• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପିଏଚଡିରେ ୬୦ ପ୍ରତିଶତ ସ୍ଥାନରେ ଏନଇଟି (ନ୍ୟାସନାଲ ଇଲିଜିବିଲିଟି ଟେଷ୍ଟ/ଜାତୀୟ ଯୋଗ୍ୟତା ପରୀକ୍ଷା) ଓ ଜେଆରଏଫ (ଜୁନିଅର ରିସର୍ଚ୍ଚ ଫେଲୋ) ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବ ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇବା ପାଇଁ ସୂଯୋଗ ଦିଆଯିବ। ଏହାଛଡ଼ା ୪୦ ପ୍ରତିଶତ ସ୍ଥାନରେ କମ୍ୱାଇନ୍ ରିସର୍ଚ୍ଚ ଏଣ୍ଟ୍ରାନ୍ସ ଟେଷ୍ଟ (ସିଆରଇଟି) ରେ କୃତ କାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀମାନେ ନାମ ଲେଖାଇପାରିବେ। 
  2. ଏପ୍ରିଲ ମାସରେ ଅନଲାଇନ ଠକେଇ ନେଇ ହୋଇଥିବା ଅଭିଯୋଗର ରିପୋର୍ଟ ଦେଇଛି ସାଇବର ହେଲ୍ପ ଡେସ୍କ । ହେଲ୍ପଲାଇନ ନମ୍ବର ଯୋଗେ ୩୧୩ଟି ଅଭିଯୋଗ ହୋଇଥିବା ବେଳେ କେବଳ ଭୁବନେଶ୍ୱରରୁ ୨୬୧ଟି ଅଭିଯୋଗ ଆସିଥିଲା । ଅନ୍ୟାନ୍ୟ  ଜିଲ୍ଲାରୁ ମାତ୍ର ୫୨ଟି ଅଭିଯୋଗ ଆସିଥିବା ହେଲ୍ପ ଡେସ୍କ ରିପୋର୍ଟ ଦେଇଛି । ରାଜଧାନୀରୁ ୧୧୪ଟି UPI ଫ୍ରଡ୍ ଓ ୭୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଫ୍ରଡ୍ ସମ୍ବନ୍ଧିତ ଅଭିଯୋଗ ହେଲ୍ପଡେସ୍କକୁ ଆସିଥିଲା ।
  3. ୨ ବର୍ଷ ପରେ ଘୋଷଯାତ୍ରାରେ ସାମିଲ ହେବେ ଭକ୍ତ । କୋଭିଡ ପରିସ୍ଥିତି ନଥିଲେ ବହୁ ପରିମାଣର ଭକ୍ତ ବଡ଼ଦାଣ୍ଡରେ ଭିଡ଼ କରିବେ । ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ଭକ୍ତ ଆସିବାର ସମ୍ଭାବନା ଥିବାରୁ ସେହି ଅନୁସାରେ ବ୍ୟବସ୍ଥା କରାଯିବ ବୋଲି ବୈଠକ ପରେ ଜିଲ୍ଲାପାଳ କହିଛନ୍ତି । 
  4. ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ ଘଟଣାରେ ଦୁଇ ଜଣ ଏଏସଆଇ ଓ ଜଣେ କନେଷ୍ଟବଳ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଏହି ତିନି ଜଣ ପୋଲିସ କର୍ମଚାରୀ ଝାରପୋଖରିଆ ଥାନାରେ କାର୍ଯ୍ୟରତ ଥିଲେ । ମୟୂରଭଞ୍ଜ ଏସପି ସେମାନଙ୍କୁ ନିଲମ୍ବିତ କରିଛନ୍ତି । 
  5. ଗ୍ଲୋବାଲ୍ ଟେକନୋଲୋଜି ସଲ୍ୟୁସନ ପ୍ରୋଭାଇଡର୍ କମ୍ପାନୀ ଶ୍ରୀ ମୋକାମ୍ବିକା ଇନଫୋସଲ୍ୟୁସନଙ୍କ ତରଫରୁ ମଦୁରାଇରେ ଥିବା ଶାଖାର କର୍ମଚାରୀଙ୍କୁ ଏହି ଖାସ୍ ସୁବିଧା ଦେଉଛି । ଯେଉଁମାନଙ୍କର ବିବାହ ହେଉଛି ସେମାନଙ୍କପାଇଁ ସ୍ପେଶାଲ୍ ସାଲାରି ମଧ୍ୟ ବଢ଼ାଯାଉଛି ।
