• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସଙ୍କର ସ୍ମୃତିରେଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକମାନଙ୍କୁ ଆନ୍ତର୍ଜାତୀୟ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ନୂତନ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
  2. ସେହିପରି ଯୁବପିଢ଼ି ମଧ୍ୟରେ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥି ନିମନ୍ତେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର  ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
  3. ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ,  ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଦେବାପାଇଁ ସରକାର ସବୁଜ ସଙ୍କେତ ଦେଇ ସାରିଛନ୍ତି । ସୂଚନାଯୋଗ୍ୟ, ୫ରୁ ୧୨ ବର୍ଷ ପିଲାଙ୍କୁ  କୋର୍ବେଭାକ୍ସ ଏବଂ ୬ରୁ ୧୨ ବର୍ଷ ପିଲାଙ୍କୁ  କୋଭାକ୍ସିନ୍‌ ଟିକା ଦିଆଯିବ । ଏଥିପାଇଁ ଜରୁରୀକାଳୀନ ଅନୁମତି ପ୍ରଦାନ କରାଯାଇଛି ।
  4. ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍‌ରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବ୍ୟାପକ ମୁଲଚାଲ ପରେ ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ ।
  5. ବୃହତ ଦେଶ ଋଷିଆ ଉପରେ ଆଟାକ କରିଛି କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ  । ନିଜ ଋଣନିତୀରେ ଅଟଳ ଥିବା ଯୁକ୍ରେନ ଋଷିଆକୁ ପାଣି ପିଆଇଛି  । କେତେବେଳେ ମିସାଇଲ ମାଡ଼ କରୁଛି ତ, କେତେବେଳେ ତୈଳ ଡିପୋ ଉପରେ କରୁଛି ଘନାଘନ ଆଟାକ୍  । ଜେଲେନସ୍କିଙ୍କ ଏହି ଜବାବପୂର୍ଣ୍ଣ ଆକ୍ରମଣ ଋଷିଆର ଭିଜନକୁ ମନ୍ଥର କରିଦେଇଛି  ।
  6. ବିଶ୍ବର ସବୁଠୁ ବୟସ୍କା ମହିଳାଙ୍କ ଦେହାନ୍ତ । ୧୯୦୩ ମସିହାରେ ଜନ୍ମିତ କୈନ ତନାକାଙ୍କର ୧୧୯ ବର୍ଷ ବୟସରେ ମୃତ୍ୟୁ ହୋଇଛି ।ଅନ୍ତରାଷ୍ଟ୍ରୀୟ ମିଡିଆ ମୁତାବକ, ୨ ଜାନୁୟାରୀ ୧୯୦୩ରେ କୈନ ଜାପାନର ଫୁକୁଓକା ସିଟିରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କର ୫ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୯ରେ ତାଙ୍କ ନାମ ଗିନିଜ ବୁକରେ ସାମିଲ ହୋଇଥିଲା । ତେବେ ୧୯ ଏପ୍ରିଲରେ ଏକ ନର୍ସିଂହୋମରେ କୈନଙ୍କ ମୃତ୍ୟୁ ହୋଇଛି ।
  7. ଆମେରିକା, ଚୀନ୍ ଓ ଭାରତ ୨୦୨୧ରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଛନ୍ତି  ।
  8. ଏଣିକି କୋଭିଡ ଅନାଥ ପିଲାମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢ଼ିପାରିବେ । ସାଂସଦ କୋଟା ଉଚ୍ଛେଦ ପରେ ଏପରି ଏକ ନୂତନ ନିୟମ ଲାଗୁ କରାଯାଇଛି । କରୋନାରେ ବାପା ମା’ଙ୍କୁ ହରାଇଥିବା ପିଲାମାନେ ପିଏମ କେୟାର ଫର୍‌ ଚିଲଡ୍ରେନ ଯୋଜନାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ସହ ପ୍ରଥମରୁ ଦ୍ୱାଦଶ ଯାଏ ମାଗଣାରେ ପାଠ ପଢ଼ିବେ ବୋଲି କୁହାଯାଇଛି ।
  9. ୨୦୧୩ ମସିହା ତୁଳନାରେ ୨୦୨୦ ମସିହାରେ ମାଓବାଦୀମାନଦ୍ରା କରାଯାଉଥିବା ହିଂସା ୪୨ ପ୍ରତିଶତ ଓ ଏହା ଦ୍ୱାରା ହେଉଥିବା ମୃତ୍ୟୁ ୫୪ ପ୍ରତିଶତ କମିଛି।
