• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଯୁଦ୍ଧର ବିଭୀଷିକା ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି , ନାଟୋ ସଚିବ ଜେନ୍ସ ଷ୍ଟୋଲଟେନବର୍ଗ ଯୁଦ୍ଧ ପ୍ରସଙ୍ଗରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଏହି ଯୁଦ୍ଧ ରାଷ୍ଟ୍ରପତି ପୁଟିନ୍ ଆରମ୍ଭ କରିଛନ୍ତି ଏବଂ ଯୁଦ୍ଧରେ ପ୍ରତିଟି ଜୀବନହାନୀ ପାଇଁ କେବଳ ସେ ହିଁ ଦାୟୀ ରହିବେ ।
  2.  କେନ୍ଦ୍ର ସୂଚନା ମନ୍ତ୍ରାଳୟ  ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପରିବେଶଷ କରୁଥିବା ୨୨ଟି ୟୁ ଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି । ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ନୀତି ଏବଂ ସରକାର ନିର୍ଦ୍ଦେଶନାମା ସମ୍ପନ୍ଧୀୟ ବିଭ୍ରାନ୍ତୀକର ଖବର ପ୍ରସାରଣ ନେଇ ଏଭଳି ପଦକ୍ଷେପ ନିଆଯାଇଛି । 
  3. ଇଡ଼ି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜାଲରେ ଫସିଲେ ଦୁଇ ବଡ଼ ବଡ଼ ନେତା । ଗୋଟିଏ ପଟେ ଆପ୍ ନେତା ସତ୍ୟନ୍ଦ୍ର ଜୈନଙ୍କ ପରିବାର ଥିବା ବେଳେ ଅନ୍ୟ ଟି ଶିବସେନା ନେତା ସଞ୍ଜୟ ରାୱତ ।
  4. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ସୋମବାର ଔଷଧର ମୂଲ୍ୟ ବୃଦ୍ଧି ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ସରକାର ଔଷଧର ମୂଲ୍ୟ ବୃଦ୍ଧି କରିନାହାଁନ୍ତି ବୋଲି ମାଣ୍ଡବ୍ୟ କହିଛନ୍ତି। ଅବଶ୍ୟ, କେତେକ ଜରୁରୀ ଔଷଧର ମୂଲ୍ୟ, ଯାହା ହୋଲସେଲ ମୂଲ୍ୟ ସୂଚକାଙ୍କ ସହିତ ସଂଯୁକ୍ତ ଏବଂ ଏହାର ମୂଲ୍ୟ ବହୁତ କମ୍, ମୁଦ୍ରାସ୍ଫୀତି ଧାରା ଅନୁଯାୟୀ ବୃଦ୍ଧି କିମ୍ବା ହ୍ରାସ ହୋଇପାରେ ।
  5. ଉତ୍ତର ପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇ ଆଧୁନିକୀକରଣ ଯୋଜନାରୁ ଲାଭ ଉଠାଉଥିବା ରାଜ୍ୟର ସମସ୍ତ ୭୪୪୨ ମଦ୍ରାସାର ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି। କିଛି ଜିଲ୍ଲାର କାଗଜରେ କେବଳ ପରିଚାଳିତ ହେଉଥିବା ମଦ୍ରାସାର ଅଭିଯୋଗ ମିଳିବା ପରେ ରାଜ୍ୟ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 
  6. ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ(UNSC) ସମ୍ବୋଧିତ କରି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଋଷ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରବଳ ବର୍ଷିଛନ୍ତ। ସେ କହିଛନ୍ତି ୟୁକ୍ରେନର ନାଗରିକମାନଙ୍କୁ ଟ୍ୟାଙ୍କ ଦ୍ୱାରା ହତ୍ୟା କରାଯିବା ସହିତ ମହିଳାମାନଙ୍କୁ ତାଙ୍କ ପିଲାମାନଙ୍କ ଆଗରେ ଦୁଷ୍କର୍ମ କରିବା ସହିତ ହତ୍ୟା କରାଯାଇଛି।
