• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇମ୍ରାନ୍‌ ଖାନ୍‌ କହିଥିଲେ କି, ମୁଁ ଆଦୈ ଭାରତ ବିରୋଧି ନୁହେଁ  । ଅନେକ ସମ୍ମାନ ଓ ଶିକ୍ଷା ଭାରତ ଦେଇଛି  । କ୍ରିକେଟ ଖେଳିବା ଦିନଠାରୁ ସମ୍ପର୍କ ରହିଆସିଛି  । ଭାରତ ଓ ପାକିସ୍ତାନ ଏକାସାଙ୍ଗରେ ସ୍ୱାଧିନ ଲାଭ କରିଥିଲେ  । ଭାରତୀୟ ମାନେ ସ୍ୱାଭିମାନୀ  ।
  2. ଜମାତ ଉଦ୍ ଦାୱା ଆତଙ୍କବାଦୀ ସଂଗଠନର ମୁଖ୍ୟ ହାଫିଜ୍ ସଇଦକୁ ଜେଲ୍ । ଆଉ ୨ଟି ମାମଲାରେ ହାଫିଜକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏନେଇ ପାକିସ୍ତାନ ମିଡିଆ ଦାବି କରିଛି ।
  3. ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି ରକେଟ ମାଡ଼ କରିଛି ରୁଷ। ଏହି ରକେଟ ମାଡ଼ରେ ୩୦ଜଣ ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣ ଆହତ ହୋଇଛନ୍ତି।
  4. ଆମେରିକାରେ ଥିବା କୋଷ୍ଟରିକା ଠାରେ ଗୁରୁବାର ଦିନ ଏକ ଭୟଙ୍କର ପ୍ଲେନ କ୍ରାସ ହୋଇଛି । ଏଥିରେ ଜରୁରୀକାଳୀନ ଅବତରଣ କରିବା ବେଳେ ପଣ୍ୟବାହୀ ବିମାନ ଦୁଇଖଣ୍ଡ ହୋଇଯାଇଛି ।
  5. ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସଲିଡ଼ ଫୁଏଲ ଡକଟେଡ ରାମଜେଟ୍ (SFDR) ବୋଷ୍ଟର ମିସାଇଲର ସଫଳ ପରୀକ୍ଷଣ ।
  6. ନୂତନ ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ବୈଠକରେ ମନିଟାରି ପଲିସି ଫଳାଫଳକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘୋଷଣା କରିଛନ୍ତି। ରେପୋରେଟ୍‍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ସହ ରିଭର୍ସ ରେପୋରେଟ୍‍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।
  7. ଉତ୍ତର ପ୍ରଦେଶର ସୀତାପୁରରେ ହିନ୍ଦୁ ମହନ୍ତଙ୍କ ବିବାଦୀୟ ବୟାନ - ମହନ୍ତ ଜଣଙ୍କ ସର୍ବସମ୍ମୁଖରେ ମୁସଲମାନ ମହିଳାମାନଙ୍କୁ ଉଠାଇ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଛନ୍ତି । ଆଉ ଏହି ସମୟରେ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେଇ ମହନ୍ତଙ୍କୁ ଉତ୍ସାହିତ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।
  8. ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । କେନ୍ଦ୍ର ସରକାର ପିଏମ ଆବାସ ଯୋଜନା ମାଧ୍ୟମରେ ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି ।  ଯାହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ।
  9. ମାର୍ଚ୍ଚ ୩୧ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି । ମୋଟ ୫୭ଲକ୍ଷ ୨୨ହଜାର ୩୦୪ମେଟ୍ରିକ ଟନ ଧାନ କିଣିଛି ଯୋଗାଣ ବିଭାଗ । ୩୦ ଜିଲ୍ଲାର ମୋଟ ୧୨ଲକ୍ଷ ୯୨ହଜାର ୭୩୨ଜଣ ଚାଷୀ ଧାନ ବିକ୍ରି କରିଛନ୍ତି ।ଏଥିରେ ରହିଛନ୍ତି ୧୦ଲକ୍ଷ ୯୨ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଯାହାକି ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୯୫ ପ୍ରତିଶତ ଅଧିକ
