• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମ୍ଜିକେପି) : କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’ ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
  2. ୨୦୨୩ ଏପ୍ରିଲ ପହିଲାରୁ ୧୫ ବର୍ଷ ପୂରଣ କରିଥିବା ବ୍ୟବସାୟିକ ବଡ଼ ଯାନବାହନକୁ ଆଉ ନବୀକରଣ ପାଇଁ ଅନୁମତି ମିଳିବ ନାହିଁ। ସେହି ଯାନଗୁଡ଼ିକୁ ୪ ମାସ ପାଇଁ ଅସ୍ଥାୟୀ ଅନୁମତି( ଟେମ୍ପରାରି ପର୍ମିଟ) ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
  3. ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆଙ୍କ ଲାଉଡସ୍ପିକରକୁ ନେଇ ଦେଇଥିବା ବୟାନ ସାମ୍ନାକୁ ଆସିଛି। ସେ ବିଜେପିକୁ ପରାମର୍ଶ ଦେଇ କହିଛନ୍ତି ସେମାନେ ଯେଉଁ ରାଜ୍ୟରେ କ୍ଷମତାରେ ଅଛନ୍ତି ସେହି ରାଜ୍ୟରେ ପ୍ରଥମେ ଲାଉଡସ୍ପିକର ବ୍ୟବହାର ବନ୍ଦ କରନ୍ତୁ।
  4. ସୁପ୍ରିମକୋର୍ଟଙ୍କ ରିଟାୟାର୍ଡ ଜଷ୍ଟିସ୍ ରୋହିଂଟନ ଫଲୀ ନରିମନଏକ ଅଧିକାରୀକ ୟୁଟ୍ୟୁବ୍ ଚାନେଲ ଆରମ୍ଭ କରିଛନ୍ତି। ‘ଜଷ୍ଟିସ୍ ନରିମନ ଅଫିସିଆଲ’ ନାମକ ଏହି ଚାନେଲ ଆଇନ, ଇତିହାସ ଓ ଧର୍ମ ସମ୍ପର୍କିତ ବିଷୟ ଉପରେ ଆଧାରିତ।
  5. ପାନ ମସଲା ବିଜ୍ଞାପନ କରିବା ମୋର ବ୍ୟକ୍ତିଗତ ନିଷ୍ପତ୍ତି, ଏତେ ଖରାପ ହୋଇଥିଲେ ବିକ୍ରି ହୁଅନ୍ତାନି: ଅଜୟ ଦେବଗନ ।
  6. ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ହିଂସାର ଖୋଲୁଛି ଗୁମର: ପୋଲିସ ହାତରେ ଲାଗିଲା ଦଙ୍ଗା ପୂର୍ବ ରାତିର ସିସିଟିଭି ଫୁଟେଜ୍ ।
  7. ଭାରତଠାରୁ ଅତିରିକ୍ତ ମେଡିକାଲ ସହାୟତା ମାଗିଲା ରୁଷ: କଟକଣା ପାଇଁ ଦେଶରେ ମିଳୁନି ଆବଶ୍ୟକୀୟ ମେଡିକାଲ ଉପକରଣ।
  8.  ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୪ ଡିଗ୍ରୀ ରହିଛି । ଏହାଛଡ଼ା ଆଜି ରାଜ୍ୟର ୨୦ଟି ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା । ବଲାଙ୍ଗୀରରେ ମଧ୍ୟ ୪୪.୩ ଡିଗ୍ରୀ ତାପମାତ୍ରା ରହିଛି । ଟିଟିଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧, ବୌଦ୍ଧରେ ୪୩, ଝାରସୁଗୁଡ଼ା ୪୨.୮, ସୁନ୍ଦରଗଡ଼ରେ ୪୨.୫, ସମ୍ୱଲପୁରରେ ୪୨.୪, ଭବାନୀପାଟଣାରେ ୪୨ ଡିଗ୍ରୀ ତାପମାତ୍ରା ରହିଛି ।
  9. ସୁପ୍ରିମକୋର୍ଟଙ୍କ ରିଟାୟାର୍ଡ ଜଷ୍ଟିସ୍ ରୋହିଂଟନ ଫଲୀ ନରିମନଏକ ଅଧିକାରୀକ ୟୁଟ୍ୟୁବ୍ ଚାନେଲ ଆରମ୍ଭ କରିଛନ୍ତି। ‘ଜଷ୍ଟିସ୍ ନରିମନ ଅଫିସିଆଲ’ ନାମକ ଏହି ଚାନେଲ ଆଇନ, ଇତିହାସ ଓ ଧର୍ମ ସମ୍ପର୍କିତ ବିଷୟ ଉପରେ ଆଧାରିତ। ଗତ ଏପ୍ରିଲ ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ୟୁଟ୍ୟୁବ ଚାନେଲର ୩ ହଜାର ସବସ୍କ୍ରାଇବର ହୋଇସାରିଲେଣି।
  10. ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦଣ୍ଡ ପ୍ରକ୍ରିୟା ଚିହ୍ନଟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିରେ କୌଣସି ଅପରାଧିକ ମାମଲାରେ ଗିରଫ ବ୍ୟକ୍ତି ଏବଂ ଦୋଷୀଙ୍କ ଅପରାଧ ରେକର୍ଡ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗକୁ ଅନୁମତି ଦେବାର ପ୍ରାବଧାନ ରହିଛି।
  11. ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ମାତ୍ର ୧୦ରୁ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟିନାହିଁ । ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
