• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଭାରତୀୟ ଆର୍ମୀର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେନାର କୋର୍ ଅଫ ଇଞ୍ଜିନିୟର ଅଫିସର ହେଉଛନ୍ତି ମନୋଜ । ସେ ୨୯ତମ ସେନାମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଏମ.ଏମ. ନରଓ୍ବାଣେଙ୍କ ସ୍ଥାନ ନେବେ ମନୋଜ ।
  2. ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବରେ ଘାଇଲା ଅଧିକାଂଶ ଦେଶର ଅର୍ଥନୀତି । ଆଗକୁ ଆସୁଛି ଘନସଙ୍କଟ । ଯୁଦ୍ଧକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ । ବିଶ୍ବ ଜନସଂଖ୍ୟାର ଏକପଞ୍ଚମାଂଶ ଅର୍ଥାତ ୧୭୦ କୋଟି ଲୋକ ଠେଲି ହୋଇଯିବେ ଦାରିଦ୍ର୍ୟ ଓ କ୍ଷୁଧାର ବଳୟ ଭିତରକୁ ।
  3. ଦୁଇ ବର୍ଷ ପରେ ଆଜିଠୁ ପୁଣି ଖୋଲିଲା ଅଭିଯୋଗ ପ୍ରକୋଷ୍ଠ । ସବୁ ସରକାରୀ କାର୍ଯ୍ୟାଳୟରେ ଆଜିଠୁ ହୋଇଛି ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି । ପୂର୍ବ ପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରାଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ପକ୍ଷରୁ ସବୁ ବିଭାଗୀୟ ମୁଖ୍ୟ, ପୋଲିସ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିଛନ୍ତି ।
  4. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଉତ୍ତରପ୍ରେଦଶ ରାଜଧାନୀ ଲକ୍ଷ୍ନୌ ଏବଂ ଦିଲ୍ଲୀ ଏନସିଆାରର ୬ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଗାଜିଆାବାଦ, ମିରଠ, ବୁଲନ୍ଦସହର, ବାଘପତ ସମେତ ଲକ୍ଷ୍ନୌର ସବର୍ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
  5. ଭାରତରେ ପ୍ରତିବର୍ଷ ୫ ଲକ୍ଷ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୧.୫ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହେଉଛି ।
  6. ସଂଘର୍ଷ ହିଁ ଜନ୍ମଦିଏ ଆଉ ଏକ ସଫଳତାକୁ । ରାଜସ୍ଥାନର ଫତେପୁର ଶେଖାବଟୀରେ ମଧ୍ୟ ଦେଖିବାକୁ ମିଳିଛି ସେହିଭଳି ଏକ ଘଟଣା ।  ଯେଉଁଥିରେ ଜଣେ ମହିଳା ନିଜ ପେନସନ୍‌ ଏବଂ ଜମା ରଖିଥିବା କିଛି ଟଙ୍କାରେ ଗାଁ ଲୋକଙ୍କ ପାଇଁ ୧୦ ଲକ୍ଷର ଆମ୍ବୁଲାନ୍ସ କିଣିଛନ୍ତି, କେବଳ ଅନ୍ୟର ସସମ୍ୟାକୁ ସୁଧାରିବା ପାଇଁ ।
  7. ହନୁମାନ ଜୟନ୍ତୀରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ନିଆଯାଇ ନଥିଲା। ଏଥିପାଇଁ ବଜରଙ୍ଗ ଦଳ ଦିଲ୍ଲୀ ଶାଖା ଏବଂ ବିଶ୍ବ ହିନ୍ଦୁ ପରିଷଦ ବିରୋଧରେ ପୁଲିସରେ ମାମଲା ରୁଜୁ ହୋଇଛି ଏବଂ ଜଣକୁ ଗିରଫ କରାଯାଇଛି।
  8. ହିଂସା ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପିଯାଇଛି। ଦେଶରେ ୧୦ ଟି ରାଜ୍ୟରେ ପ୍ରାୟ ୧୫ରୁ ଅଧିକ ହିଂସା ଉପୁଜିଲାଣି। ଏପ୍ରିଲ ୧୦ ତାରିଖରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ହିଂସା ଉପୁଜିଥିଲା। ୧୬ ତାରିଖରେ ଦିଲ୍ଲୀ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ହିଂସା ହୋଇଥିଲା।
  9. ବାୟୁ ପ୍ରଦୂଷଣ ରୋକିବାକୁ କାଠର ବିକଳ୍ପ ଭାବେ ବିଜୁଳି କିମ୍ବା ପିଏନ୍‌ଜି ବ୍ୟବସ୍ଥା ଥିବା ଶବ ଦାହ ଗୃହ ସ୍ଥାପନ କରିବା ଦିଗରେ ବିଚାର କରିବା ପାଇଁ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍‌ଜିଟି) କହିଛନ୍ତି।
