• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୧ ବର୍ଷର ମର୍ଯ୍ୟାଦାଜନକ ସରସ୍ବତୀ ସମ୍ମାନ ପାଇବେ ପ୍ରଖ୍ୟାତ ହିନ୍ଦୀ କବି ପ୍ରଫେସର ରାମଦରଶ ମିଶ୍ର। କବିତା ସଙ୍କଳନ ‘ମେଁ ତୋ ୟହାଁ ହୁଁ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ୧୯୨୪ରେ ଉତ୍ତରପ୍ରଦେଶର ଗୋରଖପୁରରେ ତାଙ୍କର ଜନ୍ମ। ତାଙ୍କର କେତେକ ଚର୍ଚ୍ଚିତ ପୁସ୍ତକ ମଧ୍ୟରେ ରହିଛି ‘ବେରଙ୍ଗ ବେନାମ ଚିଠିୟାଁ’, ‘ପକ୍‌ ଗୟି ହେ ଧୂପ’, ‘କନ୍ଧେ ପର ସୂରଜ’, ‘ଦିନ ଏକ ନଦୀ ବନ ଗୟ‌ା’, ‘ଆଗ କୁଛ ନହିଁ ବୋଲତି’ ଏବଂ ‘ଆଗ କୀ ହଁସି’ ଇତ୍ୟାଦି।
  2. ରୁଷ୍‌ କିବ୍‌ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରିବାପରେ ଏବେ ଦକ୍ଷିଣ ଏବଂ ପୂର୍ବ ଭାଗରେ ଆକ୍ରମଣ ଜୋରଦାର କରିଛି। ଦକ୍ଷିଣ ୟୁକ୍ରେନ୍‌ରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୪ ଜଣ ଆହତ ହୋଇଛନ୍ତି।
  3. ୪ଟି ଗରିବ ଦେଶର ଲୋକଙ୍କ ପେଟକୁ ଦାନା ଯୋଗାଇବ ଭାରତ । ଏହି ୪ଟି ଦେଶ ହେଲେ ଆଫଗାନିସ୍ତାନ, ଇଥିଓପିଆ, ସିରିଆ ଓ ୟେମେନ । ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) ଅଧିନରେ ଏସବୁ ଦେଶଙ୍କୁ ଚାଉଳ ଓ ଗହମ ପଠାଇବ ଭାରତ ।
  4. ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣରେ କୌଣସି ପ୍ରଭାବ ମନ୍ଦିର ଉପରେ ପଡିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି। ଏଏସଆଇ ସହିତ ସମନ୍ୱୟ ରକ୍ଷା କରି ସମସ୍ତ ନିର୍ମାଣ କାର୍ଯ୍ୟ କରାଯାଉଛି। ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁବିଧା ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ କରାଯାଉଛି । 
  5. ଅଶୋକ ତନଓ୍ଵର ଗତ ବର୍ଷ କଂଗ୍ରେସ ଛାଡି ଟିଏମସିରେ ମିଶିଥିଲେ। ହେଲେ ତାଙ୍କର ଟିଏମସି ପ୍ରତି ଶୀଘ୍ର ମୋହଭଙ୍ଗ ହୋଇଥିଲା ଏବଂ ଏବେ ଆମ୍ ଆଦମୀ ପାର୍ଟିରେ ସାମିଲ୍ ହୋଇଛନ୍ତି।
  6. ସୁପରଟେକ ଦେବାଳିଆ ଘୋଷଣା ହେବା ପରେ ଚିନ୍ତାରେ ଥିବା ଫ୍ଲାଟ ଧାରକଙ୍କୁ କୋର୍ଟଙ୍କ ଏହି ନିଷ୍ପତ୍ତି ଆଶ୍ୱସ୍ତି ପ୍ରଦାନ କରିଛି । ଉଲ୍ଲେଖଯୋଗ୍ୟ ଯେ ନିକଟରେ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁରୋଧରେ ସୁପରଟେକକୁ ଦେବାଳିଆ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ସୂଚନାଯୋଗ୍ୟ ଯେ, ସୁପରଟେକ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୪୦୦ କୋଟି ଟଙ୍କାର ଋଣ ନେଇଛି, ଯାହା ପରିଶୋଧ କରିପାରି ନାହିଁ।
