• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏଣିକି ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ | ଏଣିକି ଫିଜିକାଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରି କୋର୍ସ କରିବାକୁ ଅନୁମତି ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଷ୍ପତ୍ତି ନେଇଛି।
  2. ସ୍କାଏମେଟର ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ ରେ ମୌସୁମୀ ବର୍ଷା ଦୀର୍ଘ ମିଆଦି ହାରାହାରିର ୯୮ ପ୍ରତିଶତ (+/-5%) ରହିବ । ଅର୍ଥାତ ଦୀର୍ଘ ମିଆଦୀ ହାରାହାରି ବର୍ଷା ୮୮୦.୬ ମିଲିମିଟର ଧରାଯାଇଥିବାବେଳେ ଚଳିତ ବର୍ଷ ମୌସୁମୀ ୪ ମାସ (ଜୁନ-ସେପ୍ଟେମ୍ବର)ରେ ତାହାର ୯୮ ପ୍ରତିଶତ ରହିବ ଓ ତାହା ୫ ପ୍ରତିଶତ କମ ବା ଅଧିକ ହୋଇପାରେ ।
  3. କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି। ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ ବୋଲି ସୁଇସାଈଡ଼ ନୋଟରେ ଲେଖିଥିଲେ | ଆଉ ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ କରିବାକୁ ଦାବି କରିଛି|
  4. ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଏବଂ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ଲକଡାଉନ୍‌ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ନିର୍ଦ୍ଧାରିତ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି।
  5. ରାଜଧାନୀର ଅନ୍ୟତମ ଜନବହୁଳ ଅଞ୍ଚଳ ପଳାସୁଣିରେ ୧୬ ନମ୍ବର ଜାତୀୟ ରାଜପଥ ଉଫରେ ଫୁଟ୍ ଓଭରବ୍ରିଜ୍  ନିର୍ମାଣ ହେବ। ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଏଥିପାଇଁ ଜାଗା ପରିଦର୍ଶନ କରିଛନ୍ତି ।
  6. ଆସନ୍ତା ୧୪ ଓ ୧୫ ତାରିଖ ଭୁବନେଶ୍ବର ଏମ୍‌ସର ବର୍ହିବିଭାଗ (ଓପିଡି) ବନ୍ଦ ରହିବ। ମହାବୀର ଜୟନ୍ତୀ ଓ ଗୁଡ୍‌ ଫ୍ରାଇଡେ୍‌ ଅବସରରେ ଏହ ୨ ଦିନ ଓପିଡି ସେବା ବନ୍ଦ ରହିବ।
  7. କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି। ଜାତୀୟ ଜନଜାତି କମିସନ ଆରେଷ୍ଟ ୱାରେଣ୍ଟ ଜାରି କରିଥିବା ଜଣାପଡ଼ିଛି ।  ଏନେଇ ଜନଜାତି କମିସନ ଡିଜିପି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
  8. ନାଦିଆର ଦୁଷ୍କର୍ମ ଏବଂ ହତ୍ୟା ମାମଲରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ମୁଖ୍ୟ ଅଭିଯୁକ୍ତ ସହ ମାମଲା ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତି ଶୁଣାଣିରେ ସିବିଆଇ କୋର୍ଟରେ ରିପୋର୍ଟ ଦାଖଲ କରିବ।
  9.  ପ୍ରତିବର୍ଷ ଏପ୍ରିଲ ୨୪ ତାରିଖ ଦିନ ମାଷ୍ଟର ଦିନାନାଥ ମଙ୍ଗେସ୍କରଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ପ୍ରଦାନ କରାଯିବ। ପୁରସ୍କାର ନିମନ୍ତେ ଏପରି ବ୍ୟକ୍ତିତ୍ୱଙ୍କୁ ଚୟନ କରାଯିବ ଯିଏ ଦେଶ ଓ ସମାଜର ନିଶ୍ୱାର୍ଥ ସେବା ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିବେ। ଚଳିତବର୍ଷ ଏହି ପୁରସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନୀତ କରାଯିବ।
  10. ଗୋପାଳପୁର ବିଜୁ ପଟ୍ଟନାୟକ ପାର୍କ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଆଡଭେଞ୍ଚର ପାର୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି।
  11. ନ୍ୟୁୟର୍କରେ ଥିବା ବ୍ରୁକ୍‌ଲି ସବ୍‌ ଓ୍ୱେ ମେଟ୍ରୋ ଷ୍ଟେସନ୍‌ ନିକଟରେ ଗୁଳିକାଣ୍ଡ । ଏଥିରେ   ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମେ ମୃତାହତର ସୂଚନା ମିଳିଥିଲା ମାତ୍ର ପରବର୍ତ୍ତୀ ସମୟରେ ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।
  12. ଟେଲିକମ ଉପକରଣ ନିର୍ମାତା ନୋକିଆ ଋଷ ବଜାରରେ ତାର ବ୍ୟବସାୟକୁ ବନ୍ଦ କରିଛି ବୋଲି ତାର ସିଇଓ ଖବର ସରବରାହ ସଂସ୍ଥା ରୟେଟର୍ସକୁ କହିଛନ୍ତି । 
  13.  ଆମେରିକାର ନ୍ୟୁୟର୍କର ବ୍ରୁକଲିନରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଏପର୍ଯ୍ୟନ୍ତ ୫ ଜଣଙ୍କ ଜୀବନ ଯାଇଛି ।
  14. ନିଜକୁ ଦେବାଳିଆ ଘୋଷିତ କଲା ଶ୍ରୀଲଙ୍କା । ଘୋର ଆର୍ଥିକ ସଂକଟ ମଧ୍ୟରେ କିଛି ଦିନ ଧରି ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିବା ଶ୍ରୀଲଙ୍କା ସରକାର ହାତ ଟେକିଦେଇଛନ୍ତି । ଏନେଇ ଆଜି ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ କୌଣସି ଋଣ ଶୁଝି ନପାରିବା ନେଇ ଘୋଷଣା କରିଛି । ବର୍ତ୍ତମାନ ଦେଶର ଋଣଭାର ୫୧ ବିଲିୟନ ଡଲାର ହୋଇଥିବାବେଳେ ଏହି ଶୁଝିବାର କୌଣସି ସମ୍ଭାବନା ଦିଶୁନାହିଁ । ମୋଟ ଘରୋଇ ଉତ୍ପାଦ ବା ଜିଡିପିର ୮୫ ପ୍ରତିଶତ ଋଣ ଭାରରେ ବୁଡ଼ିଛି ଶ୍ରୀଲଙ୍କା ।
  15. ୟୁକ୍ରେନରେ ଋଷ ପ୍ରୟୋଗ କରିପାରେ ରାସାୟନିକ ଅସ୍ତ୍ର । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.