• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାକିସ୍ତାନରେ ଇମ୍ରାନ୍‌ ସରକାରର ପତନ ଘଟିଛି। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି। ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ। 
  2. ମାର୍ଚ୍ଚ ୧୧ରେ ସିନେମାଘରେ ରିଲିଜ୍‌ ହୋଇଥିବା ସିନେମା ‘ଦ କଶ୍ମୀର ଫାଇଲ୍ସ’  ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଜୀବନୀ ଉପରେ ଆଧାରିତ ।
  3. ଓମିକ୍ରନର ସବ୍ ଭାରିଆଣ୍ଟ XEର ଦ୍ୱିତୀୟ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି । ବିଏମସି ଏନେଇ ସୂଚନା ଦେଇଛି । ମୁମ୍ବାଇର ଶାନ୍ତାକ୍ରୁଜରେ ୬୭ ବର୍ଷୀୟ ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । କୁହାଯାଉଛି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୧ରେ କାମ ପାଇଁ ବଡ଼ଦୋରା ଯାଇଥିଲେ ।
  4.  ଭାରତୀୟ ନିର୍ମିତ ଶେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭାଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍‌ ବର୍ତ୍ତମାନ କମ୍ ମୂଲ୍ୟରେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏହି ୨ଟି ଟୀକାର ମୂଲ୍ୟ ଅଧାରୁ ଅଧିକ ହ୍ରାସ କରାଯାଇଛି।  ଉଭୟ ଟିକାର ଦର ଡୋଜ୍‌ ପ୍ରତି ୨୨୫ ଟଙ୍କା ଧାର୍ଯ୍ୟ କରାଯାଇଛି।
  5.  ଦେଶ ବାହାରେ ଗ୍ୟାସ୍ ସିଲିଣ୍ଡର ପିଛା ୭ରୁ ୮ ଟଙ୍କା ଟିକସ ନିଆଯାଉଛି । ଅଥଚ ଭାରତରେ ଉତ୍ପାଦ ଶୁଳ୍କ ଓ ସେସ୍‌ ବାବଦରେ ସିଲିଣ୍ଡର ପିଛା ଆଦାୟ ହେଉଛି ୨୫୦ରୁ ୩୦୦ ଟଙ୍କା । ଏମିତି ଟ୍ୟାକ୍ସ ଲଦି ୭ ବର୍ଷ ଭିତରେ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ ଉପରୁ କେନ୍ଦ୍ର ସରକାର ଆଦାୟ କଲେଣି ୨୬ ଲକ୍ଷ କୋଟି ଟଙ୍କା । ତୈଳ ଓ ଗ୍ୟାସ ଦର ନିୟନ୍ତ୍ରଣ ନ କରି ବିପଣନକାରୀ କମ୍ପାନୀଙ୍କୁ ଖୁଲମଖୋଲା ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର ।
  6. ଜାମ୍ମୁ ଓ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗରେ ଭାରତୀୟ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ପ୍ରାଣ ହରାଇଛି ଲସକର-ଏ-ତଏବାର ଜଣେ କମାଣ୍ଡର। 
  7. ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କୁସୁମ ଗଛରେ ଝୁଲୁଛି ୩ ଯୁବତୀଙ୍କ ମୃତଦେହ । ତୋହରା ପଞ୍ଚାୟତ ଡଙ୍ଗରିଭଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ତିନି ଯୁବତୀ ତିନି ସାଙ୍ଗ ବୋଲି ସୂଚନା ମିଳିଛି ।
  8. ଜାତୀୟ ସଙ୍ଗୀତ ନାଟକ ଅକାଦେମି ଫେଲୋସିପ୍‌ ଓ ପୁରସ୍କାର ଏବଂ ୨୦୨୧ର ଲଳିତ କଳା ଅକାଦେମି ‌ଫେଲୋସିପ୍‌ ଓ ପୁରସ୍କାର ଆଜି ପ୍ରଦାନ କରାଯାଇଛି।ସଙ୍ଗୀତ, ନୃତ୍ୟ, ମଞ୍ଚ ନାଟକ, ପାରମ୍ପରିକ ଲୋକ ସଂଗୀତ, ଆଦିବାସୀ ନୃତ୍ୟ ଆଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ୪୪ କଳାକାରଙ୍କୁ ସଙ୍ଗୀତ ନାଟକ ଅକାଦେମି ପୁରସ୍କାରରେ ସମ୍ମାନିତ କରାଯାଇଛି।
  9. ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନଙ୍କୁ ୨୦୧୮ର ସଙ୍ଗୀତ ନାଟକ ଅକାଦେମି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଓ ଦିଗବିଜୟୀ ଖଟୁଆଙ୍କ ସମେତ ୨୦ ଜଣ ଶିଳ୍ପୀଙ୍କୁ ୨୦୨୧ର ଲଳିତ କଳା ଅକାଦେମି ପୁରସ୍କାର ଉପରାଷ୍ଟ୍ରପତି ପ୍ରଦାନ କରିଥିଲେ।
