• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଆଜି ଓ ଆସନ୍ତାକାଲି ଆହୁରି କଲବଲ କରିବ ତାତି । ଅଧିକାଂଶ ଜିଲ୍ଲାରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ତାପମାତ୍ରା । ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି ।
  2. ଇସ୍ପାତ କାରଖାନା ସବ ଲିଜରେ ଦେଇଥିବା ଜମି ସମସ୍ୟା, ମନ୍ଦିରା ଡ୍ୟାମ ବିସ୍ଥାପିତଙ୍କ ସମସ୍ୟା ସହିତ ରେଲଓ୍ବେ ବିସ୍ଥାପିତଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଏଥିପାଇଁ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଯୁଗ୍ମ ସଚିବ ଅମୀୟ କୁମାର ସାହୁ ରାଉରକେଲା ଗସ୍ତ କରି ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।
  3. ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ କରିଛନ୍ତି । କେନ୍ଦ୍ର ଲୋକାର୍ପଣ କରିବା ସହ କହିଲେ- ମଧୁ ବାବୁ ଓଡ଼ିଆ ସ୍ବାଭିମାନର ପ୍ରତୀକ, ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ବାଭିମାନର ଗୌରବମୟ ଗାଥା ।
  4. ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମିଳିଛି ଏକ ବଡ଼ ସଫଳତା ।  NCB ଡ୍ରଗ୍ସ ଚୋରା ଚାଲାଣର ଏକ ବଡ଼ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି, ଯେଉଁଥିରେ ଆଫଗାନ, ପାକିସ୍ତାନ୍‌ ଏବଂ ଭାରତର ମାଫିଆ ସାମିଲ ଅଛନ୍ତି ।  ଏହା ହେଉଛି ଏକ ଇଣ୍ଡୋ-ଆଫଗାନ୍‌ ସିଣ୍ଡିକେଟ୍‌ ।  ସୂଚନା ଅନୁସାରେ ଏନସିବି ପ୍ରାୟ ୩୫୦ କୋଟିର ହେରୋଇନ୍‌ ଜବତ କରିଛି ।
  5. ଆଭିଏସନ କ୍ଷେତ୍ରରେ ସେବାକୁ ଆହୁରି ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛି ଟାଟା ଗ୍ରୁପ । ଗତ ଡିସେମ୍ବରରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଏବେ ଏୟାର ଏସିଆର ଶହେ ପ୍ରତିଶତ ଅଂଶଧନ କିଣିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଏ ନେଇ କମ୍ପାନୀ କମ୍ପିଟିସନ କମିସନ ଅଫ୍ ଇଣ୍ଡିଆ ବା CCIର ଅନୁମୋଦନ ଲୋଡ଼ିଛି ।
  6. କୋଲକାତା ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ପାୱେଲ; ୧୯ ଓଭରରେ ଲକ୍ଷ୍ୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ ।
  7. ଆଗକୁ ବଢ଼ିପାରେ ରାଜ୍ୟର କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆଗାମୀ ୩ରୁ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ।
  8. ଜୁନରେ 5G ସ୍ପେକ୍ଟ୍ରମ ନିଲାମୀ, ସରକାର ଦେଲେ ସଂକେତ, TRAIର ରହିଛି ମେଗା ପ୍ଲାନ ।
  9. ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‍ ଆସେସ୍‍ମେଣ୍ଟ-୨ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ୬ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଚଳିତବର୍ଷ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ମୋଟ ୩୨୦୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ।
  10. ରିଲିଜ୍ ପୂର୍ବରୁ ୧୨୫କୋଟି ଟଙ୍କାରେ ବିକ୍ରି ହେଲା ଐଶ୍ବର୍ଯ୍ୟା ରାୟଙ୍କ ଫିଲ୍ମ ‘ପୋନ୍ନିୟିନ୍ ସେଲଭନ’ ।
