• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କୋର୍ଟର ଭିତ୍ତିଭୂମିର ବିକାଶ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି । ଏହା ସହ ବିଚାର ବିଭାଗରେ ଖାଲିଥିବା ପଦବୀର ପୂରଣ, ପଡ଼ି ରହିଥିବା ମାମଲାର ବିଚାର, ଇ-କୋର୍ଟ, ଆଇନ ସେବାକୁ ତ୍ୱରିତ କରିବା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
  2. ମିସେସ୍‍ ଇଣ୍ଡିଆ -୨୦୨୨ର ଟାଇଟଲ୍‍ ଜିତିଛନ୍ତି ଓଡ଼ିଆ ମହିଳା ରୂପ୍‍ସା ନାୟକ । ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି ।
  3. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବାହାର ରାଜ୍ୟରେ ମାସକୁ ହାରାହାରି ୪୦ ହଜାର ରୋଗୀ ଘରୋଇ ମେଡିକାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ୨୦୨୧-୨୨ରେ ପ୍ରାୟ ୨ ଲକ୍ଷ କ୍ଲେମର ସମାଧାନ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୮୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଆଜି ଯୋଜନାର ସମୀକ୍ଷା କରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
  4. ପଞ୍ଜାବ ପଟିଆଲାରେ ଗୋଷ୍ଠୀ ସଂଘର୍ଷ ମାମଲା । ଘଟଣାରେ ଶିବସେନା ନେତା ହରିଶ ସିଙ୍ଗଲା ଗିରଫ ହୋଇଛନ୍ତି । ତେଣେ ଶିବସେନା ପଞ୍ଜାବ ଶାଖା କାର୍ଯ୍ୟକାରୀ ସଭାପତି ପଦରୁ ତାଙ୍କୁ କରାଯାଇଛି ବହିଷ୍କାର । ଖଲିସ୍ତାନୀ ସଂଗଠନ ବିରୋଧରେ ଶିବସେନା (ବାଲଠାକରେ) ଗୋଷ୍ଠୀର ଏକ ଶୋଭାଯାତ୍ରା ବାହାରିବା ପରେ ଗତକାଲି କେତେକ ଶିଖ ସଂଠଗନ ପକ୍ଷରୁ କରାଯାଇଥିଲା ପ୍ରତିବାଦ ।
  5. ଜେଲରେ ଥିବା ଅମରାବତୀ ସ୍ୱାଧୀନ ଏମପି ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନ ଖାରଜ । ଜେଲରେ ଥିବାବେଳେ ଘରେ ପ୍ରସ୍ତୁତ ଖାଦ୍ୟ ଲାଗି ଅନୁମତି ଦେବା ସକାଶେ ସେମାନେ କରିଥିବା ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇର ଏକ ମାଜିଷ୍ଟ୍ରେଟଙ୍କ କୋର୍ଟ ।
  6.  କିଭ୍‌ ଅଭିମୁଖେ ମାଡ଼ି ଆସୁଥିବା ଋଷିଆ ସୈନ୍ୟଙ୍କୁ ଅଟକାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ୟୁକ୍ରେନବାସୀ । ୟୁକ୍ରେନ୍‌ବାସୀ ଜାଣିଶୁଣି ନିଜେ ରହୁଥିବା ଗାଁ ମାନଙ୍କରେ ସୃଷ୍ଟି କରିଛନ୍ତି କୃତ୍ରିମ ବନ୍ୟା ।
  7. ୟୁକ୍ରେନ୍‌ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ କ୍ରୂରତା କଥା କହିବା ବେଳେ ଶୁକ୍ରବାର ଦିନ ପେଣ୍ଟାଗନ୍‌ର ମୁଖପାତ୍ର ଜନ୍‌ କିର୍ବି ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସେ ପଚାରିଥିଲେ, ତାଙ୍କ ପରି ଜଣେ ନୈତିକତାବାଦୀ ବ୍ୟକ୍ତି କିଭଳି ଡାକ୍ତରଖାନା ଉପରେ କରାଯାଉଥିବା ବ‌ୋମା ବିସ୍ଫୋରଣକୁ ସମର୍ଥନ କରୁଛନ୍ତି ଏବଂ ‌କେତେ ନିରୀହ ଜନତା ମଲେ ତା’ର ସମୀକ୍ଷା କରୁଛନ୍ତି?
