• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଟକ ବାରବାଟୀକୁ ଫେରିବ କ୍ରିକେଟ ଫିଭର । ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ । ଜୁନ ୧୨ରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା କରିବ ବିସିସିଆଇ ।
  2. ଓଡ଼ିଶାରେ ହାତୀଙ୍କ ଚଳପ୍ରଚଳ ପାଇଁ ହେବ ରେଲୱେ ଓଭର ପାସ୍ । ବନ ବିଭାଗ ଓ ରେଳବାଇର ମିଳିତ ଉଦ୍ୟମରେ ରାଜ ଆଠଗଡ଼ ଅଭୟାରଣ୍ୟରେ ରେଲୱେ ଲାଇନ୍ ଉପରେ ହେବ ୧୦୦ ମିଟରର ଓଭର ପାସ୍ । ଓଡ଼ିଶାର ପ୍ରଥମ ଓଭର ପାସ୍ ପ୍ରସ୍ତାବକୁ ଜାତୀୟ ବନ୍ୟଜନ୍ତୁ ବୋର୍ଡ ଅନୁମୋଦନ କରିଛି । 
  3. ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବେଳେ ମୁତୟନ ହେବେ ସେଣ୍ଟର ଅଫିସର । ପ୍ରତି ସେଣ୍ଟର ଓ ନୋଡାଲ ସେଣ୍ଟର ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ । ସବୁ ଜିଲ୍ଲାର ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଭଳି ଲୋକଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
  4. ସ୍ୱାଧିନତା ପରେ ଭାରତ ମାଟିରେ ପାଦ ଥାପିଛନ୍ତି ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ  । ସେପଟେ ଭାରତର ଆତିଥ୍ୟତାରେ ଅଭିଭୁତ ହୋଇଛନ୍ତି ବୋରିସ ଜନସନ୍  । ଜନସନ କହିଛନ୍ତି , ଯେଉଁଭଳି ଭାବେ  ମୋତେ ଭାରତ ମାଟିରେ ଲୋକେ ସ୍ୱାଗତ କଲେ, ଲାଗୁଛି ମୁଁ ସଚିନ ତେନ୍ଦୁଲକର ।  ମୋର ଯେତିକି ହୋଡ଼ିଂ ଲାଗିଛି ନିଜକୁ ଅମିତାଭ ବଚ୍ଚନ ପରି ଫିଲ ହେଉଛି ।  ଭାରତର ଅତିଥି ଦେବ ଭବଃ ମନ୍ତ୍ରରେ ଅଭିମନ୍ତ୍ରିତ ବୋରିସ ଜନସନ  ।
  5. ଆନ୍ଧ୍ରପ୍ରଦେଶର ଧର୍ମାବରମର ଜଣେ ବୁଣାକାର ୧୩ଟି ଭାରତୀୟ ଭାଷାରେ ୬୦ଟି ମିଟରର ଏକ ରେଶମ ଶାଢ଼ୀ ବୁଣି ତା ଉପରେ  ୩୨ ହଜାର ୨ ଶହ ଥର  ଜୟ ଶ୍ରୀରାମ ଲେଖିଛନ୍ତି ।  ଯେଉଁଥିରେ ତାଙ୍କର ଭଗବାନ ରାମଙ୍କ ପ୍ରତି ଥିବା ଭକ୍ତି ଏବଂ ପ୍ରେମ ନଜର ଆସିଛି ।
  6. ରାଜସ୍ଥାନର ଅଲବର ଜିଲ୍ଲାରେ ଥିବା ଏକ ୩ ଶହ ବର୍ଷ ପୁରୁଣା ଶିବ ମନ୍ଦିରକୁ ବୁଲଡୋଜର ଚଢ଼ାଇ ମାଟିରେ ମିଶାଇ ଦିଆଯାଇଛି । ଶିବ ମନ୍ଦିରକୁ ଜୋତା ପିନ୍ଧି ମୂର୍ତ୍ତି ଉପରେ ମେସିନ୍‌ ଚଲାଇବା ଦ୍ୱାରା ହିନ୍ଦୁବାଦୀ ସଙ୍ଗଠନକୁ ଗଭୀର ଆଘାତ ପହଞ୍ଚିଛି । 
