• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୋମବାର ପାକିସ୍ତାନର ସଂସଦରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌। ସେପଟେମ୍ବର ୧୯୫୧ରେ ଲାହୋରରେ ଶାହାବାଜଙ୍କ ଜନ୍ମ। ସେ ବଡ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ରାଜନୀତିରେ ପାଦ ଥାପିଥିଲେ। ଶାହାବାଜ ୧୯୮୮ରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୮ରେ ଦ୍ବିତୀୟ ଓ ୨୦୧୩ରେ ତୃତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶାହାବାଜ।
  2. ଚୀନରେ କରୋନା ସଂକ୍ରମଣକୁ ରୋକିବା ପାଇଁ ୫ ଅପ୍ରେଲରୁ ସଂଘାଇରେ ଲକଡାଉନ୍‌ ଲାଗୁ ହୋଇଛି । ତାହା ମଧ୍ୟ ନିୟମ କଡ଼ାକଡ଼ି ।  ତେବେ ସହରର ୨୬ କୋଟି ଲୋକ ଘର ମଧ୍ୟରେ ଏବେ ବନ୍ଦୀ ।
  3. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଛି ହାଇପ୍ରୋଫାଇଲ ଆଲୋଚନା । ବୁଚା ସହରରେ ଗଣହତ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ବ୍ୟକ୍ତ କରିଛନ୍ତି ।
  4. ଝାଡଖଣ୍ଡର ଦେଓଗଡ ଜିଲ୍ଲା ତ୍ରିକୂଟ ପର୍ବତ ଶିଖରରେ ଥିବା ରୋପୱେରେ ଗତକାଲି ଯାନ୍ତ୍ରୀକ ତୃଟି ଘଟି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁ  ପ୍ରାୟ ୨୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୪୮ ଜଣ ଜୀବନ ମରଣ ମଧ୍ୟରେ ଝୁଲି ରହିଥିଲେ। ୨ ହଜାର ଫୁଟ ଉପରେ ଝୁଲି ରହିଥିବା ଏହି ୪୮ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି।
  5. ଯୁକ୍ତଦୁଇ ପରୀକ୍ଷା ସୂଚୀ । ୩ଟି ବିଷୟର ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି । ଗଣିତ, ଗୃହ ବିଜ୍ଞାନ, ଭୋକେସନାଲ ବାୟୋଲୋଜି ବିଷୟରେ ହୋଇଛି ପରିବର୍ତ୍ତନ । ମେ’ ୧୯ ବଦଳରେ ୩୧ରେ ହେବ ପରୀକ୍ଷା । 
  6. କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଗତ ୨୪ ମାର୍ଚ୍ଚ ୨୦୨୨ରେ ସମୟସୀମା ନିର୍ଦ୍ଧାରଣ ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତ ଆବଶ୍ୟକ ଆଦେଶ ଦେଇଛନ୍ତି ।
  7. ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ସାମିଲ ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।
  8. ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦେଶକ ଅତିରିକ୍ତ ଦାୟିତ୍ବ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଇନ୍ଦା ବିଭାଗ ନିର୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି।
  9. ଯୁଦ୍ଧ ୪୮ ଦିନରେ ପହଞ୍ଚିଥିବାବେଳେ ଏହାର ଅନ୍ତ କେବେ ହେବ ତାର କୌଣସି ସୂଚନା ମିଳି ପାରୁ ନାହିଁ। ରୁଷ୍‌ ସୈନ୍ୟ ଏବେ ପୂର୍ବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ରୁଷ୍‌ର ଆକ୍ରମଣକୁ ୟୁକ୍ରେନ ଦୃଢତାର ସହ ମୁକାବିଲା କରିଚାଲିଛି।
  10. ଟାଟା କନ୍ସଲଟାନନ୍ସି ସର୍ବିସ(ଟିସିଏସ)୨୦୨୨ ମସିହାରେ ଏକ ଲକ୍ଷରୁ ଅଧିକ ଫ୍ରେସରମାନଙ୍କୁ ନିଯୁକ୍ତି ଦେଇଛି ଓ ୨୦୨୩ ମସିହାରେ ୪୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ ରଖିଛି। ଏହାଛଡ଼ା କମ୍ପାନୀ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀ ୧ ଲକ୍ଷ ୩ ହଜାର୫୪୬ ଜଣ ଲୋକଙ୍କୁ ନିଯୁକ୍ତି ଦେଇ ରେକର୍ଡ ସୃଷ୍ଟି କରିଛି।
  11. ଏସିଆ ଏବଂ କମନଓ୍ବେଲ୍ଥ ଗେମ୍ସରେ ବ୍ରୋଞ୍ଜ ବିଜେତା ଦିୟା କାକରାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦିବ୍ୟା ନ୍ୟାସନାଲ ବଡି ବିଲଡର ସଚିନ ପ୍ରତାପଙ୍କୁ ନିଜ ଜୀବନସାଥୀ ବାଛିଛନ୍ତି ।
