• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମଙ୍ଗଳବାର ଅକ୍ଷୟ ତୃତୀୟା ଗୋଟିଏ ଦିନରେ ସାରା ଦେଶରେ ୧୫ ହଜାର କୋଟି ଟଙ୍କାର ସ୍ୱର୍ଣ୍ଣାଭୂଷଣ କିଣାବିକାରେ ନୂଆ ରେକର୍ଡ କାୟମ ହୋଇଥିବା କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। କୋଭିଡ-୧୯ ଲକଡାଉନ ପରେ ପ୍ରଥମ ଥର ଅକ୍ଷୟ ତୃତୀୟାରେ ସବୁଠୁ ବେଶି ଆଭୂଷଣ ବ୍ୟବସାୟ ହୋଇଥିବା ସେ କହିଛନ୍ତି। 
  2. ବଢୁଥିବା ସଂକ୍ରମଣରେ ବୈଜ୍ଞାନିକ ଆଉ ୨ଟି ନୂଆ ଉପ ପ୍ରକାରର ଚେତାବନୀ ଦେଲେଣି।ଏହି ଦୁଇ ନୂଆ ଉପ ପ୍ରକାରକୁ ବୈଜ୍ଞାନିକ ବିଏ.୪ ଓ ବିଏ.୫ ନାମକରଣ କରିଛନ୍ତି। ଏହି ପ୍ରକାର ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରନ୍ତି ବୋଲି ମଧ୍ୟ ସତର୍କ କରିଛନ୍ତି।
  3. ନିଜ ଜିଦ୍‌ରେ ଅଟଳ ଥିବା ରାଜ ଠାକରେ ରାଜ୍ୟର ସମସ୍ତ ହିନ୍ଦୁଙ୍କୁ କଲେ ଅପିଲ୍। ମେ ୪ଠାରୁ ଯେଉଁଠି ଲାଉଡ୍‌ସ୍ପିକରେ ଆଜାନ ଶୁଭିବ ସେଇଠି ଲାଉଡ୍‌ସ୍ପିକରରେ ହନୁମାନ ଚାଳିଶା ବଜାଅ।
  4. ତିନିଥରର ବିଧାୟକ ଅଶ୍ୱିନୀ କୋତୱାଲ୍। ଅଶ୍ୱନି ଟାଣୁଆ ଆଦିବାସୀ ନେତା ଭାବେ କଂଗ୍ରେସର ଗଡ଼ ଜଗିଥିଲେ। ହେଲେ ଦଳ ତାଙ୍କୁ ଅଣଦେଖା କରିଛି ବୋଲି ସେ ଅଭିଯୋଗ କରି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। 
  5. ଦିଲ୍ଲୀ ସ୍କୁଲମାନଙ୍କରେ ଫ୍ରେଞ୍ଚ ଲାଙ୍ଗୁଏଜ ସମେତ ଏହି ସବୁ ଭାଷା ଶିଖିବାର ବିକଳ୍ପ ଖୋଲିଯିବ। ସ୍କୁଲ ମାନଙ୍କରେ ଫରାସୀ ଭାଷା ପଢାଇବା ପାଇଁ ଇନଷ୍ଟେଚ୍ୟୁଟ୍ ଫ୍ରାନସେସେ ଏନ୍ ଇଣ୍ଡେଙ୍କ ସହିତ ଡିବିଏସଇ ବୁଝାମଣା ସ୍ୱାକ୍ଷର କରିଛନ୍ତି।
  6. ଖରା ଗରମରେ ରାସ୍ତାରେ ସାଇକେଲରେ ଖାଦ୍ୟ ବିତରଣ କରୁଥିବା ଜଣେ ଫୁଡ ଡେଲିଭରୀ ବୟଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇପଡିଥିଲା ଇନ୍ଦୋର ପୋଲିସ୍ । ସେମାନେ ସ୍ଥିର କରିଥିଲେ ଆଉ ଏ ପିଲାର କଷ୍ଟ ଦେଖିହେବନି । ଶେଷରେ ଟଙ୍କା ସଂଗ୍ରହ କରି ୨୨ବର୍ଷର ଯୁବକଙ୍କୁ ଭେଟିଦେଲେ ମୋଟର ସାଇକେଲ ।
  7. ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମହାକାଳଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ସେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏନେଇ ଅଭିନେତ୍ରୀ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।