  11. ୬୪ ଦିନରେ ପହଞ୍ଚିଲା ରୁଷ ଓ ୟୁକ୍ରେନ ଯୁଦ୍ଧ । ୟୁକ୍ରେନକୁ ସାହାଯ୍ୟ କରୁଥିବା ଦେଶଗୁଡିକ ଉପରେ ରୁଷିଆ ଲଗାଇଲା କଟକଣା ।
  12. ଲୁଚକାଳି ଖେଳୁ ଖେଳୁ ଘଟିଗଲା ଦୁର୍ଘଟଣା । ସୂଚନା ଅନୁସାରେ ମଇଶୁରରେ ନଞ୍ଜନଗୁଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । କାବ୍ୟା ନାୟକ ଏବଂ ଭାଗ୍ୟା ନାୟକ ନାମକ ଦୁଇ ପିଲା ଚିରଦିନ ଆଖି ବୁଜିଛନ୍ତି । ଜଣକ ବୟସ ୫ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୧ ବର୍ଷ ।
  13. ଉତ୍କଳଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ ।
  14. ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଦୈନିକ କ୍ଷତି ୨୦୨ ନିୟୁତ ଡଲାର, ମରୁଛନ୍ତି ୧୧୫।
  15. ୟୁକ୍ରେନ୍‌କୁ ଆମେରିକାର ହୃଦୟ ଖୋଲା ସମର୍ଥନ । ଋଷର ଆକ୍ରମଣ ପରେ ୟୁକ୍ରେନ ନିଜକୁ କେମିତି ସଶକ୍ତ କରିବ ସେଥିପାଇଁ ଆମେରିକା ସବୁବେଳେ ସହଯୋଗ କରିଆସୁଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ୩୩ ବିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି ।
  16. ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୩୪ ପ୍ରତିଶତ ଭାରତୀୟ ସ୍ୱୀକାର କରିଛନ୍ତି ଯେ ଦେଶରେ କରୋନାର ଚତୁର୍ଥ ଲହର ଏପ୍ରିଲ ମାସରୁ ଆରମ୍ଭ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛିଯେ ୩ଜଣରୁ ଜଣେ ଭାରତୀୟ କହିଛନ୍ତିଯେ ଚତୁର୍ଥ ଲହର ଆସି ସାରିଛି।
  17. ପାମ ଅଏଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇବା ପରେ ଖାଇବା ତେଲ ବଜାରରେ ସଙ୍କଟ ଉପୁଜିବା ଆଶଙ୍କା ଦେଖା ଦେଲାଣି । ଖାଇବା ତେଲର ଅଭାବ ଦେଖି କଳାବଜାରୀ ସକ୍ରିୟ ହୋଇଗଲେଣି । ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପଦକ୍ଷେପ ନେଇଛି ।
  18. ମଧ୍ୟ ପ୍ରଦେଶର ୨୫ ବର୍ଷିୟ ବଂଶିତା । ନିଜର ପ୍ରଥମ ପ୍ରୟାସରେ ହିଁ ବଂଶିତା ସିଭିଲ ଜଜ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରୋଚକ କଥା ହେଉଛି, ବଂଶିତାଙ୍କ ବାପା ମଧ୍ୟ ପ୍ରଦେଶର ନୀମଚ ଜିଲ୍ଲାରେ ଜଣେ ଜଜଙ୍କ ଗାଡି ଡ୍ରାଇଭର। 
  19. ସରକାରୀ ସଂଖ୍ୟା ଅନୁସାରେ, ୨୦୨୧ ଡିସେମ୍ୱର ତ୍ରୟମାସିକରେ ୯ ପ୍ରମୁଖ ସଂଗଠିତ କ୍ଷେତ୍ର ୪ ଲକ୍ଷ ନୂଆ ନିଯୁକ୍ତି ଦେଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଗୁରୁବାର ତ୍ରୟମାସିକ ସର୍ଭେ ରିପୋର୍ଟ ଜାରି କରି ଏହି ସୂଚନା ଦେଇଛି ।
  20.  ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁ‌ଟେରେସ୍‌ ଆଜି କିବ୍‌ ଗସ୍ତ କରିଛନ୍ତି। ଗୁ‌ଟେରେସ୍‌ ଏବଂ ତାଙ୍କ ଟିମ୍‌ ଆଜି ଯୁଦ୍ଧ ପ୍ରବଣ ବୁସା ଏବଂ ବୋରଡିଆଙ୍କା ବୁଲିଛନ୍ତି। ବୁସାରେ ଗଣ କବର୍‌ ନିକଟରେ ଗୁଟେରେସ୍‌ କହିଛନ୍ତି, ଯୁଦ୍ଧ ହେଉଛି ସବୁଠୁ ବଡ଼ ଅପରାଧ। ଗୁଟେରେସ୍‌ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କ ସହ ବିସ୍ତୃତ ଆଲୋଚନା କାର୍ଯ୍ୟକ୍ରମ ରହିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.