- ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ତାତିନେନି ରାମା ରାଓଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଧରି ଅସୁସ୍ଥ ଥିଲେ ।ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ‘ନବରାତ୍ରୀ’, ‘ବ୍ରହ୍ମଚାରୀ’, ‘ଇଲାଲୁ’, ‘ପାଣ୍ଡାନି ଜୀବିତମ୍’, ‘ଅନ୍ଧା କାନୁନ’, ‘ନାଚେ ମୟୁରୀ’ ଏବଂ ‘ମୁକାବଲା’ ବେଶ୍ ଲୋକପ୍ରିୟ।
- ଟାଟା ଷ୍ଟିଲ୍ର ଋଷ୍ରେ କୌଣସି ପରିଚାଳନା ନାହିଁ । କି ସେଠାରେ ତାଙ୍କର କର୍ମଚାରୀ ମଧ୍ୟ ନାହାନ୍ତି । ଆମେ ଋଷ୍ ସହିତ କାରବାର ବନ୍ଦ କରିବା ପାଇଁ ନିଷ୍ପତ୍ତି ବୁଝି ବିଚାରି ନେଇଛୁ । କମ୍ପାନୀ କହିଛି କାରବାରରେ ନିରନ୍ତରତା ପାଇଁ କମ୍ପାନୀର ଭାରତ, ବ୍ରିଟେନ୍ ଏବଂ ନେଦରଲ୍ୟାଣ୍ଡର ସମସ୍ତ ଇସ୍ପାତ କାରଖାନାରେ କଞ୍ଚାମାଲ୍ର ବିକଳ୍ପର ବ୍ୟବସ୍ଥା କରିଛି ।
- ରୁଷ ନିଜର ନୂତନ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ ସରମତର ସଫଳ ପରୀକ୍ଷଣ କରିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି, କାସ୍ମୋଡ୍ରୋମରେ ଏହି ମିସାଇଲର ପରୀକ୍ଷଣ କରାଯାଇଛି ।
- ଭାରତ ନିକଟରେ ୩୦ ଦିନରୁ ଅଧିକ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରହିଛି । ସରକାରୀ ସୂତ୍ରରୁ ଅଧାର କରି ଏହି ସୂଚନା ଦେଇଛି ସମ୍ୱାଦ ସରବହାର ସଂସ୍ଥା ଏଏନଆଇ । ସୂଚନା ଅନୁସାରେ କୋଲ ଇଣ୍ଡିଆ ନିକଟରେ ୭୨.୫ ମିଲିୟନ ଟନ କୋଇଲା ଗଚ୍ଛିତ ରହିଛି।
- ପ୍ରଫେସର ଅଜୟ କୁମାର ସୁଦଙ୍କୁ ଦେଶର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ନିଯୁକ୍ତି ଉପରେ ମୋହର ମାରିଛି କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି। ଏହି ନିଯୁକ୍ତି ପରେ ଅଜୟ କୁମାର ସୁଦ ଆସନ୍ତା ତିନି ବର୍ଷ ଯାଏଁ ଏହି ପଦରେ ରହିବେ।
- ଦେଶର ସବୁଠୁ ବଡ଼ ଇଞ୍ଜିନିୟର କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। କମ୍ପାନୀର ଇଞ୍ଜିନିୟରମାନେ କେବଳ ୨୬ ଦିନରେ ପାହାଡକୁ ଚିରି ଏକ କିଲୋମିଟରରୁ ଅଧିକ ଲମ୍ୱା ସୁଡଙ୍ଗ ନିର୍ମାଣ କରିଛନ୍ତି । ଏହି ସୁଡଙ୍ଗ ଉତ୍ତରାଖଣ୍ଡର ଋଷିକେଶ-କର୍ଣ୍ଣ ପ୍ରୟାଗ ରେଳ ମାର୍ଗରେ ତିଆରି କରାଯାଇଛି।
- ସୁପ୍ରିମକୋର୍ଟ ମିଡିଆ ଏବଂ ପୋଲିସକୁ ଚେତାବନୀ ଦେଇ କହିଛନ୍ତି, ଏହା କର୍ତ୍ତବ୍ୟର ଉଲ୍ଲଂଘନ ଅଟେ ଏବଂ ଏହି ପରି ମାମଲା ଗୁଡିକୁ ଗ୍ରହଣ କରାଯିବ ନାହିଁ। ୧୯୯୯ ମସିହାରେ କର୍ଣ୍ଣାଟକରେ ଏକ ଡକାୟତି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଟିପ୍ପଣୀ କରିଛନ୍ତି।
- ଆସନ୍ତା ଏକ ଦଶନ୍ଧିରେ ପଶ୍ଚିମବଙ୍ଗରେ ୧୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ । ବୁଧବାର ଏଠାରେ ଆୟୋଜିତ ବେଙ୍ଗଲ ଗ୍ଲୋବାଲ ଟ୍ରେଡ୍ ସମ୍ମିଳନୀ-୨୦୨୨ର ଉଦଘାଟନୀ ସମାରୋହରେ ଏହି ଘୋଷଣା କରିଛନ୍ତି ଗ୍ରୁପର ମୁଖ୍ୟ ଗୌତମ ଆଦାନୀ।
- ୟୁକ୍ରେନ୍ରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏବଂ ମାନବୀୟ ସହଯୋଗ ପଠାଇବା ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ ୪ ଦିନ ଯୁଦ୍ଧବିରତି ପାଇଁ କହିଥିଲେ। କିନ୍ତୁ ରୁଷ୍ ଜାତିସଂଘ ମୁଖ୍ୟଙ୍କ ଏହି ଯୁଦ୍ଧବିରତି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି।
