• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୋଟିଏ କମ୍ପାନୀର ପାଇଖାନା ଆକାରର ଅଫିସ ଘରୁ ଜବତ ହୋଇଛି କୋଟି କୋଟି ଟଙ୍କା । ଏହି କମ୍ପାନୀ ବାର୍ଷିକ ୧୭୬୪ କୋଟି ଟଙ୍କର ବ୍ୟବସାୟ କରୁଥିଲା । ମାତ୍ର ୩୫ ବର୍ଗ ଫୁଟର ଘରୁ ଜିଏସଟିର ରେଡ ବେଳେ ନଗଦ ୧୦ କୋଟି ଟଙ୍କା ଜବତ କରିଛି ମହାରାଷ୍ଟ୍ରର ଜିଏଟି ବିଭାଗ ।
  2. ବିହାର ଅମିତ ଶାହଙ୍କ ଉପସ୍ଥିତିରେ ୭୭ ହଜାର ୭ ଶହ ତ୍ରିରଙ୍ଗ. ଉଡ଼ାଇ ପାକିସ୍ତାନର ରେକର୍ଡ଼ ଭାଙ୍ଗିଛି । ସ୍ୱାଧୀନତା ସଂଗ୍ରାମର ମହାନାୟକ ବାବୁ ବୀର କୁମ୍ବର ସିଂ ବିଜଉ ଉତ୍ସବରେ ଭୋଜପୁରର ଜଗଦୀଶପୁରରେ ଏହି ରେକର୍ଡ଼ କରିଛନ୍ତି ।
  3.  ୟୁଜିସି ବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ଏଆଇସିଟିଇ  ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି । ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ। ଏହା କଲେ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ।
  4. ପୁଟିନ୍‌ ଆଜବଷ୍ଟଲ୍ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଉପରେ ହୋଇଥିବା ଆକ୍ରମଣ ଯୋଜନା ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜବଷ୍ଟଲ୍‌ ଷ୍ଟିଲ୍ ପ୍ଲାଣ୍ଟ୍‌ ଉପରେ ଆଜି ପୁଣି ଆକ୍ରମଣ ଆରମ୍ଭ ହୋଇଛି। ରୁଷ୍‌ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଉପରେ ବିମାନ ଆକ୍ରମଣ କରିଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ ପରାମର୍ଶଦାତା କହିଛନ୍ତି।
  5. ପ୍ରଥମ ଥର ପାଇଁ ରୁଷ୍‌ ସ୍ବୀକାର କରିଛି ଯେ ମସ୍କୋଭା ବୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୭ ଜଣ ପରିଚାଳକ ଦଳ ନିଖୋଜ ଅଛନ୍ତି। ଏହି ଯୁଦ୍ଧପୋତରେ ଥିବା ୩୮୬ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ରୁଷ୍‌ କହିଛି।
  6. ରୁଷ୍‌ ଏଠାରେ ୪୨ରୁ ଅଧିକ ସହର ନିଜ ଦଖଲକୁ ନେଇ ସାରିଛି। ୟୁକ୍ରେନ୍‌ ଅଧିକାରୀମାନେ ଏହା ସ୍ବୀକାର କରିଛନ୍ତି। ମେ’ ୯ ତାରିଖରେ ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧରେ ବିଜୟ ଘୋଷଣା କରିବାପାଇଁ ଯୋଜନା କରୁଥିବା କୁହାଯାଉଛି।
  7. ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବରେ ଖାଇବା ତେଲର ମୂଲ୍ୟ ବଢିଚାଲିଥିବାବେଳେ ସାଧାରଣ ଖାଉଟିଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ବିଶ୍ବର ନଂ.୧ ତାଳ ତେଲ ବା ପାମ ଅଏଲ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଏହି ଖାଇବା ତେଲ ରପ୍ତାନି ଉପରେ କଟକଣା ଲଗାଇଛି ।
  8. ଗତ ୨ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ମାଫିଆ ଓ ଗ୍ୟାଙ୍ଗଷ୍ଟରମାନଙ୍କ ପ୍ରାୟ ୨୬୮ କୋଟି ଟଙ୍କାର ସଂପତ୍ତି ଜବତ କରିଛନ୍ତି ।
  9. ରୁଷ-ୟୁକ୍ରେନ ଯୁଦ୍ଧ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡସ୍ପିକର ଉପରେ ଚାଲିଥିବା ବିତର୍କକୁ ନେଇ ଯେଉଁଭଳି ଭାବେ ଖବର ପ୍ରକାଶିତ ବା ପ୍ରସାରଣ କରାଯାଉଛି, ଏହାକୁ ନେଇ ଆପତ୍ତି ଉଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
  10. ଦୁବାଇର ‘ମୋଷ୍ଟ୍‌ ନୋବଲ୍‌ ନମ୍ବର୍ସ’ ଦାତବ୍ୟ ନିଲାମରେ ବିଶ୍ବର ତୃତୀୟ ବ୍ୟୟବହୁଳ ‘ନମ୍ବର ପ୍ଲେଟ୍‌’ ୭୦ କୋଟି ଟଙ୍କାରେ ବିକ୍ରୟ ହୋଇଯାଇଛି। ଏକ ଅଙ୍କବିଶିଷ୍ଟ ନମ୍ବର ପ୍ଲେଟ୍‌ ‘ଏଏ୮’ ନିଲାମରୁ ଭାରତୀୟ ମୁଦ୍ରା ହିସାବରେ ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ ହୋଇଛି।
