• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୫ରୁ୧୨ ବର୍ଷ ବୟସ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦେବା ପାଇଁ ଏସଇସି ପକ୍ଷରୁ ସୁପାରିଶ କରାଯାଇଛି। 
  2. ମେ’ ୨୭ରେ ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୨୬ରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇବ। 
  3. ସୁପ୍ରିମକୋର୍ଟ ଦିଲ୍ଲୀ ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ପରେ କୋର୍ଟ ଏହି ମାମଲା ଉପରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।
  4. ସାଧାରଣ ପ୍ରଶାସନ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ପ୍ରଶାସନିକ ସେବା ଅଫିସରଙ୍କ ପ୍ରମୁଖ କର୍ତ୍ତବ୍ୟ  ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ।
  5. ରାଜ୍ୟ ପୁଲିସରେ ୨୮ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍ସପେକ୍ଟର ଓ ୧୬୮ଟି କନ​‌ଷ୍ଟେ​‌ବଳ ପଦବୀ ମଞ୍ଜୁର କରିଛନ୍ତି। ପୁଲିସ ବିଭାଗର ଅନ୍ୟାନ୍ୟ ପଦବୀଗୁଡିକର ପୁନଃ-ବଣ୍ଟନ ଦ୍ବାରା ଏହି ପଦବୀଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି।
  6. କଟକ ମେୟର ହେବା ପରେ ସୁବାସ ସିଂ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାରେ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ସେ  ଉଦ୍ୟମ କରିଥିଲେ ।
  7. ୫-ଟି ସଚିବ ଭି-କେ ପାଣ୍ଡିଆନ୍‌ କଟକ ଗସ୍ତରେ ଯାଇ ସେଠାରେ ମା’ କଟକଚଣ୍ଡୀଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରିବା ପରେ ମନ୍ଦିରର ମୁଖ୍ୟ ପୁଜାରୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ମନ୍ଦିରର ବଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।
  8. ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବିରୁଦ୍ଧରେ ଗୁରୁବାର ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୫୦୦ ପୃଷ୍ଠାର ମନି ଲଣ୍ଡ୍ରିଂ ଅଭିଯୋଗ ପତ୍ର ଦାଖଲ କରିଛି। ୫୦ରୁ ଅଧିକ ଲୋକଙ୍କ ବୟାନକୁ ଏହି ଚାର୍ଜସିଟରେ ରେକର୍ଡ କରାଯାଇଛି।
  9. ନାଟୋ ପଟୁ ଥିବା ବିପଦ ଦୂର କରିବା ଓ ନାଟୋ ନିୟନ୍ତ୍ରଣରୁ ୟୁକ୍ରେନକୁ ମୁକ୍ତ କରିବା ପରେ ହିଁ ସାମରିକ ଅଭିଯାନ ଶେଷ କରାଯିବ । ଏପର୍ଯ୍ୟନ୍ତ ଏହି ସାମରିକ ଅଭିଯାନର ଅଗ୍ରଗତି ସନ୍ତୋଷଜନକ ରହିଛି ବୋଲି ରୁଷ କହିଛି ।
  10. ପ୍ରଶଂସକମାନେ ତୀବ୍ର ସମାଲୋଚନା କରିବାରୁ ଗୋଟାଏ ପାନ ମସଲା କମ୍ପାନିର ବିଜ୍ଞାପନରୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓହରି ଯାଇଛନ୍ତି।
  11. ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଡିଜିଜିଆଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ୭୫୦୦ କୋଟି ଟଙ୍କା ମୂଲ୍ୟର ଜିଏସ୍‌ଟି ଚୋରିକୁ ଧରାଯାଇଛି ଯାହା ୨୦୨୦-୨୧ ତୁଳନାରେ ୪୦୦ ପ୍ରତିଶତ ଅଧିକ।
  12. ପଙ୍କଜ କୁମାର ନାୟକ ଓଡିଶା ରାଜ୍ୟ ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗତ ତିନି ବର୍ଷ ହେଲା ଉତ୍ତର ପ୍ରଦେଶ ପାଇଁ ରିଜର୍ଭ ବ୍ୟାଙ୍କ ଲୋକପାଳ ଭାବେ କାର୍ଯ୍ୟ କରୁଥିଲେ।
  13. ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ ।
  14. ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍  ଆସି ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ବାହାରି ଅହମ୍ମଦାବାଦସ୍ଥିତ ସାବରବତି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ଗାନ୍ଧିଜୀଙ୍କ ଅରଟ ଚଲାଇ ସୂତା କାଟିଥିଲେ ।
  15. ଆସନ୍ତା ୨୩ ତାରିଖରୁ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହୋଇ ମେ ୨ରେ ସରିବ । ଖାରବେଳ ନଗର ପ୍ରଦର୍ଶନୀ ପଡିଆରେ ୧୦ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଦିବାସୀ ମେଳା ଅପରାହ୍ନ ୩:୩୦ ରୁ ୯:୩୦ ପର୍ଯ୍ୟନ୍ତ ଖୋଲା ରହିବ ।
  16. ଚଳିତ ଖରାଦିନେ ୩୦୦ମେଗାୱାଟ୍ ଜଳ ବିଦ୍ୟୁତ ଉତ୍ପାଦନ କମ୍ ହେଉଛି। ସେଥିପାଇଁ ଅସ୍ଥାୟୀ ଭାବେ ଦିନକୁ ରାଜ୍ୟର କେତେକ ଅଞ୍ଚଳରେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ହେବ । ଏନେଇ ଟିପିସିଓଡିଏଲ୍ ସିଇଓ ସ୍ପଷ୍ଟ କରିଛନ୍ତି।
  17. ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ  ଚିନ୍ମୟ ସାହୁ ଏହି ପରିମାଣର ଚେକ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।
  18. ରାଜ୍ୟରେ ଥିବା ୬୭୯୪ ପଞ୍ଚାୟତ ମଧ୍ୟରୁ ଏବେବି ୪୫୦୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚି ପାରିନ ଥିବା ଅର୍ଥବିଭାଗ ତଥ୍ୟରୁ ଜଣାଯାଇଛି।
  19. ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ହେତୁ ପଞ୍ଜାବ ସରକାର ଆଜି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି।
  20. ସ୍ନାନକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବହୁତ ଶୀଘ୍ର କମନ୍‌ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ହେବ ବୋଲି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି)ର  ଅଧ୍ୟକ୍ଷ ଜଗଦେଶ କୁମାର ଗୁରୁବାର  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସିୟୁସିଇଟି ପରୀକ୍ଷା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହେବାନେଇ ବିଚାରବିମର୍ଶ କରାଯାଉଛି ବୋଲି ଜଗଦେଶ କୁମାର କହିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.