  7. ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଯୁଦ୍ଧ ଥମିବ ବୋଲି ଜଣାପଡ଼ୁନାହିଁ । ଏହି ଯୁଦ୍ଧ ୨୦୨୩ ଶେଷ ପର୍ଯ୍ୟନ୍ତ ଜାରି ରହିପାରେ । ତାଙ୍କ କହିବା ହେଉଛି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଏକ ବିପଦପୂର୍ଣ୍ଣ ଜାଲ ବିଛାଇଛନ୍ତି ।ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
  8. ସାଟେଲାଇଟ ଇମେଜରେ ଗଣ ଜନସମାଧିର ସତ । ପୋର୍ଟସିଟିରେ ଗଣହତ୍ୟାକାଣ୍ଡ ଲୁଚାଇବା ପାଇଁ ଋଷ ସୈନ୍ୟ ପ୍ରାୟ ୯ ହଜାର ସାଧାରଣ ନାଗରିକଙ୍କୁ ଗଣ କବର ଦେଇଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି । ମାରିୟୁପୋଲରେ ୨ ଶହରୁ ଅଧିକ ଗଣ କବର ଦିଆଯାଇଥିବା ମକ୍ସର ଟେକ୍ନୋଲୋଜି ଜାରି କରିଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି ।
  9. ପାଞ୍ଚ ବର୍ଷ ପୂର୍ବେ ନିତି ଆୟୋଗ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ରାଜୀବ କୁମାର ଇସ୍ତଫା ହଠାତ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ବିଶିଷ୍ଟ ଅର୍ଥନୀତିଜ୍ଞ ସୁମନ ବେରିଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
  10. ଷ୍ଟାନଫୋର୍ଡ ୟୁନିଭରସିଟିର ଏକ ସମାରୋହରେ ଭାଷଣ ଦେଇ ଓବାମା ବର୍ତ୍ତମାନକୁ ଇତିହାସର ଅନ୍ୟ ଏକ ବିପଜ୍ଜନକ ମୁହୂର୍ତ୍ତ ବୋଲି କହିଛନ୍ତି। ଭୁଲ ତଥ୍ୟ ଆମ ଗଣତନ୍ତ୍ର ପାଇଁ ଏକ ବଡ ବିପଦ, ଆମେ ଏହାର ସମାଧାନ ପାଇଁ ମିଳିତ ଭାବେ କାର୍ଯ୍ୟ ନକରିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସେ କହିଛନ୍ତି।
  11. କଂଗ୍ରେସ ଏବେ ୨.୬ କୋଟିରୁ ଅଧିକ ସଦସ୍ୟଙ୍କୁ ଡିଜିଟାଲ୍ ଢଙ୍ଗରେ ଦଳରେ ସାମିଲ କରାଇଛି | ଦେଶର ସର୍ବପୁରାତନ ଦଳର ଇତିହାସରେ ଏହା ପ୍ରଥମ ଘଟଣା ଯେ ପାରମ୍ପରିକ ସଦସ୍ୟତା ବ୍ୟତୀତ ଡିଜିଟାଲ ଢଙ୍ଗରେ କଂଗ୍ରେସ ଏତେ ସଂଖ୍ୟାରେ ସଦସ୍ୟଙ୍କୁ ସାମିଲ କରାଇଛି |
  12. ଚାକିରି ପାଇଁ ବିଦେଶ ଯାଇଥିବା ୪୦୦୦ ରୁ ଅଧିକ ଭାରତୀୟ ଗତ ୮ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। କିଛି ଏଭଳି ସଙ୍ଗୀନ ତଥ୍ୟ ଏବେ ସାମ୍ନାକୁ ଆସିଛି | ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ପରଠାରୁ ଅନ୍ୟ ଦେଶରେ ଭାରତୀୟଙ୍କ ଆତ୍ମହତ୍ୟା ମାମଲା ୪୦୦୫ ରହିଛି |
