• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ସଙ୍ଗୀତ ସାଧକ, ପ୍ରଚ୍ଛଦପଟ ଗାୟକ, ଗୀତିକାର ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ରବିବାର ରାତିରେ ଭୁବନେଶ୍ବର ବାସଭବନରେ ତାଙ୍କର ପରଲୋକ ହୋଇଥିବା ପୁତ୍ର ମହାପ୍ରସାଦ କର ସୂଚନା ଦେଇଛନ୍ତି। 
  2.  ୟୁକ୍ରେନ୍‌ ପରେ ରୁଷ୍‌ ଲିଥୁଆନିଆକୁ ଟାର୍ଗେଟ୍‌ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉଭୟ ଲିଥୁଆନିଆ ଏବଂ ରୁଷ୍‌ ସୋଭିଏତ୍ ସଂଘରେ ଥିଲେ। ଲିଥୁଆନିଆ ସ୍ବାଧୀନତା ହାସଲ କରିବା ପରେ ୨୦୦୪ରେ ନାଟୋରେ ଯୋଗ ଦେଇଥିଲା।
  3. ବିଭିନ୍ନ ଦେଶରେ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟାର ହିସାବ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଯେଉଁ ପଦ୍ଧତି ଅବଲମ୍ବନ କରୁଛି, ଭାରତ ତାହାର ପ୍ରତିବାଦ କରିଛି।
  4. ଭାରତର ଦୈନିକ କୋଭିଡ୍ ସଂକ୍ରମଣ ତୃତୀୟ ଥର ପାଇଁ ୧,୦୦୦ ଅତିକ୍ରମ କରିଛି ଏବଂ ରବିବାର ଗତ ୨୪ ଘଣ୍ଟାରେ ୧,୧୫୦ଟି ନୂଆ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।
  5.  ଉତ୍ତରପ୍ରଦେଶ ବିଧାନସଭା ଏବଂ ପରେ ବିଧାନ ପରିଷଦ ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହୋଇଥିବା ସମାଜବାଦୀ ପାର୍ଟି(ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ପରାଜୟ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ର ବିଜୟକୁ ନେଇ ଖୁସିରେ ଗଦଗଦ ହୋଇଯାଇଛନ୍ତି 
  6.  ଭାରତ ‌ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପର ପ୍ରଭାବ ଯୋଗୁଁ ୨୦୧୧ରୁ ୨୦୧୯ ମଧ୍ୟରେ ଉତ୍କଟ ଦାରିଦ୍ର୍ୟ ହାର ୧୨.୩% ହ୍ରାସ ପାଇଛି। ବିଶ୍ବବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି। 
  7. ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ୨୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇକୁ ଅନୁମତି ଦେବା ଲାଗି ବୈଦେଶିକ ମୁଦ୍ରା ପରିଚାଳନା ନିୟମ (ଫେମା)ରେ ସଂଶୋଧନ କରାଯାଇଛି। ସ୍ବୟଂକ୍ରିୟ ରୁଟ୍‌ରେ ଏଲ୍‌ଆଇସିକୁ ବିଦେଶୀ ପୁଞ୍ଜି ଆସିପାରିବ। 
  8.  ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ଏପ୍ରିଲ ୮ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୨.୪୭ ବିଲିଅନ ଡଲାର ହ୍ରାସ ଘଟି ୬୦୦.୦୦୪ ବିଲିଅନ ଡଲାରରେ ରହିଛି।
  9. ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏପ୍ରିଲ ପ୍ରଥମଭାଗରେ ଦେଶରେ ପେଟ୍ରୋଲ ବ୍ୟବହାର ୧୦ ପ୍ରତିଶତ ଓ ଡିଜେଲ ବ୍ୟବହାର ୧୫.୬ ପ୍ରତିଶତ ହ୍ରାସ ପାଇଥିଲା । ପୂର୍ବରୁ ଗତ ୨୦୨୦ରେ ଲକଡାଉନ ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ ପାଇଥିଲା । 
  10. ଦେଶର ବୃହତ୍ତମ ଆଇଟି କମ୍ପାନି ଟିସିଏସ୍ ଚଳିତ ଆର୍ଥକ ବର୍ଷରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି ।
  11.  ଲୋକପ୍ରିୟ ମେସେଜିଂ ଅ‌ାପ୍‌ ହ୍ବାଟ୍‌ସଆପ୍‌ ଏକ ନୂଆ ଫିଚର୍‌ର ଘୋଷଣା କରିଛି। ଏହି ଫିଚର୍‌ ଜରିଆରେ ଏଣିକି ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କଲ୍‌‌ରେ ୩୨ ଜଣ ଯୋଡ଼ି ହୋଇପାରିବେ। ଏବେ ଗ୍ରୁପ୍‌ କଲ୍‌ରେ ସର୍ବାଧିକ ୮ ଜଣ କଥା ହୋଇ ପାରୁଛନ୍ତି।
