• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ମେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୮ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ୧୦ ସନ୍ଧ୍ୟା ପରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ। ଗଞ୍ଜାମ,ଗଜପତି,ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀରେ ବର୍ଷା ହେବ। କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇ ପାରେ ବୋଲି ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।
  2. ପୁରୀଠାରୁ ୧୧୮୦ କିଲୋମିଟର ଉତ୍ତର – ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଥିବା ବେଳେ ବିଶାଖାପାଟ୍ଟନମ ଠାରୁ ୧୧୪୦ କିମି ଦକ୍ଷିଣ ପୂର୍ବରେ ରହିଛି । ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବା ପରେ ବାତ୍ୟା ଲ୍ୟାଣ୍ଡଫଲ ନକରି ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ । ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବା ସମ୍ଭାବନା ରହିଛି । 
  3. ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ଏକାଥରକେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ସିଲିଣ୍ଡର ଦାମ ପହଞ୍ଚିଛି ୧ ହଜାର ୨୬ ଟଙ୍କା । କେନ୍ଦ୍ର ସରକାରଙ୍କ ଏପରି ଜନବିରୋଧୀ ନୀତିକୁ କଡା ସମାଲୋଚନା କରିଛନ୍ତି ବିଜେଡ଼ି ଓ କଂଗ୍ରେସ । କେନ୍ଦ୍ର ସରକାର ରୋଷେଇ ଘରକୁ ଲାତ ମାରିଥିବା କହିଛି ଶାସକ ବିଜେଡି ।
  4. ଆମ୍ ଆଦମୀ ପାର୍ଟିର ପଞ୍ଜାବ ବିଧାୟକ ଯଶୱନ୍ତ ସିଂହଙ୍କ ଘରେ ରେଡ୍ କରିଛି ସିବିଆଇ । ୪୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚଢ଼ାଉ ହୋଇଛି । ଗଜ୍ଜନମାଜରା ଅସରଗଡ଼ ବିଧାନସଭା ଆସନରୁ ଏବେ ଆପ୍ ବିଧାୟକ ଅଛନ୍ତି ଯଶୱନ୍ତ । ସିବିଆଇ ଏକକାଳୀନ ଯଶୱନ୍ତଙ୍କ ସମସ୍ତ ସ୍ଥାନରେ ଚଢ଼ାଉ କରିଛି 
  5. ଟାଟା ଷ୍ଟିଲରେ ଭୟଙ୍କର ଅଗ୍ନିକାଣ୍ଡ । ଝାଡ଼ଖଣ୍ଡ ଜମଶେଦପୁର ସ୍ଥିତ ଟାଟା ଷ୍ଟିଲର ପ୍ଲାଣ୍ଟରେ ନିଆଁ ଲାଗି ବିସ୍ଫୋରଣ ହୋଇଛି ।
  6. ଭାରତର ଅବିନାଶ ସାବଲେ ୫ହଜାର ମିଟର ଦୌଡରେ ବାହାଦୁର ପ୍ରସାଦଙ୍କ ୩୦ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ମହାରାଷ୍ଟ୍ରର ୨୬ ବର୍ଷୀୟ ଅବିନାଶ ଆମେରିକାର ସୈନ ଜୁଆନ କ୍ୟାପ୍ରିଷ୍ଟାନୋରେ ସାଉଣ୍ଡ ରନିଂ ଟ୍ରାକ ମିଟରେ ୧୩: ୨୫.୬୫ ସମୟରେ ନୂଆ ରେକର୍ଡ କରିଛନ୍ତି । ସାବଲେ ଏହି ରେସରେ ଦ୍ୱାଦଶ ସ୍ଥାନ ହାସଲ କରିଛନ୍ତି ।
  7. ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୭୩ ଦିନ ପୂରିଛି। ରୁଷ୍‌ର ଆକ୍ରମଣ ପାଇଁ ୟୁକ୍ରେନ୍‌ରେ ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି। ହଜାର ହଜାର ସଂଖ୍ୟାରେ ଘର ମାଟିରେ ମିଶିଯାଇଛି। କିବ୍‌ରେ ହସ୍ପିଟାଲ୍‌, କିଣ୍ଡରଗାର୍ଟେନ୍‌ ଛାରଖାର ହୋଇଯାଇଛି।
