• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶନିବାର ସନ୍ଧ୍ୟାରେ ଉତ୍ତରପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ସଂଘର୍ଷରେ ୯ଜଣ ଆହତ ହୋଇଛନ୍ତି ଓ ସଂଘର୍ଷରେ ଲିପ୍ତ ଥିବା ଆଉ ୯ଜଣଙ୍କୁ ଗିରଫ କରାଯାଇଛି। ସଂଘର୍ଷରେ ସମ୍ପୃକ୍ତ ଥିବା ସନ୍ଦେହରେ ୧୫ଜଣଙ୍କୁ ଅଟକ ରଖାଯାଇଥିଲା।
  2. ରାଜଧାନୀ ଭୁବନେଶ୍ଵରରରେ ଅଭାବନୀୟ ଘଟଣା । ସିଆରପି- ଜୟଦେବ୍‌ ବିହାର ରାସ୍ତା ଉପରେ ମୋବିଲ ତେଲ ପଡିବା କାରଣରୁ, ଦୁର୍ଘଟଣାରେ ୪୦  ବାଇକ ଆରୋହୀ ଆହତ। ନୟାପଲ୍ଲୀରୁ ସିଆରପି ଛକ ରାସ୍ତାରେ ତେଲ ପଡ଼ିବାରୁ ଗାଡ଼ି ସ୍ଲିପ୍ କରିଥିଲା ।
  3. କୋଭିଡରେ ପ୍ରଭାବିତ ପାଠପଢ଼ା ଭରଣା ପାଇଁ କମିଲା ଖରା ଛୁଟି: ଏଥର ଜୁନ ୬ରୁ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ମେ ପହିଲାରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ପହିଲାରୁ ଜୁନ ୫ ଯାଏଁ ସକାଳ ୬ଟାରୁ ୯ଟା ଯାଏଁ ସକାଳୁଆ ପାଠପଢା
  4. ଓଡିଶାର ୧୫ରୁ ୨୫ ବର୍ଷର ୭୫ ଲକ୍ଷ ଯୁବକଙ୍କୁ ସ୍କିଲ୍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ: ବୋଲି କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
  5. ପୂର୍ବତଟ ମାଲବାହୀ ରେଳ କରିଡର୍‌ ଖୁବ୍‌ଶୀଘ୍ର: ଖଡ଼ଗପୁର-ବିଜୟୱାଡ଼ା ୧୧୧୫ କି.ମି. ରେଳପଥ ସଂଯୋଗ ହେବ ।
  6. ଏପ୍ରିଲ ୨୧ରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦୁଇ ଥର ବାତିଲ ହୋଇସାରିଛି ଜନସନଙ୍କ ଗସ୍ତ ।
  7. ଆମେରିକା ଓ ନାଟୋକୁ ରୁଷିଆର ଧମକ: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଭ୍ଲାଦିମିର ପୁଟିନଙ୍କ ଚେତାବନୀ।
  8. ଦିଲ୍ଲୀ ପରେ ପଞ୍ଜାବରେ ମିଳିବ ମାଗଣା ବିଜୁଳି: ଜୁଲାଇ ପହିଲାରୁ ମିଳିବ ୩ଶହ ୟୁନିଟ ମାଗଣା ବିଜୁଳି ।
  9. ଆଇପିଏଲ ଇତିହାସରେ ମୁମ୍ବାଇର ସବୁଠୁ ଖରାପ ପ୍ରଦର୍ଶନ, ପ୍ରଥମ ଥର ପାଇଁ ପ୍ରାରମ୍ଭିକ ୬ ମ୍ୟାଚ୍ ରେ ପରାଜିତ ।
  10. ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୬ ରନ୍‌ରେ ପରାସ୍ତ କର ଚତୁର୍ଥ ବିଜୟ ହାସଲ କରିଛି ।
  11.  ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ସମ୍ଭାବନା ଥିବାରୁ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି ଶନିବାର ଦିନ ପୁଣି ଥରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ସାମ୍ବାଦିକମାନଙ୍କୁ କହିଛନ୍ତି।
