• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓସ୍କାର ଆୱାର୍ଡସ୍ ୨୦୨୨ରେ ସାଇନ୍ସ ଫିକ୍ସେସନ୍ ଫିଲ୍ମ ‘ଡ୍ୟୁନ୍’(Dune) ୬ଟି ପୁରସ୍କାର ହାତେଇଛି । ଯେଉଁଥିରେ ଗୋଟିଏ କାଟେଗୋରୀ ରହିଥିଲା ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍। ଲଣ୍ଡନ ଭିତ୍ତିକ ଭିଜୁଆଲ୍ ଇଫେକ୍ଟ ଏବଂ ଆନିମେସନ୍ କମ୍ପାନୀ DNEG ଦ୍ୱାରା ‘ଡ୍ୟୁନ୍’ର VFX (ଭିଜୁଆଲ୍ ଇଫେକ୍ଟସ୍) ପ୍ରସ୍ତୁତ କରାଯାଇଥିଲା ।
  2. ମୁସଲମାନଙ୍କ ଦେଶ ଇଣ୍ଡୋନେସିଆରେ ହିନ୍ଦୁ ଦେବତା ଭଗବାନ ବିଷ୍ଣୁଙ୍କ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଛି। ଏତେ ବଡ ମୂର୍ତ୍ତି ଭାରତରେ ମଧ୍ୟ ନାହିଁ, ଯେଉଁଠାରେ ହିନ୍ଦୁମାନଙ୍କର ଜନସଂଖ୍ୟା ସର୍ବାଧିକ।
  3. କରୋନାର ନୂଆ ଭାରିଆଣ୍ଟ XE ଓ କାପା ଭାଇରସରେ ମୁମ୍ବାଇର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଦେଶରେ XEର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଜିନୋମ ସିକ୍ୱେନ୍ସିଂ ସମୟରେ ମୋଟ୍ ୩୭୬ ଜଣଙ୍କର ନମୁନା ଯାଇଥିଲା । ଯେଉଁଥିରେ ୨୩୦ ଜଣ ମୁମ୍ବାଇର । ୨୩୦ରୁ ୨୨୮ ନମୁନା ଓମିକ୍ରନର ହୋଇଥିବା ବେଳେ ଗୋଟିଏ କାପା ଓ ଗୋଟିଏ XE ଭାରିଆଣ୍ଟ ଚିହ୍ନଟ ହୋଇଛି ।
  4. ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର କେତେକ ଆପତ୍ତି ଉଠାଇବା ପରେ ଆରମ୍ଭ ହୋଇଛି ବିବାଦ । ଆମସାର ଆଇନ ଅନ୍ୟ କ୍ଷେତ୍ରରେ ପାଳନ କରାଯାଉଛି ନା କେବଳ ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପ ପାଇଁ ଆସୁଛି ଏ ପ୍ରଶ୍ନ ଏବେ ଉଠିଛି । କେନ୍ଦ୍ର ପାଖରେ ଏକାମ୍ର କ୍ଷେତ୍ର ବିକାଶ ପାଇଁ କିଏ ଓ କାହିକିଁ ବାଧା ସୃଷ୍ଟି କରୁଛି ତାହା ବୁଝି ହେଉନଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।
  5. ଗୋଟିଏ ଛାତ ତଳେ ହାତପାହାନ୍ତାରେ ବିଭିନ୍ନ ବିଭାଗର ସେବା ଯୋଗାଇ ଦେବ ସ୍ମାର୍ଟସିଟି । ପ୍ରଯୁକ୍ତି ବିଭାଗ ଓ ସ୍ମାର୍ଟସିଟିର ମିଳିତ ସହଯୋଗରେ ରାଜଧାନୀରେ ଖୁବଶୀଘ୍ର ଆରମ୍ଭ ମୋ ସେବା କେନ୍ଦ୍ର । କୋଲକାତାର ସହଜ ଇଣ୍ଟରନ୍ୟାସନାଲ ସଂସ୍ଥା ସହିତ ଏନେଇ ଚୁକ୍ତି ହୋଇଛି ।
  6. ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ମିଶିଛନ୍ତି ଖୋର୍ଦ୍ଧା ପୌର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର । ୮ ନମ୍ବର ୱାର୍ଡର ସୁଶାନ୍ତ ଜେନା,୯ ନମ୍ବର ୱାର୍ଡର ରଶ୍ମିତା ବେହେରା, ୧୦ ନମ୍ବର ୱାର୍ଡର ମୋନାଲିସା ସିଂ, ୧୪ ନମ୍ବର ୱାର୍ଡର ନର୍ମଦା ଦାସ ଓ ୨୦ ନମ୍ବର ୱାର୍ଡର ଅନୀଲ କୁମାର ରାମ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।
  7. ବୁଧବାର ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଘୋଷଣା କରିଛି। ପରିବାର ଲୋକେ ପୁଟିନଙ୍କ ସମ୍ପତ୍ତି ଲୁଚାଇପାରନ୍ତି ବୋଲି ଘୋଷଣା କରି ଏପରି ନିଷ୍ପତ୍ତି ନେଇଛି ଆମେରିକା।
  8. କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ, ସଡକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ମାମଲାରେ ଦୁନିଆରେ ଭାରତ ଶୀର୍ଷରେ ଥିବା ସେ କହିଛନ୍ତି।  ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗଡକରୀ କହିଛନ୍ତି ଯେ, ସଡକ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଛି।
  9. ଅହମଦାବାଦରୁ ମୁମ୍ବାଇ ଯିବାକୁଥିବା ପ୍ରଥମ ବୁଲେଟ ଟ୍ରେନ ପରିଯୋଜନାରେ କାମ ହେଉଥିଲା। ଏହି ପରିଯୋଜନା ସହିତ ଯଡ଼ିତ ୧୨.୫ ଲକ୍ଷ ଟଙ୍କାର ସାମଗ୍ରୀ ବାର ଦିନରେ ଚୋରି ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।
