• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଫେମିନା ମିସ୍ ଇଣ୍ଡିଆରେ ଚମକିବେ ଓଡ଼ିଆ ଝିଅ ତନିଷ୍କ ସିଂ । ୧୯ ବର୍ଷିୟା ତନିଷ୍କ ବେଙ୍ଗାଲୁରୁରେ ଟପ୍ ଟେନ୍ ଫାଇନାଲିଷ୍ଟ ଭାବେ ଫେମିନା ମିସ୍ ଇଣ୍ଡିଆ ୨୦୨୨ରୁ ଯାଇଛନ୍ତି । ୩୧ ତମ ଫାଇନାଲିଷ୍ଟ ଭାବେ ସେ ଏହି କୃତିତ୍ବ ହାସଲ କରିଛନ୍ତି । ଫେମିନା ମିସ୍ ଇଣ୍ଡିଆ ବ୍ୟୁଟି ପିଜାଣ୍ଟ ୨୦୨୨ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ ।
  2. ମାରିୟୁପୋଲର ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରେ ରହିଥିବା ୟୁକ୍ରେନୀୟ ସୈନ୍ୟମାନେ ଋଷ ସୈନ୍ୟଙ୍କୁ କଡା ଟକ୍କର ଦେଉଛନ୍ତି । ମାରିୟୁପୋଲରେ ଫସିଥିବା ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାରେ ନିୟୋଜିତ ହୋଇଛି ଜାତିସଂଘର ସ୍ବତନ୍ତ୍ର ଟିମ୍ ।
  3. ପୁଣି ବଢ଼ିଲା ସିଏନଜି ମୂଲ୍ୟ । କିଲୋଗ୍ରାମ ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି । ଦର ବୃଦ୍ଧି ପରେ ଭୁବନେଶ୍ୱରରେ ସିଏନଜି କେଜି ପିଛା ୮୬ ଟଙ୍କା ୧୩ ପଇସାରୁ ୮୮ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ମାସକରେ ସିଏନଜି ୩ ଥରରେ ୧୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଏପ୍ରିଲ ପହିଲାରେ ୩ ଟଙ୍କା ବୃଦ୍ଧି ପାଇଥିବାବେଳେ ୧୬ ତାରିଖରେ ୫ ଟଙ୍କା ଓ ପୁଣି କିଲୋ ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି ।
  4. ତିଲେଇବଣିର ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ହାଜର କରାଯିବା ପରେ ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
  5. ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍‌ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪ ଲକ୍ଷ ୩୨ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।
  6. ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନଥିବାବେଳେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରଙ୍କ ତରଫରୁ ୟୁକ୍ରେନ୍‌କୁ ସାମରିକ ସହାୟତା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ପେନର ରାଣୀ ଲେଟିସିଆ ୟୁକ୍ରେନ୍‌ଙ୍କୁ ଏକ ଜାହାଜ ଭର୍ତ୍ତି ବିସ୍ଫୋରକ (ଗ୍ରେନେଡ୍‌) ଉପହାର ସ୍ବରୂପ ପଠାଇଛନ୍ତି।
  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୨ ତାରିଖରୁ ୩ଦିନିଆ ୟୁରୋପ ଗସ୍ତରେ ଯାଉଛନ୍ତି। ଡେନମାର୍କରେ ଆୟୋଜିତ ଦ୍ବିତୀୟ ଇଣ୍ଡିଆ-ନୋର୍ଡିକ ସମ୍ମିଳନୀ ଅବସରରେ ମୋଦୀ ମୋଟ୍‌ ୬୫ ଘଣ୍ଟା ବିତାଇବେ। ଏହି ସମୟରେ ସେ ୨୫ଟି ବୈଠକରେ ଯୋଗଦେବା ସହ ଜର୍ମାନୀ ଓ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟଙ୍କ ସହିତ ମୋଟ ୮ ରାଷ୍ଟ୍ରମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିବେ।
  8. ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ନାମଫଳକ ଓଡ଼ିଆ‌ ଭାଷାରେ ଲେଖିବା ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
  9. ଚର୍ମ ରୋଗ ବିଭାଗର ପ୍ରଫେସର ଡା. ପ୍ରସେନ୍‌ଜିତ ମହାନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।
  10. ଦୁଇଟି ଅଲିମ୍ପିକ୍‌ସ ପଦକ ବିଜୟିନୀ ପି.ଭି ସିନ୍ଧୁ ମାନିଲା (ଫିଲିପାଇନ୍‌ସ)ରେ ଚାଲିଥିବା ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
