• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏ ବର୍ଷ ବି ଦେଶରେ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
  2. ୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ୨୦୨୩ରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । 
  3. ଦିଲ୍ଲୀରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ମାମଲା । କିଛି ଛାତ୍ର ସ୍କୁଲରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଏହି ମଧ୍ୟରେ ନୂଆ ଗାଇଡଲାଇନ ଆଣିଛନ୍ତି ଦିଲ୍ଲୀ ସରକାର ।  ଗାଇଡଲାଇନ ଅନୁସାରେ ଯଦି ସ୍କୁଲରେ ଜଣେ ମଧ୍ୟ ପିଲା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତୁ ସ୍କୁଲକୁ ବନ୍ଦ କରିଦିଆଯିବ ।
  4.  ନୂଆଦିଲ୍ଲୀର ତିନ୍ ମୂର୍ତ୍ତି ଭବନ ପରିସରରେ ନିର୍ମିତ ହୋଇଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଗୁରୁବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସ୍ୱାଧୀନତା ପରଠାରୁ ଦେଶର ସବୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ନିର୍ମିତ ହୋଇଛି ଏହି ସଂଗ୍ରହାଳୟ । ବିଚାରଧାରା , ଆଦର୍ଶ ନିର୍ବିଶେଷରେ ବିଗତ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସଂପର୍କିତ ବିବରଣୀ ଓ ବିରଳ ଫଟୋଚିତ୍ର ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ।
  5. ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂଘଚାଳକ ମୋହନ ଭାଗବତ  ହରିଦ୍ୱାରରେ କହିଛନ୍ତିଯେ, ସନାତନ ଧର୍ମ ହିଁ ହିନ୍ଦୁ ରାଷ୍ଟ୍ର । କିନ୍ତୁ ଯଦି ଆମେ ସାମାନ୍ୟ ଚେଷ୍ଟା କରିବା ତେବେ ସ୍ୱାମୀ ବିବେକାନନ୍ଦ ଏବଂ ମହର୍ଷି ଅରବିନ୍ଦଙ୍କ ସ୍ୱପ୍ନର ଅଖଣ୍ଡ ଭାରତ ୧୦ରୁ ୧୫ ବର୍ଷ ମଧ୍ୟରେ ନିର୍ମାଣ ହୋଇଯିବ । ଏହାକୁ କେହି ମଧ୍ୟ ଅଟକାଇବାକୁ ନାହିଁ । ଯିଏ ପ୍ରତିବନ୍ଧକ ସାଜିବ, ସିଏ ମାଟିରେ ମିଶିଯିବ ।
  6.  ବୁଚା ନରସଂହାର ପରେ ଋଷିଆ ବିରୋଧରେ ତୀବ୍ର ହୋଇଛି ଆନ୍ତର୍ଜାତିକ ଆକ୍ରୋଶ । ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛନ୍ତି । ଏସବୁ ମଧ୍ୟରେ ନୂଆ ରଣନୀତି ପ୍ରସ୍ତୁତ କରୁଛି ଋଷିଆ । ଯୁଦ୍ଧକୁ ୫୦ ଦିନ ପୂରିଥିଲା ବେଳେ ଯୁକ୍ରେନର ଅର୍ଥନୀତି ଛାରଖାର ହୋଇଛି । ଖାଲି ଏତିଯକି ନୁହେଁ ଏଥିସହ ଦେଖାଦେଇଛି ମାନବୀୟ ସଂକଟ ଏବଂ ସାରାବିଶ୍ୱରେ ଅନୁଭୂତ ହୋଇଛି ଯୁଦ୍ଧର ପ୍ରଭାବ।
  7. ଟେସ୍ଲା ଫାଉଣ୍ଡର ଏଲନ ମସ୍କ ପ୍ରାୟ ୩.୨ ଲକ୍ଷ କୋଟି ଡଲାରରେ ଟ୍ୱିଟରକୁ କିଣିବାକୁ ଅଫର ଦେଇଛନ୍ତି । 
  8. ଜର୍ମାନୀର ବାବରିଆରେ ହେଉଥିବା ଜି-୭ ସମ୍ମିଳନୀକୁ ସେନେଗଲ, ଦକ୍ଷିଣ ଆଫ୍ରିକା ଓ ଇଣ୍ଡୋନେସିଆକୁ ସମ୍ମାନିତ ଅତିଥି ଭାବେ ଡକାଯିବା ଉପରେ ମୋହର ବାଜି ସାରିଛି । ହେଲେ ଭାରତକୁ ନେଇ ଏବେ ବି ବିଚାର ବିମର୍ଶ ଚାଲିଛି ।
  9. ରୁଷ୍‌ ମଧ୍ୟ ଆଜି ଏକ ବଡ଼ କ୍ଷତି ସହିଛି। କୃଷ୍ଣ ସାଗରରେ ଯୁଦ୍ଧର ଅଗ୍ରଣୀ ଭୂମିକା ନେଉଥିବା ରୁଷ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଯୁଦ୍ଧ ଜାହାଜଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଜାହାଜରେ ବିପୁଳ ପରିଣାମରେ ବି‌ସ୍ଫୋରକ ସାମଗ୍ରୀ ରହିଥିବାରୁ କ୍ଷେପଣାସ୍ତ୍ର ମାଡ଼ ପରେ ଏଥିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା।