  13. କେନ୍ଦ୍ର ରେଳବାଇ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି – ଭଦ୍ରାଚଳମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ୧୭୩.୪୧୬ କିଲୋମିଟର ଲମ୍ବା ମାଲକାନଗିରି – ଭଦ୍ରାଚଳମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ ଗତ ୨୦୨୧ ସେପ୍ଟେମ୍ବର ୨୧ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨୮୦୦ କୋଟି ଟଙ୍କା। ଏହି ପ୍ରକଳ୍ପରେ ୪୮ଟି ଗୁରୁତ୍ୱପୂର୍ଣ୍ଣ ଏବଂ ୧୬୫ଟି ଛୋଟ ବ୍ରିଜ୍ ସହିତ ୨୧୩ଟି ସେତୁ ରହିବ।
  14. ଫେବ୍ରୁଆରୀ ୨୪ରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଆସନ୍ତା ସପ୍ତାହରେ ରୁଷିଆ ଓ ୟୁକ୍ରେନ୍‌ ଗସ୍ତରେ ଯିବେ ଜାତିସଂଘ ମୁଖ୍ୟ । ଆସନ୍ତା ୨୬ ତରିଖ ଦିନ ଜାତିସଂଘ ମହାସଚିବ ଆ​‌ଣ୍ଟୋନିଓ ଗୁଟେରେସ ରୁଷିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି
  15. ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପାକିସ୍ତାନରେ ଉଚ୍ଚଶିକ୍ଷା ନେଇ ସତର୍କତା ଜାରି କରିଛନ୍ତି। ଯଦି କେହି ଏପରି ଯୋଜନା କରୁଛନ୍ତି କି କରିଛନ୍ତି ତେବେ ତୁରନ୍ତ ଏଥିରୁ ନିବୃତ୍ତ ହେବାକୁ କୁହାଯାଇଛି।
  16.  ହାଇକୋର୍ଟ ଶୁଣାଣି କରି ହେମନ୍ତ ସୋରେନ, ବସନ୍ତ ସୋରେନ, ରବି କେଜ୍ରିୱାଲ ଏବଂ ଅମିତ ଅଗ୍ରୱାଲଙ୍କ ସହ ମୋଟ ୧୩ ଜଣଙ୍କ ସମ୍ପତ୍ତିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ ।
  17. ଅଧିକାଂଶ ସମୟରେ ବ୍ୟାଙ୍କ ଲକରରୁ ଚୋରି ହେବାର ଅଭିଯୋଗ ଆସିଥାଏ । ଏବେ ବ୍ୟାଙ୍କ ଲକରରୁ କିଛି ବି ଚୋରି ହେଲେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଲକର ଭଡାର ୧୦୦ଗୁଣ କ୍ଷତିପୂରଣ ଦିଆଯିବ । ବ୍ୟାଙ୍କ ଲକରରୁ ଚୋରି ହେଲେ ବ୍ୟାଙ୍କ ସଫାସଫା କହିଦେଉଥିଲା ଯେ, ବ୍ୟାଙ୍କ ସେଥିପାଇଁ ଦାୟୀ ନୁହେଁ ବୋଲି ।
  18. ଦିଲ୍ଲୀରେ ବେରୋଜଗାରଙ୍କୁ ମିଳିବ ଭତ୍ତା । ଗ୍ରାଜୁଏଟଙ୍କୁ ୫ହଜାର ଓ ପୋଷ୍ଟ ଗ୍ରାଜୁଏଟଙ୍କୁ ମାସିକ ସାଢେ ୭ହଜାର ଟଙ୍କା ଭତ୍ତା ଦେବାକୁ ଯୋଜନା ।
  19. କଂଗ୍ରେସକୁ ପାୱାରକୁ ଆଣିବ କି ପିକେଙ୍କ ଫର୍ମୁଲା? ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଇଥିବା ସୂଚନା, କଂଗ୍ରେସ ନେତାଙ୍କ ମନରେ ବଢିଲା ନୂଆ ଆଶା ।
  20. କଲ ରେକର୍ଡିଂ ଉପରେ ଗୁଗୁଲ କଟକଣା ଲଗାଇବାକୁ ଘୋଷଣା କରିଛି । ଆସନ୍ତା ୧୧ ମେ’ ଠାରୁ ଗୁଗୁଲର ନୂଆ ପଲିସି ଲାଗୁ ହେବ । ଆଉ ଏହାଦ୍ୱାରା ଏଣ୍ଟ୍ରୟଡ ସ୍ମାର୍ଟଫୋନରେ ଏଣିକି ତୃତୀୟ ପକ୍ଷ ଆପ ଦ୍ୱାରା କଲ ରେକର୍ଡିଂ ସୁବିଧା ମିଳିବ ନାହିଁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.