  8. ସୁପ୍ରିମ୍‌ କୋର୍ଟରେ ଶନିବାର ଦିନ ଦେଶଦ୍ରୋହ ଆଇନର ବୈଧତା ନେଇ ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ରଖିଛନ୍ତି। ଏ ବାବଦରେ ୧୯୬୨ରେ ୫ ଜଣିଆ ସମ୍ବିଧାନ ପୀଠ ଦେଇଥିବା ରାୟ ଯଥାର୍ଥ ଏବଂ ଏହା ଏକ ଉତ୍ତମ ଓ ପାରଦର୍ଶୀ ଆଇନ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି।
  9. ଶନିବାର ଦିନ ୨ ନୂଆ ବିଚାରପତି ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇଛନ୍ତି। ଗୌହାଟୀ ହାଇକୋର୍ଟ ମୁଖ୍ୟ ବିଚାରପତି ସୁଧାଂଶୁ ଧୁଲିଆ ଏବଂ ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ଜା‌ମଶେଦ ବି ପର୍ଦିୱାଲାଙ୍କ ପଦୋନ୍ନତି ପାଇଁ ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ କଲେଜିୟମ୍‌ ନିକଟରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ।
  10.  ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଗୁଜରାଟ ନିର୍ବାଚନ ପ୍ରଚାର ପାଇଁ ପଂଜାବ ସରକାର ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏପ୍ରିଲ ୧ରୁ ୩ ତାରିଖ ପର୍ଯ୍ୟନ୍ତ ମାନ୍‌ ଗୁଜରାଟକୁ ଆମ୍‌ ଆଦ୍‌ମୀ ପାର୍ଟିର ପ୍ରଚାର ପାଇଁ। ଯାଇଥିଲେ।
  11. ଏଣିକି ଉପଭୋକ୍ତାମାନେ ହ୍ଵାଟ୍ସଆପ ଗ୍ରୁପରେ ୫୧୨ ଜଣ ସଦସ୍ୟଙ୍କୁ ଆଡ଼ କରିପାରିବେ | ପୂର୍ବରୁ ହ୍ଵାଟ୍ସଆପ ଗ୍ରୁପରେ ସଦସ୍ୟଙ୍କ ସଂଖ୍ୟା ୨୫୬ ପର୍ଯ୍ୟନ୍ତ ସୀମିତ ଥିଲା। ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ଆଇଓଏସ ପ୍ଲାଟଫର୍ମରେ ଦେଖିବାକୁ ମିଳିଥିବାବେଳେ ଖୁବ ଶୀଘ୍ର ଏହା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ |
  12. ହ୍ଵାଟ୍ସଆପ ଉପଭୋକ୍ତାମାନଙ୍କୁ ୨ ଜିବି ଆକାରର ଫାଇଲ୍ ସେୟାର କରିବାର ବିକଳ୍ପ ଦେବାକୁ ଯାଉଛି | କମ୍ପାନି ଏହି ବୈଶିଷ୍ଟ୍ୟ ଉପରେ ଦୀର୍ଘ ସମୟ ଧରି କାମ କରୁଥିଲା | ଏହି ଫିଚର ଆରମ୍ଭ ହେଲେ ଆପଣ ୨ ଜିବିର ଫାଇଲ ମଧ୍ୟ ପଠାଇପାରିବେ | ଅର୍ଥାତ ଯଦି ଆପଣଙ୍କ ପାଖରେ ୨ ଜିବିର କୌଣସି ଫିଲ୍ମ ଅଛି ତାହା ଆପଣଙ୍କ ସାଙ୍ଗଙ୍କ ପାଖକୁ ପଠାଇପାରିବେ |
  13. ଓଡ଼ିଶାରେ ୧୫ ରୁ ୪୯ ବର୍ଷର ୭୪ ପ୍ରତିଶତ ବିବାହିତା ମହିଳା ଗର୍ଭନିରୋଧକ ପଦ୍ଧତି ଆପଣାଇଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୧୯ ରୁ ୨୦୨୧ ବର୍ଷ ପାଇଁ ଏହି ସର୍ଭେ କରାଯାଇଛି।
  14. ରୁଷ୍‌ର ଆକ୍ରମଣ ବେଳକୁ ବେଳ ତୀବ୍ର ହେଉଥିବା ବେଳେ ୟୁକ୍ରେନୀୟ ସୈନ୍ୟମାନେ ଶନିବାର ଦେଶର ଦ୍ବିତୀୟ ବୃହତ୍ତମ ସହର ଖାର୍‌କିଭରେ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି। ବିଜୟ ଦିବସ ମନାଇବା ପାଇଁ ମାରିୟୁପୋଲ ଓ ଖାର୍‌କିଭକୁ ରୁଷ୍‌ ସମ୍ପୂର୍ଣ୍ଣରୂପେ ଧ୍ବଂସ କରିଦେଇପାରେ ବୋଲି ଆଶଙ୍କା ଉପୁଜିଛି।