  11. ଚଳିତ ଆଇପିଏଲ୍‌ରେ ବାକିଥିବା ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦଳର ନେତୃତ୍ବ ନେବେ। ଶନିବାର ସିଏସ୍‌କେ ଦଳ ପକ୍ଷରୁ ଜାରି କରା ଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି-
  12. ରମ୍‌ଜାନ୍‌ ମାସ ପୁରା ହେବା ପରେ ମୁସଲମାନ ମାନଙ୍କର ସବୁଠାରୁ ବଡ଼ ପର୍ବ ଇିଦ୍‌-ଉଲ୍-ଫିତର୍‌ ମଙ୍ଗଳବାର ପାଳନ କରାଯିବ। ରବିବାର ଇଦ୍‌ର ଚାନ୍ଦ ନଦେଖାଯିବାରୁ ଆସନ୍ତା ମେ ୩ ତାରିଖ ଇଦ୍‌ ପାଳନ କରାଯିବ।
  13. ନିଜର ମୂଳ ସ୍ଥାନରୁ ବିସ୍ଥାପିତ ହୋଇ ଦେଶର ଅନ୍ୟ ସ୍ଥାନରେ ଆଶ୍ରୟ ନେଇଥିବା କଶ୍ମୀର ପଣ୍ଡିତଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ଦିଆଯିବ। ଦକ୍ଷିଣ କନ୍ନଡ ଜିଲ୍ଲାର ଅମ୍ୱିକା ମହାବିଦ୍ୟାଳୟ ଏହି ପ୍ରସ୍ତାବ ଦେଇଛି। ସଂସ୍ଥାର ମୁଖ୍ୟ ସୁବ୍ରମଣ୍ୟ ନଟ୍ଟୋଜ ଏହି ଘୋଷଣା କରିଛନ୍ତି।
  14. ଉତ୍ତର ପ୍ରଦେଶରେ ଅପରାଧୀଙ୍କ ବେଆଇନ ସଂପତ୍ତି ବିରୋଧରେ  ବୁଲଡୋଜର ବ୍ୟବହାର ସ୍ଵର ଏବେ ବ୍ରିଟେନରେ ଗୁଞ୍ଜି ଉଠିଛି। ନର୍ଟିଂଘମ ଇଷ୍ଟରୁ ସାଂସଦ ସେଠାକାର ସଂସଦରେ ବୁଲଡୋର ପ୍ରସଙ୍ଗ ଉଠାଇ ଭାରତରେ ମୋଦୀ ସରକାର ମୁସଲମାନଙ୍କ ଘର ଏବଂ ଦୋକାନ ଭାଙ୍ଗିବା ପାଇଁ ଜେସିବି ମେସିନ ବ୍ୟବହାର କରୁଥିବା କହିଛନ୍ତି।
  15. ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ( ଇସ୍ରୋ) ଦେଶ ଲାଗି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ(ଏଏଆଇ)ଙ୍କ ସହଯୋଗରେ ଇସ୍ରୋ ବିମାନ ଅବତରଣରେ ନୂଆ ଜ୍ଞାନ କୌଶଳର ସଫଳ ପରୀକ୍ଷଣ କରିଛନ୍ତି। ଏହି ପରୀକ୍ଷଣର ଫଳାଫଳ ଏବେ ଦୂର ଦୂରାନ୍ତର ଛୋଟଛୋଟ ବିମାନ ବନ୍ଦରରେ ଖରାପ ପାଗ ସତ୍ତ୍ୱେ ବିମାନର ସୁରକ୍ଷିତ ଅବତରଣ ସୁନିଶ୍ଚିତ କରାଯାଇପାରିବ। 
  16. ଆସନ୍ତା ୫ ତାରିଖରେ ଜଣେ ସାଧୁ  ତାଜମହଲରେ ଧର୍ମ ସଂସଦ କରିବେ ବୋଲି ଘୋଷଣା କରିଛନ୍ତି । ଏହାସହ ସମ୍ବିଧାନକୁ ଅନୁପାଳନ କରି ସେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ସହ ଶିବଙ୍କ ପ୍ରତିମା ପ୍ରତିଷ୍ଠା କରିବେ ବୋଲି କହିଛନ୍ତି ।
  17. ରବିବାର, ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି। ୧୯ କେଜି କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦୨.୫୦ ପଇସା ବଢ଼ିଛି। ମୂଲ୍ୟ ବୃଦ୍ଧି ହେବା ପରେ ବର୍ତ୍ତମାନ ଏହି ସିଲିଣ୍ଡର ମୂଲ୍ୟ ୨୩୫୫.୫୦ ହୋଇଛି। ପୂର୍ବରୁ ଏହାର ମୂଲ୍ୟ ୨୨୫୨ ଟଙ୍କା ଥିଲା। ସେହିପରି ୫ କେଜିଆ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛି କମ୍ପାନୀ। ବର୍ତ୍ତମାନ ୫ କେଜି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୬୫୫ ଟଙ୍କା ହୋଇଛି।
  18. ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ଏଜେନ୍ସି ସିଆଇଏର  ପ୍ରଥମ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ନିଯୁକ୍ତ ହୋଇଛନ୍ତି । ସେ ହେଉଛନ୍ତି ନନ୍ଦ ମୁଲଚନ୍ଦାନି ।
  19. ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍‌ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି ।
  20. ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଏନେଇ ସେ କହିଛନ୍ତି ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍ । 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.