  7. ଆମେରିକାର ନ୍ୟୁୟୋର୍କରେ ଏକ ପ୍ରସିଦ୍ଧ ଓ ପ୍ରମୁଖ ମନ୍ଦିର ବାହାରେ ଥିବା ରାସ୍ତାର ନାଁକୁ ପରିବର୍ତ୍ତନ କରି ଗଣେଶ ମନ୍ଦିର ଷ୍ଟ୍ରିଟ ନାମରେ ନାମକରଣ କରାଯାଇଛି । ଏହି ମନ୍ଦିର ଉତ୍ତର ଆମେରିକାରେ ୧୯୭୭ ମସିହାରେ ତିଆରି ହୋଇଥିବା ବେଳେ ମନ୍ଦିରଟି ସେଠାରେ ‘’ଶ୍ରୀ ମହା ବଲ୍ଲଭ ଗଣପତି ଦେବସ୍ଥାନମ’ ନାଁ ରେ ପରିଚିତ। ଏହି ମନ୍ଦିରକୁ ଉତ୍ତର ଆମେରିକାର ସବୁଠାରୁ ପୁରୁଣା ଓ ପ୍ରଥମ ମନ୍ଦିର ବୋଲି କୁହାଯାଏ।
  8. ନେପାଳରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ଭାରତ ନୂଆ ବୈଦେଶିକ ସଚିବ। ବର୍ତ୍ତମାନର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହି ନୂତନ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । 
  9. ଦ ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ, ଏହି ପୁସ୍ତକ ଟିକେ ଇନ୍ଦ୍ରାଣୀଙ୍କ ଦ୍ୱାରା ଲିଖିତ ଏବଂ ଏହା ନର୍ସମାନଙ୍କ ପାଠ୍ୟକ୍ରମରେ ସାମିଲ ରହିଛି। ଏହାର ପ୍ରକାଶନ ହାଉସ ଇନ ଇଣ୍ଡିଆ ପକ୍ଷରୁ କରାଯାଇଛି।
  10. ବର୍ତ୍ତମାନ ଏହି ବହିର ଗୋଟିଏ ପୃଷ୍ଠା ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର କଥା ଏଥିରେ ଯୌତୁକର ଲାଭ ବିଷୟରେ ଉଲ୍ଲେଖ କରାଯାଇଛି। କୁହାଯାଇଛି, ଜଣେ ଅସୁନ୍ଦର ଝିଅ ଯୌତୁକ ଦେଇ ଜଣେ ସୁନ୍ଦର ପୁଅକୁ ବିବାହ କରିପାରେ। ଯୌତୁକରେ ଝିଅମାନେ ନିଜର ନୂଆ ଘର କରିପାରୁ ଥିବା ଏଥିରେ ଦର୍ଶାଯାଇଛି।
  11. ଉତ୍ତରାଖଣ୍ଡ ଦେହରାଦୁନର ଡାଲନବାଲା ନେହରୁ ରୋଡ୍‌ର ୭୮ ବର୍ଷୀୟା ମହିଳା ପୁଷ୍ପା ମୁଞ୍ଜିଲାଲ୍। କେବଳ ସେତିକି ନୁହେଁ, ରାହୁଲଙ୍କ ପ୍ରତି ପୁଷ୍ପାଙ୍କର ଭଲପାଇବା ଏତେ ଯେ ସେ ବୟସର ଅପରାହ୍ନରେ ଥାଇ ବି ତାଙ୍କର ସମସ୍ତ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କୁ ନାଁରେ କରିଦେଇଛନ୍ତି।
  12. ଦୁନିଆର ସବୁଠୁ ଧନଶାଳୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମୋସ୍କ ମାଇକ୍ରୋ-ବ୍ଲୋଗିଙ୍ଗ ସାଇଟ୍ ଟୁଇଟର ଇଙ୍କରେ ୯.୨ ପ୍ରତିଶତ ଅଂଶ କିଣିଛନ୍ତି। ସୋମବାର ଏହାର ସୂଚନା ଦିଆଯାଇଛି। ରେଗୁଲେଟର ଫାଇଲିଂରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଲନ ମସ୍କ ସୋସିଆଲ ମିଡିଆ କମ୍ପାନୀre ୯.୨ ଅଂଶଧନ କିଣିଛନ୍ତି।
  13.  ଦେଶରେ ଆଜି ୯୧୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୭୧୫ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୧ ହଜାର ତଳେ ରହିଛି। ଶେଷ ଥର ପାଇଁ ୨୦୨୦, ଏପ୍ରିଲ ୧୮ରେ ଦେଶରେ ଦୈନିକ ସଂକ୍ରମଣ ୯୯୧ ଥିଲା।
  14. ଜିଓ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ଶିକ୍ଷାଦାନ ନେତୃତ୍ୱ ମଣ୍ଡଳୀକୁ ସୁଦୃଢ଼ କରିବା ଲାଗି କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (କାଲ୍‌ଟେକ୍‌)ର ପ୍ରଫେସର ଗୁରୁସ୍ୱାମୀ ରବିଚନ୍ଦ୍ରନଙ୍କୁ ପ୍ରୋଭୋଷ୍ଟ ଭାବେ ନିଯୁକ୍ତି ପ୍ରଦାନ କରିଛି ।