  15. ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନ୍‌ଇପି ୨୦୨୦ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସବୁ କାର୍ଯ୍ୟକ୍ରମ ଜରିଆରେ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ସୁଲଭତା, ସମାନତା, ସମାବେଶିତା ଏବଂ ଗୁଣବତ୍ତା ଆଧାରିତ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଠାବ କରିବା, ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ବିକଳ୍ପ ଭଳି ପଦକ୍ଷେପ ନିଆଯାଇଛି। 
  16. ଭାରତ ପ୍ରଥମ ଥର ପାଇଁ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯାଉଛି। ଭାରତ ଡିସେମ୍ବର ପହିଲାରୁ ୨୦୨୩ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜି-୨୦ର ଅଧ୍ୟକ୍ଷ ରହିବ। ୨୦୨୩ ମସିହାରେ ଜି-୨୦ ଶିଖର ବୈଠକ ଅନୁଷ୍ଠିତ ହେବ।
  17. ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲି ପଶ୍ଚିମବଙ୍ଗର ମନ୍ତ୍ରୀ ଫିରହାଦ ହକିମଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଫିରହାଦ ଏମିତି ଜଣେ ବ୍ୟକ୍ତି  ଯାହାଙ୍କୁ କୌଣସି ବି ସମୟରେ ଆପଣ ଯୋଗାଯୋଗ କରି ପାରିବେ। ଏଠାରେ ଏକ ଘରୋଇ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ବିସିସିଆଇ ସଭାପତି କହିଛନ୍ତି, ଆମର ମାନନୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ବହୁତ ନିକଟତର। ମୁଁ ଏହି ଘରୋଇ ହସ୍ପିଟାଲର ସାହାଯ୍ୟ ପାଇଁ ତାଙ୍କ ସହ ଯୋଗାଯୋଗ କରିଥିଲି।
  18. ଆଗାମୀ ୧୫ ମେ ବୈଶାଖ ପୂର୍ଣ୍ଣିମା ରାତିରେ ଆକାଶରେ ରକ୍ତ ଚନ୍ଦ୍ର (ବ୍ଲଡମୁନ) ଦେଖାଯିବ। ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀଙ୍କ ମହାଜାଗତିକ ଅବସ୍ଥିତି ଯୋଗୁ ନୈଶ ଆକାଶରେ ଗ୍ରହଣ ମଧ୍ୟ ଲାଗିବ। ତେବେ ଗ୍ରହଣ ପରେ ପ୍ରତିଭାତ ହେଉଥିବା ଚନ୍ଦ୍ରଙ୍କ ରଙ୍ଗ ଲାଲ ହେବ। ଏଣୁ ଏହାକୁ ବ୍ଲଡମୁନ ନାଇଟ୍ ବୋଲି କୁହାଯାଇଛି। 
  19.  ଟଡ ବୋହଲୀଙ୍କ ନେତୃତ୍ୱାଧୀନ ଗ୍ରୁପ ଚେଲସି ଫୁଟବଲ କ୍ଲବର ନୂଆ ମାଲିକ ହେବେ। ଏ ପର୍ଯ୍ୟନ୍ତ କ୍ଲବର ମାଲିକାନା ରଖିଥିବା ଋଷୀୟ ଧନିକ ରୋମନ ଓବ୍ରାମୋଭିଚ୍‌ ଏହି ସୂଚନା ଦେଇଥିବା ବେଳେ ଚେଲସି ମଧ୍ୟ ପୁଷ୍ଟି କରିଛି।
  20. ବର୍ତ୍ତମାନ ହଲ୍‌ରେ ମାର୍ଭେଲ ଷ୍ଟୁଡିଓର ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ ଇନ୍‌ ଦ ମଲ୍ଟିବର୍ସ ଅଫ୍‌ ମ୍ୟାଡେନ୍ସ’ ରିଲିଜ୍‌ ହୋଇଛି ।   ପ୍ରଥମ ଦିନର କଲେକସନ୍‌ ଦୃଷ୍ଟିରୁ ବେନେଡିକ୍ଟ କମ୍ବରବ୍ୟାଚ୍ ଷ୍ଟାର ଫିଲ୍ମ ଡକ୍ଟର ଷ୍ଟ୍ରେଞ୍ଜ -୨ ପ୍ରଥମ ଦିନରେ ହିଁ ଭାରତରେ ଚତୁର୍ଥ ସର୍ବାଧିକ କଲେକସନ୍‌ କରିଥିବା ଚଳଚ୍ଚିତ୍ର ହୋଇପାରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.