  10. ଛଅ ସପ୍ତାହରୁ ଊର୍ଦ୍ଧ୍ବ କାଳଧରି ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ଶୁକ୍ରବାର ଏକ ଟ୍ରେନ୍ ଷ୍ଟେସନରେ ପିଲାଙ୍କ ସମେତ ୫୦ରୁ ଊର୍ଧ୍ବ ଲୋକଙ୍କୁ ରୁଷ୍ ସୈନିକମାନେ ରକେଟ୍‌ ମାଡ଼ କରି ହତ୍ୟା କରିବା ପରେ ୟୁକ୍ରେନ୍‌ର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ରୁଷିଆ ବିରୋଧରେ ୫,୧୪୯ଟି ଯୁଦ୍ଧ ଅପରାଧ ଅଭିଯୋଗ ଆଣିଛନ୍ତି।
  11. ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ଜଣେ ବିବାଦୀୟ ଧର୍ମଗୁରୁଙ୍କ ବିରୋଧରେ ଶନିବାର ଏକ ମାମଲା ରୁଜୁ କରିଛି। ସଂପୃକ୍ତ ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ଏକ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଦେଇ ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଅଭିଯୋଗ ହୋଇଥିଲା।
  12. କାନାଡାର ଟରଣ୍ଟୋ ନଗରୀସ୍ଥିତ ଏକ ଭୂତଳ ରେଳ ଷ୍ଟେସନ୍‌ ପ୍ରବଶେପଥ ନିକଟରେ ଘଟିଥିବା ଗୁଳିକାଣ୍ଡରେ ଏକାଧିକ ଗୁଳିଚୋଟ ଖାଇ ଜଣେ ୨୧ ବର୍ଷିୟ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।
  13. ପାଣିପାଗ ବିଭାଗ ଅନୁଯାୟୀ, ଝାରସୁଗୁଡାରେ ୪୧.୪ ଡିଗ୍ରୀ, ଟିଟିଲାଗଡ ଏବଂ ବାରିପଦାରେ ତାପମାତ୍ରାରେ ୪୧ ଡିଗ୍ରୀ, ସୋନପୁରରେ ୪୦.୮ ଡିଗ୍ରୀ, ଅନୁଗୁଳରେ ୪୦.୭ ଡିଗ୍ରୀ, ତାଳଚେରରେ ୪୦.୪ ଡିଗ୍ରୀ, ସମ୍ବଲପୁରରେ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୬.୮ ଡିଗ୍ରୀ ଏବଂ କଟକରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।
  14. ବହୁ ପ୍ରତିକ୍ଷିତ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆସନ୍ତା ୧୧ ତାରିଖ ଦିନ ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ ।
  15. ହ୍ୟାକ ହେଲା ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ।
  16. ଜମ୍ମୁ- କଶ୍ମୀର ମସଜିଦ ଭିତରେ ‘ଦେଶ ବିରୋଧୀ ସ୍ଲୋଗାନ’ ଦେଇ ଦେଶଦ୍ରୋହ ଅଭିଯୋଗରେ ୧୩ ଗିରଫ ।
  17. ଭାରତୀୟ ରେଳବାଇ ଏବଂ ଡାକ ବିଭାଗ ମିଶି ଡୋର-ଟୁ-ଡୋର କରିବେ ଡେଲିଭରି, ଘରେ ବସି ପଠାଇ ପାରିବେ ପାର୍ସଲ ।
  18. ରାଜ୍ୟର ପ୍ରାୟ ୧୨୨୩ ମହାବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ଅଧ୍ୟକ୍ଷ। ଭାରପ୍ରାପ୍ତ ଅଧ୍ୟକ୍ଷ କାମ ଚଳାଉଛନ୍ତି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।
  19. ବିଜେଡିର ମଞ୍ଜୁଲତା କହଁର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ଡେପୁଟି ମେୟର ହେବା ଥୟ ହୋଇଥିଲା ​।
  20. ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଡିଜିଟାଲ୍‌ ବ୍ୟାଙ୍କିଂକୁ ନେଇ ନୂଆ ନିୟମ ଜାରି କରିଛି । ଦେଶର ବ୍ୟାଙ୍କ ଗୁଡ଼ିକ କ୍ରମାଗତ ଭାବରେ ଡିଜିଟାଲ୍‌ ବ୍ୟାଙ୍କିଂ ୟୁନିଟ୍‌ ଖୋଲିପାରିବେ । ଏହି ୟୁନିଟ୍‌ ୨ ପ୍ରକାରର ହେବ । ଯେଉଁଥିରେ ପ୍ରଥମେ ଗ୍ରାହକ ସମସ୍ତ ସେବାର ଲାଭ ଉଠାଇ ପାରିବେ । ଅନ୍ୟପଟେ ଦ୍ୱିତୀୟରେ ସେମାନଙ୍କୁ ଏଥିପାଇଁ ସହାୟତା ଦିଆଯାଇ ପାରିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.