  7. ଲୋକସଭା ପରେ ମଙ୍ଗଳବାର ରାଜ୍ୟସଭାରେ ଦିଲ୍ଲୀ ନଗରନିଗମ ସଂଶୋଧନ ବିଧେୟକ ୨୦୨୨ ଗୃହୀତ ହୋଇଯାଇଛି। ଧ୍ୱନୀମତରେ ଗୃହୀତ ହୋଇଥିବା ଏହି ବିଲ୍‌ରେ ଦିଲ୍ଲୀ ନଗରନିଗମ ଅଧିନିୟମ ୧୯୫୭ର ସଂଶୋଧନ ଦାବି କରାଯାଇଛି। ଯାହାଦ୍ୱାରା ଦିଲ୍ଲୀର ୩ ନଗର ନିଗମ ଏକିକୃତ କରାଯାଇପାରିବେ।
  8. ରମଜାନ ସମୟରେ ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ ମୁସଲମାନ କର୍ମଚାରୀଙ୍କୁ ପ୍ରତିଦିନ ଦୁଇ ଘଣ୍ଟାର ଛୁଟି ମଞ୍ଜୁରୀକୁ ନେଇ ବିବାଦ ବଢିବା ପରେ ୟୁଟର୍ଣ୍ଣ ନେଇ ନିଜ ନିର୍ଦ୍ଦେଶକୁ ଫେରାଇ ନେଇଛନ୍ତି ସରକାର।
  9. ଇଟାଲୀ ସୁରକ୍ଷାଜନିତ ଚିନ୍ତା କାରଣରୁ ୩୦ ରୁଷ କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରିଛି। ଏ ନେଇ ଇଟାଲୀ ରୁଷର ରାଜଦୂତଙ୍କୁ ତଲବ କରିଛି। ରୁଷ ସରକାରୀ ନ୍ୟୁଜ୍ ଏଜେନ୍ସି ଟାସ୍ ଇଟାଲୀର ବୈଦେଶିକ ମନ୍ତ୍ରୀ ଲୁଇଗି ଡି ମାଓଙ୍କ ସୂତ୍ରରୁ ଏହି ଖବର ଦେଇଛି।
  10. ସୁନ୍ଦର ପିଚାଇଙ୍କ ହେଡ୍ ଟେକ୍ କମ୍ପାନୀ କର୍ମଚାରୀଙ୍କୁ ଘରର ଆରାମ ଛାଡି ଏହି ସପ୍ତାହରୁ ଅଫିସକୁ ଆସିବାକୁ କହିଛି। ତେବେ କର୍ମଚାରୀମାନଙ୍କୁ ଅଫିସକୁ ଫେରିବା ପାଇଁ ଉତ୍ସାହିତ କରିବା ଲାଗି ଗୁଗୁଲ ଏକ ନୂଆ ପଦକ୍ଷେପ ନେଇଛି । ସେମାନଙ୍କୁ ମାଗଣା ଇଲେକ୍ଟ୍ରିକ୍ ସ୍କୁଟର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।
  11. ଇନ୍‌ଭିଟେସନ୍‌ କାର୍ଡ ବା ନିମନ୍ତ୍ରଣ ପତ୍ର। ଏହି ବିବାହ କାର୍ଡ ତିଆରି କରି ଏବେ ଚର୍ଚ୍ଚାରେ ପୁଣେର ଅକ୍ସିତା ଜୈନ। ଏମ୍‌ବିଓ ଛାତ୍ରୀ । କପଡା ଏବଂ ସୁତା ରେ ବିବାହ କାର୍ଡ ତିଆରି କରି ଚର୍ଚ୍ଚାରେ ଅକ୍ସିତା। ହବି ତାଙ୍କ ପାଇଁ ଆଣିଦେଇଛି ସଫଳତା। ୧୦ ହଜାରରେ ଆରମ୍ଭ କରିଥିବା ବିବାହ କାର୍ଡ ବ୍ୟବସାୟରୁ ଏବେ ତାଙ୍କର ବାର୍ଷିକ ରୋଜଗାର ୫୦ ଲକ୍ଷ ଟଙ୍କା।
  12. ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବାହାରେ ହିଂସାତ୍ମକ ବିକ୍ଷୋଭ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ଆଠ ଜଣଙ୍କ ଜାମିନ ଆବେଦନକୁ ନୂଆଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଖାରଜ କରିଦେଇଛନ୍ତି।
  13. ଉତ୍ତରପ୍ରଦେଶର ଏକ ଅଦାଲତ ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ବିଧାୟକ ସଂଗୀତ ସୋମଙ୍କ ନାମରେ ଏକ ଜାମିନ ବିହୀନ ଗିରଫ ପରଓ୍ଵାନା (ୱାରେଣ୍ଟ) ଜାରି କରିବା ପରେ ଅଭିଯୁକ୍ତ ସୋମ ମଙ୍ଗଳବାର ଏଠାରେ ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।
