• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଉଦଘାଟନ କଲେ । ବିହାରର ଜୟନଗର ଓ ନେପାଳର କୁର୍ଥା ମଧ୍ୟରେ ଚଳାଚଳ କରିବ ପାସେଞ୍ଜର ଟ୍ରେନ । ଏହି ପ୍ରକଳ୍ପ ହେଉଛି ୬୯ କିମି ଦୀର୍ଘ ଜୟନଗର-ବିଜଲପୁରା-ବାର୍ଦିଦାସ ରେଳ ଲିଙ୍କ ପ୍ରକଳ୍ପର ଅଂଶ ବିଶେଷ ।
  2. ଶ୍ରୀଲଙ୍କା ରେ ଖାଦ୍ୟର ଘୋର ଅଭାବ ଦେଶରେ ହାହାକାର ସୃଷ୍ଟି କରିଛି । ଗୋଟିଏ ପଟେ ଆର୍ଥିକ ସଙ୍କଟକୁ ନେଇ ବିବାଦ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ଜରୁରୀକାଳୀନ ସ୍ଥିତି  ।  ଚାଉଳ କିଲୋ ୫୦୦ ପହଞ୍ଚିଥିବାବେଳେ ଚିନି କିଲୋ ୩୦୦ରେ ପହଞ୍ଚିଛି  ।
  3. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ସହ ପୂର୍ତ୍ତ ସଚିବ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ବୀର ବିକ୍ରମ ଯାଦବ ।
  4. ଆଉ ୧୪ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ । ୨୦୩୬ରେ ସାରା ଦେଶକୁ ମାର୍ଗ ଦର୍ଶନ କରାଇବ ଓଡ଼ିଶା । ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ପରେ ରାଜ୍ୟ ସରକାରଙ୍କ ଭିଜନ ଏବେ ଚର୍ଚ୍ଚାରେ ।
  5. ସଡ଼କ ସୁରକ୍ଷାକୁ ସୁଦୃଢ କରିବା ସହ ଦୁର୍ଘଟଣାର ତଦାରଖ କରିବାର ଦାୟିତ୍ବ ଜିଲ୍ଲାପାଳଙ୍କର । ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ଏଭଳି ମର୍ମରେ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ରାଜ୍ୟ ସରକାର ଏହା ପୂର୍ବରୁ ଦୁର୍ଘଟଣା ରୋକିବା ପାଇଁ ସମ୍ପୂର୍ଣ୍ଣ ଯୋଜନା କରିଛନ୍ତି ।
  6. ଖରା ଏପରି ହେଉଛି ଯେ, ଘରୁ ବାହାରକୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି । ତେବେ ଆଜି ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧.୬ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ତାପମାତ୍ରା ମଧ୍ୟ ୪୦.୫ ଡିଗ୍ରୀ ରହିଛି । ସେହିପରି ସୋନପୁରରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଛି ।
  7. ରାଜ୍ୟରେ ଖାଲି ହେବ ୪ ରାଜ୍ୟସଭା ସିଟ୍। ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ ଭାସ୍କର ରାଓଙ୍କ କାର୍ଯ୍ୟକାଳ ଜୁଲାଇରେ ସରୁଛି। ଏହା ସହ ରାଜ୍ୟସଭା ସାଂସଦ ସୁବାସ ସିଂହ କଟକ ମେୟର ନିର୍ବାଚିତ ହୋଇଛନ୍ତି, ତେଣୁ ସେ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେବେ। 
