• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ଉପାଧ୍ୟକ୍ଷ ଏପ୍ରିଲ୍ ୩ରେ ଦେଇଥିବା ନିଷ୍ପତ୍ତି ବେଆଇନ୍ । ଆସନ୍ତା ୯ ତାରିଖ ସକାଳ ୧୦ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ସଂସଦ ଅଧ୍ୟକ୍ଷ ଅସଦ କ୍ୱାସିରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୯ ତାରିଖ ରାତି ସୁଦ୍ଧା ଭୋଟିଂ ସାରିବାକୁ କୁହାଯାଉଛି ।
  2. ଦୋଷୀ ଓ ଅଭିଯୁକ୍ତ ଚିହ୍ନଟ ସହ ଜଡ଼ିତ କ୍ରିମିନାଲ୍ ପ୍ରୋସିଜର ଆଇଡେଣ୍ଟିଫିକେସନ୍ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଛି । ଯଦିଓ ବିରୋଧୀ ବିଲକୁ ବିରୋଧ କରିଛନ୍ତି । ତଥାପି ଧ୍ୱନିମତରେ ଏହାକୁ ପାସ୍ କରାଯାଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବ ।
  3. ଅନ୍ତଃରାଷ୍ଟ୍ରୀୟ ମୂଦ୍ରାକୋଷ ବା IMFର ଏକ ଓ୍ୱର୍କିଂ ପେପର ଅନୁସାରେ ଭାରତ ୨୦୧୯ରେ ସର୍ବାଧିକ ଗରୀବୀକୁ ୦.୮ ପ୍ରତିଶତ ରଖିବାରେ ସଫଳ ରହିଥିଲା ।
  4. ଭାରତ କ୍ରେଡିଟ୍‌ ଲାଇନ୍‌ ଦ୍ୱାରା ଦ୍ୱିତୀୟ ଥର  ଇନ୍ଧନ ସଙ୍କଟରୁ ବାହାର କରିବା ପାଇଁ ଶ୍ରୀଲଙ୍କାକୁ ଡିଜେଲ ଏବଂ ପେଟ୍ରୋଲ ପଠାଇଛି । ମଙ୍ଗଳବାର ଓ ବୁଧବାର ଭାରତରୁ ୩୬ ହଜାର ମେଟ୍ରିକ୍‌ ଟନ୍‌ ପେଟ୍ରୋଲ ଏବଂ ୪୦ ହଜାର ମେଟ୍ରିକ୍‌ ଟନ୍‌ ଡିଜେଲ ଶ୍ରୀଲଙ୍କାରେ ପହଞ୍ଚିଛି ।  ଭାରତ ,ପର୍ଯ୍ୟନ୍ତ ୨.୭୦ ଲକ୍ଷ ମେଟ୍ରିକ୍‌ ଟନରୁ ଅଧିକ ଇନ୍ଧନ ଶ୍ରୀଲଙ୍କାକୁ ପଠାଇ ସାରିଲାଣି ।
  5. ବିଏସଏନ୍ଏଲ୍ ମାତ୍ର ୧୬ ଟଙ୍କାରେ ସବୁଠୁ ଶସ୍ତା ୩୦ ଦିନ ବୈଧତା ବିଶିଷ୍ଟ ପ୍ଲାନ୍ ଦେଉଛି । ତେବେ ଏହି ପ୍ୟାକରେ ଡାଟା ଓ ମେସେଜ୍ ଉପଲବ୍ଧ ନାହିଁ । ତେବେ ଏହି ପ୍ୟାକର ବୈଧତା ଏକ ମାସ । ବିଏସଏନଏଲ୍ ମୁତାବକ ଆପଣ ୧୬ ଟଙ୍କା ରିଚାର୍ଜ କଲେ ଆପଣ ମିନିଟ୍ ପିଛା ୨୦ ପଇସା ଦେଇ କଲ୍ କରିପାରିବେ ।
  6. ସଂସଦର ବଜେଟ୍ ଅଧିବେଶନ ୨୦୨୨ ଶେଷ ହୋଇଛି । ଅର୍ଥାତ୍ ଗୁରୁବାର, ଏପ୍ରିଲ ୭ ତାରିଖ ଠାରୁ ସଂସଦର ଦୁଇଟି ସଦନ ରାଜ୍ୟସଭା ଏବଂ ଲୋକସଭାକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି ।
  7. ତାତି ବଢିବା ସାଙ୍ଗକୁ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ବିଶେଷକରି ଲେମ୍ବୁ, ଭେଣ୍ଡି, କାକୁଡି, ଜହ୍ନି ମୂଲ୍ୟ ସାଧାରଣ ଲୋକଙ୍କ ପକେଟ ପାଇଁ ବୋଝ ସଦୃଶ ହୋଇଛି |
  8. ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଜଗନ୍ ମୋହନ ରେଡ୍ଡୀ ରାଜ୍ୟ କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ କରିବେ | ଆଉ କୁହାଯାଉଛି ଯେ ନୂତନ କ୍ୟାବିନେଟରେ ଅନେକ ପୁରୁଣାଙ୍କୁ ବାଦ ଦେଇ ନୂଆ ମୁହଁଙ୍କୁ ସାମିଲ କରାଯିବ |
  9. ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । 
  10. ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଆଉ ଏକ ବଡ଼ ସଫଳତା ମିଳିଛି। କୋଟିପତି ଇଞ୍ଜିନିୟରଙ୍କ ଘରେ ଚଢ଼ଉ ସମୟରେ ନଗଦ ୨ କୋଟି ଟଙ୍କା ମିଳିଛି। ଭିଜିଲାନ୍ସ ବିଭାଗ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଟାଟା ଆରିୟାନା ୦୫୦୫ରୁ ଚଢ଼ଉ ସମୟରେ ଏହି ଟଙ୍କା ଜବତ କରିଛି।