  14. ଦେଶରେ ନିର୍ବାଚନ ବଣ୍ଡ ଜାରି ଉପରେ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଏକ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ମଙ୍ଗଳବାର ସୁପ୍ରିମ କୋର୍ଟ କହିଛନ୍ତି।
  15. ଶ୍ରୀଲଙ୍କା ପରେ ଲେବାନନ ଦେବାଳିଆ ହେବା ଏକ ଦେଶ । ମଧ୍ୟପୂର୍ବ ଦେଶ ଲେବାନନକୁ ଦେବାଳିଆ ଘୋଷଣା କରିଛନ୍ତି ଉପ ପ୍ରଧାନମନ୍ତ୍ରୀ ଅଲ ଶମି । ଦେଶ ସହ କେନ୍ଦ୍ରୀୟ ବ୍ୟାଙ୍କ ଦେବାଳିଆ ହୋଇ ଯାଇଛି । ଲେବାନନ ମୁଦ୍ରା ଲେବନାନି ଲୀରା ମୂଲ୍ୟ ୯୦ ପ୍ରତିଶତ ଯାଏ ଖସି ଆସିଛି । ଜାତିସଂଘର କହିବା ଅନୁଯାୟୀ, ଲେବାନନର ୮୨ ପ୍ରତିଶତରୁ ଅଧକ ଲୋକ ଗରିବ ହୋଇ ଯାଇଛନ୍ତି ।
  16. ବ୍ରାଜିଲରେ ଜଣେ ଯୁବକ ୯ ଜଣ ଝିଅଙ୍କୁ ବିବାହ କରିଛନ୍ତି । ଯୁବକଙ୍କ ଲକ୍ଷ୍ୟ ମଧ୍ୟ ଭିନ୍ନ । ସେ ପତ୍ନୀଙ୍କ ଦ୍ୱାରା ଛୁଆ ଜନ୍ମ କରିବା ପାଇଁ ଏଭଳି କରୁଛନ୍ତି । ଏହି ଯୁବକଙ୍କ ନାମ ହେଉଛି ଅର୍ଥର ଓ ଅର୍ସି ।
  17. ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ୧୬ ଦିନରେ ୧୪ ଥର ବଢ଼ି ୧୦ ଟଙ୍କା ଟପିଲାଣି ତୈଳ ଦର ।ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୮୪ ପଇସା ବଢ଼ି ୧୨୦ ଟଙ୍କା ୫୧ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୫ ପଇସା ବଢ଼ି ୧୦୪ ଟଙ୍କା ୭୭ ପଇସାରେ ପହଞ୍ଚିଛି ।
  18. ବିଜୁ ବାବୁଙ୍କ ଫଟୋ ଥିବା ତାଙ୍କ ନିକଟରେ ଏକ ଚୌକିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବା ଚିତ୍ରିତ ଚିତ୍ରକଳାର ଶୀର୍ଷକ ରହିଛି ‘ଓଡ଼ିଶା ଭିଜନ୍’ । ବ୍ରହ୍ମପୁରର ଚିତ୍ରଶିଳ୍ପୀ ଉମା ଆଚାରୀ ଏହାକୁ ପ୍ରସ୍ତୁତ କରିଛନ୍ତି । ଯାହାକୁ ଜେନ୍ ଆର୍ଟ କଲେଜର ଏକ ଟିମ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମଙ୍ଗଳବାର ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚିତ୍ର ପ୍ରଦାନ କରିଛନ୍ତି ।
  19. ଓଡ଼ିଶା ଉଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଏସ୍ ମୁରଲୀଧର ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭାଶର୍ମା ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହିତ ମେଳା ଭ୍ରମଣ କରାଇଥିଲେ ।
  20. ଜଗନ୍ନାଥ ପ୍ରଧାନ ବୟସ ମାତ୍ର ୧୫ ବର୍ଷ  ଶ୍ରୀମଦ୍ ଭାଗବତ ଗୀତାର ୮ଟି ଶ୍ଲୋକକୁ ୩୨ ସେକେଣ୍ଡରେ ଗାନ କରି ୱାର୍ଲଡ଼ ବୁକ ଅଫ ରେକର୍ଡ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜ ନାଁକୁ ସାମିଲ କରିଛନ୍ତି ।  ଅନଗୁଳ ଜିଲ୍ଲା ତାଳଚେର ପାଇଁ ଗୌରବ ଆଣିଛନ୍ତି ଜଗନ୍ନାଥ ପ୍ରଧାନ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.