• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ଆଉ ନାହାନ୍ତି । ସେ ରବିବାର ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ପଦ୍ମଶ୍ରୀ ପ୍ରାପ୍ତ ବୀଣାପାଣି ମହାନ୍ତି ଓଡିଆ ଗାଳ୍ପିକା ଭାବେ ବେଶ ପରିଚିତ ଥିଲେ ।
  2. ଉତ୍ତରପ୍ରଦେଶର ସୀତାପୁରର ଏକ କୋର୍ଟ ଦୁଷ୍କର୍ମ ପାଇଁ ଧମକ ଦେଇ ଗିରଫ ହୋଇଥିବା ବଜରଙ୍ଗ ମୁନି ଦାସଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜିଲ୍ଲା ଜଜ୍ ସଞ୍ଜୟ କୁମାର ଶନିବାର ମହନ୍ତଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ରବିବାର ସକାଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି।
  3. ଶନିବାର ଦିନ ପୁଲିସ କର୍ମଚାରୀମାନଙ୍କ ଉପସ୍ଥିତିରେ ଶିବସେନା କର୍ମୀମାନେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା କଥା ‘ବିଜେପି’ ନେତା କିରୀଟ ସୋମୈୟା ଅଭିଯୋଗ କରିଛନ୍ତି।
  4. ଓଲା ଇଲେକ୍ଟ୍ରିକ୍ ବଜାରରୁ ୧୪୪୧ ୟୁନିଟ୍ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି | ନିକଟରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନରେ ଅଗ୍ନିକାଣ୍ଡ ଘଟିବା ପରେ କମ୍ପାନି ଏହି ପଦକ୍ଷେପ ନେଇଛି।
  5. ଗତ ୧୦ ବର୍ଷ ମଧ୍ୟରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ହେତୁ ଦେଶରେ ୧୭ ଲକ୍ଷରୁ ଅଧିକ ଲୋକ ଏଚ୍.ଆଇ.ଭିର ଶିକାର ହୋଇଛନ୍ତି | ସୂଚନା ଅଧିକାରରେ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ପକ୍ଷରୁ ମିଳିଥିବା ଉତ୍ତରରେ କିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି
  6. 6. ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଆତ୍ମସମର୍ପଣ କଲେ । ରବିବାର ଦିନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି ।
  7. ହନୁମାନ ଚାଳିସାକୁ ନେଇ ମୁମ୍ବାଇରେ ବିବାଦ ଜାରି ରହିଛି। ଏହି ବିବାଦ ପାଇଁ ସାଂସଦ ନବନୀତ୍ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣା ଗିରଫ ହୋଇଛନ୍ତି।
  8. ଏସବିଆଇ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଦୁଇଟି ନମ୍ବର ହେଉଛି ‘8294710946’ ଏବଂ 7362951973।  ଇମେଲ ସମେତ ଏସଏମଏସ, ଟ୍ୱିଟ୍ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଏସବିଆଇ ଲୋକଙ୍କୁ ଏହି ୨ଟି ନମ୍ବର ନେଇ ସଚେତନ କରିଛି। ବ୍ୟାଙ୍କ କହିଛି ଯେ ଏଥିରେ ବ୍ୟାଙ୍କର ନାମ ବ୍ୟବହାର କରି ଲୋକଙ୍କୁ ଠକାଯାଉଛି।
  9. ମାଙ୍ଗାଲୁରୁ ର ରାଜରାଜେଶ୍ବରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରି କେହି ଯେପରି ଭୋକିଲା ନ ରୁହନ୍ତୁ ଏହା କାମନା କରି କହିଛନ୍ତି ଏହି ୮୦ ବର୍ଷିୟ ବୃଦ୍ଧା ଭିକାରୀ ଜଣଙ୍କ । ସେ ଦକ୍ଷୀଣ କନ୍ନଡ ଓ ଉଡୁପୀ ଜିଲ୍ଲାରେ ଥିବା ମନ୍ଦିର ଆଗରେ ବସି ଭକ୍ତମାନଙ୍କ ଠାରୁ ପାଇଥିବା ଭିକ୍ଷାକୁ ସେ ଦାନ କରିଦେଇଛନ୍ତି । କେବଳ ଏତିକି ନୁହେଁ ମହିଳା ଜଣଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ ମନ୍ଦିରକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଦାନ କରିଛନ୍ତି ।