  12. ଗେମିଂ ଷ୍ଟାର୍ଟଅପ୍‌ ଓ୍ଵିଞ୍ଜୋ(Winzo) ଆଗାମୀ ଗୋଟିଏ ବର୍ଷରେ ଏକ  ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତ ଦେବ ବୋଲି ଆଶା ପ୍ରକାଶ କରିଛି। କମ୍ପାନୀର ବରିଷ୍ଠ ଅଧିକାରୀ ହିଁ ଏହାର ସୂଚନା ଦେଇଛନ୍ତି।
  13. କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ୍ ଗହମ ରପ୍ତାନୀ ୫୪.୫୦ ପ୍ରତିଶତ ବୃଦ୍ଧି ଘଟିଛି। ଭାରତର ଗହମ ରପ୍ତାନୀ ରେକର୍ଡ ସ୍ତର ୧୫,୪୨୮ କୋଟି ଟଙ୍କା ମୂଲ୍ୟରେ ପହଞ୍ଚି ଯାଇଛି, ଯାହା ଗତ ବର୍ଷ ତୂଳନାରେ ୩.୪୫ ପ୍ରତିଶତ ଅଧିକ। ଚଳିତ ଆର୍ଥିକ ବର୍ଷରେ ଗହମ ରପ୍ତାନୀ ୭୦ ଲକ୍ଷ ଟନରୁ ବୃଦ୍ଧି ଘଟି ୧୦୦ ଲକ୍ଷ ଟନରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।
  14. ନୂଆକରି କରାଯାଉଥିବା ପାଠ୍ୟକ୍ରମରେ ପିଲାମାନଙ୍କୁ ସ୍କୁଲ ସମୟରୁ ପହଁରା ଶିଖାଯିବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ବେଳେ କେଉଁ ଭଳି ଉପାୟରେ ନିଜକୁ ଓ ନିଜ ପାଖାପାଖି ଲୋକଙ୍କୁ ଉଦ୍ଧାର କରିବେ ସେ ବାବଦରେ ସ୍ୱତନ୍ତ୍ର ତାଲିମ ଦିଆଯିବ। ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ, କ୍ରୀଡା ଶିକ୍ଷକମାନେ ପିଲାମାନଙ୍କୁ ଏହି ପ୍ରଶିକ୍ଷଣ ଦେବେ।
  15. ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  16. ସେନାର ବରିଷ୍ଠ କମାଣ୍ଡରମାନଙ୍କର ସମ୍ମିଳନୀ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ସେନା କମାଣ୍ଡରମାନଙ୍କର ଏହି ସମ୍ମିଳନୀ ବର୍ଷରେ ଦୁଇଥର ଅପ୍ରେଲ ଏବଂ ଅକ୍ଟୋବର ମାସରେ ହୋଇଥାଏ। ଏହି ସମ୍ମିଳନୀରେ ଭାରତୀୟ ସେନା ସମ୍ପର୍କରେ ବ୍ୟାପକ ସ୍ତରରେ ବିଚାର ବିମର୍ଷ କରାଯିବା ସହ ବିଭିନ୍ନ ନୀତିକୁ ଚୂଡ଼ାନ୍ତ କରାଯିବ।
  17. ଅଶୋଧିତ ତୈଳ ଏବଂ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଓ ବିଶ୍ୱରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ସତ୍ୱେ ଭାରତରେ ଏକକ ମାଲିକାନା କମ୍ପାନୀ ସମେତ ୧୫ ହଜାରରୁ ଅଧିକ କମ୍ପାନୀ ପଞ୍ଜିକରଣ ହୋଇଥିବା ସରକାର ସୂଚନା ଦେଇଛନ୍ତି। ଏହାର ପରିମାଣ ପ୍ରାୟ ୧୯ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।
  18. ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟିଛି। ୨୫ ବର୍ଷ ପରେ ଉପହାର ସିମେନ ହଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ଆଜି ଭୋର ସମୟ ପ୍ରାୟ ୪.୪୮ ମିନିଟ ବେଳେ ଉପହାର ସିନେମା ହଲ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ ଏକ କଲ ପାଇଥିଲା।
  19. କର୍ଣ୍ଣାଟକର ହୁବଲି ଥାନା ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ୧୨ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକୁ ନେଇ ପୁଲିସ ୬ଟି ମାମଲା ରୁଜୁ କରିବା ସହିତ ୪୬ଜଣଙ୍କୁ ଗିରଫ କରିଛି।
  20. ୧୨୪କୋଟି ଜିଏସଟି ଜିଏସଟି ଫାଙ୍କି ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ରାଉରକେଲାରୁ ୪ଜଣଙ୍କୁ ସମ୍ବଲପୁର ପୁଲିସ କରିଛି। ଗିରଫଙ୍କ ମଧ୍ୟରେ ୨ଜଣ ବ୍ୟାଙ୍କ କର୍ମଚାରୀ ରହିଛନ୍ତି। 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.