• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଋୁଷ୍‍-ୟୁକ୍ରେନ ଯୁଦ୍ଧ ୫୧ ଦିନରେ ପହଞ୍ଚିଥିବା ଏବଂ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ରୁଷ୍‍ରୁ ତୈଳ ଓ ଗ୍ୟାସ୍‍ ଆମଦାନୀ ଉପରେ କଟକଣା ଜାରି କରାଯାଇଥିବାବେଳେ ରୁଷ୍‍ ଉପ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର ନୋଭାକ କହିଛନ୍ତି, ତାଙ୍କ ଦେଶରୁ ଗ୍ୟାସ୍‍ କିଣିବାକୁ ଅନେକ କ୍ରେତା ରୁବଲ୍‍ ଆକାରରେ ଦେୟ ପୈଠ କରିବାକୁ ରାଜି ହୋଇଛନ୍ତି।
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ଗୁଏନ ଫୁ ତ୍ରୋଙ୍ଗ ଶୁକ୍ରବାର ଦିନ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଛନ୍ତି ଏବଂ ୟୁକ୍ରେନରେ ଚାଲିଥିବା ସଙ୍କଟ ଏବଂ ଦକ୍ଷିଣ ଚୀନ୍ ସାଗରର ପରିସ୍ଥିତି ଉପରେ ମତ ବିସ୍ତୃତ ଆଲୋଚନା କରିଛନ୍ତି।
  3. ଚେନ୍ନାଇ ସୁପର କିଙ୍ଗ୍ସର ଅଲରାଉଣ୍ଡର ଦୀପକ ଚହର ଆଇପିଏଲ ୨୦୨୨ର ବଳକା ମ୍ୟାଚଗୁଡ଼ିକରୁ ବାଦ୍ ପଡିଛନ୍ତି। ଶୁକ୍ରବାର ତାଙ୍କ ପିଠିରେ ଆଘାତ ଲାଗିଥିଲା। ଫେବୃଆରୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ଚହରଙ୍କୁ ଆଘାତ ଲାଗିଥିଲା।
  4. ରୁଷର କ୍ଷେପଣାସ୍ତ୍ରବାହି ଜାହାଜ ମୋସ୍କୋବା କୃଷ୍ଣସାଗରରେ ବୁଡ଼ି ଯାଇଥିବା ଜଣାପଡିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ନେଇ ସୂଚନା ଦେଇଛି।
  5. ତିନି ଯୁବତୀ ଉମରକୋଟ କଳସୀ ଯାତ୍ରାର (ମୀନା ବଜାର) ଦେଖି ଯିବାକୁ ଘରେ କହିଥିଲେ, କିନ୍ତୁ ପରିବାର ଲୋକ ଯାତ୍ରା ଯିବାକୁ ବାରଣ କରିବାରୁ ଦୁଃଖରେ ଆତ୍ମହତ୍ୟା କରିଥିଲେ ତିନି ଯୁବତୀ । ଏ ସଂପର୍କରେ ଉମରକୋଟ ପୋଲିସ ଆଜି ଏକ ପ୍ରେସ ରିଲିଜ ମାଧ୍ୟମରେ ଜଣାଇଛନ୍ତି।
  6. ଜୁନ୍ ରେ ଆସିପାରେ କରୋନାର ଚତୁର୍ଥ ଲହର । ଏନେଇ ଆଇଆଇଟି ଦାବି କରିଥିବା ବେଳେ ଡର ବଢାଇଛି କରୋନାର ନୂଆ ଭାରିଆଣ୍ଟ XE । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବଢୁଛି ।
  7. କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ କଥିତ ଆତ୍ମହତ୍ୟା ପ୍ରକରଣରେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ୱରପ୍ପା ଶେଷରେ ଇସ୍ତଫା ଦେଇଛନ୍ତି। ଈଶ୍ୱରପ୍ପା ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଆବାସକୁ ଯାଇ ତାଙ୍କୁ ଭେଟିବା ସହ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
  8. ମାଲ ପରିବହନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ଓଲେକ୍ଟ୍ରା ଗ୍ରୀନଟେକ୍ ଲମିଟେଡ୍। ଶୁକ୍ରବାର ଇଲେକ୍ଟ୍ରିକ୍ ଟ୍ରକ୍ ବର୍ଗରେ ବିସ୍ତାର ଲାଗି ୬X୪ ହେଭି ଡ୍ୟୁଟି ଇଲେକ୍ଟ୍ରିକ ଟିପରର ପରୀକ୍ଷଣ ଆରମ୍ଭ କରିଦିଆଯାଇଛି। ଇଲେକ୍ଟ୍ରି ବସ୍ ନିର୍ମାଣରେ ଅଗ୍ରଣୀ ତଥା ମାର୍କେଟ ଲିଡର ଓଲେକ୍ଟ୍ରା
  9. ରାଜସ୍ଥାନର କ‌ରୌଲିରେ ଗତ ଏପ୍ରିଲ ୨ ତାରିଖରେ ହୋଇଥିବା ଦଙ୍ଗାରେ ଜଣେ ମହିଳା ଏକାକୀ ୧୫ ପୁରୁଷଙ୍କ ଜୀବନ ବଞ୍ଚାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲିମ ସଂପ୍ରଦାୟର ଥିଲେ।