  8. ଏପ୍ରିଲ ୨୪ରେ ମାକ୍ରନ୍‌ ପୁନଃନିର୍ବାଚିତ ହେବା ପରେ ଯେଉଁ ବିଶ୍ବ ନେତାଙ୍କୁ ପ୍ରଥମେ ଭେଟିବାକୁ ଯାଉଛନ୍ତି, ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କୋପେନହେଗନରୁ ଫେରନ୍ତା ବାଟରେ ତାଙ୍କର ବନ୍ଧୁ ମାକ୍ରନ୍‌ଙ୍କୁ ସାକ୍ଷାତ୍ କରିବା ପାଇଁ ପ୍ୟାରିସରେ ଅବତରଣ କରିବେ।
  9. ମସଜିଦଗୁଡ଼ିକରୁ ଲାଉଡ୍‌ସ୍ପିକର (ମାଇକ) ନ ହଟାଇଲେ ମସଜିଦ ସାମନାରେ ମାଇକ ଲଗାଇ ହନୁମାନ ଚାଳିଶା ପାଠ କରାଯିବ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଚରମବାଣୀ ଶୁଣାଇ ଦିଆଯାଇଥିବା ବେଳେ ଏହା ଉପରେ ଦଳର ମୁଖ୍ୟ ରାଜ ଠାକରେ ଓ ଦଳର ଅନ୍ୟ ନେତାମାନଙ୍କୁ ନୋଟିସ୍ ଜାରି କରାଯାଇଛି।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବ୍ୟବହିତ ପୂର୍ବରୁ ଫ୍ରେଞ୍ଚ ଡିଫେନ୍ସ ମେଜର ନାଭାଲ ଗ୍ରୁପ୍ ଘୋଷଣା କରିଛି ଯେ, ପି-୭୫ ଇଣ୍ଡିଆ (ପି-୭୫ଆଇ) ପ୍ରକଳ୍ପରେ ଏହା ଅଂଶଗ୍ରହଣ କରିପାରିବ ନାହିଁ
  11. ବେଳାଭୂମି ଅଞ୍ଚଳରୁ ୩୦ ହଜାର ମେଗାୱାଟ୍‌ର ବିଜୁଳି ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ଦେଶରେ ୫୦ ହଜାର ମେଗାୱାଟ୍‌ର ସୌର ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। 
  12. ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ତାଙ୍କୁ ଅନ୍ୟ କାହା ସହ ବାଣ୍ଟିବାକୁ ସହି ପାରିବେ ନାହିଁ। ଜଷ୍ଟିସ ରାହୁଲ ଚତୁର୍ବେଦୀଙ୍କ ଖଣ୍ଡପୀଠ ଜଣେ ଅଭିଯୁକ୍ତ, ପତ୍ନୀଙ୍କ ଆତ୍ମହତ୍ୟା କରିବା ମାମଲାରେ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରିଥିଲେ।
  13. ଓଡ଼ିଶା ପୋଲିସରେ ଜାନୁଆରି ୧, ୨୦୨୧ ସୁଦ୍ଧା କାର୍ଯ୍ୟରତ ମହିଳା ପୋଲିସଙ୍କ ସଂଖ୍ୟା ଥିଲା ୯.୦୮ ପ୍ରତିଶତ । ରାଜ୍ୟ ପୋଲିସରେ ମୋଟ ୬୪,୩୫୯ କାର୍ଯ୍ୟ କରୁଥିବାବେଳେ ଏଥିରେ ରହିଛନ୍ତି ୫୮୪୭ ମହିଳା ପୋଲିସ।
  14. କାଳବୈଶାଖୀର ବର୍ଷାରେ ଭିଜିଲା ଭୁବନେଶ୍ୱର  ।   ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ଘଡ଼ଘଡ଼ି ଓ  ବର୍ଷା ମଧ୍ୟ ହୋଇଛି । ରାଜଧାନୀ ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ସାଙ୍ଗକୁ ପବନ ହୋଇଛି  ।  ୪୫ରୁ ୫୫ କିମି ବେଗରେ ପବନ ବହିବା ନେଇ ସୂଚନା ମିଳିଛି ।
  15. ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ଚାଷୀ ମାନଙ୍କୁ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.