• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଚଳିତ ଆଇପିଏଲ୍‌ରେ ତା’ର ୯ମ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବଇ ଇଣ୍ଡିଆନ୍‌ସ। ଶନିବାର ରାଜସ୍ଥାନ ରୟାଲ୍‌ସକୁ ୫ ୱିକେଟରେ ପରାସ୍ତକରି ତା’ର ଅଧିନାୟକ ମୁମ୍ବଇ ଇଣ୍ଡିଆନ୍‌ସ ରୋହିତ ଶର୍ମାଙ୍କୁ ୩୫ତମ ଜନ୍ମଦିନର ଉପହାର ଦେଇଛି।
  2. ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାବାହିନୀର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କୁ ଆଜି ସାଉଥ୍‍ ବ୍ଲକଠାରେ ସାମରିକ ଅଭିବାଦନ ଦିଆଯାଇଛି ।
  3. ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର। ମେ’ ୨ ତାରିଖରୁ ସକାଳ ୬ରୁ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ତୃତୀୟରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସକାଳ ୬ରୁ ସ୍କୁଲ ଆସିବେ। 
  4. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ କରିଛି । 
  5. ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ ମାସରେ ଲଘୁଚାପ ହେଲେ ତୀବ୍ରତା ବଢିବାର ସମ୍ଭାବନା ଅଧିକ ଥାଏ। ତେଣୁ ୬ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ। 
  6. ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚନ୍ୟାୟାଳୟଙ୍କ ମୁଖ୍ୟନ୍ୟାୟାଧୀଶମାନଙ୍କ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବେଳେ ଧରିୱାଲ ଗଣମାଧ୍ୟମ ସହ ଆଲୋଚନା କାଳରେ ରାଜସ୍ଥାନର ଜନତା, କଂଗ୍ରେସର ବିଧାୟକ ଓ ପାର୍ଟିର ହାଇକମାଣ୍ଡ ମଧ୍ୟ ଏଇଆ ଚାହାନ୍ତି ଯେ ଗହଲୋତ ମୁଖ୍ୟମନ୍ତ୍ରୀ ରହନ୍ତୁ ବୋଲି ସେ କହିଛନ୍ତି।
  7. ଡାକ୍ତର ଓ ସ୍ୱାସ୍ଥ୍ୟ ସେବାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ ପରିସରରୁ ବାହାରେ ନାହିଁ। ଏ ନେଇ ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଥିବା ବେଳେ ମେଡିକୋ ଲିଗାଲ ଆକ୍ସନ ଗ୍ରୁପଙ୍କ ପିଟିସନକୁ ନକାଚ କରିଦେଇଛନ୍ତି।
  8. କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରାଳୟ ୧ ମେରୁ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେରେ ଟୋଲ ଟ୍ୟାକ୍ସ ଅସୁଲ ଆରମ୍ଭ  ହେବ। ଏହି ଏକ୍ସପ୍ରେସ ୱେ ୩୪୦ କିଲୋମିଟର ଦୀର୍ଘ। ଏପର୍ଯ୍ୟନ୍ତ ଏଥିରେ ଯିବାକୁ ହେଲେ ବାହନଙ୍କୁ ଗୋଟିଏ ବି ପଇସା ଶୁଳ୍କ ଦେବାକୁ ପଡୁ ନଥିଲା। ଏବେ ଏହି ଏକ୍ସପ୍ରେସ ୱେ ଦେଇ ଗଲେ ପଇସା ଦେବାକୁ ପଡିବ। ଏଣୁ ଲୋକଙ୍କ ଯାତ୍ରା ମହଙ୍ଗା ହେବ। ଏଠାରେ କିଲୋମିଟର ପିଛା ୨ଟଙ୍କା ୪୫ ପଇସା ହାରରେ ଟୋଲ ଟ୍ୟାକ୍ସ ଅସୁଲ ହୋଇପାରେ।