  8. ଅଘୋଷିତ ବିଦ୍ୟୁତ କାଟ୍: ଚାଷୀ ଆଗରେ ପାଣି ନ ପାଇ ସବୁ ଧାନ ଯାଉଛି ମରି ,ଅନ୍ଧାରରେ ଡାକ୍ତରଖାନା, ହନ୍ତସନ୍ତ ରୋଗୀ, କର୍ତ୍ତୃପକ୍ଷ ନିଦାବିଷ୍ଣୁ ।
  9. ରାଜଧାନୀର ଘରୋଇ ଇଞ୍ଜିନିୟରିଂ କଲେଜରେ ଅଭାବନୀୟ ଘଟଣା । ବୟଫ୍ରେଣ୍ଡର ଆକାଉଣ୍ଟକୁ ପ୍ରେମିକା ପଠାଇଲେ ୯୭ ଲକ୍ଷ ଟଙ୍କା ।
  10. ଜାମିନ ପାଇ ଜେଲରୁ ମୁକୁଳିଲେ ବିଧାୟକ ଜିଗ୍ନେଶ ମେୱାନୀ, ଅଧିକାରୀଙ୍କୁ ମାରପିଟ ଅଭିଯୋଗରେ ହୋଇଥିଲେ ଗିରଫ।
  11. କୋଇଲା ପାଇଁ ପାସେଞ୍ଜର ଟ୍ରେନ୍ ବାତିଲ: ୬୫୭ ଟ୍ରେନ୍ ବାତିଲ କରାଯିବ।
  12. ନଦିଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଣି ୨ ଗିରଫ; ମୁଖ୍ୟ ଅଭିଯୁକ୍ତର ବାପାକୁ ଗିରଫ କଲା ସିବିଆଇ ।
  13. ସମଗ୍ର ଉତ୍ତରପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମଲହରି ହେତୁ ଲୋକ ସନ୍ତୁଳି ହେଉଛନ୍ତି। ପ୍ରତିଦିନ ତାପମାତ୍ରା ରେକର୍ଡ ଭାଙ୍ଗୁଛି। ଗତକାଲି ଗୁରୁଗ୍ରାମରେ ତାପମାତ୍ରା ୪୫ ଡିଗ୍ରି ଟପିଥିବା ବେଳେ ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ର ୪୬ ଡିଗ୍ରି ରହିଛି।
  14. ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି।
  15. ବିଧାୟକ ଓ ସରକାରୀ ଅଧିକାରୀଙ୍କ ରହିବା ପାଇଁ ଭୁବନେଶ୍ବର ୟୁନିଟ-୪ ଅଞ୍ଚଳରେ ନୂଆ ଆପର୍ଟମେଣ୍ଟ ନିର୍ମାଣ ଯୋଜନା କାର୍ଯ୍ୟକାରୀ ପାଇଁ ବାଟ ଫିଟିଛି। ୟୁନିଟ ୪ରେ ନିର୍ଦ୍ଦିଷ୍ଟ ସରକାରୀ କ୍ବାର୍ଟର ତୁରନ୍ତ ଖାଲି କରିବାକୁ ଦିଆଯାଇଥିବା ନୋଟିସକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
  16. ଆଫଗାନିସ୍ତାନର ଖବରକାଗଜ ‘ଆଫଗାନିସ୍ତାନ ଡେଲି’ର ରିପୋର୍ଟ ଅନୁସାରେ, ତାଲିବାନ ମଜାର-ଇ- ସରିଫ୍‌ରେ ଥିବା ବଲ୍‌ଖ ବିଶ୍ୱବିଦ୍ୟାଳୟର ୫୦ ଯୋଗ୍ୟ ପ୍ରଫେସରଙ୍କୁ ଛଟେଇ କରିଦେଇଛି। ଏବଂ ଖୁବ୍‌ଶୀଘ୍ର ସେହିସବୁ ପଦ ପୂରଣ ପାଇଁ ଧର୍ମଗୁରୁମାନଙ୍କୁ ନିଯୁକ୍ତି ଦେବ ବୋଲି ସୂଚନା ମିଳିଛି। ତାଲିବାନର ସଦସ୍ୟ ଓ ଧର୍ମଗୁରୁମାନେ ଏହି ପ୍ରଫେସରଙ୍କ ସ୍ଥାନ ନେବେ। 
  17. ଦେଶରେ ବଢୁଥିବା ଚେକ୍ ବାଉନ୍‌ସ ମାମଲାକୁ ଦେଖି ସୁପ୍ରିମକୋର୍ଟ ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ। ଏହି କମିଟିଙ୍କ ପରାମର୍ଶ ଆଧାରରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ହାଇକୋର୍ଟଙ୍କ ପରାମର୍ଶ ଲୋଡିଛନ୍ତି।
  18. ରାଜ୍ୟ ସରକାର ଆଜି କଟକ ଏସସିବିରେ ବହିର୍ବିଭାଗ ରୋଗୀ ସେବା ବା OPD ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ମେ ମାସ ୯ ତାରିଖରୁ ଆରମ୍ଭ ହେବ। ମେ ୧୦ରୁ ଅନ୍‌ଲାଇନ୍‌ ଟିକେଟ୍‌ର ପ୍ରିଣ୍ଟ ଧରି ରୋଗୀ ଓପିଡିରେ ଡାକ୍ତରଙ୍କୁ ଦେଖାଇପାରିବେ।
  19. ୧୯୮୮ ବ୍ୟାଚର ଆଇପିଏସ୍ ଡକ୍ଟର ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ମହାନିର୍ଦେଶକ କରାଯାଇଛି । ସେହିପରି ଜେଲ୍ ବିଭାଗ ମହାନିର୍ଦେଶକ ଥିବା ୧୯୮୮ ବ୍ୟାଚର ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ହୋଇଛନ୍ତି ଅଗ୍ନିଶମ ବାହିନୀର ମହାନିର୍ଦେଶକ।
  20. ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଇଏମଡି ଓଡ଼ିଶା, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ମେ ୨ ତାରିଖ ପରେ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି କହିବା ଅନୁଯାୟୀ ୨୦୨୨ ମାର୍ଚ୍ଚ ମାସର ଖରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୨୨ ମାର୍ଚ୍ଚ ମାସରେ ଦେଶର ହାରହାରି ତାପମାତ୍ରା ୩୩.୧ ଡିଗ୍ରୀ ସେଲସିୟସ୍ ରହିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.