  10. ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡର ସଦ୍ୟ ତଥ୍ୟ ଅନୁସାରେ ଦେଶରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ପ୍ରତି ଲିଟର ପିଛା ରହିଛି ୧୦୫ ଟଙ୍କା ୪୧ ପଇସା ରହିଛି । ସେହିପରି ଡିଜେଲର ଦର ରହିଛି ୯୬ ଟଙ୍କା ୬୭ ପଇସା । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର କିନ୍ତୁ ୧୨୦ ଟଙ୍କା ଟପିଯାଇଛି । ସେଠାରେ ପେଟ୍ରେଲ ଦର ରହିଛି ୧୨୦ ଟଙ୍କା ୫୧ ପଇସା । ଏବଂ ଡିଜେଲ ପ୍ରତି ଲିଟର ପିଛା ଦର ରହିଛି ୧୦୪ ଟଙ୍କା ୭୭ ପଇସା ।
  11. ଧାରା ୩୭୦ ହଟିବା ପରେ ପ୍ରଥମଥର ଜାମ୍ମୁ-କଶ୍ମୀର ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭେଟିଦେଲେ ୨୦ ହଜାର କୋଟି, କହିଲେ ଜମ୍ମୁ-କଶ୍ମୀରରେ ଲେଖାହେଲା ବିକାଶର ନୂଆ ଗାଥା ।
  12. କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କୃଷି ବିଜ୍ଞାନ କେନ୍ଦ୍ରଗୁଡିକରେ କୃଷକମେଳା ଓ କ୍ଷେତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। 
  13. ଦଶମରୁ ଦ୍ୱାଦଶ ପର୍ଯ୍ୟନ୍ତ ସିଲାବସ କାଣ୍ଟଛାଣ୍ଟ କଲା ସିବିଏସଇ । ହଟାଇଲା, ମୁସଲିମ୍ ଶାସକ ଓ ଇସଲାମୀୟ ସାମ୍ରାଜ୍ୟ ସମ୍ବଳିତ ବିଷୟବସ୍ତୁ ତେଜିଲା ବିବାଦ, ନିଷ୍ପତି ପ୍ରତ୍ୟାହାର ପାଇଁ ଦାବି ।
  14. ରାଜ୍ୟରେ ବର୍ଷୁଛି ନିଆଁ; ୪୦ ଡିଗ୍ରୀ ଉପରେ ୨୮ ସହର, ସୋନପୁର ସବୁଠୁ ଉତ୍ତପ୍ତ, ୫ ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି ।
  15. ଏବର୍ଷ ୧୬ ଖଣି ନିଲାମ କରିବ ଓଡ଼ିଶା: ଖଣି ରାଜସ୍ବ ୫୦,୦୦୦ କୋଟି ଟପିବ, ଡ୍ରୋନ୍ ବ୍ୟବହାର କରିବେ ଲିଜ୍‌ଧାରୀ ।
  16. ରୁଷ୍‍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୬୦ଦିନ ବା ୨ମାସ ପୂରଣ ହୋଇଛି। ​‌ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଅବସାନ ପାଇଁ ଅନେକ ବାର ଶାନ୍ତି କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏଥିରୁ ସମାଧାନର ସୂତ୍ର ବାହାରି ପାରି ନାହିଁ। 
  17. ଫାଶୀଦଣ୍ଡକୁ ନେଇ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବା ନେଇ ସୁପ୍ରିମକୋର୍ଟ କହିଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କେଉଁ ଦୋଷୀକୁ ଫାଶୀଦଣ୍ଡ ଦିଆଯିବ ଏବଂ କାହାକୁ ଦିଆଯିବ ନାହିଁ ଏଥିରେ ସ୍ଥିର କରାଯିବ । ଏହି ନିର୍ଦ୍ଦେଶ ସାରା ଦେଶର କୋର୍ଟରେ ଲାଗୁ କରାଯିବା ନେଇ ସୁପ୍ରିମକୋର୍ଟ କହିଛନ୍ତି ।
  18. ଚୀନର ସାଙ୍ଘାଇ ସହରରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ତାଲାବନ୍ଦକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଯେପରି ଘର ନ ବାହାରି ପାରିବେ ସେଥିଲାଗି ପ୍ରଶାସନ ସହରର ପ୍ରତି ଗଳିକନ୍ଦିରେ ଲୁହା ବାଡ ପକାଇଛି।
  19. ଜାହାଙ୍ଗୀରପୁରୀ ହିଂସା ମାମଲାକୁ ଇତିମଧ୍ୟରେ ଏକ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଏଭଳି ସ୍ଥିତିରେ ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟର ଲୋକମାନେ ଏକ ‘ତ୍ରିରଙ୍ଗା ଯାତ୍ରା’ କରିଛନ୍ତି।
  20. ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଆଜି ଅନୁଷ୍ଠିତ ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍‌ଙ୍କ ସହିତ ତାଙ୍କର ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.