• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବିଦାୟ ନେବ ବସନ୍ତ ଆଉ ଆରମ୍ଭ ହେବ ଗ୍ରୀଷ୍ମ ।
  2. ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ଡ. ହରେକୃଷ୍ଣ ମହତାବ ଏବଂ ଅନ୍ୟ ବରପୁତ୍ରମାନଙ୍କ ଉଦ୍ୟମରେ ୧୯୪୮ ମସିହା ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ହୋଇଥିଲା ।
  3. ଯୁଦ୍ଧ ଭିତରେ ମାରିୟୁପୋଲକୁ ନେଇ ଋଷ ତରଫରୁ କରାଯାଇଛି ବଡ ଦାବି । ୟୁକ୍ରେନର ପୂରା ବ୍ରିଗେଡ ଆତ୍ମସମର୍ପଣ କରିଥିବା ଋଷ ଦାବି କରିଛି । ଏହି ଆତ୍ମସମର୍ପଣରେ ୧୦୨୬ ୟୁକ୍ରେନୀ ଯବାନ ଅସ୍ତ୍ରଶସ୍ତ୍ର ଛାଡିଛନ୍ତି । ଏମାନଙ୍କ ମଧ୍ୟରେ ୧୬୨ ୟୁକ୍ରେନୀ ଅଧିକାରୀ ଅଛନ୍ତି ।
  4. ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ବଡ଼ ସହଯୋଗୀ ଭିକ୍ଟର ମେଦଭେଦଶ୍ଚୁଙ୍କୁ ଗିରଫ କରିଛି ୟୁକ୍ରେନ । ତାଙ୍କର ମୁକ୍ତି ପାଇଁ ଋଷ ଦ୍ୱାରା ବନ୍ଦୀ ହୋଇଥିବା ସବୁ ଯୁବକ ଯୁବତୀଙ୍କୁ ଛାଡ଼ିବାକୁ ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ।
  5.  ଧର୍ମ ସଂସଦରେ ଘୃଣା ଭାଷଣ ମାମଲାରେ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କଠାରୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ଗତବର୍ଷ ହରିଦ୍ୱାରରେ ଆୟୋଜିତ ଧର୍ମସଂସଦରେ ଘୃଣା ଭାଷଣ ମାମଲାରେ ଚାରିଟି ଏତଲା ଦାୟର ହୋଇଛି ବୋଲି ଉତ୍ତରାଖଣ୍ଡ ସରକାର ଆଜି ଶୁଣାଣି ବେଳେ କହିଥିଲେ । ଏହାପରେ ସୁପ୍ରିମକୋର୍ଟ ଏହି ମାସ ୨୨ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଛନ୍ତି ।
  6. ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଭିନ୍ନ ଦେଶର ସମ୍ପର୍କ ଉପରେ ପଡିବାରେ ଲାଗିଛି । ଯୁଦ୍ଧ ବିଶ୍ବକୁ ଦୁଇ ଭାଗ କରି ଦେଇଛି । ଗୋଟିଏ ପଟେ ଚୀନ, ଉତ୍ତର କୋରିଆ ଭଳି ଦେଶ ଋଷ ସହ ଛିଡା ହୋଇଥିବା ବେଳେ ଅନ୍ୟପଟେ ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟଲୀ ଭଳି ଦେଶ ରହିଛନ୍ତି । ତେବେ ଦୁଇ ଭାଗ ହେଉଥିବା ବିଶ୍ବର କୌଣସି ଗୋଷ୍ଠୀରେ ଭାରତ ନାହିଁ । 
  7.  ଆସିଲା କ୍ରିପଟୋ କରେନ୍ସି କ୍ରେଡିଟ୍ କାର୍ଡ । ନେକ୍ସୋ ଆଣିଲା ପ୍ରଥମ ପ୍ରିକଟୋ ବ୍ୟାକଡ ପେମେଣ୍ଟ କାର୍ଡ । 
  8. ବୁଧବାର ବିଳମ୍ବିତ ରାତ୍ରରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଅକ୍କୀରେଡ୍ଡୀଗୁଡ଼େମ୍‌ରେ ଥିବା ‘ପୋରୁସ୍‌ ଲ୍ୟାବ୍‌ ସ୍‌ ଲିମିଟେଡ୍‌’ ନାମକ ଗୋଟାଏ ‘କେମିକାଲ୍‌ ଲ୍ୟାବ୍‌’ରେ (ରାସାୟନିକ କାରଖାନା) ବିସ୍ଫୋରଣ ଘଟି ନିଆଁ ଲାଗିଯିବାରୁ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
  9. ଗ୍ରୀଷ୍ମଋତୁ ପୂର୍ବରୁ ସେମାନଙ୍କ ପାଖରେ ଯେତିକି କୋଇଲା ମହଜୁଦ ରହିବା କଥା, ଏଥର ସେତିକି ନାହିଁ। ବରଂ ତାହା ୯ ବର୍ଷର ସର୍ବନିମ୍ନ ସ୍ତରକୁ କମିଯାଇଛି। ଅନ୍ୟପକ୍ଷରେ ଦେଶରେ ବିଦ୍ୟୁତ୍ ଚାହିଦାରେ ଦ୍ରୁତବୃଦ୍ଧି ଘଟିବାରେ ଲାଗିଛି। ଗତ ୩୮ ବର୍ଷ ମଧ୍ୟରେ ବିଜୁଳି ଚାହିଦା ବୃଦ୍ଧି ହାର ଏଥର ସର୍ବାଧିକ ରହିବ ‌ବୋଲି ଅନୁମାନ କରାଯାଉଛି।
  10. ରିଲାଏନ୍ସ-ବିପିର ପେଟ୍ରୋଲ ପମ୍ପଗୁଡ଼ିକୁ କମ୍ପାନି ଗତମାସରୁ ସେମାନଙ୍କ ଆବଶ୍ୟକତା ଅନୁସାରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଇ ଦେଉନାହାନ୍ତି। ମାର୍ଚ୍ଚ ୧୮ ତାରିଖରୁ ସେମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଓ ଡିଜେଲ ଉପରେ ଅଙ୍କୁଶ ଲଗାଯାଇଛି।
  11. ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ୯୦ ଜଣ ସ୍ପାଇସ୍‌ଜେଟ୍ ପାଇଲଟଙ୍କୁ ବୋଇଂ ୭୩୭ ମାକ୍ସ ଉଡ଼ାଣ ପାଇଁ ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କୁ ପୁନର୍ବାର ତାଲିମ ନେବାକୁ ପରାମର୍ଶ ଦେଇଛି।