  10. ଦିଲ୍ଲୀରେ ଦୈନିକ କୋଭିଡ୍‌ ସଂକ୍ରମଣ ବଢ଼ିବାରୁ ପଜିଟିଭ୍‌ ହାର ୨ ପ୍ରତିଶତରୁ ଅଧିକ ରହିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ଦିଲ୍ଲୀରେ ହୋମ୍‌ ଆଇସୋଲେସନ୍‌ ମାମଲା ୪୮ ପ୍ରତିଶତ ବୃଦ୍ଧି ପାଇଛି।
  11. ୟୁକ୍ରେନ ଯୁଦ୍ଧରେ ରୁଷକୁ ସହାୟତା କରିଥିବାରୁ ଚୀନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ତାଇଓ୍ବାନ ଗସ୍ତରେ ଯ଼ାଇଥିବା ଆମେରିକୀୟ ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ।  ପୂର୍ବରୁ ମଧ୍ୟ ଆମେରିକା ଚୀନକୁ ଏହି ପ୍ରସଙ୍ଗରେ ଧମକ ଦେଇସାରିଛି।
  12. ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ବିଧାନସଭାର ୧୨୪ଜଣ ସଦସ୍ୟ( ମନ୍ତ୍ରୀ ଓ ବିଧାୟକଙ୍କ ସମେତ) ଆଇଏନ୍‌ଏସ୍‌ ଚିଲିକା ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଭୂତି ସାଉଣ୍ଟିଛନ୍ତି। ଏଥିସହିତ. କାଳିଜାଈ ପୀଠକୁ ଯାଇ ମା’ଙ୍କ ଦର୍ଶନ ଲାଭ କରିଛନ୍ତି।
  13. ବଦଳିଯିବ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଚିତ୍ର । ଏହାର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର ।
  14.  ପୁଣି ଇମ୍ରାନ୍‌ ଖାନଙ୍କୁ ଲାଗିଲା ଆଉ ଏକ ଝଟକା । ପାକିସ୍ତାନର ଅକ୍ତିଆରରେ ଥିବା ପିଓକେର ପ୍ରଧାନମନ୍ତ୍ରୀ ସରଦାର ଅବଦୁଲ କୟ୍ୟୁମ ନିଆଜି ପିଟିଆଇ ପାର୍ଟିରେ ତାଙ୍କ ବିରୋଧରେ ବିଦ୍ରୋହ ପରେ ଇସ୍ତଫା ଦେଇଛନ୍ତି।
  15. ୫୧ ଦିନରେ ଋଷ-ୟୁକ୍ରେନ ଓ୍ୱାର । ଦିନକୁ ଦିନ ଜଟିଳ ସ୍ଥିତି ଆଡ଼କୁ ଗତି କରୁଛି ଯୁଦ୍ଧ । ଗତ ୨୪ ଘଣ୍ଟାରେ ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ କରାଯାଇଥିବା ନେଇ ଦାବି କରିଛି ଋଷ । ଖାରକିଭ୍ ସହର ଉପରେ ବି ଜାରି ରହିଛି ଆକ୍ରମଣ । 
  16. ୨୪ଘଣ୍ଟାରେ କାଳବୈଶାଖୀ ସମ୍ଭାବନା, ୭ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି କଳା ପାଣିପାଗ ବିଭାଗ ।
  17. ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସିବିଏସ୍ଇର ବଡ଼ ନିଷ୍ପତ୍ତି: ୨୦୨୩ରେ ପୁରୁଣା ଢାଞ୍ଚାରେ ପରୀକ୍ଷା ।
  18. ମାରକ୍ରମ ଏବଂ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକାତାକୁ ୭ ଓ୍ଵିକେଟ୍ରେ ହରାଇଲା ହାଇଦ୍ରାବାଦ ।
  19. ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ଦେଢ଼ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ଯେ, ରୁଷିଆ ସେନାର ଆକ୍ରମଣରେ ୟୁକ୍ରେନ୍‌ର ୨୦ ହଜାର ସୈନିକ ପ୍ରାଣ ହାରିଛନ୍ତି । ଜବାବରେ ୟୁକ୍ରେନ୍ ୩ ହଜାର ରୁଷୀୟ ସୈନିକଙ୍କୁ ନିହତ କରିଛି ।
  20. ବିହାରର କାଟିହର ଜିଲ୍ଲାର ଫାକାର୍ଟାକିଆ ଛକରେ ଅବସ୍ଥିତ ଜାମା ମସଜିଦ ସାମ୍ନାରେ ରାମ ନବମୀ ଅବସରରେ କିଛି ଲୋକ ପ୍ରେମ ଏବଂ ସମ୍ମାନ ପ୍ରଦର୍ଶନ କରୁଥିବା ମସଜିଦ ସମ୍ମୁଖରେ ମାନବ ଶୃଙ୍ଖଳା ଆକାରରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.