  10. ରୁଷ୍‌ ଏକ କଡ଼ା ଚେତାବନୀ ଦେଇ କହିଛି ଯଦି ଫିନଲାଣ୍ଡ୍‌ ଏବଂ ସ୍ବିଡେନ୍‌ ନାଟୋରେ ଯୋଗ ଦିଅନ୍ତି ତେବେ ବାଲ୍‌ଟିକ୍‌ ସାଗର ଅଞ୍ଚଳରେ ପରମାଣୁ ଅସ୍ତ୍ର ମୁତୟନ ହେବ। 
  11. କ୍ଷମତାରୁ ହଟିବାର କିଛି ଦିନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ସେ କ୍ଷମତାରେ ଥିବାବେଳେ ଆଦୌ ଭୟଙ୍କର ନଥିଲେ। କିନ୍ତୁ ଏବେ ସେ ଖୁବ୍‌ ଭୟଙ୍କର ହୋଇଯିବେ।
  12. କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ୨୦୨୧-୨୨ରେ ମହାରାଷ୍ଟ୍ରରେ ଭାରତ ପ୍ରସ୍ତୁତ ବିଦେଶୀ ମଦ (ଆଇଏମଏଫଏଲ) ବିକ୍ରି ୧୭.୯୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଗୁରୁବାର ଦିନ ରାଜ୍ୟ ରାଜସ୍ୱ ବିଭାଗର ଜଣେ ଅଧିକାରୀ କହିଛନ୍ତି।
  13. ନୋଏଡା ଟ୍ରାନ୍ସପୋର୍ଟର୍ସ ଆସୋସିଏସନ ଗୁରୁବାର ମାଲଭଡ଼ା ବୃଦ୍ଧି ଘୋଷଣା କରିଛି। ଭଡାରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଆସୋସିଏସନ କହିଛି। ଏହି ବର୍ଦ୍ଧିତ ଭଡା ଘୋଷଣା ସହ ଲାଗୁ ହୋଇଯାଇଛି। ଭଡ଼ା ବୃଦ୍ଧି ନେଇ ଆସୋସିଏସନ ପକ୍ଷରୁ କମ୍ପାନୀମାନଙ୍କୁ ପତ୍ର ଜାରି କରିଦିଆଯାଇଛି।
  14. ଟାଟା ଗ୍ରୁପ୍‌ର ଏୟାରଲାଇନ୍ସ ଏୟାର ଇଣ୍ଡିଆ କହିଛି ଯେ, ଏଲାୟନ୍ସ ଏୟାର ଏବେ ତାର ସହାୟକ କମ୍ପାନୀ ରହିଲାନାହିଁ । ଏୟାର ଇଣ୍ଡିଆ ତାର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛି ।
  15. ବହୁ ପ୍ରତିକ୍ଷିତ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ ଚାଲିବାର ତାରିଖ ଆସିଯାଇଛି। ଗୁଜରାଟର ବିଲିମୋରା ଓ ସୁରଟ ମଧ୍ୟରେ ଏହି ଟ୍ରେନ କରିଡୋରର ପରୀକ୍ଷଣ ୨୦୨୬ରେ ହେବ। ବୁଲେଟ୍ ଟ୍ରେନ ଘଣ୍ଟା ପ୍ରତି ୩୫୦ କିଲୋମିଟର ବେଗରେ ଚାଲିବ। 
  16. ବିଶ୍ୱର ସର୍ବ ବୃହତ୍ତ ସିମେଣ୍ଟ କମ୍ପାନୀ ‘ହୋଲିସିମ ଗ୍ରୁପ’ ଭାରତରେ ନିଜର କାରବାର ସମାପ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ  କରିଛି। ଆସୁଥିବା ସୂଚନାରୁ ହୋଲିସିମ୍ ଏବେ ତାର ଦୁଇ ପ୍ରମୁଖ ବ୍ରାଣ୍ଡ ଅମ୍ବୁଜା ସିମେଣ୍ଟ ଓ ଏସିସିକୁ ସେଲ୍‌ରେ ରଖିଛି।
  17. ବଲିଉଡ଼ର ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କର ଗୁରୁବାର ହାତଗଣ୍ଠି ପଡ଼ିଛି। ପଞ୍ଜାବୀ ରିତି ନୀତି ଅନୁସାରେ ଏହି ବିବାହ ସମାରୋହ ଶେଷ ହୋଇଛି ।
  18. ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଅପେକ୍ଷା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଚାହିଦା ବଢ଼ିବାରେ ଲାଗିଛି। ସଦ୍ୟ ମୁକ୍ତିପ୍ରାପ୍ତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘କେଜିଏଫ୍‌-୨’ ଦେଖିବାକୁ ରାଜଧାନୀର ବିଭିନ୍ନ ପ୍ରେକ୍ଷାଳୟରେ ଭିଡ଼ ଜମୁଛି।
  19. ଦେଶର ସର୍ବବୃହତ କୁଇଜ୍‍ ପ୍ରତିଯୋଗୀତା ‘ସବ୍‍କା ବିକାଶ ମହାକୁଇଜ୍‍’ ଶୁଭାରମ୍ଭ ହୋଇଛି। ସରକାରଙ୍କର ବିଭିନ୍ନ ଯୋଜନା ଓ ଉତ୍ତମ ପ୍ରଶାସନ ସଂକ୍ରାନ୍ତରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କୁଇଜ୍‍ ପ୍ରତିଯୋଗିତା ଆରମ୍ଭ କରାଯାଇଛି।
  20. ଓଡ଼ିଶାରେ ଆଉ ଏକ ହକି ମହାକୁମ୍ଭର ବିଗୁଲ ବାଜିଛି। ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପର ପଞ୍ଚଦଶତମ ସଂସ୍କରଣ -୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.