• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ସ୍ଵାଧୀନତାର ବହୁ ବର୍ଷ ପରେ ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ବହୁତ ଖରାପ ଦେଖାଯାଇଛି। ସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରୁଛି। ଏହାରି ମଧ୍ୟରେ ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏପ୍ରିଲ ୧ ତାରିଖ ଠାରୁ ଏହା ଲାଗୁ ହୋଇଛି। 
  2. ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର , ରାଜ୍ୟର ସମସ୍ତ ଚୟନ ଆୟୋଗ, ବୋର୍ଡଙ୍କ ଅଧ୍ୟକ୍ଷଙ୍କ ସହିତ ବୈଠକ କରିଛନ୍ତି। ଏହି ସମୟରେ ଯୋଗୀ ସମସ୍ତ ସେବା ଚୟନ‌ ବୋର୍ଡକୁ ୧୦୦ ଦିନର ଲକ୍ଷ୍ୟ ନେଇ ୧୦ ହଜାରରୁ ଊର୍ଦ୍ଧ୍ବ ରାଜ୍ୟର ଯୁବକ-ଯୁବତୀଙ୍କୁ ସରକାରୀ ଚାକିରି ଦେବାକୁ କହିଛନ୍ତି। 
  3. ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଗୁରୁବାର ରାଜ୍ୟସଭାରେ ଯେ, ମୋଟ ୨୨୫୦୦ ଭାରତୀୟ ନାଗରିକ ୨୦୨୨ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ଫେରି ଆସିଛନ୍ତି। ପାଖାପାଖି ୪୦ରୁ ୫୦ ଜଣ ଭାରତୀୟ ନାଗରିକ ଏବେବି ୟୁକ୍ରେନରେ ଅଛନ୍ତି। ଏଥିରୁ କିଛି ଲୋକ ସ୍ବଦେଶ ଫେରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
  4. ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି। ୨୦୨୨ ତାଙ୍କ ପାଇଁ ବହୁତ ଭଲ ବର୍ଷ ସାବ୍ୟସ୍ତ ହୋଇଛି। ବର୍ଷର ପ୍ରଥମ ତିନି ମାସରେ ସେ ବିଶ୍ବର ଅନ୍ୟ ସବୁ ଧନୀଙ୍କ ତୁଳନାରେ ଅଧିକ ଆୟ କରିଛନ୍ତି। ବ୍ଲୁମ୍‌ବର୍ଗ ବିଲିଓନେୟାର ସୂଚୀ ଅନୁଯାୟୀ ଆଦାନିଙ୍କ ସମ୍ପତ୍ତି ମୂଲ୍ୟରେ ୨୭% ବୃଦ୍ଧି ହୋଇ ୯,୭୬୦ କୋଟି ଡଲାରରେ ପହଞ୍ଚିଛି। 
  5. ପ୍ରଥମ ଥର ପାଇଁ ରୁଷ୍‌ରେ ବିମାନ ଆକ୍ରମଣ କରିଥିବା ଅଭିଯୋଗ କରିଛି। ରୁଷ୍‌ର ଏକ ସୀମାବର୍ତ୍ତୀ ସହର ସ୍ଥିିତ ତୈଳ ଡିପୋରେ ୟୁକ୍ରେନ୍‌ ହେଲିକପ୍ଟର ଦ୍ବାରା ଆକ୍ରମଣ କରିଛି ବୋଲି ରୁଷ୍‌ ଅଭିଯୋଗ କରିଛି।
  6. ଝାଡ଼ଖଣ୍ଡ ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନଥିଲା, ବରଂ ଏକ ଯୋଜନାବଦ୍ଧ ହତ୍ୟା ଥିଲା ବୋଲି କହିଛନ୍ତି ଗୁଜୁରାଟ ଗାନ୍ଧିନଗରରେ ଥିବା ଫୋରେନସିକ ସାଇନ୍ସ ଡାଇରେକ୍ଟରେଟର ଉପନିର୍ଦ୍ଦେଶିକା ହେମା ବିନୋଦ ଚନ୍ଦ୍ର ଆଚାର୍ଯ୍ୟ ।
  7. ପରୀକ୍ଷା ଆମ ଜୀବନର ଅଂଶବିଶେଷ ଭଳି। ପରୀକ୍ଷାରୁ ପ୍ରାପ୍ତ ଅଭିଜ୍ଞତା ଆବଶ୍ୟକ ବେଳେ କାମରେ ଲାଗେ ବୋଲି ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ୫ମ ସଂସ୍କରଣରେ ୯ମରୁ ୧୨ଶ ଶ୍ରେଣୀ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
  8. ପ୍ରତ୍ୟେକ ଦେଶର ରୁଷ୍‌ ସହ ନିଜସ୍ବ ସମ୍ପର୍କ ରହିଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସେ ସମ୍ପର୍କରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁଁନାହିଁ ବୋଲି ଗୁରୁବାର ଦିନ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି।
  9. ରାଜ୍ୟରେ ଶସ୍ତା ହେବାକୁ ଯାଉଛି ବିଦେଶୀ ମଦ। ନୂତନ ଅବକାରୀ ନୀତି(୨୦୨୨-୨୩)ରେ ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି।
