• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ତଥା ବାଗ୍ମୀ ରଜତ କର । ସ୍ୱାସ୍ଥ୍ୟଗତ ସମସ୍ୟା ଥିବାବେଳେ ତାଙ୍କର ହୃଦଘାତରେ ଏକ ଘରୋଇ ମେଡିକାଲରେ ପରଲୋକ ଘଟିଛି  ।  ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ଦେବା କ୍ଷେତ୍ରରେ ସାରା ରାଜ୍ୟରେ ପରିଚିତ ଲାଭ କରିଥିବା ରଜତ କରଙ୍କ ବିୟୋଗରେ ସମସ୍ତେ ସ୍ତମ୍ବୀଭୁତ  ।
  2. ଆନନ୍ଦ ମହିନ୍ଦ୍ରା ‘ଇଡଲୀ ଅମ୍ମା’ଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି। କୋଏମ୍ବାଟୁର ନିବାସୀ ‘ଇଡଲୀ ଅମ୍ମା’ଙ୍କୁ ମାତୃ ଦିବସରେ ସେ ଏକ ଘର ଉପହାର ଦେଇଛନ୍ତି।
  3. ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳ ଛୁଇଁବନି ବାତ୍ୟା। ପୂରୀ ଉପକୂଳଠାରୁ ୯୦ କିମ୍ବା ଶହେ କିମି ଦୂରରେ ସମାନ୍ତରାଳ ଭାବେ ଗତି କରିବ ଅସାନି। ବାତ୍ୟା ପ୍ରଭାବରେ ମେ’ ୧୦, ୧୧ ଓ ୧୨ ତାରିଖରେ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ହେବା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ଏବେ ପୁରୀଠାରୁ ୯୨୦ କିଲୋମିଟର ଦୂରରେ ରହିଛି। ପୁରୀ ଉପକୂଳରୁ ପ୍ରାୟ ଶହେ କିମି ଦୂର ଦେଇ ବାତ୍ୟା ଗତି କରିପାରେ। ଏବେ ବାତ୍ୟା ‘ଅସାନି’ ଦକ୍ଷିଣ-ପୂର୍ବ ବଙ୍ଗୋପସାରରେ ରହିଛି ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।
  4. ଓଡ଼ିଶା ଓମେନ୍ସ ମେଳା ୨୦୨୨ ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତ କରିଥିଲେ ଅର୍ଜୁନ ରାମପାଲ  । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଓଡ଼ିଶାର ସୁନ୍ଦରତାରେ ବିଭୋର ହୋଇଥିବା ପ୍ରକାଶ କରିଥିଲେ  ।
  5. ବାଜ୍ୟାପ୍ତ ହେବ ମୁକେଶ ଜୈନଙ୍କ ଅସ୍ଥାବର ସମ୍ପତ୍ତି । ଏନେଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମଘୋଷିତ ଧର୍ମଗୁରୁ ମୁକେଶ ଜୈନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଆବେଦନ କରିଥିଲେ । ତେବେ ୨୦୧୭ରେ ତାଙ୍କ ଆବେଦନକୁ ପବ୍ଲିସିଟି ଷ୍ଟଣ୍ଟ ଦର୍ଶାଇ ଖାରଜ କରି ଦେଇଥିଲେ ସୁପ୍ରିମକୋର୍ଟ ।
  6. ନିର୍ବାଚନ ପୂର୍ବରୁ ହିମାଚଳପ୍ରଦେଶ ରାଜନୀତି ମାହୋଲ ସରଗରମ । ବିଧାନସଭା ଗେଟ୍ ଓ ପାଚେରୀରେ ଲାଗିଛି ଖଲିସ୍ତାନୀ ପତାକା ।
  7. ବିଶ୍ବପ୍ରସିଦ୍ଧ ତାଜମହଲକୁ ନେଇ ବିବାଦ । ବନ୍ଦ ଥିବା ୨୦ କୋଠରୀକୁ ଖୋଲିବା ଲାଗି ଆହ୍ଲାବାଦ ହାଇକୋର୍ଟ ନିକଟରେ ଆଗତ ହୋଇଛି ପିଟିସନ ।
  8. ୮୪ ଲକ୍ଷରେ ନିଲାମ ହେଲା ଯୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱେଟର । ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଜେଲେନସ୍କିଙ୍କ ସ୍ୱେଟର ।
  9. ସରକାରଙ୍କ ଖରିଫ ଫସଲ ଅଭିଯାନ-୨୦୨୨ ଆରମ୍ଭ ହୋଇଛି। ଏହି ଅଭିଯାନରେ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଚାଷୀଙ୍କୁ ୯ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବେ। ୨୦୨୧ରେ ସମବାୟ ସମିତି ଜରିଆରେ ରାଜ୍ୟର ୧୮ଲକ୍ଷ ୬୧ହଜାର ୨୦୬ଜଣ ଚାଷୀଙ୍କୁ ୮୬୮୬ କୋଟି ୪୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। 
  10. ଆଇଆଇଏମ ନାଗପୁରର ନୂତନ ସ୍ଥାୟୀ କ୍ୟାମ୍ପସକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରିବା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଆମେ ଏପରି ଏକ ଯୁଗରେ ଅଛୁ ଯେଉଁଠି ନବସୃଜନ ଓ ଉଦ୍ୟମିତାକୁ ପ୍ରଂଶସା କରାଯିବା ସହ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି।