  12. ମହାରାଷ୍ଟ୍ର ପୁଲିସର ଅନ୍ୟତମ ବରିଷ୍ଠ ଅଧିକାରୀ ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମ ବୀର ସିଂଙ୍କ ବିରୋଧରେ ଅସଦାଚରଣ ଏବଂ ଦୁର୍ନୀତି ଅଭିଯୋଗର ପାଞ୍ଚଟି ମାମଲାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗ୍ରହଣ କରିଛି ବୋଲି ସିବିଆଇର ଅଧିକାରୀମାନେ ବୁଧବାର ଦିନ କହିଛନ୍ତି। 
  13. ଆର୍ଯ୍ୟନଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରି ଜେଲ ପଠାଇଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଏବେ ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ୨ଏନସିବି ଅଧିକାରୀ ବିଶ୍ବ ବିଜୟ ସିଂହ ଓ ଆଶିଷ ରଞ୍ଜନ ପ୍ରସାଦ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଅନ୍ୟ ଏକ ମାମଲା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି।
  14. ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ହେଲେ ଗିରଫ। ଗତ ଶନିବାର ତାଙ୍କ ବିରୋଧରେ ଦୁଷ୍କର୍ମ ପାଇଁ ଧମକ ଦେଇଥିବା ନେଇ ମାମଲା ରୁଜୁ କରାଯାଇଥିଲା
  15. ମନି ଲଣ୍ଡରିଂ ମାମଲାରେ ତୁରନ୍ତ ଜେଲରୁ ମୁକ୍ତ ହେବା ପାଇଁ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ଵାବ ମଲ୍ଲିକ ସୁପ୍ରିମ କୋର୍ଟରେ ଆଗତ କରିଥିବା ଆବେଦନର ଶୁଣାଣି ପାଇଁ ରାଜି ହୋଇଛନ୍ତି।
  16. ରୁଷ୍‌ ଆକ୍ରମଣର ୬ ସପ୍ତାହ ମଧ୍ୟରେ ୟୁକ୍ରେନ୍‌ର ପ୍ରାୟ ଦୁଇ ତୃତୀୟାଂଶ ଶିଶୁ ସେମାନଙ୍କ ଘର ଛାଡ଼ି ସାରିଛନ୍ତି। ୧୫୨ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ଜାତିସଂଘ ତଥ୍ୟ କହୁଛି।
  17. କେରଳର କୋଚିରେ ଅନୁଷ୍ଠିତ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନସମୂହଙ୍କ ମଧ୍ୟରେ ସଚେତନତା ସମ୍ମତି ଓ ଉତ୍କର୍ଷ (ସିଏଏଚ୍‌ଓ-ଏସ୍‌)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମ୍‌ସ ଭୁବନେଶ୍ୱରର କେନ୍ଦ୍ରୀୟ ଷ୍ଟେରାଇଲ୍‌ ସେବା ବିଭାଗ (ସିଏସଏସଡି)କୁ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ବର୍ଗରେ ଜାତୀୟସ୍ତରରେ ୨ୟ ପୁରସ୍କାର ମିଳିଛି।
  18. କେନ୍ଦ୍ର ପ୍ରାୟୋଜିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ)ର ଅବଧି ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଯୋଜନାର କାର୍ଯ୍ୟକାଳକୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅବଧି ଅନୁରୂପ ୦୧.୦୪.୨୦୨୨ ଠାରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆରଜିଏସଏ ଯୋଜନା ଦେଶର ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ପ୍ରଶାସନିକ କ୍ଷମତା ବିକଶିତ କରିବାରେ ସହାୟକ ହେବ ।
  19. ପୂର୍ବତନ ରାଜ୍ୟ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟଙ୍କୁ  ନୂଆ ନିଯୁକ୍ତି ମିଳିଛି । ରାଜ୍ୟ ସରକାର ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଅଧ୍ୟକ୍ଷ ଭାବେ ଶ୍ରୀ ଅଭୟଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତିର ୫ବର୍ଷ କିମ୍ବା ୬୨ବର୍ଷ ବୟସ ଯାଏ ସେ ଏହି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି ।
  20. ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଦେଶର ଅର୍ଥନୀତିକୁ ସୁଧାରିବା ଲାଗି ପ୍ରଥମ ନିଷ୍ପତ୍ତି କ୍ରମେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଦୈନିକ ୧୦ଘଣ୍ଟା ଚାଲିବାକୁ ନିର୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀମାନେ ସକାଳ ୧୦ଟାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.