  10. ରିସର୍ଚ୍ଚ ଫର୍ମ ଇକ୍ଵିଲରୁ ଜଣା ଯାଇଛି, ଯଦି ପରାଗଙ୍କୁ ଟୁଇଟରରୁ ବାହାର କରାଯାଏ ତେବେ ତାଙ୍କୁ ୪୨ ମିଲିୟନ ଡଲାର ଅର୍ଥାତ ପ୍ରାୟ ୩୧୫ କୋଟି ଟଙ୍କା ମିଳିବ। ଯଦି କମ୍ପାନୀର ମାଲିକାନା ହକ ବଦଳିବାର ୧୨ ମାସ ଭିତରେ ବାହାର କରାଯାଏ ତେବେ ପରାଗଙ୍କୁ ଏହି ଅର୍ଥ ରାଶି ମିଳିବ। ପରାଗ ହେଉଛନ୍ତି ରାଜସ୍ଥାନର ଆଜମେର ଜିଲ୍ଲା ବାସିନ୍ଦା।
  11. ପୃଥିବୀ ଆଗାମୀ ଦିନମାନଙ୍କରେ ଆହୁରି ଭୀଷଣ ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହୋଇପାରେ। ମିଳିତ ଜାତି ସଂଘଙ୍କ ଅଫିସ ଫର ଦି ଡିଜାଷ୍ଟର ରିସ୍କ ରିଡକ୍ସନଙ୍କ ଏକ ରିପୋର୍ଟରେ ଏହିପରି ଚେତାବନୀ ଦିଆଯାଇଛି। ଏକ ଆକଳନ ଅନୁସାରେ ୨୦୧୫ ମସିହାରୁ ପୃଥିବୀ ବାର୍ଷିକ ପ୍ରାୟ ୪ଶହଟି ଏହିପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଯାହା ୨୦୩୦ ବେଳକୁ ୫୬୦କୁ ବୃଦ୍ଧିପାଇପାରେ ବୋଲି କୁହାଯାଇଛି।
  12. ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହରୁ ଅଧିକ ହେବାର ଆଶଂକା ରହିଛି।
  13. ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦଳ । ଦୁଇ ବର୍ଷ ପାଇଁ ଦଳରୁ ନିଲମ୍ୱନ କରିବ କଂଗ୍ରେସ।
  14. ମେ’ ୪ରେ ଏଲଆଇସିର ଆଇପିଓ ଜାରି କରାଯିବ ଏବଂ ମେ’ ୯ ଯାଏଁ ସବସ୍କ୍ରିପସନ ଖୋଲା ରହିବ। ଅନ୍ୟପଟେ ଆଙ୍କର ନିବେଶକ ପାଇଁ ମେ’ ୨ ତାରିଖରେ ଆଇପିଓ ଜାରି କରାଯିବ। ତେବେ ଏଲଆଇସି ଆଇପିଓର ପ୍ରାଇସ ବଣ୍ଡ ୯୦୨-୯୪୯ ଟଙ୍କା ପ୍ରତି ସେୟାର ରହିବ।
  15. ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ଯକାରୀ ହେବାକୁ ଯାଉଛି । ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ଯକାରୀ ହେବ । ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ୱବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି । ଏହାଦ୍ୱାରା ଓଡ଼ିଶାର ଜଳସମ୍ପଦ କ୍ଷେତ୍ରରେ ଏକ ରୂପାନ୍ତର ଆସି ପାରିବ ।
  16. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଭାଗିତାରେ ଆୟୁଷ୍ମାନ୍ ଭାରତ ସ୍ବାସ୍ଥ୍ୟ ଓ ସ୍ବସ୍ତି କେନ୍ଦ୍ର (ଏବି-ଏଚ୍‌ଡବ୍ଲୁସି)ର ୪ର୍ଥ ବାର୍ଷିକ ଉତ୍ସବ ଏପ୍ରିଲ ୧୬ରୁ ୨୨ ମଧ୍ୟରେ ପାଳିତ ହୋଇଯାଇଛି। ଏଥି ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ଲକ୍‌-ସ୍ତରୀୟ ସ୍ବାସ୍ଥ୍ୟ ମେଳା ଏପ୍ରିଲ ୧୮ରୁ ଆରମ୍ଭ ହୋଇଛି।
  17. ଲୋକାଲ ଟ୍ରେନ ମୁମ୍ୱାଇର ଜୀବନ ରେଖା ଏବଂ ଯଦି କୌଣସି ବ୍ୟକ୍ତି ଭିଡ ଥିବା ଟ୍ରେନରେ ଚଢିବା ସମୟରେ ପଡି ଆହତ ହୁଏ ଏଥିପାଇଁ ରେଲୱେକୁ କ୍ଷତିପୂରଣ ଦେବାକୁ ପଡିବ ବୋଲି କହିଛନ୍ତି ବମ୍ୱେ ହାଇକୋର୍ଟ ।
  18. ଜିଲାବାସୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ ଏନ.ଟି.ପି.ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି ।
  19. କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍। କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍‍ ଅନ୍ତର୍ଗତ ଗଇବନ୍ଧ ଗ୍ରାମର ମେଧବୀ ଛାତ୍ରୀ ମୀନାକ୍ଷୀଙ୍କ ପିଲା ଦିନର ସ୍ୱପ୍ନ ଥିଲା ଭବିଷ୍ୟତରେ ଡାକ୍ତରୀ ପାଠ ପଢ଼ି ଲୋକଙ୍କ ସେବା କରିବେ।
  20. ତୃତୀୟ ବିଶ୍ବଯୁଦ୍ଧର ବାସ୍ତବତା ନେଇ ସତର୍କ କଲେ ରୁଷ୍‌ ବିଦେଶ ମନ୍ତ୍ରୀ । ରୁଷ୍‌ର ଚେତାବନୀ ଦେଇ କହିଛି ପରମାଣୁ ଯୁଦ୍ଧ ବିପଦ ଟଳିନାହିଁ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.