• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଛଅଟି ନୂଆ ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥୋରିଟି ବୈଠକରେ ମଞ୍ଜୁରୀ ଦିଆଯାଇଛି । ଏହି ଛଅଟି ପ୍ରକଳ୍ପ ଜରିଆରେ ୪୯୩ କୋଟି ୬୨ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଉ ୧୩ ଶହ ୧୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହିସବୁ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ।
  2. କଠିନ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ୟୁଏନ୍ଡିପି ସହ ଚୁକ୍ତି କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଆସନ୍ତା ଚାରି ବର୍ଷ ପାଇଁ ୟୁଏନ୍ଡିପି ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ଯୋଗାଇଦେବ । କଠିନ ଓ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଏଣିକି ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ଦକ୍ଷତା ବୃଦ୍ଧି ସହ କମ୍ୟୁଟିନି ପାର୍ଟିସିପେସନ ମଧ୍ୟ ବୃଦ୍ଧି କରାଯିବ ।
  3. ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ଗୀତାଞ୍ଜଳି ଦାସ  । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ୍ ଗୀତାଞ୍ଜଳୀ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି । ୪ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି ଗୀତାଞ୍ଜଳୀ ଦାସ । ପୁର୍ବରୁ ଫକୀର ମୋହନ ବିଶ୍ୱ ବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ ।  ଦୀର୍ଘ ୩୬ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଥିବା ବେଳେ, ୧୨ବର୍ଷ ପ୍ରଫେସର ରୂପେ କାର୍ଯ୍ୟ କରିସାରିଛନ୍ତି ।
  4. ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି।
  5.  ହ୍ୱାଟ୍ସ ଆପ୍ ବିକ୍ରିକୁ ନେଇ ଆପର ପୂର୍ବତନ ମୁଖ୍ୟ ନୀରଜ ଆରୋରା ଦୁଃଖ ପ୍ରକାଶ କରିଛନ୍ତି । ୨୦୧୪ ରେ, ଫେସବୁକ୍ (ଯାହା ବର୍ତ୍ତମାନ ମେଟା ପାଲଟିଛି) ହ୍ୱାଟ୍ସ ଆପକୁ ୨୨ ବିଲିୟନ ଡଲାରରେ କିଣିଥିଲା । ନୀରଜ ଆରୋରା ସେ ସମୟରେ ହ୍ୱାଟ୍ସ ଆପ୍ କିଣିବାରେ ମାର୍କ ଜୁକରବର୍ଗଙ୍କୁ ସାହାଯ୍ୟ କରିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଏଥିପାଇଁ ସେ ଦିଃଖିତ 
  6. ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ଉତ୍ତରାଖଣ୍ଡର କେଦାରନାଥ ଧାମ ମନ୍ଦିର କପାଟ ଶକ୍ରବାର ସକାଳେ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲିଛି। ଏହି ଉପଲକ୍ଷେ ମନ୍ଦିରକୁ ୧୫ କ୍ବିଣ୍ଟାଲ ଫୁଲରେ ସଜାଯାଇଛି। 
  7. ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନିଯୁକ୍ତିକୁ ଚା‌ଲେଞ୍ଜ କରି ଜନସ୍ବାର୍ଥ ମାମଲା କରିଥିବା ମୁକେଶ ଜୈନଙ୍କ ସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।
  8.  ବେଆଇନ ଖଣି ଖନନ ମାମଲାରେ ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ୍‌ ଅଫିସର ପୂଜା ସିଂଘଲ ଏବଂ ତାଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କ ୨୦ଟି ଠିକଣାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। 
  9. ଝାଡଖଣ୍ଡର ଜଣେ ଆଇଏଏସ୍‌ ଅଧିକାରୀଙ୍କ ଦୁଇ ସହଯୋଗୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନଗଦ ୧୯ କୋଟି ଟଙ୍କା ଜବତ କରିଛି। ପେଟି ପେଟି ୫୦୦, ୨୦୦ ଓ ୧୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ୍‌କୁ ଇଡି ଜବତ କରିବା ସହିତ ଏହାକୁ ଗଣିବା ଲାଗି ଦୁଇଟି ଟଙ୍କା ଗଣା ମେସିନ୍‌ର ସହାୟତା ନେଇଥିବା ଜଣାପଡିଛି।