  15. ନାଗାଲାଣ୍ଡର ପ୍ରଥମ ମହିଳା ରାଜ୍ୟସଭା ସାଂସଦ ଏସ୍ ଫାଙ୍ଗନନ୍ କୋନ୍ୟାକଙ୍କ ସମେତ ୬ ଜଣ ରାଜ୍ୟସଭା ସାଂସଦ ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ଏବଂ ଅନ୍ୟ ସଂସଦୀୟ ସଦସ୍ୟଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି।
  16. ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ଫଳରେ ଭୁବନେଶ୍ବରରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୧୧ ଟଙ୍କା ସ୍ତର ଅତିକ୍ରମ କରିଛି। ଏକ ଲିଟର ପେଟ୍ରୋଲ୍ ମୂଲ୍ୟ ୧୧୧ ଟଙ୍କା ୬୪ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ୧୦୧ ଟଙ୍କା ୩୯ ପଇସା ହୋଇଛି। ନୂତନ ଦର ସକାଳ ୬ଟାରୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲାଗୁ ହୋଇଛି।
  17. ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ଏଚ୍‌ଡିଏଫ୍‌ସିର ମିଶ୍ରଣ ବିଷୟରେ ଘୋଷଣା କରାଯିବା ପରେ ଉଭୟ ସଂସ୍ଥାର ସେୟାର ମୂଲ୍ୟ ବୃଦ୍ଧି ପାଇବାରୁ ବମ୍ବେ ଷ୍ଟକ ବଜାର କାରବାରରେ ଆଜି ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ ଷ୍ଟକ ବଜାରର ସୂଚକାଙ୍କ ସେନ୍‌ସେକ୍ସ ଆଜି ୬୦ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଛି।
  18. ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ମୁସଲମାନ ମାନେ ରମଜାନର ପ୍ରଥମ ଦିନରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ନମାଜ ପଢିଛନ୍ତି। ଏହି ସମୟରେ ହଜାର ହଜାର ମୁସଲମାନ ଏକାଠି ହୋଇ ତରାବିହର ପ୍ରାର୍ଥନା ପଢିଥିଲେ।
  19. ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରିଛନ୍ତି ଗର୍ଜନ । ଏହି ଯୁଦ୍ଧ ଲାଗି ଋଷ ସମ୍ପୂର୍ଣ୍ଣ ଦାୟୀ ଏବଂ ପୁଟିନଙ୍କ ବିରୋଧରେ ଯୁଦ୍ଧ ଅପରାଧ ବିଚାର ଚାଲୁ ବୋଲି ଦାବି କରିଛନ୍ତି ବାଇଡେନ । ଏହାସହ ଋଷ ବିରୋଧରେ ଅଧିକ କଟକଣା ଜାରି ଲାଗି ସେ ବିଶ୍ବ ସମୁଦାୟକୁ ଆହ୍ବାନ ଜଣାଇଛନ୍ତି ।
  20. ସ୍ଥାନୀୟ ଗୋରଖନାଥ ମନ୍ଦିରରେ ରବିବାର ରାତିରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ଏଡିଜିର ଲ ଆଣ୍ଡ ଅର୍ଡର୍ ପ୍ରଶାନ୍ତ କୁମାର କହିଛନ୍ତି, ଆକ୍ରମଣକାରୀ ଅହମଦ ମୁର୍ତଜା ଅବ୍ବାସୀର ଲାପଟପରୁ କିଛି ତଥ୍ୟ ମିଳିଛି । ଯାହା ଆଧାରରେ ଏହାକୁ ଆତଙ୍କବାଦୀ ଆକ୍ରମଣ କୁହାଯାଇପାରେ । ଏଟିଏସ୍ ଓ ଏସଟିଏଫ୍ ମିଳିତ ଭାବେ ଆକ୍ରମଣର ଯାଞ୍ଚ କରୁଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.