  12. ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୫୨ ଦିନ ପୂରିଥିବା ବେଳେ ବିଭିନ୍ନ ଅଂଚଳରେ ଗୋଳାବର୍ଷା ଜାରି ରହିଛି। ବନ୍ଦର ସହର ମାରିୟୁପୋଲ୍‌ରେ ଅତି ଜଟିଳ ସ୍ଥିତି ଲାଗି ରହିଛି। ମ‌ାରିୟୁପୋଲ୍‌ରେ ୯୦ ପ୍ରତିଶତ ଅଂଚଳ ରୁଷ୍‌ ସୈନିକଙ୍କ ଦଖଲରେ ରହିଥିଲେ ମଧ୍ୟ ପୁଣି ‌ଲଢ଼େଇ ଜୋରଦାର ହୋଇଛି।
  13. ଆଗାମୀ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ସୋନିଆଙ୍କ ନିକଟରେ ଯୋଜନା ଉପସ୍ଥାପନ କରିଛନ୍ତି।
  14. କରୋନା ଭୂତାଣୁର ଡେଲଟା ଓ ଓମିକ୍ରନ୍ ଭେରିଏଣ୍ଟକୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଭାରତରେ ଏକ ନୂତନ ଟିକା ବିକଶିତ କରାଯାଉଛି। ଏହି ଟିକାର ସ୍ବାତନ୍ତ୍ର ହେଲା ଏହା ଅଧିକ ତାପମାତ୍ରାରେ ରହିଲେ ମଧ୍ୟ ଖରାପ ହେବନାହିଁ।
  15. ଦେଓମାଳି ପାହାଡ ରାଜ୍ୟର ବେଶ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେବାକୁ ଯାଉଛି।
  16. ଭାରତ ଗସ୍ତରେ ଆସିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଚଳତ ମାସ ୨୧ ତାରିଖରେ ବୋରିସ ଦୁଇ ଦିନିଆ ଭାରତ ଗସ୍ତରେ ଅସୁଥିବା ନେଇ ସୂଚନା ମିଳିଛି । ୨୧ ତାରିଖରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଗୁଜରାଟ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୨ ତାରିଖ ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ବୋରିସଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
  17. ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ୱେଲ୍‍ନେସ୍‍ ବ୍ୟବସ୍ଥାର ଚତୁର୍ଥ ବାର୍ଷିକୀ ଅବସରରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ୧ ଲକ୍ଷ ଇ-ସଞ୍ଜିବନୀ ଟେଲି-ପରାମର୍ଶ କେନ୍ଦ୍ର ଉଦ୍‍ଘାଟନ କରିଛନ୍ତି।
  18. ନୂଆ ଶିକ୍ଷା ବର୍ଷରୁ ମେ’ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ନୂଆ ଶିକ୍ଷାବର୍ଷରୁ ଶତ ପ୍ରତିଶତ କୋର୍ସରେ ପାଠପଢା ହେବ। ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦ ପ୍ରତିଶତ ସିଲାବସ୍‍ କଟା ଯାଇଥିଲା। ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ବ୍ୟବସ୍ଥା ରହିବ।
  19. ପ୍ରତିଦିନ ସକାଳ ୬ଟାରୁ ଏଠାରେ ଶିକ୍ଷାର୍ଥୀଙ୍କ ଭିଡ ଜମୁଛି। ଫ୍ରିରେ ଏଠାରେ ପିଲାଙ୍କୁ ରେଲୱେ ଏବଂ ଏସ୍‌ଏସ୍‌ସି ପରୀକ୍ଷା ପାଇଁ ପଢାଯାଉଛି। ଏସ୍‌କେ ଝା ନାମକ ଜଣେ ଇଞ୍ଜିନିୟର ମାଗଣାରେ ପିଲାଙ୍କୁ ପଢାଉଛନ୍ତି।
  20. ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କନ୍ଧମାଳ ସମେତ ଦକ୍ଷିଣ ଉପକୂଳ ଓଡିଶାର କିଛି ସ୍ଥାନରେ ୨୦ ତାରିଖ ଯାଏ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.