• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଥମ ଥର ଘର କିଣୁ ଥିଲେ ଧାରା 80-EEA ଅନୁସାରେ ସୁଧରେ ମିଳୁଥିବା ୧.୫ ଲକ୍ଷ ଟଙ୍କାର ରିହାତି ଆଉ ମିଳିବ ନାହିଁ । ଘରର ଦାମ ୪୫ ଲକ୍ଷ ଟଙ୍କାରୁ କମ ହୋଇଥିଲେ, ସୁଧ ସୁଝିବାରେ ଦେଢ ଲକ୍ଷ ପର୍ଯ୍ୟନ୍ତ ସବସିଡି ମିଳୁଥିଲା ।
  2. ପ୍ରାୟ ଦୁଇ ବର୍ଷ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୋଭିଡ୍ ମୁକାବିଲା ସମ୍ପର୍କିତ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୁପାରିସ୍ ପରେ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।
  3. ରାଜ୍ୟସଭାରେ ୭୨ ଜଣ ସଦସ୍ୟ ଅବସର ନେଇଛନ୍ତି  । ଏମାନଙ୍କ ମଧ୍ୟରେ ପି.ଚିଦାମ୍ବରମ, କପିଲ ସିବଲ, ଜୟରାମ ରମେଶ ଓ ଏ.କେ ଆଣ୍ଟୋନୀଙ୍କ ପରି ବରିଷ୍ଠ କଂଗ୍ରେସ ନେତା , ବିଜେପିର ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଅଛନ୍ତି  ।
  4. ଗୁରୁବାର ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି |
  5. ଶ୍ରୀଲଙ୍କାରେ ଏବେ ଉପୁଜିଲାଣି ଭୟଙ୍କର ପରିସ୍ଥିତି। ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ। ଚାଉଳ, ଡ‌ାଲିର ଘୋର ଅଭାବ ସହ ଡିଜେଲ ଟାଙ୍କି ବନ୍ଦ ହୋଇସାରିଲାଣି। ପେଟ୍ରୋଲ ପାଇଁ ଲାଗୁଛି ଲମ୍ବା ଧାଡ଼ି।
  6. ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କହିଛନ୍ତି ଯେ ଜଣେ ଅବିବାହିତ ଝିଅ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬ର ବ୍ୟବସ୍ଥା ଅନୁଯାୟୀ ନିଜ ପିତାମାତାଙ୍କ ଠାରୁ ବିବାହ ଖର୍ଚ୍ଚ ଦାବି କରିପାରିବ।
  7. ଦେଶର ବୃହତ୍ତମ ରାଜନୈତିକ ଦଳ ଏଭଳି ‘ଗୁଣ୍ଡାଗିରି’ରେ ମାତି ଯୁବସମାଜକୁ କି ପ୍ରକାର ବାର୍ତ୍ତା ଦେଉଛି ବୋଲି ଆଜି ‘ବିଜେପି’କୁ ପରୋକ୍ଷଭାବେ ସମାଲୋଚନା କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।
  8. ଆଣବିକ ଅସ୍ତ୍ରଶସ୍ତ୍ର ଥିବା କେତେକ ବୋମା ବର୍ଷଣକାରୀ ରୁଷୀୟ ଲଢୁଆ ବିମାନ ଚଳିତ ମାସ ପ୍ରାରମ୍ଭରେ ସ୍ବିଡେନ୍‌ ଆକାଶ ସୀମା ମଧ୍ୟକୁ ଚାଲିଯାଇଥିବା ରିପୋର୍ଟ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଉଦ୍‌ବେଳିତ କରିଛି।
  9. ବିଧାନସଭାରେ ପାରିତ ହେଲା ୨୦୨୨-୨୩ର ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ମଞ୍ଜୁରୀ ବିଲ୍‌। ଆସନ୍ତା ୪ ମାସ ପାଇଁ ୧ ଲକ୍ଷ ୬ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲେଖା ଅନୁଦାନ ବିଲକୁ ଗୃହରେ ଆଗତ କରାଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
  10. ଓଡିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ସ୍କୁଲରେ ସକାଳ ସାଢ଼େ ୬ଟାରୁ ପୂର୍ବାହ୍ନ ସାଢ଼େ ୧୦ଟା ଯାଏଁ ପାଠ ପଢ଼ିବେ। ସେହିଭଳି ନବମ ଠାରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ସକାଳ ୭ଟାରୁ ୧୧ଟା ୩୦ ଯାଏଁ ପାଠପଢ଼ିବେ। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ଏହି ସମୟ ନିର୍ଘଣ୍ଟ ଲାଗୁ ହେବ।