  10.  ୟୁନାଇଟେଡ୍ ନେସନସ୍ ୱାଚ୍ (ୟୁଏନୱାଚ୍)ଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ହିଲେଲ ନ୍ୟୁୟର ମାନବାଧିକାର ଓ ଗଣତନ୍ତ୍ର ଲାଗି  ଋଷିଆ, ଚୀନ୍ ଓ ପାକିସ୍ତାନକୁ ଜାତିସଂଘ ମାନବାଧିକାର ପରିଷଧ (ୟୁଏନଏଚଆରସି)ରୁ ବହିଷ୍କାର ଲାଗି ୨୦୨୨ ଜେନେଭା ଶିଖର ସମ୍ମିଳନୀଙ୍କୁ ବୁଧବାର ଅନୁରୋଧ କରିଛନ୍ତି। 
  11. କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଏକ ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ନେଇ ଯୋଜନା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଇଡିବିଆଇ(IDBI) ବ୍ୟାଙ୍କରେ ଥିବା ସରକାରଙ୍କ ଅଂଶକୁ ବିକ୍ରି କରାଯିବ । ଏଥିପାଇଁ ମେ ମାସରେ ଆଗ୍ରହ ପତ୍ର ମଗାଇବା ପାଇଁ ସରକାର ଚିନ୍ତା କରୁଛନ୍ତି ।
  12. ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ଜୁଲାଇ ୧୭ରେ ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ପରୀକ୍ଷା ଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ https://neet.nta.nic.in/ ମାଧ୍ୟମରେ ଆବେଦନ କରିପାରିବେ।
  13. ହକି ଇଣ୍ଡିଆର ପୂର୍ବତନ ସଭାପତି, ଭାରତୀୟ ଅଲିମ୍ପିକ୍ସ ସଂଘର ମୁଖ୍ୟ ତଥା ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି। ହକି ଇଣ୍ଡିଆରେ ହୋଇଥିବା ୩୫ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ବୁଧବାର ତାଙ୍କ ସହ ଅନ୍ୟ କେତେକ ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି।
  14. ଇସ୍ରୋର ଗବେଷଣା କ୍ଷେତ୍ରକୁ ସହାୟତା କରିବା ନିମିତ୍ତ ଦେଶରେ ନୂଆ ନୂଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କେନ୍ଦ୍ର ଆଣବିକ ଶକ୍ତି ଏବଂ ମହାକାଶ ଗବେଷଣା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି ।
  15. ଫୋର୍ବସ୍‌’ର ବାର୍ଷିକ ବିଶ୍ବ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ରେ ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ‘ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଟାଇକୁନ୍‌’ ଗୌତମ ଅଦାନୀ ଯଥାକ୍ରମେ ୧୦ମ ଓ ୧୧ଦଶ ସ୍ଥାନରେ ଅଛନ୍ତି।
  16.  ଭୁବନେଶ୍ୱରରେ କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ ନିର୍ମାଣକୁ ଆଜି ଅନୁମୋଦନ ଦେଇଛନ୍ତି କେନ୍ଦୟ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ।ଏହି ପ୍ରକଳ୍ପରେ ଭୁବନେଶ୍ୱରର କସମୋପୋଲିସ ଛକଠାରେ ଏକ ଫ୍ଲାଏଓଭର, କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ହେବ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
  17. ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ କିଭ୍‌ ସହରରେ ମାତ୍ର ଗୋଟିଏ ଗଳିରେ ୨୦ ଜଣଙ୍କର ମୃତଦେହ ପଡ଼ିରହିଛି। କିନ୍ତୁ ବୁକାର ମେୟର କହିଛନ୍ତି ଯେ, ଏକ ସାମୂହିକ ଶବାଗୃହରେ ୨୮୦ ଲୋକଙ୍କର ମୃତହେଦ ମିଳିଛି। କିଭ୍‌, ବୁକାରୁ ଆସିଥିବା ଫଟୋ ଦେଖି ଲୋକଙ୍କର ଚିନ୍ତା ବଢ଼ିଯାଇଛି।
  18. ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ର ନୂତନ ମହାପ୍ରବନ୍ଧକ ଭାବେ ଶିବରାମ ମିଶ୍ର ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି।
  19. ରାଜ୍ୟର ୧୦୫ ପୌରାଞ୍ଚଳ ପାଇଁ ଆଜି ଉପାଧ୍ୟକ୍ଷ ନିର୍ବାଚନ ହେବ । ତାହା ସହ ୩ ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ମଧ୍ୟ ଆଜି ନିର୍ବାଚନ କରାଯିବ ।
  20. ହୀରାକୁଦ ଜଳ ଭଣ୍ଡାର ଉପରେ ଏକ ହାଇ ଲେଭଲ ବ୍ରିଜ୍‍ ନିର୍ମାଣ ହେବ। ଏଥିସହ ବରଗଡ଼-ଭଟଲି-ଅମ୍ବାବନା ଓ ପଦ୍ମପୁର-ପାଟଣାଗଡ଼ ରାସ୍ତାର ଉନ୍ନତିକରଣ ହେବ। ଏଥିପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଅର୍ଥ ମଂଜୁର କରିଛି। ଏ ସମ୍ପର୍କରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.