବାର ଡିଏ ଓ ଡିଆର୍‌କୁ ୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି କେନ୍ଦ୍ର ସରକାର।
  19. ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ବନ୍ଦ ହେବାର ନାଁ ନେଉନି । ଭାରତୀୟ ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀଗୁଡିକ ଆଜି ୩୦ମାର୍ଚ୍ଚ ୨୦୨୨ରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି ।
  20. ଚଳିତ ଆର୍ଥିକ ବର୍ଷରେ ଓଡିଶାରୁ ବିଦେଶକୁ ଚାଉଳ ରପ୍ତାନି ପରିମାଣ ୧୦୦୦ ମେଟ୍ରିକ ଟନ୍‍ ଅତିକ୍ରମ କରିଯିବ। ଗତବର୍ଷ ଏହା ୭୦୦ ମେଟ୍ରିକ ଟନ୍‍ ଥିଲା। ପ୍ରଶ୍ନକାଳରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.