  10. ରାଜ୍ୟରେ ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ । ଚଳିତବର୍ଷ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୩୮ହଜାର ୪୧୧ଜଣ ପରୀକ୍ଷାର୍ଥୀ । OSSTET ସଫଳତା ହାର ୫୮ଦଶମିକ ୯୯ପ୍ରତିଶତ ରହିଛି । ପେପର- ଓ୍ୱାନ ଓ ପେପର-୨ରେ ମୋଟ୍ ୬୫ହଜାର ୧୦୬ଜଣ  ପରୀକ୍ଷା  ଦେଇଥିଲେ ।
  11. ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ପାଇଁ ଆସନ୍ତା ୧୦ ତାରିଖରୁ କୋଭିଡ୍‌ ପ୍ରିକସନ୍‌ (ବୁଷ୍ଟର) ଡୋଜ୍‌ ଉପଲବ୍ଧ ହେବ। ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ଯେଉଁମାନେ କି ଦ୍ବିତୀୟ ଡୋଜ୍‌ ନେବାର ୯ ମାସ ହୋଇସାରିଛି ସେମାନେ ପ୍ରିକସନ୍‌ ଡୋଜ୍‌ ତଥା ବୁଷ୍ଟର୍‌ ଡୋଜ୍‌ ନେଇପାରିବେ।
  12. କ୍ରେମଲିନ୍ ପ୍ରବକ୍ତା ଡିମିତ୍ରି ପେସ‌୍‌କୋଭ ରୁଷର ସୈନିକମାନେ ବହୁସଂଖ୍ୟାରେ ନିହତ ହୋଇଥିବା ବିଷୟ ଏକ ଟିଭି ସାକ୍ଷାତକାରରେ କହିଛନ୍ତି। ଯଦିଓ ନିର୍ଦ୍ଦି‌ଷ୍ଟ ସଂଖ୍ୟା ନେଇ କିଛି କୁହାଯାଇ ନାହିଁ ତଥାପି ସୈନିକମାନଙ୍କ ବୃଦ୍ଧି ପାଉଥିବା ମୃତ୍ୟୁସଂଖ୍ୟା ‌ଦେଶ ପାଇଁ ଏକ ବଡ଼ ବିପର୍ଯ୍ୟୟ ବୋଲି ସେ କହିଛନ୍ତି।
  13. ଦିଲ୍ଲୀରେ ସଂସଦୀୟ ସରକାରୀ ଭାଷା କମିଟିର ୩୭ତମ ବୈଠକରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ଇଂରାଜୀର ବିକଳ୍ପ ଭାବେ ହିନ୍ଦୀ ଭାଷାକୁ ଗ୍ରହଣ କରାଯିବା ଆବଶ୍ୟକ ଏହା କହିଛନ୍ତି।
  14. ଦେଶରେ ସରକାର ବିଚାରପତିମାନଙ୍କୁ ବଦନାମ କରିବାର ଏକ ନୂଆ ଧାରା ଆରମ୍ଭ ହୋଇଛି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆଜି କ୍ଷୋଭର ସହ କହିଛନ୍ତି।
  15. ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସମୁଦାୟ ୯.୭୪ ଲକ୍ଷ ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ୧୦୦ ଦିନିଆ କାର୍ଯ୍ୟ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଥିବା ଜଣାପଡ଼ିଛି।
  16. କୋଭିଡ୍‌-୧୯ରେ ମୃତକଙ୍କ ନିମନ୍ତେ ୫୦ ହଜାର ଟଙ୍କାର ସହାୟତା ରାଶି, ମେ ୨୮ ଆବେଦନର ଶେଷ ତାରିଖ।
  17. ଅପହଞ୍ଚ ଅଞ୍ଚଳବାସୀଙ୍କୁ ସୁବିଧାରେ ମିଳିବ ସ୍ୱାସ୍ଥ୍ୟସେବା, ନୂଆପଡା ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା।
  18. କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି ୨୦୨୧-୨୨ର ମ୍ୟାଚରେ ଭାରତ ୨-୧ ଗୋଲରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି।
  19. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନକୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ।
  20. କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ବିଷୟ ଘୋଷଣା କରି କହିଛନ୍ତି, ୨୦୨୪ ଜୁନ ପର୍ଯ୍ୟନ୍ତ ଏଥିପାଇଁ ଖାଦ୍ୟ ସବସିଡିର ଅଂଶ ଭାବରେ ବାର୍ଷିକ ପ୍ରାୟ ୨୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.