  11. ନୀତି ଆୟୋଗ ଦ୍ୱାରା ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କରେ ହେଡ୍‍ କାଉଂଟ ରେସିଓ ଅନୁଯାୟୀ ରାଜ୍ୟରେ ମୋଟ ଜନସଂଖ୍ୟାର ୨୯.୩୫% ଦରିଦ୍ର ବୋଲି ଆକଳନ କରାଯାଇଛି। ଦାରିଦ୍ର୍ୟର ତୀବ୍ରତା ରହିଛି ୪୬.୪୨%। ଦେଶରେ ଦାରିଦ୍ର୍ୟର ତୀବ୍ରତା ୪୭.୧୩% ବୋଲି ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
  12. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୬ଟି ରାଜ୍ୟରେ ୨ ଲକ୍ଷ ୪୨ ହଜାର ବାସଗୃହ ନିର୍ମାଣକୁ ଅନୁମୋଦନ ପ୍ରଦାନ କରିଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ତ୍ରିପୁରା, ତାମିଲନାଡୁ ଓ ପଶ୍ଚିମବଙ୍ଗ ରହିଛି।
  13. ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇପିଏସ ଅଧିକାରୀଙ୍କୁ ଅଦାଲତ ଅବମାନନା ମାମଲାରେ ଦଣ୍ଡ ଶୁଣାଣିଛନ୍ତି।୮ ଆଇଏଏସ ଅଧିକାରୀଙ୍କୁ ଆସନ୍ତା ଏକ ବର୍ଷ ଯାଏଁ ହସ୍ପିଟାଲରେ ସମାଜସେବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆଇଏଏସ ଅଧିକାରୀମାନେ ହସ୍ପିଟାଲରେ ସମାଜସେବା କରିବେ।
  14. ଏପ୍ରିଲ ୧ରୁ ଆୟକରଙ୍କୁ ଏକ ଭଲ ସୁବିଧା ମିଳିବ । ଯଦି ଆୟକର ଫାଇଲ୍ ବେଳେ କିଛି ଭୁଲ ହୋଇଯାଏ ତେବେ ତ୍ରୁଟି ସୁଧାରିବାକୁ ସୁଯୋଗ ମିଳିବ ।
  15. ରାଜସ୍ଥାନ ଦୌସାରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ଗିରଫ ହେଲେ ବିଜେପି ନେତା ଜିତେନ୍ଦ୍ର ଗୋଥ୍‌ୱାଲ। ଆତ୍ମହତ୍ୟା ପାଇଁ ମହିଳା ଡାକ୍ତରଙ୍କୁ ଉସ୍‌କାଇବା ଓ ଚାପ ପକାଇବା ଅଭିଯୋଗରେ ତାଙ୍କୁ ଗତକାଲି ରାତିରେ ରାଜସ୍ଥାନ ପୁଲିସ ଗିରଫ କରିଛି।
  16. ଦିଲ୍ଲୀରେ ଇ-ଅଟୋ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ କେଜରିୱାଲ ସମ୍ବୋଧନ କରିବା ସମୟରେ କହିଛନ୍ତି “କେଜରିୱାଲ ମହତ୍ୱ ପୂର୍ଣ୍ଣ ନୁହେଁ, ଏହି ଦେଶ ଜରୁରି ଅଟେ’’। ସେ କହିଛନ୍ତି ଦୁନିଆର ସବୁଠାରୁ ବଡ଼ ରାଜନୈତିକ ଦଳର ଏପରି ଗୁଣ୍ଡାଗର୍ଦ୍ଦି ଆଦୌ ଶୋଭନୀୟ ନୁହେଁ। ଏହା ଦ୍ୱାରା ଦେଶର ଯୁବକମାନଙ୍କ ପ୍ରତି ଖରାପ ସନ୍ଦେଶ ପହଞ୍ଚୁଛି ।
  17. ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି।
  18. ଶେଷ ଦିନରେ ପାରିତ ହୋଇଥିଲା ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ମଞ୍ଜୁରୀ ବିଲ । ଆସନ୍ତା ୪ ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଲେଖା ଅନୁଦାନ ବିଲକୁ ଗୃହରେ ଆଗତ କରାଇଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
  19. ରାଜ୍ୟ ଓଡ଼ିଶାରେ ମଧ୍ୟ ପ୍ରତ୍ୟାହାର ହୋଇଛି କୋଭିଡ୍ ମହାମାରୀ ଆଇନ। ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ସହ ଜୀବନଜୀବିକା ସ୍ୱାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା କରାଯାଉଥିବାବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି।
  20. ନୂଆ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଖୋଲିବା ଉପରେ ଲାଗିଥିବା କଟକଣାକୁ ଅଲ ଇଣ୍ଡିଆ କାଉନସିଲ ପର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ଆଉ ୨ ବର୍ଷ ପାଇଁ ବଢାଇ ଦେଇଛି। ତେବେ ପିପିପି ମୋଡ ସହିତ ପାରମ୍ପରିକ, ଉଦୀୟମାନ, ବହୁ ବିଷୟ ଆଧାରିତ, ପ୍ରଫେସନାଲ କ୍ଷେତ୍ରରେ ନୂଆ ପଲିଟେକ୍ନିକ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.