  12. ଭାରତ ସୋମବାର ଋଷ୍‌ରେ ବିକସିତ ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ହୋଲିନାର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଧୃବ ଏଡଭାନ୍ସଡ ଲାଇଟ ହେଲିକ୍ୟାପ୍ଟରରେ ବହୁ ଉଚ୍ଚତାରୁ ସଫଳତା ସହିତ କରାଯାଇଛି ।
  13. କେଭିଏସ୍ ଆଡ୍‌ମିଶନର ସର୍ବନିମ୍ନ ବୟସସୀମା ୬ ବର୍ଷ ରଖିଥିଲା। ହେଲେ ଏହାକୁ ବିରୋଧ କରି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଆଜି କୋର୍ଟ ଏହି ମାମଲାର ଶୁଣାଣି କରି କେନ୍ଦ୍ରୀୟ  ବିଦ୍ୟାଳୟର ନିଷ୍ପତ୍ତିକୁ ଉଚିତ ଦର୍ଶାଇବା ସହିତ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।
  14. ଜାତୀୟ ସ୍ତରରେ ଓଡ଼ିଶାର ସ୍ଥାନ କେଉଁଠି ରହିଛି ତାହା ନିତି ଆୟୋଗର ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ ରିପୋର୍ଟରୁ ଆହୁରି ସ୍ପଷ୍ଟ ହୋଇଯାଇଛି। ୨୦ଟି ବୃହତ୍ ରାଜ୍ୟକୁ ନେଇ ରୢାଙ୍କ ପ୍ରସ୍ତୁତ ହୋଇଛି; ଓଡ଼ିଶା ସେଥିରେ ଷୋଡ଼ଶ ସ୍ଥାନରେ ରହିଛି। ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ ଶୀର୍ଷ ସ୍ଥାନରେ ରହିଛି। ଗୁଜରାଟ ପଛକୁ କେରଳ ଦ୍ବିତୀୟ ଏବଂ ପଞ୍ଜାବ ତୃତୀୟ ସ୍ଥାନରେ ରହିଛି।
  15. ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଲଗାତାର ୪୭ ଦିନ ଧରି ଯୁଦ୍ଧ ଜାରି ରହିଥିବା ବେଳେ ରୁଷ୍‌ ସେନା ପୂର୍ବ ୟୁକ୍ରେନ୍‌ରେ ଆକ୍ରମଣ ଜୋର୍‌ଦାର କରିଛି। ରୁଷ୍‌ ସହିତ କୌଣସି ପରିସ୍ଥିତିରେ ସାଲିସ୍‌ର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ଘୋଷଣା କରିଥିବାରୁ ୟୁକ୍ରେନ୍‌ ବାହିନୀ ସବୁ ଶକ୍ତି ଖଟାଇ ଲଢ଼ୁଛନ୍ତି।
  16. ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ସ୍କ୍ରିପ୍ଟ ରାଇଟର୍ ଶିବ ସୁବ୍ରମଣ୍ୟମଙ୍କର ରବିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୬୩ ବର୍ଷ ହୋଇଥିଲା।
  17. ନିର୍ଦ୍ବନ୍ଦ୍ବରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବଡ଼ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ସରକାରୀ କର୍ମଚାରୀଙ୍କ ବେତନ ଏବଂ ପେନ୍‌ସନ୍‌ରେ ୧୦ ପ୍ରତିଶତ ବୃଦ୍ଧି ସହ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ୨୫୦୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି
  18. ରାଜ୍ୟରେ ପ୍ରତିଷ୍ଠା ହେବ ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ। ଉଭୟ ଘରୋଇ ଓ ରପ୍ତାନୀ କ୍ଷେତ୍ର ପାଇଁ ଏହାକୁ ପ୍ରତିଷ୍ଠା କରାଯିବ। ଏଥିପାଇଁ ଇପିକଲ ଓ ବିପିସିଏଲ ମଧ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
  19. ବାଲିମେଳା ପାୱାର ହାଉସ୍‌ର ୧ ନମ୍ବର ୟୁନିଟ୍ ପରୀକ୍ଷାମୂଳକ ଭାବେ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଛି। ପରୀକ୍ଷା ସଫଳ ହେଲେ ଖୁବଶୀଘ୍ର ଏହାକୁ ବାଣିଜ୍ୟିକ ୟୁନିଟ୍ ଭାବରେ ବ୍ୟବହାର କରାଯିବ।
  20. ରାଜ୍ୟର ୧୨ ସହର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଥିବା‌ ବେଳେ ଆଉ ୫ ସହରର ତାପମାତ୍ରା ୪୦ ପାଖା‌ପାଖି ରହିଥିଲା। ପଶ୍ଚିମ ଓଡ଼ିଶାର ୫ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବା ସହ ଜଳୁଛି ପଶ୍ଚିମ ଓଡ଼ିଶା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.