  8. ତେଲ ଦର ପୁଣି ବଢିଛି । ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରବିବାର ଦ୍ୱାଦଶ ଦିନ ପେଟ୍ରୋଲ ଓ ଡିଜେଲ ୮୦ ପଇସା ଯାଏଁ ବଢ଼ିଛି। ଫଳରେ ଆଠ ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କା ମହଙ୍ଗା ହୋଇଛି।
  9.  ରାଜସ୍ଥାନର କରୋଲୀରେ ବଡ଼ ଧରଣ ଅଘଟଣ ଘଟିଛି। ଶନିବାର ହିନ୍ଦୁ ନବବର୍ଷ ଅବସରରେ ଏକ ବାଇକ ରାଲି ବାହାର କରାଯାଇଥିଲା। ଏହି ସମୟରେ ରାଲି ଉପରେ ପଥମ ମାଡ ହୋଇଥିଲା। ସୂଚନା ଅନୁସାରେ ଏଥିରେ ପ୍ରାୟ ୪୨ ଜଣ ଆହତ ହୋଇଛନ୍ତି।
  10. ପୋପ ଫ୍ରାନସିସ୍‌ ୟୁକ୍ରେନ ଗସ୍ତରେ ଯିବାକୁ ଚିନ୍ତା କରୁଛନ୍ତି। ସିଏନଏନ ନ୍ୟୁଜ୍ ରିପୋର୍ଟ ଅନୁସାରେ, ପୋପ ଫ୍ରାନସିସ୍‌ କିଭ୍ ଯିବା ଉପରେ ବିଚାର କରୁଛନ୍ତି। ଶନିବାର ସକାଳେ ବିମାନରୁ ମାଲଟା ଯିବା ସମୟରେ ସାମ୍ଵାଦିକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ପୋପ ଦୀର୍ଘ ନିଃଶ୍ଵାସ ପକାଇ ଯୁଦ୍ଧ ଗ୍ରସ୍ତ ୟୁକ୍ରେନ ଯାତ୍ରା କରିବା ବେଶ ସୁଖଦ ହେବ ବୋଲି କହିଛନ୍ତି।
  11. ନୋୟେଡାରେ ସୁପରଟେକ୍‌ ଦ୍ୱାରା ନିର୍ମିତ ଏମରଲଡ ଟ୍ୱିନ୍ ଟାୱାର ଭାଙ୍ଗିବା ଏବେ ନିଶ୍ଚିତ ହୋଇଯାଇଛି। ଏହି ଟାୱାରକୁ ମାଟିରେ ମିଶାଇବା ବେଳେ ଏଥିରୁ ସିମେଣ୍ଟ କଂକ୍ରିଟ ଖଣ୍ଡ ଯେପରି ଛିଟକି କ୍ଷୟକ୍ଷତି ନ କରେ ସେଥିଲାଗି ଏବେ ବୈଷୟିକ ପ୍ରକ୍ରିୟା ଚାଲିଛି। ଏହି କ୍ରମରେ ଟାୱାରରେ ଜିଓ ଟେକ୍ସଟାଇଲ ଫାଇବର କୋଟିଂ କରାଯାଉଛି। ଏହି କୋଟିଂ କାମ ଆରମ୍ଭ ହୋଇଯାଇଥିବା ବେଳେ ଏପ୍ରିଲ ୧୦ ତାରିଖ ଦିନ ଏହାର ପରୀକ୍ଷାମୂଳକ ବିସ୍ଫୋରଣ କରାଯିବ।
  12. ନବରାତ୍ର ପର୍ବ ଆରମ୍ଭ ହେଉଥିବା ବେଳେ ଗାଜିଆବାଦରେ ସମସ୍ତ ମାଂସ ଦୋକାନ ବନ୍ଦ ରଖିବାକୁ ଗୁରୁବାର ନିର୍ଦ୍ଦେଶନାମା ଜାରି କରିଥିଲେ ମେୟର ଆଶା ଶର୍ମା। ଏହାପରେ ପ୍ରଶାସନ ସହରରେ ସମସ୍ତ ମାଂସ ଦୋକାନ ବନ୍ଦ କରାଇ ଦେଇଥିଲେ।ହେଲେ ଏହାର ୧୨ ଘଣ୍ଟା ପରେ ମେୟର ନିଜର ନିର୍ଦ୍ଦେଶନାମାକୁ ଫେରାଇ ନେଇଛନ୍ତି।
  13. ସୁଶାନ୍ତ ସିଂହ ରାଜପୁତ ଓ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କେସ୍‌ରେ କାର୍ଯ୍ୟାନୁଷ୍ଠାନ କରୁଥିବା ମୁମ୍ବାଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ଙ୍କ ଇଣ୍ଟେଲିଜେନ୍ସି ଅଫିସର ବିଶ୍ୱନାଥ ତିୱାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି।
  14. ମୋବାଇଲ୍‌ ଫୋନ୍‌ରେ ପର୍ଣ୍ଣୋଗ୍ରାଫିକ ଭିଡିଓ ସହଜରେ ମିଳିଯାଉଥିବାରୁ ଭାରତରେ ଦୁଷ୍କର୍ମ ଭଳି ଘଟଣା ବୃଦ୍ଧି  ପାଉଛି ବୋଲି କହିଛନ୍ତି ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସିଂଘଭୀ।  