  10. ଦିଲ୍ଲୀ, ପାଟନା ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ଆଜି ୧୫ ଜଣଙ୍କ ନାମ ସୁପାରିସ କରିଛନ୍ତି।
  11. ଆନ୍ଦୋଳନରତ ଶିକ୍ଷକମାନଙ୍କ ଉପରେ ଦିଲ୍ଲୀ ପୋଲିସର ଅସଦାଚରଣ ପ୍ରସଙ୍ଗରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଡେପୁଟି ପୁଲିସ କମିସନରଙ୍କୁ ଆଜି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି।
  12. ୟୁକ୍ରେନରେ ରୁଷ୍‌ର ଯୁଦ୍ଧ ପ୍ରସଙ୍ଗରେ ଭାରତ ଜାତିସଂଘ ଭୋଟିଂରୁ ବିରତ ରହିଥିବାରୁ ନେଦରଲାଣ୍ଡ୍‌ ଏନେଇ ଭାରତକୁ ପାଠ ପଢ଼ାଇବାକୁ ଚେଷ୍ଟା କରିଛି। ଏହି ପ୍ରସଙ୍ଗରେ ଭାରତ ନେଦରଲାଣ୍ଡ୍‌କୁ କଡ଼ା ଜବାବ ଦେଇଛି।
  13. ଦେଶର ସବୁ ସରକାରୀ କମ୍ପାନୀ ଏବଂ ଏଜେନ୍ସିକୁ ଦୁଇ ବର୍ଷ ଭିତରେ ସମସ୍ତ ବିଦେଶ ବ୍ରାଣ୍ଡର କମ୍ପ୍ୟୁଟର ସ୍ଥାନରେ ଚୀନ ନିର୍ମିତ କମ୍ପ୍ୟୁଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଶ୍ଚାତ୍ୟ ପ୍ରଯୁକ୍ତି ଉପରେ ନିର୍ଭରତା ଶେଷ କରିବା ପାଇଁ ଦିଗରେ ଏହାର ଜିନପିନ ସରକାରଙ୍କ ବଡ଼ ପଦକ୍ଷେପ।
  14. କର୍ଣ୍ଣାଟକର ବିଜେପି ବିଧାୟକ ବସନଗୌଡା ୟତନାଲଙ୍କ ଏକ ବୟାନ ଶୁକ୍ରବାର ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି।  ମୁଖ୍ୟମନ୍ତ୍ରୀ ହେବା ଲାଗି ୨ ହଜାର ୫୦୦ କୋଟି ଟଙ୍କା ଦେବାକୁ ପଡିବ ବୋଲି ତାଙ୍କୁ କୁହାଯାଇଥିବାର ସେ ଦାବି କରିଛନ୍ତି। ୟତନାଲଙ୍କ ଏହି ଦାବି ପରେ କର୍ଣ୍ଣାଟକରେ ନୂଆ ରାଜନୈତିକ ବିବାଦର ସୂତ୍ରପାତ ହୋଇଛି।
  15. ପ୍ରକୃତରେ ଫେସବୁକ ଏବେ ତାର ନିୟର ବାୟ ଲୋକେସନ (Near by location) ଫିର୍ସକୁ ବନ୍ଦ କରିବାକୁ ଯାଉଛି। ଏଥିରେ ଲୋକମାନେ ଅନ୍ୟ ଫେସବୁକ ୟୁଜର୍ସମାନଙ୍କ ସହିତ ନିଜର ଲୋକେସନ ସେୟାର କରନ୍ତି। କିନ୍ତୁ ଆସନ୍ତା ମେ ୩୧ ରୁ ଏହା ବନ୍ଦ ହେବାରୁ ଯାଉଛି
  16. ଚୀନର ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ବଡ଼ ପ୍ରସ୍ତାବ ଦେଇଛନ୍ତି। ଏହା ଅନୁସାରେ ଯେଉଁ କର୍ମଚାରୀ ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି, ସେମାନଙ୍କୁ ଗୋଟିଏ ବର୍ଷର ଅବକାଶ ଦିଆଯିବ। ଏହାସହ ପ୍ରାୟ ୯୦,୦୦୦ ଚୀନୀ ୟୁହାନ( ଭାରତୀୟ ଟଙ୍କାରେ ୧୧.୫୦ ଲକ୍ଷ)ର ଆର୍ଥିକ ପୁରସ୍କାର ଦିଆଯିବ।
  17. ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ – ୟୁ.ଜି.ସି. ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଦାଖଲ ଶେଷ ସମୟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୦୨୨ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ସକାଶେ କେନ୍ଦ୍ରୀୟ, ରାଜ୍ୟ, ବେସରକାରୀ ଓ ଡିମ୍‍ଡ୍‍ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଏହି ସମୟସୀମା ବୃଦ୍ଧିକରାଯାଇଛି। 
  18. ୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯାଇପାରିବ। ପଦ୍ମ ବିଭୁଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍‍ଲାଇନ୍‍ ଜରିଆରେ ମେ ପହିଲାରୁ ମନୋନୟନ ପତ୍ର ଓ ସୁପାରିସ ପତ୍ର ଆହ୍ୱାନ କରାଯାଇଛି।
  19. ୟୁକ୍ରେନ ଉପରେ ରୁଷ୍ ଅଣୁ ଅସ୍ତ୍ର ପ୍ରୟୋଗ କରିବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଆଶଙ୍କା ବ୍ୟକ୍ତ କରିଆସୁଥିବାବେଳେ ଆଲେକ୍ସି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସାମରିକ ଅଭିଯାନ ସମୟରେ ଅଣୁଅସ୍ତ୍ର ପ୍ରୟୋଗ କରିବା ରୁଷ୍‌ ପ୍ରତିରକ୍ଷା ନିୟମ ବାହାରେ।
  20. ଚୀନର ହାଙ୍ଗଜୋରେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣ -୨୦୨୨କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ଏ ନେଇ ଏସିଆନ ଅଲିମ୍ପିକ୍‌ସ କାଉନସିଲ ପକ୍ଷରୁ ସୂଚନା ଦିଆଯାଇଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.