  12. ୨୦୧୯ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସ୍ବାକ୍ଷରିତ ରାଜିନାମାର ଏକ ଅଂଶ ଭାବେ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ୟାରିସର ବିଶ୍ବ ପୁସ୍ତକ ମେଳାରେ ସମ୍ମାନିତ ଅତିଥି ରାଷ୍ଟ୍ରଭାବେ ଭାରତ ଯୋଗ ଦେଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଭିନ୍ନ ଭାରତୀୟ ଭାଷାରୁ ୨୦ଜଣ ଲେଖକ ଲେଖିକା ଆଜି ପ୍ୟାରିସ ଗସ୍ତ କରିଛନ୍ତି। ଓଡ଼ିଶାରୁ ଏହି ଲେଖକ ପ୍ରତିନିଧି ଦଳରେ ବିଶିଷ୍ଟ କଥାକାର ଏବଂ ‘ସମ୍ବାଦ’ର ଫିଚର୍‌ ସଂପାଦକ ଡ. ଗୌରହରି ଦାସ ଭାଗ ନେଇଛନ୍ତି।
  13. ଆଭିଯାନିକ ପ୍ରସ୍ତୁତି ପ୍ରଦର୍ଶନ କରିବା ଲାଗି ମଙ୍ଗଳବାର ଦିନ ଭାରତୀୟ ବାୟୁସେନା ପୂର୍ବାଞ୍ଚଳ ସମୁଦ୍ରରେ ସୁଖୋଇ ଲଢୁଆ ବିମାନରୁ ‘ବ୍ରହ୍‌ମ‌ୋସ୍‌’ ସୁପର୍‌ସୋନିକ୍ କ୍ରୁଜ୍‌ ‌କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି।
  14. ଚଳିତମାସ ୨୧ରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ । ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରେକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି।
  15. ମଙ୍ଗଳବାର ଗୁଜରାଟର ଜାମନଗରଠାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଗ୍ଲୋବାଲ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନ (ଜିସିଟିଏମ୍)ର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ପାରମ୍ପରିକ ଔଷଧ ପାଇଁ ସାରା ବିଶ୍ବରେ ଏହା ହେବ ହୁ’ର ପ୍ରଥମ ଏବଂ ଏକମାତ୍ର କେନ୍ଦ୍ର।
  16. ସୁପ୍ରିମକୋର୍ଟରେ ଓଡ଼ିଶା ସଂପର୍କିତ ତିନି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହେବ। ଏହା ମଧ୍ୟରେ ରହିଛି ବଂଶଧାରା ଜଳ ବିବାଦ, ଖନନ ପରେ ପଡ଼ିରହିଥିବା ‌ଖଣିଜ ସାମଗ୍ରୀ ଉଠାଣ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା।
  17. ପୋଖରୀ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ଦେଶର ୬ଟି ପ୍ରକଳ୍ପ ମଧ୍ୟରୁ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ମାଆ ମଙ୍ଗଳା ବସ୍ତିରେ ଥିବା ଏକ ପୋଖରୀକୁ ମାତ୍ର ୭୫ ଘଣ୍ଟା ମଧ୍ୟରେ ପୁନରୁଦ୍ଧାର କରାଯାଇଛି । ଏଥି ସହିତ ବସ୍ତିରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ଏକ ଖୋଲାସ୍ଥାନକୁ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ କରାଯାଇଛି ।
  18. ୟୁକ୍ରେନର ଡୋନବାସ୍ ଅଞ୍ଚଳ ଉପରେ କବଜା ପାଇଁ ଋଷ ତୀବ୍ର କରିଛି ଯୁଦ୍ଧ ଅଭିଯାନ । ଡୋନବାସ ସହ ୟୁକ୍ରେନର ସଂପୂର୍ଣ୍ଣ ଇଷ୍ଟର୍ଣ୍ଣ ଫ୍ରଣ୍ଟଲାଇନ୍ ଦଖଲ କରିବାକୁ ଋଷ ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍ସକି କହିଛନ୍ତି । ରାଜଧାନୀ କିଭ୍ ଦଖଲ କରିବାରେ ବିଫଳ ହେଲା ପରେ ୟୁକ୍ରେନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରିବା ଅଭିଯାନ ଜୋରଦାର କରିଛି ପୁଟିନ ବାହିନୀ ।
  19. ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ ଆମେରିକାର ଉପାରଷ୍ଟ୍ରପତି କମଳା ହାରିସ୍‌ଙ୍କର ପ୍ରତିରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି । କମଳା ହାରିସ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେ କାର୍ଯ୍ୟନିର୍ବାହୀ ସଚିବ ଭାବେ ନିଯୁକ୍ତି ପାଇଥିବା ସୂଚନା ଦିଆଯାଇଛି ।
  20. ବଲିଉଡ଼ ଅଭିନେତା ରଣବୀର ସିଂହଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୟେଶଭାଇ ଜୋରଦାର’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏଥିରେ ରଣବୀରଙ୍କ ଭିନ୍ନ ଅନ୍ଦାଜ୍ ଦେଖିବାକୁ ମିଳିଛି। ଫିଲ୍ମରେ ସେ ଜଣେ ଗୁଜରାଟୀ ବ୍ୟକ୍ତି ଭୂମିକାରେ ଅଭିନୟ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.