  10. ଗତକାଲି ରାତିସାରା ରୁଷ୍‌ ୟୁକ୍ରେନ୍‌ର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପ‌ରେ ଜୋରଦାର ଆକ୍ରମଣ କରିଛି। ରାତିକରେ ରୁଷ୍‌ ୟୁକ୍ରେନ୍‌ର ୧୬ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି। ଏଥିରେ ୫ କମାଣ୍ଡ ପୋଷ୍ଟ, ତୈଳ ଡିପୋ ଆଦି ରହିଛି।
  11. ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ପକ୍ଷରୁ ୨ଟି ନୂଆ କପା ବିହନ ପ୍ରସ୍ତୁତ କରାଯାଇଛି। ଅଣ ବିଟି କଟନର ବିକଳ୍ପ ଭାବରେ ବିଏସ-୨୭୯ ଓ ବିଏସ-୩୦ ବିହନ ଚାଷୀଙ୍କୁ ଉପାଦେୟ ହେବ।ଓଡ଼ିଶାର ଏକମାତ୍ର କପା ଗବେଷଣା କେନ୍ଦ୍ର ଭବାନୀପାଟଣା ସହରରେ ଥିବାବେଳେ ଏହି କେନ୍ଦ୍ର ପକ୍ଷରୁ ଏହି ଦୁଇଟି ବିହନ ପ୍ରକାଶ ପାଇବା ଘଟଣା ଚାଷୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
  12. ଇଲେକ୍ଟ୍ରିକ ଗାଡ଼ିରେ ନିଆଁ ଲାଗିବା ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ତେବେ ଇଲେକ୍ଟିକ୍ ସ୍କୁଟର ତିଆରି କରୁଥିବା କମ୍ପାନି ଓକିନାୱା ଅଟୋଟେକର ଏକ ସୋ’ରୁମରେ ନିଆଁ ଲାଗି ଯାଇଛି। ଏହି ନିଆଁରେ ୧୭ଟି ଇଲେକ୍ଟ୍ରିକ ସ୍କୁଟର ଜଳି ପାଉଁଶ ହୋଇଯାଇଛି।
  13. ମହାରାଷ୍ଟ୍ରର ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ପୂର୍ବରୁ ବର୍ତ୍ତମାନ ସରକାରଙ୍କ ଅନୁମତି ଆବଶ୍ୟକ ହେବ। ବିନା ଅନୁମତିରେ ଲାଉଡସ୍ପିକର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
  14. ଶ୍ରୀଲଙ୍କାରେ ଏବେ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଖାଦେଇଛି।ଏହା ମଧ୍ୟରେ ରାଷ୍ଟ୍ରପତି ଗୋତବାୟା ରାଜପେକ୍ଷ ୧୭ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। 
  15. ରାଜସ୍ଥାନର ମେହନ୍ଦୀପୁର ବାଲାଜୀରେ ଏସବିଆଇ ଶାଖାରୁ ୧୧ କୋଟି ଟଙ୍କାର କଏନ ଗାଏବ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ସୋମବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
  16. ଜିଏସଟି ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ନେଇ ଜାରି ରହିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଜିଏସଟି ସ୍ଲାବ ୫ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି କରିବା ନେଇ ଜିଏସଟି ପରିଷଦ ବିଚାର କରୁଥିବା ଖବରକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ମୋଦୀ ସରକାର। ଏହାସହ ଖବରରେ କୌଣସି ସତ୍ୟତା ନଥିବା ସରକାର କହିଛନ୍ତି।
  17. ସୋମବାର ଦ୍ଵୈତନଗରୀ ନଗରୀ ଭୁବନେଶ୍ବର ଓ କଟକର ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି।
  18. ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଏଥର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗ୍ରୀଷ୍ଣ ଅବକାଶ ଜୁନ ୧ରୁ ୧୬ ପର୍ଯ୍ୟନ୍ତ ହେବ। ମାତ୍ର ୧୫ଦିନ ଗ୍ରୀଷ୍ଣ ଅବକାଶ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
  19. ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଝଟ୍‌କା ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଶିଷଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିକୋର୍ଟ।
  20. ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଏକତ୍ରିତ ହେବାରୁ ରସୁଲଗଡ,ବାଣୀବିହାର ରାଜମହଲ,ଆଚାର୍ଯ୍ୟ ବିହାର,ଜୟଦେବ ବିହାର ଆଦି ଛକରେ ରାସ୍ତାଜାମ୍‍ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.