  11. ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ଭାରତୀୟ ରେଳପଥର ୧୨୫୩ଟି ଷ୍ଟେସନର ଉନ୍ନତୀକରଣ ପାଇଁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୧୨୧୩ଟି ରେଳ ଷ୍ଟେସନର ବିକାଶ କାର୍ଯ୍ୟ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବାକି ୪୦ଟି ଷ୍ଟେସନର ଉନ୍ନତୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
  12. ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୫ ତାରିଖ ଦିନ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଧାରା ୧୭୫ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଓଜନଦାର ଦ୍ରବ୍ୟ ପରିବହନକାରୀ ଏବଂ ଯାତ୍ରୀ ପରିବହନକାରୀ ଯାନଗୁଡିକର ଫିଟନେସ ପ୍ରମାଣ ପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ୨୦୨୩ ଏପ୍ରିଲ ପହିଲାରୁ କରାଇବା ବାଧ୍ୟତାମୂଳକ ହେବ ।
  13. ଦେଶର ୮୫ ପ୍ରତିଶତରୁ ଅଧିକ ଯୋଗ୍ୟ ନାଗରିକ ଦୁଇଟି ଯାକ ପାନ ଟିକା ନେଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ।
  14. ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରି ମିଳିଛି । 
  15. ବୁସା ନରସଂହାରକୁ ନେଇ ରୁଷିଆକୁ ଯୁଦ୍ଧ ଅପରାଧୀ ଭାବେ ଚିତ୍ରଣ କରି ଆମେରିକା ବୁଧବାର କେତେକ ନୂତନ ଆର୍ଥିକ କଟକଣା ଲାଗୁ କରିଛି। 
  16. ତାମିଲନାଡ଼ୁ ମେଡିକାଲ କଲେଜଗୁଡ଼ିକରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୭.୫ ପ୍ରତିଶତ କୋଟା ବ୍ୟବସ୍ଥାକୁ ମାଡ୍ରାସ ହାଇକୋର୍ଟ ସମର୍ଥନ କରିଛନ୍ତି।
  17. ୟୁକ୍ରେନ୍‌ରେ ‘ଯୁଦ୍ଧ ଅପରାଧ’ ପାଇଁ ଜାତିସଂଘ ମାନବାଧିକାର କମିସନ୍‌ରୁ ଆଜି ରୁଷ୍‌ ନିଲମ୍ବିତ ହୋଇଛି। ରୁଷ୍‌କୁ ନିଲମ୍ବନ ପାଇଁ ଆଜି ଜାତିସଂଘ ସାଧାରଣ ପରିଷଦରେ ଗୁରୁତ୍ବପୂର୍ଣ୍ଣ ଭୋଟ୍‌ ଗ୍ରହଣ ହୋଇଥିଲା।
  18. ର୍ବୋଚ୍ଚ ନ୍ୟାୟାଳୟ ଯଦି ସବୁ ପ୍ରସଙ୍ଗ ଉପରେ ଶୁଣିବେ; ତେବେ ଲୋକସଭା ଓ ରାଜ୍ୟସଭା କାହିଁକି ରହିଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଏନ୍‌.ଭି ରମଣା। ବିଭିନ୍ନ ରାଜନୈତିକ ସମ୍ବେଦନଶୀଳ ପ୍ରସଙ୍ଗରେ ନ୍ୟାୟାଳୟକୁ ଭାରାକ୍ରାନ୍ତ କରାଯିବା ନେଇ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିବା ସହ ନିର୍ବାଚିତ ସରକାର କାହିଁକି ରହିଛି ବୋଲି ପଚାରିଛନ୍ତି।
  19. ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ମହାନଦୀର ବନ୍ୟାଦାଉରୁ ସୁରକ୍ଷା ପାଇଁ ସୁଦୃଢ ପଥର ପ୍ୟାକିଂ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୪୦ କୋଟି ଟଙ୍କା ବ୍ୟୟ ହେବ ।
  20. ଏନ୍‌ଜିଓ ଆମ୍ନେଷ୍ଟି ଇଣ୍ଟରନ୍ୟାସ୍‌ନାଲ ଇଣ୍ଡିଆ ବୋର୍ଡର ଚେୟାରମ୍ୟାନ୍‌ ଆକାର ପଟେଲ୍‌ଙ୍କୁ ଲୁକ୍ଆଉଟ୍‌ ନୋଟିସ୍ ଜାରି କରିବା ସିବିଆଇକୁ ମହଙ୍ଗା ପଡ଼ିଛି। ଲୁକ୍‌ଆଉଟ୍ ନୋଟିସ ଉଠାଇ ନେବା ସହିତ ସିବିଆଇ ମୁଖ୍ୟ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦିଲ୍ଲୀର ରାଉଜ ଏଭିନିଉ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।    

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.