• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦକ୍ଷିଣ ବ୍ରାଜିଲର ବ୍ରୁସ୍କେ ସହରର ଅର୍ଥମ୍ୟାନ୍‌୧୦୦ ବର୍ଷ ବୟସ୍କ ବ୍ୟକ୍ତି ଏକ କପଡ଼ା କାରଖାନାରେ ୮୪ ବର୍ଷ କାର୍ଯ୍ୟ କରି ଗିନିଜ୍‌ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି। ଦୀର୍ଘ ଏବଂ ପୁରସ୍କୃତ କ୍ୟାରିଅର୍ ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ୱାଲ୍ଟର ଅର୍ଥମ୍ୟାନ୍‌ଙ୍କ ପରାମର୍ଶ ଅତ୍ୟନ୍ତ ସାଂପ୍ରତିକ। ସେ କହନ୍ତି, ଆପଣ ଯାହା ଭଲ ପାଆନ୍ତି ତାହା ଅନୁସରଣ କରନ୍ତୁ ଏବଂ ଜଙ୍କ ଫୁଡ୍‌ଠ‌ାରୁ ଦୂରେଇ ରୁହନ୍ତୁ।
  2. ବିଶ୍ୱର ସବୁଠାରୁ ବୟସ୍କ ଜାପାନର ମହିଳା କାନେ ଟାନାକାଙ୍କର ୧୧୯ ବର୍ଷ ବୟସରେ ପରଲୋକ ହୋଇଛି।  ସୋମବାର ଜାପାନ ଗଣମାଧ୍ୟମ ଏନ୍‌ଏଚ୍‌କେରେ ଏହି ଖବର ପ୍ରକାଶ ପାଇଛି। ଟାନେକା ୧୯୦୩ ମସିହା ଜାନୁଆରୀ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ।
  3.  ଆସ୍ଥମାରେ ବ୍ୟବହାର ହେଉଥିବା ଔଷଧ କରୋନାକୁ ରୋକିବାର କ୍ଷମତା ରଖିଛି। ମାନବ ଶରୀରରେ କରୋନା ବଦଳାଉଥିବା ରୂପକୁ ଆସ୍ଥମା ଔଷଧ ରୋକିପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି। 
  4. ମହାରାଷ୍ଟ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଡା ଉପଦେଶ ଦେଇଛନ୍ତି। ସେ କହିଛନ୍ତି, ହନୁମାନ ଚାଳିଶା ପଢିବାର ଅଛି ତ ଘରକୁ  ଆସି ପଢ। ଏହାର ଏକ ତରିକା ରହିଛି। ମାତ୍ର ଦାଦାଗିରି କରି ଚାଳିଶା  ପଢ ନାହିଁ। ଯଦି ଏମିତି କାମ କରିବେ ତେବେ କେମିତି ଦାଦାଗିରି ଭଙ୍ଗାଯାଏ ବାବା ସାହେବ ଆମକୁ ଶିଖାଇଛନ୍ତି।
  5. ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଛି।‌ ବଜେଟରେ ବିଭିନ୍ନ ଯାନୀଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ସଂକ୍ରାନ୍ତରେ ଖର୍ଚ୍ଚ ରହିଛି।
  6. ଭୁଲ୍‌ଭାଲ ଶବ୍ଦ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ। ଏନେଇ ଗୁଗଲ ଏକ ନୂଆ ସୁବିଧା ଆଣିଛି। ଯାହାର ନାଁ ହେଲା-ଇନ୍‌କ୍ଲୁସିଭ୍ ଲାଙ୍ଗୁଏଜ୍”inclusive language।”
  7. ଦିନ ବେଳା ବିଦ୍ୟୁତ୍ କାଟ୍ କର ନାହିଁ।’  ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନିଗୁଡ଼ିକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
  8. ବିଜେପି ନେତା ତଥା ପୂର୍ବତନ ଲୋକସଭା ସାଂସଦ କିରିଟ ସୋମାୟାଙ୍କୁ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ସୋମବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ଶିବସେନା ନେତା ଓ ମୁମ୍ବାଇର ପୂର୍ବତନ ମେୟର ବିଶ୍ୱନାଥ ମହାଦେଶ୍ୱର ମଧ୍ୟ ସାମିଲ ଅଛନ୍ତି।
  9. BPCLକୁ ବିକ୍ରି କରିବାରେ ବିଫଳ ହେଲେ ସରକାର । ଏବେ କମ୍ପାନୀର ଆସେଟ୍ ମୋନିଟାଇଜେସନ ଉପରେ ଜୋର ଦେଉଛନ୍ତି ସରକାର। ସିଏନବିସି ଆୱାଜର ରିପୋର୍ଟ ଅନୁସାରେ ଶୁକ୍ରବାର କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ୧୨ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ।
  10. ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନେଇ ଘୋଷଣା ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।