  10. ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳୁଥିବା ଅତିରିକ୍ତ ୫ କେଜି ମାଗଣା ଚାଉଳ ବଣ୍ଟନ ଅବଧିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ଅର୍ଥାତ୍ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସେମାନେ ଏହି ମାଗଣା ଚାଉଳ ପାଇବେ।
  11. ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ମାର୍ଚ୍ଚ ୩୧ତାରିଖରେ ଗୋଟିଏ ଦିନରେ ସର୍ବାଧିକ ମାଲ ପରିବହନ କରାଯାଇଛି। 
  12. କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି ଯେ ସରକାରୀ ଚାକିରିରେ ଏସସି/ଏସଟି କର୍ମଚାରୀମାନଙ୍କ ପଦୋନ୍ନତିରେ ସଂରକ୍ଷଣ ରଦ୍ଦ କରିବା ଦ୍ୱାରା କର୍ମଚାରୀ ଅଶାନ୍ତି ଏବଂ ଏକାଧିକ ମକଦ୍ଦମା ହୋଇପାରେ।
  13. ବିଜେପି ଛାଡିଲେ ଜୟରାମ ପାଙ୍ଗୀ । ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ପାଇଁ କରିବେ କାମ । ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କରିବେ ଦାବି  ।
  14. ମହାନଦୀ କୋଲଫିଲ୍ଡସ ଲିମିଟେଡ଼ (ଏମସିଏଲ୍) ଏହାର ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ଼ ହାସଲ କରି ୨୦୨୧-୨୨ ଆର୍ଥିକ ବର୍ଷ ସମାପ୍ତ କରିଛି । କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୧୪% ଅଭିବୃଦ୍ଧି କରି ୧୬୮ ମିଲିୟନ ଟନ୍ କୋଇଲା ଉତ୍ପାଦନ କରି ଐତିହାସିକ ରେକର୍ଡ଼ ସୃଷ୍ଟି କରିଛି।
  15. ଦେଶରେ ସାମଗ୍ରୀ ରପ୍ତାନୀ ୪୧ ହଜାର ୫୦୦ କୋଟି ଡଲାର ଅତିକ୍ରମ କରିଥିବା ଆଜି ରାଜ୍ୟସଭାରେ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଶ୍ରୀ ଗୋୟଲ୍‍ କହିଛନ୍ତି, ସରକାର ରପ୍ତାନୀ ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ ଓ ଏହାକୁ ତ୍ୱରାନ୍ୱିତ କରିବା ଲାଗି ଭାରତ କିଛିଦିନ ପୂର୍ବେ ୪୦ହଜାର କୋଟି ଡଲାର୍‍ର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି।
  16. ମାର୍ଚ୍ଚ ୨୦୨୨ରେ ଜାତୀୟ ସ୍ତରରେ ମୋଟ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୨,୦୯୫ କୋଟି ।
  17. ବ୍ୟବସାୟିକ ରୋଷେଇ ଗ୍ୟାସ୍‍ ଦାମ୍‍ ସିଲିଣ୍ଡର ପ୍ରତି ୨୫୦ ଟଙ୍କା ବୃଦ୍ଧି କରିଛନ୍ତି। ୨ ମାସ ମଧ୍ୟରେ ଲଗାତାର ୩୪୬ ଟଙ୍କା ଗ୍ୟାସ୍‍ ଦାମ୍‍ ବୃଦ୍ଧି ପାଇଛି। ଶୁକ୍ରବାର ଠାରୁ ୧୯ କିଲୋ ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ଅଧିକ ମହଙ୍ଗା ହୋଇଛି।
  18. ବ୍ରହ୍ମପୁର ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ୱାମୀ ହିମାଂଶୁ ବାରିକଙ୍କ ମୃତ୍ୟୁ ଘଟିଛି।
  19. ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟକୁ ଯଥାକ୍ରମେ ୩୬୪.୭୪ କୋଟି ଟଙ୍କା ଏବଂ ୮୧୨.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
  20. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତି ମଧ୍ୟରେ ୮୬ ବର୍ଷ ବିତି ଯାଇଥିବା ବେଳେ ସୀମାନ୍ତ ସ୍ଥିତି ଅପରିବର୍ତିତ ରହିଛି। ପ୍ରଦେଶ ଗଠନର ସେହି ଦିନକୁ ମନେ ପକେଇବାକୁ ଆଜି ଉତ୍କଳ ଦିବସ ପାଳନ କରାଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.