- ଯେଉଁ ବିଦେଶୀମାନେ ପାରମ୍ପରିକ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହାନ୍ତି ସେମାନଙ୍କ ଲାଗି ଭାରତ ଏକ ସ୍ବତନ୍ତ୍ର ଆୟୁଷ୍ ଭିସା ପ୍ରଚଳିନ କରିବାକୁ ନିଷ୍ପତ୍ତି ନେଇଛି।
- ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ୍)କୁ ଖଣି ଖନନ ପାଇଁ ଆଜି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।
- ଗଛ ଲଗାଇବେ ବୋଲି ସର୍ତ୍ତ ରଖି ନରହତ୍ୟା ଉଦ୍ୟମ କରିଥିବା ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର୍ ବେଞ୍ଚ୍ ଜାମିନ ମଞ୍ଜୁର କରିଛନ୍ତି। ଗତ ସପ୍ତାହରେ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ବିଚାରପତି ଆନନ୍ଦ ପାଠକ ଅଭିଯୁକ୍ତ ରିଙ୍କୁ ଶର୍ମାଙ୍କୁ ଉପରୋକ୍ତ ଜାମିନ ମଞ୍ଜୁର କରିଛନ୍ତି। ଫଳଗଛ ହେଉ, ନିମଗଛ ହେଉ କି, ଅଶ୍ବସ୍ତଗଛ ହେଉ- ୧୦ଟି ଚାରା ଲଗାଇ ତା’ର ଦେଖାଶୁଣା କରିବା ଲାଗି ଏପ୍ରିଲ୍ ୧୩ ତାରିଖ ଦିନ ଜାରି ଆଦେଶନାମାରେ ହାଇକୋର୍ଟ ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି।
- ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରଭାବରେ ସିମେଣ୍ଟ୍ ଶିଳ୍ପରେ ବ୍ୟବହାର ହେଉଥିବା ଅନେକ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଯଥା ଆମଦାନି ହେଉଥିବା କୋଇଲା, ପେଟ୍ କୋକ୍ ଓ ଅଶୋଧିତ ତୈଳ ମହଙ୍ଗା ହୋଇଛି। ତେଣୁ ସିମେଣ୍ଟ୍ ବସ୍ତା ପିଛା ଉତ୍ପାଦନ ଖର୍ଚ୍ଚ ୭୦-୭୫ ଟଙ୍କା ବଢ଼ିଗଲାଣି।
- ଜଣାଶୁଣା କମ୍ପାନି ନେଟଫ୍ଲିକ୍ସ ଏବେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରାୟ ୧୦୦ଦିନ ମଧ୍ୟରେ ନେଟଫ୍ଲିକ୍ସ ନିଜର ୨ଲକ୍ଷ ଗ୍ରାହକଙ୍କୁ ହରାଇଛି। ଏହାର ଅର୍ଥ ହେଉଛି କମ୍ପାନି ଏକ ଚତୁର୍ଥାଂଶ ଅଂଶ ହରାଇଛି।
- ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଓଡ଼ିଶାରେ ମୋଟ ୪୪,୩୩୪.୬୭ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଛି ଯାହା ୨୦୨୦-୨୧ରେ ହୋଇଥିବା ୨୯,୮୫୨.୭୬ କୋଟି ଟଙ୍କା ତୁଳନାରେ ୪୯% ଅଧିକ।
- ଆଜିଠୁ ଓମଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ୨ ଟଙ୍କା ବଢ଼ିଛି ଓମଫେଡ କ୍ଷୀର ।
- ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ପରଲୋକ । ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ ହୋଇଥିବା ଜଣା ପଡ଼ିଛି । ସ୍ୱର୍ଗତ ଦାସ ଜଣେ ଉଚ୍ଚକୋଟୀର ଗାଳ୍ପିକ ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ଲିଖିତ ବିଷର୍ଣ୍ଣ ପୃଥିବା ପାଇଁ ରବିନ୍ଦ୍ରନାଥଙ୍କ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କୃତ କରାଯାଇଛି ।
- ଶୀଲା ଟାଓ୍ୱାରର ଜଣେ କର୍ମଚାରୀ ୩୯ ଲକ୍ଷ ଟଙ୍କା ଚୋରି କରି ଦେବଗଡ ଜିଲ୍ଲାକୁ ନେଇ ପଳାଇଥିବା ସୂଚନା ମିଳିଛି ।ସେପଟେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମ୍ୱଲପୁର ପୋଲିସ ଏହି ଘଟଣାରେ ସଫଳ ହୋଇଛି ।
- ଦିଲ୍ଲୀ ଜାହାଙ୍ଗୀରପୁରୀରେ ପ୍ରଶାସନ ଦ୍ୱାରା ଅବୈଧ ଘର ଭାଙ୍ଗିବା ଘଟଣା: ରୋକ୍ ଲଗାଇଲେ ସୁପ୍ରିମକୋର୍ଟ ।
- ଗୁରୁବାର ନୂଆଦିଲ୍ଲୀର ଲାଲ କିଲ୍ଲାରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର ୪୦୦ ତମ ପ୍ରକାଶ ପର୍ବ ଉତ୍ସବରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.