  11. ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ଚଳିତ ବର୍ଷ ଅଗଷ୍ଟର ୨୬ରେ ଅବସର ନେବେ। ତାଙ୍କ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦୁଇ ଜଣ ପ୍ରଧାନ ବିଚାରପତି ସ୍ବଳ୍ପକାଳ ଦାୟିତ୍ବ ବହନ କରିବେ ବୋଲି ଜଣାପଡ଼ିଛି। 
  12. ରୁଷ୍‌ ଜରୁରୀକାଳୀନ ସେବା କର୍ତ୍ତୁପକ୍ଷଙ୍କ କହିବା ଅନୁଯାୟୀ ସୀମାନ୍ତ ସହ ବ୍ରିୟାନ୍ସରେ ଥିବା ତୈଳ ଭଣ୍ଡାରଟି ସୋମବାର ଜଳି ଯାଇଛି। ତୈଳ ଭଣ୍ଡାର ଜଳିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ତୈଳ ଭଣ୍ଡାର ଜଳିବାର କାରଣ ଜଣାପଡି ନାହିଁ। 
  13. ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ସୋମବାର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ୭ ଜଣ ଶ୍ରମିକ କୋଠାର ଭଗ୍ନାବଶେଷ ତଳେ ଦବି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଣଙ୍କୁ ଉଦ୍ଧାର କରାଯାଇଛି
  14. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ୨୦୨୨ ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେଉଛି । ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । 
  15. ନୂଆପଡ଼ା ସବୁଠୁ ଗରିବ ଜିଲା। ତା ପଛକୁ କଳାହାଣ୍ଡି। ବଲାଙ୍ଗିର ଓ ବୌଦ୍ଧ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଗରିବ ଜିଲା। ଏହା କହିଛନ୍ତି ଅନଗ୍ରସର ପଶ୍ଚିମାଞ୍ଚଳର ବିକାଶ ଦାୟିତ୍ବ ନେଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଡ.ଅଜିତ କୁମାର ମିଶ୍ର।
  16. ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଉ୧୬ଟି ୟୁଟ୍ୟୁବ୍‌ ସମାଚାର(ନ୍ୟୁଜ୍) ଚ୍ୟାନେଲ ଏବଂ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରା ଯାଇଛି । ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀ, ୨୦୨୧ ଅଧୀନରେ ଜରୁରିକାଳୀନ କ୍ଷମତାର ଉପଯୋଗ କରି ମନ୍ତ୍ରଣାଳୟ ଏହି ଚ୍ୟାନେଲକୁ ବନ୍ଦ କରିଛି।
  17. ଦେଶରେ ୧୨ଟି ରାଜ୍ୟ ରହିଛି ଯେଉଁଠି କରୋନା ସଂକ୍ରମଣ ଅଧିକ ବେଗରେ ବଢ଼ୁଛି। ଏଥିରେ ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶର କିଛି ସହର ମଧ୍ୟ ସାମିଲ ରହିଛି। ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୮୪ ପ୍ରତିଶତ ରହିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୫୨୨ରେ ପହଞ୍ଚି ଯାଇଛି।
  18. ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ରୁଷ୍‌ ଆଜି ଯୁଦ୍ଧବିରତି ଘୋଷଣା କରିଛି। ନାଗରିକଙ୍କୁ ଖାଲି କରିବାପାଇଁ ରୁଷ୍‌ ଆଜି ଯୁଦ୍ଧବିରତି କରିଛି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି।
  19. ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୨ ମାସ ବିତିଥିବାବେଳେ ପ୍ରଥମ ଥର ପାଇଁ ଆମେରିକାର ୨ ଜଣ ବରିଷ୍ଠ ସଚିବ ଯଥା ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏବଂ ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍‌ ଗତକାଲି ୟୁକ୍ରେନ୍‌ ରାଜଧାନୀ କିବ୍‌ ଗସ୍ତ କରିଥିଲେ। 
  20. ପୁରୀ ଐତିହ୍ୟ ପ୍ରକଳ୍ପ ପରି ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ମଧ୍ୟ ବିରୋଧ କରାଯାଉଛି । ଯାହାକୁ ନେଇ ଶ୍ରୀଲଙ୍ଗରାଜ ସେବାୟତମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.