• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଯାତ୍ରୀମାନେ ଏବେ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ । ଏଥି ପାଇଁ ଯାତ୍ରୀମାନଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ହେବ । ଯାହା ଦ୍ୱାରା ରେଳଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମିଳିବ ।
  2. ଗ୍ରୀଷ୍ମ ପ୍ରବାହ। ଖରା ପାଇଁ ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ  ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଖରା ଦେଖି ସ୍କୁଲ ଖୋଲିବା ପାଇଁ ପୁଣି ନିଷ୍ପତ୍ତି ନିଆଯିବ ବୋଲି ଆଜି ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି।
  3. ପିଏମ-ସ୍ବନିଧି ଯୋଜନାର ଅବଧି ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
  4. ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟମମନ୍ତ୍ରୀ ମାନଙ୍କୁ  ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିବାକୁ ଅପିଲ କରିଛନ୍ତି । ତାହାସହ ସେ ଆହୁରି ମଧ୍ୟ କହିଛନ୍ତି କିଛି ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ଅନ୍ୟ ରାଜ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟ ମାନଙ୍କୁ ଭାଟ୍‌ ହ୍ରାସ ପାଇଁ ସରକାର କହିଥିଲେ  ।
  5. ଦୁଇ ବର୍ଷ ପରେ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଅଦାୟ ବୃଦ୍ଧି ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶୁଭଙ୍କର ବୋଲି କହିଛନ୍ତି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ଅଧ୍ୟକ୍ଷ ଜେ.ବି. ମହାପାତ୍ର। ଆୟକର ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ‌େ‌ର କହିଛନ୍ତି।
  6. ଉତ୍ତର ପ୍ରଦେଶ ସରକାର ଧର୍ମପୀଠରେ ମାଇକ୍‌ ବଜାଇବା ଉପରେ କଟକଣା ଜାରି କରିବାର ମାତ୍ର ତିନି ଦିନ ମଧ୍ୟରେ ୬୦୩୧ଟି ଧର୍ମପୀଠରୁ ମାଇକ୍‌ ପ୍ରତ୍ୟାହାର ହୋଇଛି ଓ ୨୯ହଜାର ୬୭୪ଟି ସ୍ଥାନରେ ଶବ୍ଦ ହ୍ରାସ କରାଯାଇଛି।
  7. ଅଙ୍ଗନବାଡି କର୍ମୀ (ଏଡବ୍ଲ୍ୟୁଡବ୍ଲ୍ୟୁ) ଓ ଅଙ୍ଗନବାଡି ସହାୟକ (ଏଡବ୍ଲ୍ୟୁଏଚ୍‌) ଗ୍ରାଚୁଇଟି ପାଇବାକୁ ହକ୍‌ଦାର। ଗ୍ରାଚୁଇଟି ଆଇନ ୧୯୭୨ ଅନୁଯାୟୀ ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟକମାନଙ୍କୁ ଗ୍ରାଚୁଇଟି ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
  8. ରୁଷୀୟ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଦାବି କରିବାରୁ ୟୁରୋପର ୪ଜଣ ଗ୍ୟାସ୍‌ କ୍ରେତା ରୁଷ୍‌ରୁ ଖରିଦ କରିଥିବା ଗ୍ୟାସ୍‌ ବାବଦକୁ ‘ରୁବେଲ୍‌’ (ରୁଷୀୟ ମୁଦ୍ରା) ପୈଠ କରିଥିବା କଥା ରୁଷୀୟ ଗ୍ୟାସ୍‌ କମ୍ପାନି ‘ଗାଜ୍‌ପ୍ରମ୍‌ ପିଜେଏସ୍‌ସି’ ସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତି କହିଛନ୍ତି।
  9. ଏଣିକି ଟିକାର ଦ୍ୱିତୀୟ ଡୋଜ ନେବାର ଠିକ୍ ୬ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ ।ସମୟ ସୀମା କମାଇବାକୁ ବିଚାର ବିମର୍ଷ କରୁଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ବୁଷ୍ଟର ଡୋଜ ନେବାର ସମୟୀ ସୀମା ଥିଲା ୯ ମାସ ।
  10. ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳିର ଅନେକ ବିଜ୍ଞାପନ ଲୋକଙ୍କୁ ଭ୍ରମିତ କରୁଛି । କମ୍ପାନୀର ବିଭିନ୍ନ ସାମଗ୍ରୀ ଶରୀରକୁ ସୁସ୍ଥ ରଖିବ ବୋଲି ଦାବି ହେଉଛି । ଏବେ ଏହି ସବୁ ସାମଗ୍ରୀ ଉପରେ ସରକାର ନଜର ରଖିଛନ୍ତି ।
  11. ଉତ୍ତର ପ୍ରଦେଶ ସରକାର ବଡ ନିଷ୍ପତ୍ତି ନେଇ ଆଇପିଏସ ଅଫିସର ଅଳଙ୍କୃତା ସିଂହଙ୍କୁ ନିଲମ୍ବନ କରିଛନ୍ତି। ଏ ହେଉଛନ୍ତି ସେହି ଅଫିସର ଯିଏ କିଛି ମାସ ଧରି ନିଖୋଜ ଥିଲେ। ଅକ୍ଟୋବର ୧୯ରୁ ଲଗାତାର ଛୁଟିରେ ଥିବା ଅଳଙ୍କୃତାଙ୍କ ବିରୋଧରେ ଏବେ ସରକାର ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
  12. ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବେ ସରକାର । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ୮୨୦ କୋଟି ଟଙ୍କା ସହାୟତା ଉପରେ ମଞ୍ଜୁରୀ ପ୍ରଦାନ କରିଛି ।
  13. ଭାରତର ଦ୍ବିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ ଗତ ସପ୍ତାହରେ ୨୦୨୨ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକ ଫଳାଫଳ ଘୋଷଣା କରିଛି । ସାଇଟ୍ସଇନ୍‌ପ୍ଲସ୍‌ର ରିପୋର୍ଟ ଅନୁସାରେ କମ୍ପାନୀ କହିଛି ଯେ, ଆର୍ଥିକ ବର୍ଷ ୨୦୨୨ରେ ଅଫ୍ କ୍ୟାମ୍ପସ୍ ଏବଂ ଅନ୍-କ୍ୟାମ୍ପସରେ ୮୫,୦୦୦ ଫ୍ରେସରଙ୍କୁ ନିଯୁକ୍ତ ଦେଇଛି ।
  14. ରାଜ୍ୟ ସରକାର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। କାରଣ ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରାସରିଛି । ଏହାସହିତ ହସ୍ପିଟାଲକୁ ମଧ୍ୟ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
  15. ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ । ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଜୁଲାଇ ସୁଦ୍ଧା ଶେଷ ହେବ ରାଜ୍ୟସଭା ନିର୍ବାଚନ । ସାଂସଦ ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେଉଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.