• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ପୁଣି କ୍ଷମତାସୀନ କରାଯାଉ ବୋଲି ଦାବି କରି ରବିବାର ଦିନ ‘ପାକିସ୍ତାନ ତେହରୀକ୍‌-ଏ-ଇନ୍‌ସାଫ୍‌’ର (ପିଟିଆଇ) ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ପ୍ରତିବାଦ ରାଲି ପ୍ରଦର୍ଶନ କରିଥିଲେ।
  2. ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ପତ୍ନୀ ତଥା ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ୍ ଆର ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ଟିକସ ତଥ୍ୟ ସମ୍ବାଦପତ୍ରରେ ଲିକ୍ ହୋଇଯାଇଛି।
  3. ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ରାମ ନବମୀ ଅବସରରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।
  4. ତିନ୍‌ ମୂର୍ତ୍ତି ଭବନରେ ସ୍ଥାପିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଡକ୍ଟର୍‌ ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଏପ୍ରିଲ୍‌ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ଶନିବାର ଦିନ କହିଛନ୍ତି।
  5. କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଏକ ହଜାର ତଳକୁ ଖସିଛି ।
  6. IPL ଇତିହାସରେ ରିଟାୟର୍ଡ ଆଉଟ ହେବାରେ ଅଶ୍ୱିନ ପ୍ରଥମ ଖେଳାଳି, ଟିମର ଭଲ ପାଇଁ ନେଲେ ନିଷ୍ପତ୍ତି ।
  7. କୋଲକାତାକୁ ୪୪ ରନ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ, କୁଲଦୀପ ଯାଦବଙ୍କୁ ୪ ଓ୍ଵିକେଟ୍ ।
  8. ୨ ବର୍ଷ ହେଲା ଦିଆଯାଉନି ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’: ସମ୍ମାନ ପ୍ରଦାନରେ ବାରମ୍ବାର ବିଭ୍ରାଟ ।
  9. ୧୨୮ ଚକିଆ ଟ୍ରାଲା ଯିବା ବେଳେ ଭୁଶୁଡିଗଲା ଟ୍ରିଟିଶ କାଳର ପୋଲ, ଭୋପାଳ-ନାଗପୁର ଜାତୀୟ ରାଜପଥ ଉପରେ ଲମ୍ବା ଜାମ ।
  10. ଦିଲ୍ଲୀରେ ପ୍ରସବ ପରେ ପ୍ରାଣ ହରାଉଥିବା ମହିଳାଙ୍କ ସଂଖ୍ୟାକୁ ନେଇ ଆଇଟିଆଇର ସାଙ୍ଘାତିକ ତଥ୍ୟ: ପ୍ରତି ମାସରେ ହାରାହାରି ୧୬ ଜଣ ମହିଳାଙ୍କ ମୃତ୍ୟୁ ।
  11. ଯୋଗୀଙ୍କ ବଡ଼ ଘୋଷଣା; ସମସ୍ତ ବିଧାନସଭା କ୍ଷେତ୍ରରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ଉନ୍ନତ ଡାକ୍ତରଖାନା ।
  12. ପୋଲ ଉପରେ ୧୨୮ ଚକା ବିଶିଷ୍ଟ ଟ୍ରାଲା ଯିବାରୁ ଇଂରେଜ ଅମଳରେ ନିର୍ମିତ ଏହି ପୋଲ ଟ୍ରାଲାର ଓଜନ ସହି ପାରିନଥିଲା। ପୋଲ ଭାଙ୍ଗିବା ପରେ ଜାତୀୟ ରାଜପଥ ଉପରେ ଭୀଷଣ ଜାମ ଲାଗି ରହିଛି। ଶହ ଶହ ଗାଡି ଅଟକି ରହିଛି।
  13. ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରବିବାର ୨୪ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦର ୨୪ ଜଣ ମନ୍ତ୍ରୀ ଏପ୍ରିଲ ୭ ତାରିଖ ଦିନ ଔପଚାରିକ ଇସ୍ତଫା ଦେଇସାରିଥିଲେ। ମନ୍ତ୍ରୀମାନଙ୍କ ସାମୂହିକ ଇସ୍ତଫାର କାରଣ ମନ୍ତ୍ରୀମଣ୍ଡଳର ପୁନର୍ଗଠନ ବୋଲି ଏବେ ଜଣାପଡିଛି। ଏପ୍ରିଲ ୧୧ ତାରିଖ ଦିନ ନୂଆ ମନ୍ତ୍ରୀ ପରିଷଦର ଗଠନ ହେବ।