  15.  ଦେଶର ସ୍ବାର୍ଥ ପାଇଁ ଭାରତ ରୁଷ୍‌ଠାରୁ ଶସ୍ତାରେ ତେଲ କିଣିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହା ସ୍ପଷ୍ଟ କରିଦେଇଛନ୍ତି। ଦେଶର ଶକ୍ତି ସୁରକ୍ଷାକୁ ସର୍ବାଗ୍ରେ ରଖାଯିବ।
  16. ଶୁକ୍ରବାର ଏନ୍‌ସିପି ଏମ୍‌ପି ସୁପ୍ରିୟା ସୁଲେ ଭାରତରେ ସମଲିଙ୍ଗୀ ବିବାହକୁ ଆଇନାନୁମୋଦିତ କରିବା ପାଇଁ ଲୋକସଭାରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଆଗତ କରିଛନ୍ତି। ସୁଲେ ଏହି ବିଲ୍ ମାଧ୍ୟମରେ ଏଲ୍‌ଜିବିଟିକ୍ୟୁଆଇଏ+ ବ୍ୟକ୍ତିମାନଙ୍କର ସମାନ ବୈବାହିକ ଅଧିକାର ଦାବି କରିଛନ୍ତି। ସୁଲେ କହିଛନ୍ତି ଯେ ଏହି ଆଇନକୁ ସ୍ବତନ୍ତ୍ର ବିବାହ (ସଂଶୋଧନ) ଆଇନ, ୨୦୨୨ ବୋଲି ନାମିତ କରାଯାଇପାରେ।
  17. ଆସନ୍ତା ଜୁନ୍‌ ୩୦ରୁ ଆରମ୍ଭ ହେବ ଚଳିତ ବର୍ଷର ଅମରନାଥ ଯାତ୍ରା। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଗଲାଣି ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଶେଷ କରାଯିବ ବୋଲି ଜମ୍ମୁ- କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଶନିବାର କହିଛନ୍ତି।
  18. ଆମେରିକା ୟୁକ୍ରେନ୍‌କୁ ଜୀବନ ରକ୍ଷାକାରୀ ଉପକରଣ ପଠାଉଛି। ଆମେରିକା ୟୁକ୍ରେନ୍‌କୁ ସୁରକ୍ଷିତ ଉପକରଣ ଦେଉଛି କି ନା’ ତା’ର ଏକ ପ୍ରଶ୍ନର ଉତ୍ତର ଦେଇ ହ୍ବାଇଟ୍‌ ହାଉସ ପ୍ରେସ୍‌ ସଚିବ ଜେନ୍‌ ସାକି ଏହା କହିଛନ୍ତି। ତେବେ ଏହାଦ୍ବାରା ଆମେରିକାର ଘରୋଇ ପ୍ରସ୍ତୁତିରେ କୌଣସି ସାଲିସ କରାଯିବନି ବୋଲି ସେ କହିଛନ୍ତି।
  19. ବହୁ ଦେଶରେ ହଠାତ୍ ଗ୍ୟାସ ଓ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଘଟିଛି ଏହାକୁ ନେଉ ଆଜି ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏକ ଟ୍ୱିଟ କରି ଆମରେିକା ରାଷ୍ଟ୍ରପତି ଲେଖିଛନ୍ତି ଯେ ବିଶ୍ୱରେ ଦରଦାମ୍ ବୃଦ୍ଧି ପାଇଁ କେବଳ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ହିଁ ଦାୟୀ ।
  20. ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ RRR ଏବେ ଲୋକଙ୍କ ପ୍ରଥମ ପସନ୍ଦ ହୋଇସାରିଆଣି । ଏହି ଫିଲ୍ମ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଲାଭ କରାଯାଇଛି । RRR ଫିଲ୍ମ ରିଲିଜ୍ ହେବାର ୮ ଦିନ ହୋଇଯାଇଥିବା ଏହାର ହିନ୍ଦୀ ଡ଼ବିଂରେ ବର୍ତ୍ତମାନ ୧୪୬.୦୯ କୋଟି ଟଙ୍କା ଲାଭ ହୋଇଛି । 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.