  6. ଏହି କମ୍ପାନୀ ଭଲ କର୍ମଚାରୀଙ୍କୁ ବିଲକୁଲ ବି ଛାଡ଼ିବାକୁ ଚାହୁଁନି । ତାମିଲନାଡୁରେ ଥିବା ଏହି କମ୍ପାନୀ ୨୦୦୬ରେ ସିଭାକାଶୀରୁ ଆରମ୍ଭ ହୋଇଥିଲା । ଏକ ରିପୋର୍ଟ ଅନୁସାରେ ବର୍ଷକରେ ଏହି କମ୍ପାନୀ ୧୦୦ କୋଟି ଆୟ କରେ । କମ୍ପାନୀର ସିଇଓ କର୍ମଚାରୀଙ୍କୁ ସୁବିଧା ସୁଯୋଗ ଦେବାରେ ବିଶ୍ବାସ କରନ୍ତି । 
  7. ପିକେଙ୍କ ପ୍ଲାନ୍ରେ ଟ୍ବିଷ୍ଟ । ସକ୍ରୀୟ ରାଜନୀତିରେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ସାମିଲ ହେବା ସହ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିହାରରୁ ରାଜେନୖତିକ ଅଭିଯାନ ଆରମ୍ଭ କରିବେ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଥିବା ବେଳେ ଆଜି ପାଟଣାଠାରେ ପ୍ରେସମିଟ କରି ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଏବେ ରାଜନୈତିକ ଦଳ ଗଠନ କରିବାର କୌଣସି ଯୋଜନା ନାହିଁ ।
  8. ଋଷ-ୟୁକ୍ରେନ ସଂଘର୍ଷର ତୁରନ୍ତ ଅବସାନ ହେଉ ଏବଂ ମାନବିକ ଦୁର୍ଦ୍ଦଶାର ଅନ୍ତ ଘଟୁ ବୋଲି ଆହ୍ବାନ ଦେଇଛନ୍ତି ଭାରତ ଓ ଫ୍ରାନ୍ସ । ଏନେଇ ପ୍ୟାରିସରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ୟରେ ଏକ ମିଳିତ ବିବୃତି ଜାରି ହୋଇଛି । ଯୁଦ୍ଧ ଯୋଗୁ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି ଏବଂ ବିଶ୍ବରେ ଖାଦ୍ୟାଭାବ ଚରମ ରୂପ ନେଲାଣି ବୋଲି ବିବ଼ୃତିରେ ପ୍ରକାଶିତ ହୋଇଛି ।
  9.  ରୁଷ ସୈନ୍ୟଙ୍କ ଅମାନବୀୟ ଓ ବର୍ବର କାଣ୍ଡର ତାଲିକା । ଦୀର୍ଘ ୨ ମାସ ଧରି ଚାଲିଥିବା ଯୁଦ୍ଧ କେବେ ଥମିବ ତା ନାଁ ନେଉ ନଥିଲାବେଳେ ୟୁକ୍ରେନରେ ଧ୍ବସଂଲୀଳା ରଚିଚାଲିଛି ରୁଷିଆ । ଏହି ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଥିଲାବେଳେ ଅନେକ ଯୁବତୀ, ମହିଳା ଏବଂ ନାବାଳିକାଙ୍କୁ ବନ୍ଦୀ କରି ରଖିଛନ୍ତି ରୁଷୀୟ ସୈନ୍ୟ । କେବଳ ଏତିକି ନୁହେଁ ସେମାନଙ୍କ ମଧ୍ୟରୁ ଅନେକ ଗର୍ଭବତୀ ଥିବା ମଧ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି ।
  10. ଦୀର୍ଘ ୩୦ ବର୍ଷର ଦାମ୍ପତ୍ୟ ଜୀବନ ପରେ ବିଲ ଗେଟ୍ସ ତାଙ୍କ ସ୍ତ୍ରୀ ମେଲିଣ୍ଡା ଫ୍ରେଞ୍ଚଙ୍କ ସହ ବିବାହ ବିଚ୍ଛେଦ କରିଥିଲେ । ତେବେ ବିବାହ ବିଚ୍ଛେଦ ପରେ ପୁଣି ଥରେ ବିବାହ କରିବାକୁ ଇଚ୍ଛା ଜାହିର କରିଛନ୍ତି ପ୍ରତିଷ୍ଠିତ ଉଦ୍ୟୋଗପତି ବିଲ ଗେଟ୍ସ । ବିବାହ ବିଚ୍ଛେଦର ବର୍ଷେ ପରେ ପୂର୍ବତନ ପତ୍ନୀ ମେଲିଣ୍ଡାଙ୍କୁ ପୁଣି ଥରେ ବିବାହ କରିବାକୁ ଚାହୁଁଛନ୍ତି ବୋଲି ବିଲ୍ ଗେଟ୍ସ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ୨୦୨୧ରେ ମେଲିଣ୍ଡା ଫ୍ରେଞ୍ଚ ଓ ବିଲ ଗେଟ୍ସଙ୍କ ୩୦ ବର୍ଷର ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ସେମାନଙ୍କର ତିନିଟି ସନ୍ତାନ ରହିଛନ୍ତି ।