  14. ରାଜଧାନୀରେ ପିଏମଜି ଅଫିସ ସମ୍ମୁଖରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ୱାମୀ-ସ୍ତ୍ରୀ ଓ ପିଲା ଶୋଇଥିବା ବେଳେ କରାଯାଇଛି ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ସ୍ବାମୀଙ୍କ ମୃତଦେହ । ଆହତ ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲାକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
  15. ଡିଜେଲ ଏବଂ ପେଟ୍ରୋଲ ଭଳି ପେଟ୍ରୋଲିୟମ ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟ ଦେଶବାସୀଙ୍କୁ ଆକ୍ତାମାକ୍ତା କରିଛି। ଦିନକୁ ଦିନ ଏହିସବୁ ସମାଗ୍ରୀର ମୂଲ୍ୟ ବଢି ଚାଲିଛି ସିନା; କମିବାର ନାଁ ଧରୁନାହିଁ। ଏହିକ୍ରମରେ ଏବେ ଭାରତରେ ଏଲ୍‌ପିଜି ମୂଲ୍ୟ ସାରା ବିଶ୍ବରେ ସବୁଠୁ ମହଙ୍ଗା ରହିଛି।
  16. ଓଡ଼ିଶା ଏକ୍ଷେତ୍ରରେ ୨୬ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହାସଲ କରିଥିବାର ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚରେ ମୋଟ୩୨୮୫.୨୯କୋଟି ଟଙ୍କା ଆଦାୟ ହୋଇଥିଲା ବେଳେ ୨୦୨୨ମାର୍ଚ୍ଚରେ କିନ୍ତୁ ଏହା ୪୧୨୪.୬୬କୋଟି ଛୁଇଁଛି।
  17. ୧୦ ବର୍ଷ ପୂର୍ବେ ୧୦୦ କୋଟି ଏକ ବଡ଼ ସଂଖ୍ୟା ଭାବେ ବିବେଚିତ ହେଉଥିବା ବେଳେ ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ କଥା ପରି ମନେ ହେଉଛି। ଏସ୍‌ ଏସ୍‌ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ କଥା ହିଁ ଦେଖନ୍ତୁ। ଏହା ମଧ୍ୟରେ ଚଳଚ୍ଚିତ୍ର ମୋଟ୍‌ ୧୦୦୦ କୋଟି ଟଙ୍କାର ଆୟ କରିସାରିଲାଣି।
  18. ଚଳିତ ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ଶେଷଆଡ଼କୁ ରୋମାଞ୍ଚକର ହୋଇଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ମାତ୍ର ୩ ରନ୍‌ରେ ରାଜସ୍ଥାନ ପରାସ୍ତ କରିଛି।
  19. ଦୁଇ ଓପ୍‌ନରଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ସଫଳତା ବଳରେ ଚଳିତ ଆଇପିଏଲ୍‌ରେ ୨ୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ରବିବାର ପ୍ରଥମ ମ୍ୟାଚ୍‌ରେ ପୂର୍ବ ଚମ୍ପିଆନ୍ କଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ୪୪ ରନ୍‌ରେ ଦିଲ୍ଲୀ ପରାସ୍ତ କରିଛି।
  20. ଚଳିତବର୍ଷ ଭକ୍ତଙ୍କ ମେଳରେ ରଥଯାତ୍ରା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଦୁଇବର୍ଷ ପରେ ତିନିରଥ ଟାଣିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିପାରିବେ। ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଏବଂ ସ୍ନାନଯାତ୍ରା ଦେଖିବାକୁ ଏବର୍ଷ ଭକ୍ତଙ୍କୁ ଅନୁମତି ଦିଆଯିବ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.