  11. ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ଠିକଣା ବଦଳାଉଛନ୍ତି। ନୀତିଶ ଯେଉଁ ବାସଭବନକୁ ସ୍ଥାନାନ୍ତର ହେଉଛନ୍ତି ସେଠାରେ ସେ ପୂର୍ବରୁ ରହି ସାରିଛନ୍ତି।
  12. ବୁଧବାର ତେଲେଙ୍ଗାନାର ଏକ ଈ-ସ୍କୁଟର ବିସ୍ଫୋରଣ ଘଟଣା ସାମ୍ନା ଆସିଥିଲା। ଯାହାକୁ ନେଇ କେନ୍ଦ୍ର ମନ୍ତ୍ରୀ କମ୍ପାନୀମାନଙ୍କୁ ଚେତାବନୀ ବି ଦେଇଥିଲେ। ଆଜି ପୁଣି ଅନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ବି ଏମିତି ଏକ ଘଟଣା ଘଟିଛି। ଇ-ସ୍କୁଟର ବିସ୍ଫୋରଣ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
  13. କେନ୍ଦ୍ରକୁ ଭୁଲ୍ ଆର୍ଥିକ ସୂଚନା ଦେଉଛନ୍ତି ରାଜ୍ୟ ସରକାର। ଋଣ ନେବା ଚକ୍କରେ ଜାଣିଶୁଣି ଭୁଲ୍ ତଥ୍ୟ ଦିଆଯାଉଛି ନହେଲେ ବେପରୁଆ ଭାବେ ତଥ୍ୟ ସଂଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ କହିଛି। ଯେଉଁ IAS IPS ଅଫିସର ଓ ପ୍ରଶାସନିକ ଅଧିକାରୀମାନେ ରାଜ୍ୟକୁ ଡେପୁଟେସନ୍‌ରେ ଯାଉଛନ୍ତି ଓ ଏହି ପ୍ରକ୍ରିୟାରେ ସାମିଲ୍ ହେଉଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଚେତାବନୀ ଦେଇଛି।
  14. ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଛି । ପୋଲିସ ଦୁହିଁଙ୍କୁ ଖାର ପୋଲିସ ଷ୍ଟେସନ ନେଇ ଯାଇଥିବା ଜଣାପଡିଛି।
  15. ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଇସ୍ତଫା ଦେବା ନେଇ ଆଲୋଚନା ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୋ ଇସ୍ତଫା ପତ୍ର ସବୁବେଳେ ସୋନିଆ ଗାନ୍ଧୀଙ୍କ ପାଖରେ ରହିଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ।
  16. ଫ୍ୟୁଚର ଗ୍ରୁପ ସହ ନିଜର ଚୁକ୍ତି ରଦ୍ଦ କରିବା ନେଇ ଶନିବାର ଘୋଷଣା କରିଛି ରିଲାଏନ୍ସ ଗ୍ରୁପ୍ । ଫ୍ୟୁଚର ଗ୍ରୁପର ସୁରକ୍ଷିତ ଋଣଦାତା(secured creditors )  ଚୁକ୍ତିକୁ ମଞ୍ଜୁରୀ ନଦେବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ବୋଲି ରିଲାଏନ୍ସ କହିଛି ।
  17. ଆଇଆଇଟି ମାଡ୍ରାସ କରୋନା ରିପ୍ରଡକ୍ସନ ଭାଲ୍ୟୁ ( ଆର-ଭାଲ୍ୟୁ) ଏବେ ଦିଲ୍ଲୀରେ ୨.୧କୁ ପହଞ୍ଚିଥିବା ସୂଚିତ କରିଛନ୍ତି। ଅର୍ଥାତ ଜାତୀୟ ରାଜଧାନୀରେ ପ୍ରତି ସଂକ୍ରମିତଙ୍କଠାରୁ ଏବେ ୨ ଜଣ ସଂକ୍ରମିତ ହେଉଥିବାର ଏହି ସୂଚନା ଏବେ ଆତଙ୍କ ସୃଷ୍ଟି କରିଛି।  
  18. ବିକଶିତ ରାଷ୍ଟ୍ର ଆମେରିକାରେ ଏବେ ନଗ୍ନତା ବିଷୟରେ ଶିକ୍ଷାଦିଆଯିବ। ଆମେରିକାର ଏକ କଲେଜ୍‌ରେ ଛାତ୍ରଛାତ୍ରୀମାନଙ୍କୁ ନଗ୍ନତାର କୋର୍ସ ଶିକ୍ଷାଯିବ। ୨୦୨୨-୨୦୨୩ ଶିକ୍ଷା ବର୍ଷ ପାଇଁ  ୱେଷ୍ଟମିନିଷ୍ଟର କଲେଜ୍‌ରେ ପର୍ଣ୍ଣୋଗ୍ରାଫି ବିଷୟରେ ଶିକ୍ଷା ଦିଆଯିବ।
  19. ଦେଶବ୍ୟାପୀ ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ ଦେବା ପାଇଁ ଅବଲମ୍ବନ କରାଯାଉଥିବା ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବେ । ଜଷ୍ଟିସ୍ ୟୁୟୁ ଲଲିତ, ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ପି ଏସ ନରସିଂହାଙ୍କ ଖଣ୍ଡପୀଠ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ମାମଲାରେ ସହାୟତା କରିବା ପାଇଁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳଙ୍କୁ କହିଛନ୍ତି ।
  20. ପ୍ରୟାଗରାଜ ଗଙ୍ଗାପାର ଅଞ୍ଚଳରେ ପୁଣି ଥରେ ଗଣ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ୫ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.