  11. ମଧ୍ୟପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ ଭଳି ରାଜ୍ୟ​‌​‌ର ୭ଟି ସ୍ଥାନରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ମସ୍‌ଜିଦରୁ ଡାକବାଜି ଯନ୍ତ୍ର ହଟାଇବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ଏଆଇଏମ୍‌ଆଇଏମ୍‌ ସାଂସଦ ଆଶାଦୁଦ୍ଦିନ ଓୱେସୀ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି। ସମସ୍ତ ମସ୍‌ଜିଦରେ ଉଚ୍ଚ ଶକ୍ତିସମ୍ପନ୍ନ ସିସିଟିଭି କ୍ୟାମେରା ଲଗାଯିବା ଉଚିତ।
  12. ପ୍ରାୟ ୩୫ ହଜାର କୋଟି ଟଙ୍କା ବ୍ୟୟରେ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନର ନବୀକରଣ ନେଇ ଯେଉଁ ଯୋଜନା କରାଯାଇଥିଲା ଏବଂ ଭାରତର ଚୀନ ଓ ପାକିସ୍ତାନ ସହ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଦେଶର ବାୟୁସେନାକୁ ଦୃଢ଼ କରିବାକୁ ଯେଉଁ ଲକ୍ଷ୍ୟ ସ୍ଥିର କରାଯାଇଥିଲା ତାହା ଅତ୍ୟଧିକ ବିଳମ୍ବିତ ହେବା ନିଶ୍ଚିତ ବୋଲି ଜଣାପଡିଛି।
  13. ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଧାର୍ମିକ ସ୍ଥଳଗୁଡ଼ିକରେ ଲାଉଡ୍‌ ସ୍ପିକର ହଟାଇବା ଦିଗରେ କଠୋର ଘୋଷଣା କରିଛନ୍ତି। ରାଜ୍ୟରେ ଆଜି ସୁଦ୍ଧା ୧ ଲକ୍ଷରୁ ଅଧିକ ଲାଉଡ୍‌ ସ୍ପିକର ହଟାଯାଇଥିବା ବେଳେ ଏଗୁଡ଼ିକ ଯେଭଳି ପୁନଃ ନ ଲାଗିବ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
  14. ଦେଶରେ ପ୍ରଜନନ ହାର କମୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)ର ସଦ୍ୟ ରିପୋର୍ଟରେ ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ଦେଶରେ ଶିଶୁ ଜନ୍ମ ହାର ୨.୨ ପ୍ରତିଶତରୁ କମି ୨%କୁ ଖସିଆସିଛି।
  15. ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବା ରୁଷ୍‌ ସେନାକୁ କୃଷ୍ଣ ସାଗରରେ ପୁଣି ଏକ ବଡ଼ ଝଟ୍‌କା ମିଳିଛି। ରୁଷ୍‌ର ବି‌ଶାଳ ଯୁଦ୍ଧପୋତ ମୋସ୍କଭାର ଜଳସମାଧି ପରେ ଆଉ ଏକ ଯୁଦ୍ଧପୋତ ‘ମକାରୋଭ୍‌’ କୃଷ୍ଣସାଗରରେ ବୁଡ଼ିଯାଇଛି
  16. ଗତ ୨୪ ଘଣ୍ଟାରେ ଭାରତରେ ୩,୪୫୧ ନୂଆ କୋଭିଡ୍-୧୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ୍‌ ସଂକ୍ରମଣ ସଂଖ୍ୟା ୪,୩୧,୦୨,୧୯୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୦,୬୩୫କୁ ବୃଦ୍ଧି ପାଇଛି। 
  17. ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ଆଜି ଆଚନକ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ପହଞ୍ଚିଛନ୍ତି। ଏହି ଗସ୍ତରେ ସେ ୟୁକ୍ରେନ୍‌ ରାଷ୍ଟ୍ରପ୍ରତି ବୋଲ୍‌ଡିମିର ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କିଙ୍କୁ ଉଝ୍‌ରୋଦ୍‌ ସହରରେ ଭେଟିବା ସହ ଉଭୟ ଏକ ସ୍କୁଲ ପରିଦର୍ଶନ କରିଛନ୍ତି।
  18. ୨୦୧୯ରେ କମ୍ପ‌ାନି ବନ୍ଦ ହୋଇଥିବା ବେଳେ ଏବେ ପୁଣି ଥରେ ଜେଟ୍‌ ଏୟାରୱେଜର ବିମାନ ଆକଶାରେ ଉଡ଼ିବ ବୋଲି ଜଣାପଡ଼ିଛି।
  19. ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ କିଣିଛନ୍ତି। ଏହି ବିଳାସପୂର୍ଣ୍ଣ ଡୁପ୍ଲେକ୍ସର ମୂଲ୍ୟ ୯୮କୋଟି ଟଙ୍କା ବୋଲି ଜଣାପଡିଛି ।
  20. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଦିନ ଗୋରେଗାଓଁରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ‘ସମସ୍ତଙ୍କ ପାଇଁ ଜଳ’ ନୀତି ଆରମ୍ଭ କରିଛନ୍ତି। ଏହା ଦ୍ୱାରା ବିଏମସି ବେଆଇନ ବସ୍ତି ଏବଂ କୋଠାକୁ ଜଳ ଯୋଗାଇବାରେ ସକ୍ଷମ ହେବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.