  9. ଯଦି ୟୁପିଆଇ ମାଧ୍ୟମରେ ଆଇପିଓ କିଣୁଥାନ୍ତି ତେବେ ପୂର୍ବରୁ ଏଥିଲାଗି ଥିବା ଧାର୍ଯ୍ୟ ସୀମା ବଢିବ। ଏପର୍ଯ୍ୟନ୍ତ ଆପଣ ୟୁପିଆଇ ମାଧ୍ୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରୁଥିଲେ। ତେବେ ମେ ୧ ତାରିଖରୁ ଏହାର ଲିମିଟ ବଢି ୫ ଲକ୍ଷ ଟଙ୍କା ହୋଇଯାଇଛି।
  10. ବର୍ତ୍ତମାନ ଋଷ ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ଫାରୋ ଆଇସଲ୍ୟାଣ୍ଡ ଏବଂ ନରୱେର ୩୧ ଜଣଙ୍କୁ ଋଷରେ ପ୍ରବେଶ ଉପରେ ବ୍ୟାନ୍ ଲଗାଇଦେଇଛି । ଏହି ଦେଶର ଲୋକଙ୍କୁ ଭିସା ନଦେବାକୁ ଋଷ ତାର ଦୂତାବାସକୁ ନିର୍ଦ୍ଦେଶ ଦେଇଛି ।
  11. ଶନିବାର ଚୀନ କମ୍ପାନୀ ସାଓମୀ ଟେକ୍ନୋଲଜି ଇଣ୍ଡିଆ ଲିମିଟେଡର ୫,୫୫୧.୨୭ କୋଟି ଟଙ୍କାର ସମ୍ପତ୍ତିକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଦେଶୀ ମୁଦ୍ରା ପରିଚାଳନା ଆକ୍ଟ ୧୯୯୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କେନ୍ଦ୍ରୀୟ ସଂସ୍ଥା କହିଛି । 
  12. ବାଲେଶ୍ବରରେ ପ୍ରତିଷ୍ଠା ହେବ ରିଜର୍ଭ ବ୍ୟାଙ୍କର ଟଙ୍କା ଛାପା କାରଖାନା । ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ବାଲେଶ୍ୱର ଜିଲ୍ଲାରେ ଟଙ୍କା ତିଆରି ହେବା ସହିତ ସ୍ଥାନୀୟ ଲୋକଙ୍କୁ ମିଳିବ ନିଯୁକ୍ତ ସୁଯୋଗ । ପ୍ରକଳ୍ପ ପାଇଁ ଆବଶ୍ୟକ ଶହେ ଏକରରୁ ଅଧିକ ଜମି ଓ ସ୍ଥାନ ନିରୂପଣ ପାଇଁ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି
  13. ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜିତିବା ପାଇଁ ୧.୨ ପ୍ରତିଶତ ଭୋଟ୍ ଅଭାବ ରହିଛି । ସଂସଦର ଉଭୟ ଗୃହରେ ବିଜେଡିର ୨୧ ସାଂସଦ ଅଛନ୍ତି । ଯାହାର ଭୋଟ୍ ସେୟାର ୩.୨୨ ପ୍ରତିଶତ । ଯଦି ବିଜେଡି ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦିଏ ତ ବିଜେପି ପ୍ରାର୍ଥୀ ସହଜରେ ବିଜୟୀ ହେବେ ।
  14. ଆରବିଆଇ ୨୦୨୧-୨୦୨୨ ପାଇଁ ମୁଦ୍ରା ଏବଂ ଫାଇନାନ୍ସ (RCF) ଉପରେ ରିପୋର୍ଟ ପ୍ରକାଶ କରିଥିଲା । ସେହିଭଳି ରିପୋର୍ଟରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ କରୋନା ମହାମାରୀ ଯୋଗୁଁ ଅର୍ଥନୀତିରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ୧୫ ବର୍ଷ ଲାଗିବ। ଆଉ ଏହି ରିପୋର୍ଟରେ ଭାରତୀୟ ଅର୍ଥନୀତିର ଏକ ସାଙ୍ଘାତି ଚିତ୍ର ଉପସ୍ଥାପିତ ହୋଇଛି।
  15. ବର୍ଷା ପବନରେ ଉଡ଼ିଗଲା ୧୭୧୦ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ। ପବନରେ ଉଡ଼ିଗଲା ନିର୍ମାଣ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ଢ଼ାଞ୍ଚା । ଏମିତି ଏକ ଘଟଣା ଘଟିଛି ବିହାରର ଭାଗଲପୁରରେ। ବିହାରରେ ଭାଗଲପୁର ଏବଂ ଖଗଡ଼ିଆକୁ ଯୋଡ଼ିବା ପାଇଁ ଗଙ୍ଗାନଦୀ ଉପରେ ତିଆରି ହେଉଛି ବିରାଟ ପୋଲ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.