  11. ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଆଗାମୀ ଉପନିର୍ବାଚନ ଲଢିବେ ବୋଲି ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଘୋଷଣା କରାରଯାଇଛି।
  12. ଏବେ ଦିଲ୍ଲୀରେ ସମସ୍ତଙ୍କୁ ବିଦ୍ୟୁତ୍ ସବସିଡି ମିଳୁଥିବା ‌ବେଳେ ଅକ୍ଟୋବର ୧ରୁ ଏଥିରେ ପରିବର୍ତ୍ତନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅକ୍ଟୋବର ୧ରୁ ଯେଉଁମାନଙ୍କୁ ଆବଶ୍ୟକ କେବଳ ସେହିମାନଙ୍କୁ ବିଦ୍ୟୁତ୍ ସବସିଡି ମିଳିବ। ୨୦୧୫ ମସିହାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶକ୍ତି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବସିଡି ଛାଡ଼ ଅଭିଯାନ ଆରମ୍ଭ କରିଥିଲେ। 
  13. କଂଗ୍ରେସ ବିଧାୟକ ଜିଗ୍ନେଶ ମେବାନୀଙ୍କୁ ମିଳିଲା ୩ମାସ ଜେଲ ଦଣ୍ଡ। ମହେସାଣା କୋର୍ଟ ତାଙ୍କୁ ତିନିମାସ ପାଇଁ ଦଣ୍ଡିତ କରିଥିବା ବେଳେ ୧ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ କହିଛନ୍ତି। ଜିଗ୍ନେଶ ମେୱାନୀଙ୍କ ସହ ଏନସିପି ନେତ୍ରୀ ରେଶମା ପଟେଲ ଏବଂ ସୁବୋଧ ପରମାରଙ୍କୁ ମଧ୍ୟ ତିନିମାସ ପାଇଁ ଦଣ୍ଡିତ କରାଯାଇଛି। ୫ବର୍ଷ ପୂର୍ବେ ବିନା ଅନୁମତିରେ ରାଲି କରିଥିବାରୁ ସମୁଦାୟ ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମହେସାଣା କୋର୍ଟ।
  14. ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ ଭି ରମନ୍ନା ଏବଂ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଦେଶଦ୍ରୋହ ଆଇନ ବିରୋଧରେ ଆଗତ ଏକାଧିକ ମାମଲାର ଏକ ବ୍ୟାଚ୍‌ ଆବେଦନ ଉପରେ ଯୁକ୍ତି ଶୁଣିବା ଆରମ୍ଭ କରିଥିଲେ ଏବଂ କିଛି ସମୟ ପରେ ଏହାକୁ ଆସନ୍ତା ମଙ୍ଗଳବାର (ମେ ୧୦ ତାରିଖ) ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି
  15. ଦେଶର ଅଗ୍ରଣୀ ବ୍ୟାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଇତି ମଧ୍ୟରେ ନିଜର ୧୩ ପ୍ରତିଶତ ବ୍ରାଞ୍ଚ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।ଏକ ରିପୋର୍ଟ ଅନୁସାରେ ପ୍ରାୟ ୧୦୦ ବର୍ଷ ପୁରୁଣା ଏହି ବ୍ୟାଙ୍କ ତାର ଗୋଟିଏ କି ୨ଟି ନୁହେଁ ଏକକାଳୀନ ୬୦୦ଟି ଶାଖାକୁ ବନ୍ଦ କରିବାକୁ ଯାଉଛି। ଏହି ସବୁ ଶାଖା ବନ୍ଦ କରିବାର କାମ ୨୦୨୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। 
  16. ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ବର୍ଷ ବର୍ଷ ଧରି ଜାରି ରହିଥିବା ବିବାଦର ଅନ୍ତ ଘଟିଛି। ଅଲକନନ୍ଦା ହୋଟେଲ ଉତ୍ତରାଖଣ୍ଡ ସରକାରକୁ ମିଳିଥିବା ବେଳେ ଭାଗିରଥୀ ହୋଟେଲ ୟୁପି ସରକାରଙ୍କୁ ମିଳିଛି। ଦୁଇ ସରକାର ମିଶି ଏହି ବିବାଦର ସମାଧାନ ବାହାର କରିଛନ୍ତି।
  17. ବୁକର ପୁରସ୍କାରରେ ସମ୍ମାନୀତ ଲେଖିକା ଅଋନ୍ଧତୀ ରାୟ ଭାରତର ସାଂପ୍ରତିକ ପରିସ୍ଥିତିକୁ ନେଇ କଡା ଟିପ୍ପଣୀ କରିଛନ୍ତି। ସେ ଭାରତର ତୁଳନା ଏପରି ବିମାନ ସହ କରିଛନ୍ତି ଯାହା ଆଗକୁ ନୁହେଁ ପଛକୁ ଉଡୁଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହା ଏପରି ଏକ ବିମାନ ଯାହା ଦୁର୍ଘଟଣାକୁ ମୁହାଁଇଛି। ‘ଦି ଗଡ ଅଫ ସ୍ମଲ ଥିଙ୍ଗସ୍‌’ର ଲେଖିକା ଅଋନ୍ଧତୀ ରାୟ ଆଜିର ରାଜନୀତିରେ ନେତାଙ୍କୁ ଉପହାସ କରିଛନ୍ତି।
  18. ବ୍ରାଜିଲ୍‍ର କ୍ୟାକ୍ସିୟାସ୍‍ ଡୋ ସୁଲ୍‍ ଠାରେ ଚାଲିଥିବା ୨୪ତମ ବଧିର ଅଲମ୍ପିକ୍ସର ତୃତୀୟ ଦିନରେ ଭାରତର ଧନୁଶ ଶ୍ରୀକଣ୍ଠ ୧୦ ମିଟର ଏୟାର ରାଇଫଲ୍‍ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସୌର୍ଯ୍ୟ ସାଇନିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେ କୋରିଆର କିମ୍‍ ଉ ରିମଙ୍କ ପଛରେ ରହିଥିଲେ।
  19. କାମାକ୍ଷାନଗରରେ ବଜ୍ରାଘାତରେ ଶଳା ଭିଣେଇଙ୍କ ମୃତ୍ୟୁ ହୋଇଛି । ବଜ୍ରାଘାତରେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ କାମାକ୍ଷାନଗର ଥାନା ଚକାପାଳ ଗାଁର ପ୍ରକାଶ ପ୍ରଧାନ ଏବଂ କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗାଁର ଦେବଦତ୍ତ ପଧାନ ।
  20. ୟୁକ୍ରେନ୍‌ର ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରି ରୁଷ୍‌ ଗତ ରାତିସାରା ଭୟଙ୍କର ଆକ୍ରମଣ କରିଛି। ରୁଷ୍‌ର ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ରେ ରାତିକରେ ୬୦୦ ୟୁକ୍ରେନ୍‌ ସୈନିକ ନିହତ ହୋଇଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.